ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପଦା‌ର୍ଥ ବିଦ୍ୟା ସାର ।

ତୃତୀୟ ଭାଗ ।

ମନୁଷ୍ୟ, ପଶୁ, ପକ୍ଷୀ, ମତ୍ସ୍ୟ, କୃମି, ଧାତୁ, ଆଦିର ବିବରଣ ।

ମନୁଷ୍ୟ ବିଷୟର କଥା ।

ଶିଷ୍ୟ । ଏହି ଜଗତର ମଧ୍ୟରେ ପରମେଶ୍ୱରଙ୍କର ପ୍ରଧାନ ସୃଷ୍ଟି କିଏ ?

ଗୁରୁ । ସୃଜନର ମଧ୍ୟରେ ମନୁଷ୍ୟ ପ୍ରଧାନ, ଯେହେତୁ ସେମାନଙ୍କର ବିଶେଷ ଜ୍ଞାନ ଥିବାରେ ପୁଣି ମୁଖର ସୌନ୍ଦର୍ଯ୍ୟରେ, ବାକ୍ୟରେ ଠିୟା ହେବାର ଠାଣିରେ ଓ ବୁଦ୍ଧିଶୀଳ ଆତ୍ମାରେ ସମସ୍ତ ପ୍ରାଣୀଠାରୁ ମନୁଷ୍ୟ ଶ୍ରେଷ୍ଠ ହେଉଛନ୍ତି । ଏହି ନିମନ୍ତେ ପରମେଶ୍ୱର ପୃଥିବୀର ଉପରେ ସେମାନଙ୍କୁ ରାଜ୍ୟାଧିକାର ପଦ ଦେଇଅଛନ୍ତି । ପୁଣି ଅନୁଗ୍ରହ କରି ପୃଥିବୀର ପଶୁଠାରୁ ସେମାନଙ୍କୁ ଜ୍ଞାନବନ୍ତ ପୁଣି ଆକାଶର ପକ୍ଷୀଠାରୁହିଁ ବୁଦ୍ଧିମାନ କରିଅଛନ୍ତି ।

ଶିଷ୍ୟ । ହେ ଅବଧାନ, ଅନୁଗ୍ରହ କରି ମନୁଷ୍ୟ ଶରୀର ବିଷୟରେ କିଛି ଶିକ୍ଷା ଆମ୍ଭକୁ ଦେଉନ୍ତୁ ।

ଗୁରୁ । ମନୁଷ୍ୟର ଶରୀରର ମଧ୍ୟରେ ମୁଖ ପ୍ରଧାନ ଅଙ୍ଗ ହୋଇଅଛି ପୁଣି ତହିଁରେ ପରମେଶ୍ୱରଙ୍କ କି ଆଶ୍ଚର୍ଯ୍ୟ ଗୁଣ ପ୍ରକାଶ । ଦେଖ, ସମସ୍ତଙ୍କର ମୁଖର ଅଙ୍ଗ ପ୍ରତ୍ୟଙ୍ଗ ସମାନ ହେଲେହେଁ ତା ମଧ୍ୟରେ ଏମନ୍ତ ପ୍ରଭେଦ ରଖିଛନ୍ତି ଯେ ଅନାୟାସରେ ଚିହ୍ନା