ଭଜନ ମାଳା/ଜଗବନ୍ଧୁ ହେ ଗୋସାଇଁ

ଉଇକିପାଠାଗାର‌ରୁ
                ଜଗବନ୍ଧୁ ହେ ଗୋସାଇଁ 
               *****************

ଜଗବନ୍ଧୁ ହେ ଗୋସାଇଁ

ତୁମ୍ଭ ଶ୍ରୀଚରଣ ବିନୁ ଆନ ଗତି ନାହିଁ |

ସାତଶ ପଞ୍ଚାଶ କୋଶ ଦିଗ ଦିଶୁନାହିଁ |

ମୋହ ଯିବା ଯାଏଁ ନନ୍ଦିଘୋଷେ ଥିବ ରହି ||୧||

ରଥ ଚାରିପାଖ ଲମ୍ବେ ମୁକୁତାର ଝରା |

ଝଲମଲ ଦିଶୁଥାଇ ପ୍ରଭୁ ଚକାଡୋଳା ||୨||

ବାଇଶି ପାବଚ୍ଛ ତଳେ ବିକାହୁଏ ଭାତ |

ଦର୍ଶନ ତେଣିକି ଥାଉ କୈବбଲ୍ୟ ମୁକତ ||୩||

ଆଗେ ଚଳେ ବଳଭଦ୍ର ମଧ୍ୟେ ଚାନ୍ଦ ମୁହିଁରେ |

ଆସୁଛି କାଳିଆ ପଛେ ଗହଳ ଲଗାଇରେ ||୪||

କହେ ସାଲବେଗ ହୀନ ଜାତିରେ ଯବନ

ଏହି ମତେ ଆଜ୍ଞା ହେବ ଶିରି ବୃନ୍ଦାବନ ହେ ||୫||