ମୋହନ ହେଲାତ ତୁମ୍ଭର ଅପକୀରତି

ଉଇକିପାଠାଗାର‌ରୁ
ମୋହନ ହେଲାତ ତୁମ୍ଭର ଅପକୀରତି
ଲେଖକ/କବି: କାହ୍ନୁଚରଣ

କୃଷ୍ଣଙ୍କ ପ୍ରତି ଶ୍ରୀରାଧା

( ଶ୍ରୀ—ରାଗ, ତାଳ—ଆଠତାଳୀ )

ମୋହନ ହେଲାତ ତୁମ୍ଭର ଅପକୀରତି । ପଦ ।

ନାଶ କଲା କା ମୁଖ ଶଶଅଙ୍କ ମୟୁଖ
ଆଶ୍ୟ କମଳ ମୂରତି ମୂରତି. . . . . . । ୧ ।

ବଲ୍ଲିରସ ହିଂଗୁଳଖଳିବା ଇନ୍ଦ୍ର ନୀଳ
ପଟି ସୁଗଣ୍ଡେ ଭରତି ଭରତି. . . . . . । ୨ ।

ମାତି ଆଶ୍ଳେଷେ ଭୁଜେକାତି ସମ କରଜେ
ଜନୁ ହୋଇଛି କରତି କରତି. . . . . . । ୩ ।

ଭାଷେ କାହ୍ନୁଚରଣକଲି ଯା' ଆଚରଣ
ଅଜହୁଁ ପର ପିରତି ପିରତି. . . . . . । ୪ ।