Jump to content

ପୃଷ୍ଠା:Krutrima upagrahara jayajatra.pdf/୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

14

ଲାଗିଲା । ମୋ ଦେହର ଓଜନ ବଢ଼ିବାରେ ଲାଗିଲା । ବାୟୁର ଚାପ ମଧ୍ୟ ବଢ଼ିଲା । ଏମିତିକି ଉପରକୁ ଯିବା ବେଳଠାରୁ ଓହ୍ଲାଇବା ବେଳେ ଏହା ଅଧିକ ବୋଧ ହେଲା । ଯାନଟି ଘୂରିବାରୁ ମୁଁ ବ୍ୟସ୍ତ ହୋଇପଡ଼ିଲି । ମାତ୍ର ତାହା ଶିଘ୍ର ଠିକ୍‌ ହୋଇଗଲା ।"

"ଭୋସ୍ତକ ଆସ୍ତେ ଆସ୍ତେ ପୃଥିବୀ ଉପରକୁ ଖସିଲା । ମୁଁ ନିର୍ଦ୍ଦିଷ୍ଟ ସ୍ଥାନରେ ନିରାପଦରେ ଓହ୍ଲାଇଲି ।"

ଗାଗାରିନ୍‌ଙ୍କର ଏହି ସଫଳତାର କାହାଣୀ ସାରା ପୃଥିବୀରେ ଚମକ ସୃଷ୍ଟି କରିଦେଲା । ମହାକାଶଯାତ୍ରା ପାଇଁ ମନୁଷ୍ୟକୁ ନୂଆ ବଳ ଓ ସାହସ ଯୋଗାଇଲା । ଉପଗ୍ରହର ଉପାଦେୟତା ଓ କାର୍ଯ୍ୟଦକ୍ଷତା ସମ୍ପର୍କରେ ମନୁଷ୍ୟକୁ ନୂତନ ଜ୍ଞାନ ଓ ବିଶ୍ୱାସ ଜନ୍ମାଇଲା ।


ଆମେରିକାର ମହାକାଶଯାତ୍ରୀ

ସେହି ବର୍ଷ ଆମେରିକାର ପ୍ରଥମ ମହାକାଶଯାତ୍ରୀ ଆଲାନ୍‌ ସେଫାର୍ଡ଼ ମହାଶୂନ୍ୟକୁ ଯାଇଥିଲେ । ସେଠାରେ ସେ ୧୬ ମିନିଟ୍‌ କାଳ କଟାଇ ପୃଥିବୀକୁ ଫେରି ଆସିଥିଲେ । ତାହା ପରବର୍ଷ ଜୁଲାଇ ମାସରେ ଆଉ ଜଣେ ମାର୍କିନ୍‌ ମହାକାଶଯାତ୍ରୀ ମହାଶୂନ୍ୟକୁ ଯାଇ ୧୫ ମିନିଟ୍‌ ମଧ୍ୟରେ ପୃଥିବୀକୁ ବାହୁଡ଼ିଥିଲେ ।

୧୯୬୧ ଅଗଷ୍ଟ ୬ ତାରିଖରେ ଋଷ୍‌ର ଜେର୍ମନ୍‌ ତିତଭ ଭୋସ୍ତକ-୨ ଯାନରେ ମହାଶୂନ୍ୟକୁ ଯାଇଥିଲେ । ସେଠାରେ ସେ ୨୫ ଘଣ୍ଟା ରହି ଅନେକ ବୈଜ୍ଞାନିକ କାର୍ଯ୍ୟ କରିଥିଲେ । ପୃଥିବୀ ପରିକ୍ରମା କରି ନାନା ପ୍ରକାର ପରୀକ୍ଷା ନିରୀକ୍ଷା କରିଥିଲେ । ସେଠାରେ ସେ ଗୋଟିଏ ଫିଲିମ୍‌ ମଧ୍ୟ ଉଠାଇଥିଲେ । ନିଜର ନିତ୍ୟକର୍ମମାନ ସେ ସେହି ମହାକାଶରେ ରହି ସମାପନ କରିଥିଲେ ।

୧୯୬୨ ମସିହାରେ ମାର୍କିନ୍‌ ମହାକାଶଚାରୀମାନେ ମହାଶୂନ୍ୟକୁ ଯାତ୍ରା କରିଥିଲେ । କୃତ୍ରିମ ଉପଗ୍ରହରେ ସେମାନେ ପୃଥିବୀକୁ ପରିକ୍ରମା କରିଥିଲେ । ସେମାନେ ନିଜେ ମଝିରେ ମଝିରେ ଯାନଟିକୁ ଚଳାଇଥିଲେ । ସେହିବର୍ଷ ଦୁଇଜଣ ଋଷ୍‌ ମହାକାଶଯାତ୍ରୀ ଆଗପଛ ହୋଇ ଦୁଇଟି ଯାନରେ