ପ୍ରାଚୀନ ଓଡ଼ିଆ କବିତା/ବାଇମନ ହୋ ବସି ହଂସାକୁ ଖେଳା

ଉଇକିପାଠାଗାର‌ରୁ
ପ୍ରାଚୀନ ଓଡ଼ିଆ କବିତା (୧୫ଶ ଶତାବ୍ଦୀ)  ଲେଖକ/କବି: ଅଚ୍ୟୁତାନନ୍ଦ ଦାସ
ବାଇମନ ହୋ ବସି ହଂସାକୁ ଖେଳା

(୬)
ବାଇମନ ହୋ, ବସି ହଂସକୁ ଖେଳା
ହଂସ ଉଡିଗଲେ ବୁଡ଼ିବ ଭେଳା ।
ପୋଖରୀ ଗୋଟିକ ଚାରି ଚୌରସ
ଡିମ୍ବ ପାଡ଼ିଅଛି ଅଣ୍ଡିରା ହଂସ ।
ଶୁଖିଲା ପୋଖରୀ ମାରେ ଲହଡ଼ି
ଡିମ୍ବଅଛି ଛୁଆ ଗଲାଣି ଉଡ଼ି ।
ଡିମ୍ବ ଗୋଟିକେ ତିନି ତିନି ଛୁଆ
ସୁଜ୍ଞାନୀ ହୋଇଲେ କହିବ ଏହା ।
ସର୍ପକୁ ମଣ୍ଡୁକୀ କରୁଛି ଗେଲ
ଯୂଇ ବୃକ୍ଷେ ଅଛି ମନ୍ଦାର ଫୁଲ । ।୧୦ ।

ଏକ ଦେଉଳରେ ଦଶ କବାଟ
କେଉଁଠାଏ ଅଛି କଳପ ବଟ ।
ଶୂନ୍ୟରେ କାହୁଁ ବାଜୁଅଛି ବୀଣା
କେଉଁଠାରେ ଅଛି ଗୋପ ପାଟଣା ।
ଗୀତ ଷଡପଦ ଅର୍ଥ ବହୁତ
ଭାବରେ ଭଣିଲେ ଦାସ ଅଚ୍ୟୁତ ।