ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୫୩

କୌଣସି ୨ ମାକଡସା ଜାତିର ଶରୀରରେ ଚାରି ଭାଗରେ କୋଣାକୋଣି ଆଠ ଚକ୍ଷୁ ଥାୟେ । ପୁଣି କୌଣସି ୨ ଜାତିର ସମ୍ମୁଖ ଭାଗରେ ଅର୍ଦ୍ଧ ଚନ୍ଦ୍ରାକାରରେ ତିନି ୨ ଋପରେ ଚକ୍ଷୁ ଥାୟେ । ପୁଣି କୌଣସି ୨ ମାକଡସା ଜାତିର ସମ୍ମୁଖ ଭାଗରେ ସିଧା ଦୁଇ ରେଖାରେ ଚାରି ୨ କରି ଆଠ ଚକ୍ଷୁ ଥାୟେ ।

ଶିଷ୍ୟ । ଏହି ମାକଡସାଗଣ କି ଭୋଜନ କରଇ ?

ଗୁରୁ । ସେମାନେ କୀଟ ସମସ୍ତକୁ ଆକ୍ରମଣ କରି ଆଗେ ପରାସ୍ତ କରି ସେମାନଙ୍କୁ ଭକ୍ଷଣ କରନ୍ତି । ପୁଣି ସର୍ପର ନ୍ୟାୟ ବରସକୁବରସ କାତି ଛାଡନ୍ତି ଅର୍ଥାତ୍ ଏକାନ୍ତ ସ୍ଥାନରେ ସେମାନେ କୌଣସି ଏକ ଅବଲମ୍ବନ କରି ଝୁଲୁଁ ୨ ଖୋଳପାରୁ ବାହାର ହୁଅନ୍ତି । ପୁଣି ଏହି ମାକଡସାଗଣ ଏମନ୍ତ ପେଟୁକ ହେଲେହେଁ ଆଉ କୀଟମାନେ ସେମାନଙ୍କୁ ବଧ କରି ଭକ୍ଷଣ କରନ୍ତି । ଏନିମନ୍ତେ ଦେଖ, ଆଉ କୀଟଠାରୁ ତାଡିତ, ବିନାଶ, ଭକ୍ଷିତ ନୁହଇ ଏମନ୍ତ କୀଟଇ ଅପ୍ରସିଦ୍ଧ ।

କୃମି ବିଷୟ ।

ଗୁରୁ । ଅବଶେଷ ଜନ୍ତୁ ଅର୍ଥାତ୍ କୃମିର ବିଷୟ ଆମ୍ଭେମାନେ ଏବେ ବିବେଚନା କରି ।

ଶିଷ୍ୟ । କୃମି ଜାତିର କେତେ ବର୍ଗ ଅଛି ?

ଗୁରୁ । ସେମାନଙ୍କର ପାଞ୍ଚ ବର୍ଗ ।

ପ୍ରଥମ ବର୍ଗର ମଧ୍ୟରେ ଜିଆ, ଉଦରର କୃମି, ଇସ୍ଚ ଦି ଯେଉଂମାନଙ୍କର ରଜ୍ଜର ପରା ଶରୀର ।

ପୁଣି ଶାମୂକ ଆଦି ଯେଉଂମାନଙ୍କର ଶରୀର ଅନାବୃତି ଓ ବିଶେଷ ଅବୟବ‌ଯୁକ୍ତ ସେମାନେ ଦ୍ୱିତୀୟ ବର୍ଗର ମଧ୍ୟରେ ଗଣିତ ହୁଅନ୍ତି ।