ଆଦ୍ୟକାଣ୍ଡ |
ରାଗ—ଦେଶାକ୍ଷ
ଏକଦିନେ ସଭା କରି ଦଶରଥ ଦଣ୍ଡଧାରୀ ବିଜେ କରିଅଛନ୍ତି ଆସ୍ଥାନେ
ବଶିଷ୍ଠ ଜାବାଳି ବାମଦେବ ସୁମନ୍ତ୍ର ସହିତେ ସଭା ଶୋଭା ଦଶନ୍ତି ଏମାନେ ହେ।
ଗାଧିସୁତ । ଏହି ସମୟେ ପ୍ରବେଶ ହେଲେ ।
ଦେଖିଣ ରାଜନ ହୃଷ୍ଟ ମାନ୍ୟକର ମୁନି ଶ୍ରେଷ୍ଠେ ବସିବାକୁ ଦିବ୍ୟାସନ ଦେଲେ [୧]ସେ ।।
ବଶ୍ୱାମିତ୍ର [୨]ତପୋଧନ ଅଯୋଧ୍ୟା ପୁର ରାଜନ ବହୁ ବିଧିରେ କଲେକ ପୂଜା ।
ଏ ମୋହର ବେନି ନେତ୍ର ଆଜ ହୋଇଲା ପବିତ୍ର କୃତାଞ୍ଜଳି ହୋଇ କହି ରାଜା ହେ ।
ମୁନିବର । କି କାରଣେ କଲେ ଆଗମନ ।
ଏ ମୋର ପାତକୀ କାୟ[୩] ମୋଠାରେ ଏଡ଼େ ସଦୟ[୪] ପବିତ୍ର ହୋଇଲା ମୋ ଭୁବନ ହେ ।
ବୋଲନ୍ତି ସେ ଯୋଗୀଶ୍ୱର[୫] ଶୁଣ ଆହେ ନୃପବର
ସିଦ୍ଧବନେ ସର୍ବ ମୁନିମାନ ।
ଆରମ୍ଭ କରନ୍ତେ ଯାଗ [୬] ଅସୁରେ କରନ୍ତି ଭଙ୍ଗ[୭]
ଭାଙ୍ଗିଲେ ସେ ଆମ୍ଭ ଯଜ୍ଞ ସ୍ଥାନ, ହେ ନୃପବର
ରାମ ଲକ୍ଷ୍ମଣକୁ ମୋତେ ଦେବ[୮] ହେ ।
ମାରିବେ ଅସୁର କୁଳ ଶୁଣ ହେ ନୃପ ଶାର୍ଦ୍ଦୂଳ ।
କ୍ଷିତିରେ ବହୁ ଯଶ ପାଇବ [୯]ହେ ।
ଏମନ୍ତ ଶୁଣି ରାଜନ ମଣିଲେ[୧୦] ବ୍ରଜ ପତନ ।
ବିକଳ ହୋଇଲା ତାଙ୍କ ମନ [୧୧]
ଦଶ ଦିଗରୁ [୧୨] ଅନାଇ ଖର ନିଃଶ୍ୱାସ ପକାଇ
ବେଳୁଁ ବେଳେ [୧୩] ହୋଇଲେ ଅଜ୍ଞାନ, ସେ ନୃପବର
ମୋହ ତେଜି ମହୀରୁ ଉଠିଲେ[୧୪] ।
ଭୟରେ ହୋଇ କାତର ନୟନୁ ବହଇ ନୀର
ବଶିଷ୍ଠଙ୍କ ମୁଖକୁ ଚାହିଁଲେ [୧୫] ସେ ।।