ପୃଷ୍ଠା:Akashare Luchakali.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆକାଶରେ ଲୁଚକାଳି
୨୩
 


ସୂର୍ଯ୍ୟର ବିପରୀତ ଦିଗରେ ପୃଥିବୀର ଛାଇ ବେଶ୍ ଦୂରକୁ ଲମ୍ବିଥାଏ । ଚନ୍ଦ୍ରର କକ୍ଷ‌ପଥ ପାଖରେ ଏହାର ପ୍ରଛାୟାର ବ୍ୟାସ ୯୦୦୦କି.ମି । ଏହାକୁ ଘେରି କରି ୧୬,୦୦୦ କି.ମି ବ୍ୟାସର ଅତି ଫିକା ଉପଛାୟା ରହିଥାଏ । ଚନ୍ଦ୍ର ପୃଥିବୀ ଚାରିପଟେ ବୁଲିଲା ବେଳେ କେବେ କେବେ ଏହି ଛାଇରେ ପଶେ । ପୃଥିବୀ ଯେବେ ସୂର୍ଯ୍ୟ ଓ ଚନ୍ଦ୍ରର ମଝିରେ ଏବଂ ଏକ ସମତଳରେ ରହେ, ତେବେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡେ ଓ ଚନ୍ଦ୍ରଗ୍ରହଣ ହୁଏ ।

ପୃଥିବୀର ଛାଇର ଦୁଇଟି ଅଂଶ ରହିଥାଏ : ଫିକା (ଉପଛାୟା) ଓ ଗାଢ (ପ୍ରଛାୟା) । ଉପଛାୟା ଭିତରେ ଚନ୍ଦ୍ରର ଉଜଳତା ବିଶେଷ କମେନାହିଁ । ତେଣୁ ଏହା ଖାଲି ଆଖିକୁ ଜଣାଯାଏନାହିଁ ଓ ଏହାକୁ ଗ୍ରହଣ ଭାବରେ ଗଣାଯାଏନାହିଁ । ପ୍ରଛାୟା ଭିତରେ ଚନ୍ଦ୍ରର କିଛି ଅଂଶ ରହିଲେ ତାହାକୁ ଖଣ୍ଡଗ୍ରାସ ବା ଆଂଶିକ ଗ୍ରହଣ କୁହାଯାଏ । ପ୍ରଛାୟା ଭିତରେ ଚନ୍ଦ୍ର ପୂରା ଲୁଚିଗଲେ ପୂର୍ଣ୍ଣଗ୍ରହଣ ହୁଏ ।

[[ଫାଇଲ:|401px|page=25]]

ଗ୍ରହଣର ଗତିବିଧି

  1. ପୂରା ଆଲୁଅରେ ଚନ୍ଦ୍ର
  2. ପୃଥିବୀର ଉପଛାୟାରେ ଚନ୍ଦ୍ର, ଦୀପ୍ତି ପ୍ରାୟ କମେନାହିଁ, ଗ୍ରହଣ ଧରାଯାଏନାହିଁ ।
  3. ପ୍ରଛାୟାରେ ଚନ୍ଦ୍ରର କିଛି ଅଂଶ, ଖଣ୍ଡ ଗ୍ରାସ (ପୂର୍ବ ଆଡୁ ଛାଇ ମାଡି ମାଡି ଆସୁଛି) ।
  4. ପ୍ରଛାୟାରେ ପୂରା ଚନ୍ଦ୍ର, ପୂର୍ଣ୍ଣ ଗ୍ରାସ
  5. ପ୍ରଛାୟାରେ ଚନ୍ଦ୍ରର କିଛି ଅଂଶ
  6. ଗ୍ରହଣ ଶେଷ