ପ୍ରାଚୀନ ଓଡ଼ିଆ କବିତା/ଜ୍ୟୋତି ପରେ ଦିବ୍ୟ ଜ୍ୟୋତି

ଉଇକିପାଠାଗାର‌ରୁ
ପ୍ରାଚୀନ ଓଡ଼ିଆ କବିତା  (୧୫ଶ ଶତାବ୍ଦୀ)  ଲେଖକ/କବି: ଅଚ୍ୟୁତାନନ୍ଦ ଦାସ
ଜ୍ୟୋତି ପରେ ଦିବ୍ୟ ଜ୍ୟୋତି

(୪)
ଜ୍ୟୋତି ପରେ ଦିବ୍ୟ ଜ୍ୟୋତି ଅମଣ୍ଡଳା ସ୍ଥାନ
ନିର୍ବାତ ମନ୍ଦିରରେ ବିଜୟ ଭଗବାନ ହେ ।
ନିତ୍ୟ ନିରଗୁଣ ସେ ପରମ ପାଶେ ଯାଇ
ଶୁକଳ ବର୍ଣ୍ଣ ସ୍ୱରୂପେ ଜ୍ୟୋତି ବିରାଜଇ ।
ଏକଇ ଚରଣେ ଉଭା ଅନ୍ତରୀକ୍ଷ ରୂପୀ
ଚରଣୁ ଅମୃତ କ୍ଷରି ବ୍ରହ୍ମାଣ୍ଡରେ ବ୍ୟାପୀ ହେ ।
ସତ୍ୱ ରଜ ତମ ତିନି ପାଦରୁ ଉଦିତ
ସେ ପାଦେ ସେବଇ ଦୀନ ପାମର ଅଚ୍ୟୁତ ହେ ।