ଭଜନ ମାଳା/ଚାଲ ସଖୀ ଆମ୍ଭେ ଦର୍ଶନ କରିବା
ଦେଖଣା
< ଭଜନ ମାଳା
ଚାଲ ସଖୀ ଆମ୍ଭେ ଦର୍ଶନ କରିବା ***********************
ଚାଲ ସଖୀ ଆମ୍ଭେ ଦର୍ଶନ କରିବା
ନୀଳଗିରି କାଳିଆକୁ
କେଉଁ ସୁରପତି ବେଶ କରିଅଛ
ଗିରିବର ତୋଳିଆକୁ
ସେ ଯେ ଶ୍ରୀମୁଖ ତୋରା
ଶିରେ ସୁନାସୁତା କେରା କେରା ||୧||
ଶ୍ୱେତ ପଦ୍ମ ଆଖି ଦେଖିଲେ ଗୋ ସଖୀ
ଚିତ୍ତ କି ବାହୁଡ଼ି ଆଉ
କର୍ଣ୍ଣରେ କୁଣ୍ଡଳ ଦିଶେ ଝଲମଲ
କଉସ୍ତୁଭ ଦାଉ ଦାଉ
ସେ ଯେ ହିଆ ବୃଷାନ
ମିଶାମିଶି ବରାନିଧି ଫଳ ||୨||
ଶଙ୍ଖ ଚକ୍ର ଗଦା ପଦ୍ମ ମହାପ୍ରଭୁ
ଧରିଛନ୍ତି ଆଣ୍ଟ କରି
ଦୁଃସହ ଦୁର୍ଗତି ଗ୍ରହ ପୀଡା ମାନେ
ଆଉ କି ପଶିବେ ଡରି
ସେ ଯେ ଦୟା ସାଗର
ତାଙ୍କ ପଦ୍ମ ପାଦେ ଲୟ କର ||୩||
ଶ୍ରୀ ପୁରୁଷୋତ୍ତମ ରହଣି କରିବା
ଖାଇବା ଛଡା ତୁଳସୀ
କହେ ସାଲବେଗ ସିଂହଦ୍ୱାରଠାରେ
ହୋଇଥିବା କ୍ଷେତ୍ରବାସୀ
ସେ ଯେ ଆରତ ତ୍ରାଣ
କାଳଗଜକୁ ସିଂହପ୍ରୟାଣ ଚାଲ ଚାଲ ପଶିବା ଶରଣ ||୪||