ଗୃହାନ୍ତରେ ଆପଣମାନଙ୍କର ସୂତ୍ରଯୋଗ କରନ୍ତି । ଭଲା ଅବଧାନ, ତାହା କି ପ୍ରକାରେ କରଇ ?
ଗୁରୁ । କେହି ୨ ଅନୁମାନ କରନ୍ତି ଯେ ବୁଢିଆଣୀ ଉଡିବାକୁ ପାରଇ ତହିଁରେ ସେ କର୍ମ ସମ୍ପୂର୍ଣ୍ଣ କରଇ । ପୁଣି କେହି ୨ ବୋଲନ୍ତି ବୁଢିଆଣୀ ପ୍ରଥମରେ ଏକ ବୃକ୍ଷର ଶାଖା ଡାଳର ଅଗରେ କିଅବା ଏକ ଗୃହର ଓଳିରେ ଆପଣା ସୂତ୍ରଯୋଗ କରଇ ପଛେ ମୁଖରୁ ଆହୁରି ଅଧିକ ସୂତ୍ର ବାହାର କରି ସେ ସୂତ୍ରରେ ଝୁଲୁଁ ୨ ଯେତେବେଳେ ସେହି ଦିଗରୁ ପବନ ବହଇ ସେ କାଳରେ ଉଡି ଆଉ ବୃକ୍ଷ କି ଗୃହରେ ଲାଗିଲେ ଅଠାରେ ବନ୍ଦ ହୋୟେ । ଏମନ୍ତ ହେଲେ ବୁଢିଆଣୀ ସେହି ସ୍ଥାନରେ ଥାୟେ ସେ ସୂତ୍ର ଟାଣି ଯେବେ ବନ୍ଦ ଦେଖଇ ତେବେ ପୁଲର ପରି ତାହାର ଉପର ଦେଇ ଗମନା ଗମନ କରନ୍ତି । ଆଉ କେବେ ୨ ଯବନ ବିନୁହିଁ ଏକ ବୃକ୍ଷରୁ ଆଉ ବୃକ୍ଷରେ ସୂତ୍ରର ଯୋଗ ଦେଖା ଯାଉଅଛି । ଏହିନିମନ୍ତେ କେହି ୨ ଅନୁମାନ କରନ୍ତି ବୁଢିଆଣୀ ପ୍ରଥମରେ ଏକ ବୃକ୍ଷ ଅଗରେ ସୂତ୍ର ବନ୍ଦ କରି ସେ ସୂତ୍ରଯୋଗରେ ବୃକ୍ଷର ମୂଳ ଦେଇ ତଳେ ଓହ୍ଲାୟେ । ପୁଣି ଆଉ ବୃକ୍ଷରୁ ଡାଳର ଅଗରେ ଉଠି ସେହି ସୂତ୍ର ବନ୍ଦ କରି ଟାଣ ଦେଇ ସମାନ କରନ୍ତି ।
ଶିଷ୍ୟ । ବୁଢିଆଣୀ କେତେ ପ୍ରକାର ଅଛି ?
ଗୁରୁ । ଏକ ଶ ତ୍ରିଂଶ ପ୍ରକାରେ ବୁଢିଆଣୀ ଅଛି ଏ ଦେଶରେ ପ୍ରାୟ ସମସ୍ତ ପ୍ରକାରଇ ଦେଖା ଯାଉଅଛି ।
ଶିଷ୍ୟ । ଏମାନଙ୍କର ପ୍ରକାର ଭେଦ କିଋପେ ଜଣା ଯାୟେ ?
ଗୁରୁ । ସେମାନଙ୍କର ଚକ୍ଷୁର ବିଶେଷରେ ବିଶେଷ ବୋଧ ହୁଅଇ ।
ଶିଷ୍ୟ । ମାକଡସାଗଣର କେତେ ଚକ୍ଷୁ ଅଛି ?
ଗୁରୁ । ପ୍ରାୟ ସମସ୍ତ ମାକଡସାରଇ ଆଠ ଚକ୍ଷୁ ଥାୟେ । ଆଉ