ଶ୍ରୀ ଜଗନ୍ନାଥ/ଦୁଇପଦ କଥା

ଉଇକିପାଠାଗାର‌ରୁ
ଶ୍ରୀ ଜଗନ୍ନାଥ ଲେଖକ/କବି: ମହୀ ମୋହନ ତ୍ରିପାଠୀ
ଦୁଇପଦ କଥା

ଦୁଇପଦ

ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ର ଆମ ଓଡ଼ିଆ ଜାତିର ଏକମାତ୍ର ପରିଚୟ କହିଲେ ଅଚ୍ୟୁକ୍ତି ହେବ ନାହିଁ । ବିଦେଶରେ ଏବଂ ଓଡ଼ିଶା ବାହାରେ ଥିବାବେଳେ ମୁଁ ଲକ୍ଷ୍ୟ କରିଛି, 'ଓଡିଶାରୁ ଆସିଛି' ବୋଲି କହିଲେ ପ୍ରାୟ କେହି ଆମ ଓଡ଼ିଶାକୁ ହଠାତ୍ ଠାବ କରିପାରନ୍ତି ନାହିଁ । ତେବେ ଜଗନ୍ନାଥଦେଶରୁ ଆସିଛି କହିଲେ ଜାତି, ଧର୍ମ ନିର୍ବିଶେଷରେ ସମସ୍ତେ ଚିହ୍ନି ପାରନ୍ତି ଏବଂ ସମ୍ମାନ ଜଣାନ୍ତି । ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଆମ ଜାତି ଆଜି ବିଶ୍ୱ ଦରବାରରେ ଯେତିକି ପରିଚିତ, ଆମ ଉତ୍ତର ପିଢ଼ି ଶ୍ରୀଜଗନ୍ନାଥଙ୍କ ସଂପର୍କରେ ସେତିକି ଅଜ୍ଞ ।

ଶ୍ରୀ ମହୀମୋହନ ତ୍ରିପାଠୀ ଦୀର୍ଘକାଳ ଧରି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ସଂପୃକ୍ତ ଥିଲେ । ବହୁ ଶ୍ରମ ଓ ଗବେଷଣା କରି ସେ ଏହି ‘ଶ୍ରୀଜଗନ୍ନାଥ' ପୁସ୍ତକ ପ୍ରସ୍ତୁତ କରିଛନ୍ତି । ଏହା ଏକ ପ୍ରାମାଣିକ ଓ ତଥ୍ୟପୂର୍ଣ୍ଣ ଗ୍ରନ୍ଥ । ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅଧିକରୁ ଅଧିକ ଜାଣିବାକୁ ଚାହୁଁଥିବା ପାଠକ ପାଠିକାଙ୍କ ପାଇଁ ଏହା ଅତ୍ୟନ୍ତ ଉପାଦେୟ ହେବ ବୋଲି ମୋର ବିଶ୍ୱାସ ।

'ଆମ ଓଡ଼ିଶା’ ତରଫରୁ ୨୦୧୨ ମସିହା ପବିତ୍ର ଦେବସ୍ନାନପୂର୍ଣ୍ଣମୀରେ ଏହି ପୁସ୍ତକ ପ୍ରକାଶ ପାଇଥିଲା । ଆଜି ଏହାର ତୃତୀୟ ପରିମାର୍ଜିତ ଓ ପରିବଦ୍ଧିତ ସଂସ୍କରଣ ପ୍ରକାଶପାଉଥିବାରୁ ମୁଁ ବ୍ୟକ୍ତିଗତ ଭାବେ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବିତ । ଆମ ପାଠକ ପାଠିକାଙ୍କ ନିକଟରେ ଏହି ନୂଆ ସଂସ୍କରଣ ଆଦୃତ ହେବ ବୋଲି ମୁଁ ଆଶା କରୁଛି ।

ସୌମ୍ୟରଂଜନ ପଟ୍ଟନାୟକ