ହରିଚରଣଶରଣ ଜୟଦେବକବିଭାରତୀ
ବସତୁ ହୃଦ ଯୁବତିରିବ କୋମଳକଳାବତୀ ।୧୧।
ତତ୍କିଂ କାମପି କାମନୀମଭିସୃତଃ କିଂବା କଳାକେଳିଭିର୍ଚ୍ଚଦ୍ଧୋ
ବନ୍ଧଦ୍ଭିରନ୍ଧ କାରିଣି ବନାଭ୍ୟର୍ଣ୍ଣ କିମୁଦ୍ଭ୍ରମ୍ୟତି ।
କାନ୍ତଃ କ୍ଳାନ୍ତମନା ମନାଗପି ପଥି ପ୍ରସ୍ଥାତୁମେବାକ୍ଷମଃ ।
ସଙ୍କେତୀକୃତମଞ୍ଜୁବଞ୍ଜୁଳତାକୁଞ୍ଜେପି ଯନ୍ମାଗତଃ ।୧୧।
ଅଥାଗତାଂ ମାଧବମନ୍ତରେଣ ସଖୀ ମିୟଂ ବୀକ୍ଷ୍ୟ ବିଷାଦମୂର୍କା
ବିଶଙ୍କମାନା ରମିତଂ କୟାପି ଜନାର୍ଦ୍ଦନଂ ଦୃଷ୍ଟବଦେତଦାହ ।୧୨।
ବସନ୍ତରାଗ ଯତିତାଳାଭ୍ୟାଂ ଗୀୟତେ
ସ୍ମରସମରୋଚିତବିରଚିତବେଶା
ଗଳିତକୁସୁମଦରବିଲୁଳିତକେଶା ।
କାପି ମଧୁରିପୁଣା, ବିଳସତି ଯୁବତିରଧିକଗୁଣ ।୧୩। ଧ୍ରୁବଂ ।
ବିରହ ଅତି ଦୁଃଖ ଦେଖି ମନେ ବିଷାଦ ଅଛଇ ପୂରି ସେ ଚତୁରୀ । ଆସି ମିଳିଲା ରାଧାର ପାଶ । ରାଧା ଦେଖିଲା ଦୂତୀ ବିରସ । ମନେ ବିଚାରିଲା ମାଧବ ନଇଲେ ଆନ ଯୁବତୀ କଲା ବିଳାସ ସେ । ଶ୍ରୀହରି ।୧୯। କୃଷ୍ଣକ୍ରୀଡ଼ା ଦେଖିଲାର ପ୍ରାୟେ । ସଖୀ ଅଗ୍ରତେ ବଚନ କହେ । ଯେବଣ ଯୁବତୀ ରମିଲା ଶ୍ରୀପତି ତାର ଗୁଣ ଅବଶେଷ ନୋହେ ଗୋ । ସଜନି ।୨୦। ସେ ଯେ ମଦନ ସମରେ ବାମା । ତାର ବେଶ ତ ଆନ ଉପମା । ରତିରସରେ ସେ ମୁକୁଳକବରୀ ଖସି ପଡ଼ୁଛି କୁସୁମସୀମା ଗୋ । ସଜନି ।୨୧। ହରି ଆଲିଙ୍ଗନେ ମତି ତାର । ହୋଇ ଅଛଇ ଚିତ୍ତବିକାର । କୁଚକଲଶର ଉପରେ ଶୋଭିତ ତଳେ ତରଳ ମୁକୁତାର ଗୋ । ସଜନି ।୨୨। ତାର ଚଳନ୍ତେ ଅଳକାପନ୍ତି । ମୁଖ ଲାବଣ୍ୟ ଚନ୍ଦ୍ରମାକାନ୍ତି । ଅଧରପାନ କରନ୍ତେ ଶ୍ରୀପତି ଅତି ସ୍ଥକିତ ବଦନଜ୍ୟୋତି ଗୋ । ସଜନି ।୨୩। ବିପରିତରତିରଙ୍ଗକାଳେ । ଲୁଳେ କୁଣ୍ତଳ ଗଣ୍ତଯୁଗଳେ । କଟିମେଖଳା କିଙ୍କିଣି ଧ୍ୱନି କରେ ଯହୁଁ ଜଘନପତି