ଓଡ଼ିଶା ରାଜନୀତିର ଇତିହାସ/ପଞ୍ଚମ ବିଧାନସଭା ଓ ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳ
←ଚତୁର୍ଥ ସାଧାରଣ ନିର୍ବାଚନ ଓ ସ୍ୱତନ୍ତ୍ର ଜନକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳ | ଓଡ଼ିଶା ରାଜନୀତିର ଇତିହାସ (୨୦୧୩) ଲେଖକ/କବି: ପଞ୍ଚମ ବିଧାନ ସଭା ଓ ମିଳିତ ସାମ୍ମୁଖ୍ୟ ମନ୍ତ୍ରିମଣ୍ଡଳ |
ମୁଖ୍ୟମନ୍ତ୍ରୀ ଆସନରେ ନନ୍ଦିନୀ ଦେବୀ ଓ ୧୯୭୪ର ମଧ୍ୟବର୍ତ୍ତୀ ନିର୍ବାଚନ→ |
ପୂର୍ବର ସ୍ୱତନ୍ତ୍ର-ଜନକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳ ୧୯୭୧ ମସିହା ଜାନୁଆରି ୫ତାରିଖରେ ଭାଙ୍ଗିଗଲା । ଜାନୁଆରି ୯ତାରିଖଠାରୁ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି ହେଲା । ଭାରତୀୟ ଜାତୀୟ କଂଗ୍ରେସ- ଶାସକ କଂଗ୍ରେସ ଓ ସଂଗଠନ କଂଗ୍ରେସ ଭାବରେ ଦୁଇଦଳରେ ବିଭକ୍ତ ହୋଇଗଲା । ଓଡିଶାର ପ୍ରଥମ ଆଞ୍ଚଳିକ ଦଳ ଜନକଂଗ୍ରେସ ମଧ୍ୟ ଭାଙ୍ଗିଗଲା । ଡକ୍ଟର ମହତାବ ୧୦ଜଣ ବିଧାୟକଙ୍କୁ ସାଙ୍ଗରେ ଧରି ଶାସକ କଂଗ୍ରେସ ଦଳରେ ଯୋଗଦେଲେ । ସେହିପରି ବିଜୁ ପଟ୍ଟନାୟକ ତାଙ୍କ ସମର୍ଥକଙ୍କ ମଧ୍ୟରୁ କେତେକଙ୍କୁ ଧରି କଂଗ୍ରେସରୁ ବାହାରି ଆସି 'ଉତ୍କଳ କଂଗ୍ରେସ' ନାମରେ ଏକ ନୂଆ ଦଳ ଗଢ଼ିଲେ ।
ନିୟମ ଅନୁସାରେ ପଞ୍ଚମ ସାଧାରଣ ନିର୍ବାଚନ ୧୯୭୨ ମସିହାରେ ହେବା କଥା- ଯେହେତୁ ଚତୁର୍ଥ ସାଧାରଣ ନିର୍ବାଚନ ୧୯୬୭ରେ ହୋଇଥିଲା । କିନ୍ତୁ କଂଗ୍ରେସ ବିଭାଜନ ପରେ ଲୋକସଭାରେ ଜାତୀୟ କଂଗ୍ରେସ ସଂଖ୍ୟା ନ୍ୟୂନ ହୋଇଥିବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ୧୯୭୧ ମସିହାରେ ଲୋକସଭାପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ନିମନ୍ତେ ନିଷ୍ପତ୍ତି ଗ୍ରହଣ କଲେ । ସେହିପରି ପାଞ୍ଚବର୍ଷ ନପୂରୁଣୁ ଓଡ଼ିଶାରେ ସ୍ୱତନ୍ତ୍ର-ଜନକଂଗ୍ରେସ ମିଳିତ ମନ୍ତ୍ରିମଣ୍ଡଳ ଭାଙ୍ଗିଯାଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବାରୁ ଓଡ଼ିଶା ବିଧାନସଭା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରାଗଲା । ସେହି ଅନୁସାରେ ଓଡ଼ିଶା ବିଧାନସଭାର ୧୪୦ଟି ଆସନ ଓ ୨୦ଟି ଲୋକସଭା ଆସନ ନିମନ୍ତେ ୧୯୭୧ ମସିହା ମାର୍ଚ୍ଚ ୫ତାରିଖରେ ଭୋଟ ଗ୍ରହଣ କରାଗଲା ।
ଏହି ନିର୍ବାଚନରେ ଓଡିଶା ବିଧାନସଭା ପାଇଁ ମୋଟ ୮୩୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ସେମାନଙ୍କ ମଧ୍ୟରେ ଭାରତୀୟ ଜାତୀୟକଂଗ୍ରେସ (ଜଗଜ୍ଜୀବନ ରାମ) ୧୩୯, କଂଗ୍ରେସ (ନିଜ ଲିଙ୍ଗପା)-୫୦, ଉତ୍କଳ କଂଗ୍ରେସ-୧୩୭, ସ୍ୱତନ୍ତ୍ରଦଳ-୧୧୫, ପ୍ରଜା ସମାଜବାଦୀ ଦଳ-୪୯, ଭାରତୀୟ ଜନସଂଘ- ୨୧, ଝାଡଖଣ୍ଡ ଦଳ-୨୬, ଫରୱାର୍ଡ ବ୍ଲକ-୪, ଜନକଂଗ୍ରେସ-୬୬, ଓ ସ୍ୱାଧୀନ-୧୮୭ ।
ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ କଂଗ୍ରେସ (ଜଗଜ୍ଜୀବନ)-୫୧, କଂଗ୍ରେସ (ନିଜଲିଙ୍ଗପା)-୧, ସ୍ୱତନ୍ତ୍ର ପାର୍ଟି-୩୬, ଉତ୍କଳ କଂଗ୍ରେସ-୩୩, ପ୍ରଜା ସମାଜବାଦୀ ଦଳ-୪, ଭାରତୀୟ କମ୍ୟୁନିଷ୍ଟ ଦଳ-୨, ମାର୍କ୍ସବାଦୀ କମ୍ୟୁନିଷ୍ଟ ଦଳ-୨, ଜନକଂଗ୍ରେସ-୧, ଝାଡଖଣ୍ଡ-୪, ଓ ସ୍ୱାଧୀନ ପ୍ରାର୍ଥୀମାନେ-୪ ଗୋଟି ଆସନ ଲାଭ କରିଥିଲେ । ଏହି ନିର୍ବାଚିତ ସଦସ୍ୟମାନେ ୧୯୭୧ ମସିହା ଏପ୍ରିଲ-୯ ଓ ୧୦ ତାରିଖରେ ଶପଥ ଗ୍ରହଣ କରିଥିଲେ ।
ବିଶେଷ ଘଟଣା:
ଏହି ନିର୍ବାଚନରେ ୯ ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଜଣେ ହେଲେ ନିର୍ବାଚିତ ହୋଇପାରିଲେ ନାହିଁ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉତ୍କଳ-କଂଗ୍ରେସର ପ୍ରାଣପ୍ରତିଷ୍ଠାତା ବିଜୁ ପଟ୍ଟନାୟକ ଭଂଜନଗର, ଖୋର୍ଦ୍ଧା, ଭୁବନେଶ୍ୱର, ଚୌଦ୍ବାର ଓ ଭଂଜନଗର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି କୌଣସି ଗୋଟିଏ ସ୍ଥାନରୁ ବି ବିଜୟୀ ହୋଇପାରିଲେ ନାହିଁ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ର କଟକ ବିଧାନସଭା ଓ କଟକ ଲୋକସଭା ଆସନରୁ ଉତ୍କଳକଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢି ଦୁଇଟି ଯାକ ଆସନରୁ ପରାଜିତ ହେଲେ । ପୂର୍ବ ନିର୍ବାଚନରେ 'ନିର୍ବାଚନ ବୀର' ଆଖ୍ୟା ଲାଭ କରିଥିବା ତଥା ଜନକଂଗ୍ରେସ ଦଳର ପ୍ରାଣପ୍ରତିଷ୍ଠାତା ପବିତ୍ର ମୋହନ ପ୍ରଧାନ ନିର୍ବାଚନରେ ହାରିଗଲେ । ତାଙ୍କ ଦଳ ୬୬ ଆସନରେ ପ୍ରାର୍ଥୀ ଠିଆ କରାଇଥିଲେ ମଧ୍ୟ ମାତ୍ର ଗୋଟିଏ ଆସନରେ ଜୟଯୁକ୍ତ ହେଲେ । ଭାରତୀୟ ଜାତୀୟ କଂଗ୍ରେସ (ଜଗଜ୍ଜୀବନ ରାମ) ଦଳ ତରଫରୁ ଡକ୍ଟର ହରେକୃଷ୍ଣ ମହତାବ ଭଦ୍ରକ ଓ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୁ ଜୟଲାଭ କରି ଭଦ୍ରକ ଆସନଟି ଛାଡି ଦେଲେ । ଉତ୍କଳ କଂଗ୍ରେସ ପ୍ରାର୍ଥୀ ପ୍ରହ୍ଲାଦ ମଲ୍ଲିକ ରାଜନଗର ଓ ପଟ୍ଟାମୁଣ୍ଡାଇ ଆସନରୁ ନିର୍ବାଚନ ଜିଣି ରାଜନଗର ଆସନଟିକୁ ଛାଡିଦେଲେ । କଂଗ୍ରେସ (ଜ) ପ୍ରାର୍ଥୀ ଶ୍ୟାମସୁନ୍ଦର ମହାପାତ୍ର ବାଲେଶ୍ୱର ଲୋକସଭା ଆସନ ଓ ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଜିଣି ରାଉରକେଲା ବିଧାନସଭା ଆସନଟିକୁ ଛାଡିଦେଲେ । ସେହିପରି ସ୍ୱତନ୍ତ୍ରଦଳର ବୀର କିଶୋର ଦେଓ ରାଜ୍ୟସଭା ସଦସ୍ୟ ଥାଇ କଳାହାଣ୍ଡି ଜିଲ୍ଲାର କୋଲସରା ବିଧାନସଭା ଆସନରୁ ନିର୍ବାଚନ ଜିତି ଥିଲେ । ସେ ରାଜ୍ୟସଭା ସଭ୍ଯ ପଦକୁ ରଖି ଲୋକସଭା ଓ ବିଧାନସଭା ଆସନକୁ ଛାଡିଦେଲେ । ଭଦ୍ରକ, ରାଜନଗର, ରାଉରକେଲା ଓ
କୋକସରା ବିଧାନସଭା ଆସନ ଖାଲିପଡ଼ିଲା । ଏ ସବୁର ଉପନିର୍ବାଚନ ବିଷୟରେ ପରେ ଆଲୋଚନା ହେବ । ୧୯୫୨ ମସିହାରୁ କଟକ ସହର ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସୁଥିବା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ୍ ମିତ୍ର ଉତ୍କଳ-କଂଗ୍ରେସ ପ୍ରାର୍ଥୀ ଭାବରେ କଟକ ସହର ବିଧାନସଭା ଓ କଟକ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଭାରତୀୟ ଜାତୀୟ କଂଗ୍ରେସ(ଜ) ଦଳର କଟକ ବିଧାନସଭା ଆସନର ପ୍ରାର୍ଥୀ ଭୈରବ ଚନ୍ଦ୍ର ମହାନ୍ତି ଓ ସେହି ଦଳର ନବାଗତ ଲୋକସଭା ପ୍ରାର୍ଥୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କଠାରୁ ବିପୁଳ ଭୋଟରେ ପରାଜିତ ହେଲେ ।
ଜାନକୀଙ୍କ ସଫଳତା, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ :
ପ୍ରଥମ କରି ୧୯୭୧ ମସିହା ଲୋକସଭା ନିର୍ବାଚନରେ କଟକ ଲୋକସଭା ଆସନରୁ ଭାରତୀୟ ଜାତୀୟ କଂଗ୍ରେସ (ଜଗଜ୍ଜୀବନ) ଦଳର ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରି ବିପୁଳ ଭୋଟରେ ଜାନକୀ ବଲ୍ଲଭ ପଟ୍ଟନାୟକ ବିଜୟ ଲାଭ କଲେ । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କଂଗ୍ରେସ ପ୍ରାର୍ଥୀ ବୀରେନ୍ ମିତ୍ର ୬୪, ୬୧୫ ଭୋଟ ପାଇଥିବା ସ୍ଥଳେ ଜାନକୀ ବାବୁ ୧,୫୪,୭୦୭ ଭୋଟ ପାଇଥିଲେ । ଓଡ଼ିଶାରେ ଲୋକସଭା ଆସନ ଗୁଡ଼ିକରେ ବିଜୟ ଲାଭ କରିିବା ପ୍ରାର୍ଥୀମାନଙ୍କ ଭିତରେ ସେ ସର୍ବାଧିକ ଭୋଟ ପାଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଦେଶରକ୍ଷା ବିଭାଗର ଉପମନ୍ତ୍ରୀ ଭାବରେ ୧୯୭୩ ମସିହାରୁ ୧୯୭୫ଯାଏ ଅଧିଷ୍ଠିତ ହେଲେ ।
ପଞ୍ଚମ ଲୋକସଭାକୁ ନିର୍ବାଚିତ ସଦସ୍ୟ (୧୯୭୧):
ମୟୂରଭଞ୍ଜ | ମନମୋହନ ଟୁଡୁ | କଂଗ୍ରେସ |
ବାଲେଶ୍ୱର | ଶ୍ୟାମସୁନ୍ଦର ମହାପାତ୍ର | କଂଗ୍ରେସ |
ଭଦ୍ରକ | ଅର୍ଜୁନ ଚରଣ ସେଠି | କଂଗ୍ରେସ |
ଯାଜପୁର | ଅନାଦି ଚରଣ ଦାସ | କଂଗ୍ରେସ |
କେନ୍ଦ୍ରାପଡ଼ା | ସୁରେନ୍ଦ୍ର ମହାନ୍ତି | ଉତ୍କଳ କଂଗ୍ରେସ |
କଟକ | ଜନକୀ ବଲ୍ଲଭ ପଟ୍ଟନାୟକ | କଂଗ୍ରେସ |
ପୁରୀ | ବନମାଳୀ ପଟ୍ଟନାୟକ | କଂଗ୍ରେସ |
ଭୁବନେଶ୍ୱର | ଚିନ୍ତାମଣି ପାଣିଗ୍ରାହୀ | କଂଗ୍ରେସ |
ଭଞ୍ଜନଗର | ଦ୍ୟୁତିକୃଷ୍ଣ ପଣ୍ଡା | କମ୍ୟୁନିଷ୍ଟ |
ଛତ୍ରପୁର | ଆର୍. ଜଗନ୍ନାଥ ରାଓ | କଂଗ୍ରେସ |
କୋରାପୁଟ | ଭାଗୀରି ଗମାଙ୍ଗ | କଂଗ୍ରେସ |
ନବରଙ୍ଗପୁର | ଖଗପତି ପ୍ରଧାନୀ | କଂଗ୍ରେସ |
କଳାହାଣ୍ଡି | ପ୍ରତାପ କେଶରୀ ଦେଓ | ସ୍ୱତନ୍ତ୍ର |
ଫୁଲବାଣୀ | ବକ୍ସି ନାଏକ | ସ୍ୱତନ୍ତ୍ର |
ବଲାଙ୍ଗୀର | ରାଜରାଜ ସିଂହଦେଓ | ସ୍ୱତନ୍ତ୍ର |
ସମ୍ବଲପୁର | ବନମାଳୀ ବାବୁ | କଂଗ୍ରେସ |
ଅନୁଗୁଳ | ପ୍ରତାପଗଙ୍ଗ ବଡ କୁମାର | କଂଗ୍ରେସ |
ଢେଙ୍କାନାଳ | ଦେବେନ୍ଦ୍ର ଶତପଥୀ | କଂଗ୍ରେସ |
ସୁନ୍ଦରଗଡ | ଗଦାଧର ମାଝୀ | କଂଗ୍ରେସ |
କେନ୍ଦୁଝର | କୁମାର ମାଝି | କଂଗ୍ରେସ |
ପଞ୍ଚମ ବିଧାନସଭାକୁ ନିର୍ବାଚିତ ସଦସ୍ୟ (୧୯୭୧) :
କରଂଜିଆ | ପ୍ରଫୁଲ୍ଲ କୁମାର ଦାସ | ସ୍ୱତନ୍ତ୍ର |
ଯଶୀପୁର | ଲାଲ ମୋହନ ନାଏକ | କଂଗ୍ରେସ |
ରାଇରଙ୍ଗପୁର | ସିଦ୍ଧିଲାଲ ମୁର୍ମୁ | ଝାଡଖଣ୍ଡ |
ବାହଲଦା | ଶଶିଭୂଷଣ ମାରାଣ୍ଡି | ସ୍ୱାଧୀନ |
ବାଙ୍ଗିରିପୋଷି | ରାଧାମୋହନ ନାଏକ | ସ୍ୱତନ୍ତ୍ର |
ବାରିପଦା | ପ୍ରମୋଦ କୁମାର ଭଂଜଦେଓ | ସ୍ୱାଧୀନ |
ମୋରଡ଼ା | କୁଆଁରିଆ ମାଝି | ସ୍ୱତନ୍ତ୍ର |
ବୈସିଙ୍ଗା | ପ୍ରସନ୍ନ କୁମାର ଦାସ | ପ୍ରଜା ସମାଜବାଦୀ |
ଖୁଣ୍ଟା | ବୀରଭଦ୍ର ସିଂହ | ଉତ୍କଳ କଂଗ୍ରେସ |
ଉଦଳା | ମାନମୋହନ ଟୁଡୁ | କଂଗ୍ରେସ |
ଭୋଗରାଇ | କାର୍ତ୍ତିକେଶ୍ୱର ପାତ୍ର | କଂଗ୍ରେସ |
ଜଳେଶ୍ୱର | ପ୍ରସନ୍ନ କୁମାର ପାଳ | ପ୍ରଜା ସମାଜବାଦୀ |
ବସ୍ତା | ଚିନ୍ତାମଣି ଜେନା | ଉତ୍କଳ କଂଗ୍ରେସ |
ବାଲେଶ୍ୱର | ପ୍ରିୟନାଥ ନନ୍ଦୀ | କଂଗ୍ରେସ |
ନୀଳଗିରି | ବନମାଳୀ ଦାସ | କମ୍ୟୁନିଷ୍ଟ |
ସୋରୋ | ଯଦୁନାଥ ଦାସମହାପାତ୍ର | ଉତ୍କଳ କଂଗ୍ରେସ |
ସିମୁଳିଆ | ଚିନ୍ତାମଣି ଜେନା | କମ୍ୟୁନିଷ୍ଟ |
ଭଦ୍ରକ | ହରେକୃଷ୍ଣ ମହତାବ | କଂଗ୍ରେସ |
ପରେ ବଳରାମ ସାହୁ | ଉତ୍କଳ କଂଗ୍ରେସ | |
ଧାମନଗର | ବୃନ୍ଦାବନ ମଲ୍ଲିକ | ଉତ୍କଳ କଂଗ୍ରେସ |
ଚାନ୍ଦବାଲି | ଗଙ୍ଗାଧର ଦାସ | କଂଗ୍ରେସ |
ବାସୁଦେବପୁର | ନୀଳମଣି ରାଉତରାୟ | ଉତ୍କଳ କଂଗ୍ରେସ |
ସୁକିନ୍ଦା | ସନାତନ ଦେଓ | ଉତ୍କଳ କଂଗ୍ରେସ |
ଧର୍ମଶାଳା | ବାଙ୍କବିହାରୀ ଦାସ | ପ୍ରଜା ସମାଜବାଦୀ |
ବଡ଼ଚଣା | ମାନଗୋବିନ୍ଦ ସାମଲ | ଉତ୍କଳ କଂଗ୍ରେସ |
ବିଞ୍ଝାରପୁର | ପବିତ୍ର ମୋହନ ଜେନା | ଉତ୍କଳ କଂଗ୍ରେସ |
ପଶ୍ଚିମ ଯାଜପୁର | ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ | କଂଗ୍ରେସ |
ପୂର୍ବ ଯାଜପୁର | ଜଗନ୍ନାଥ ମଲ୍ଲିକ | ଉତ୍କଳ କଂଗ୍ରେସ |
ଆଳି | ଶରତ କୁମାର ଦେବ | ସ୍ୱତନ୍ତ୍ର |
ପଟ୍ଟାମୁଣ୍ଡାଇ | ପ୍ରହ୍ଲାଦ ମଲ୍ଲିକ | ଉତ୍କଳ କଂଗ୍ରେସ |
ରାଜନଗର | ପ୍ରହ୍ଲାଦ ମଲ୍ଲିକ | ଉତ୍କଳ କଂଗ୍ରେସ |
ପରେ ବିଜୁ ପଟ୍ଟନାୟକ | ଉତ୍କଳ କଂଗ୍ରେସ | |
କେନ୍ଦ୍ରାପଡ଼ା | ଭାଗବତ ପ୍ରସାଦ ମହାନ୍ତି | ପ୍ରଜା ସମାଜବାଦୀ |
ପାଟକୁରା | ରାଜକିଶୋର ନାୟକ | ଉତ୍କଳ କଂଗ୍ରେସ |
ତିର୍ତ୍ତୋଲ | ପ୍ରତାପଚନ୍ଦ୍ର ମହାନ୍ତି | ଉତ୍କଳ କଂଗ୍ରେସ |
ଏରସମା | ନାରାୟଣ ବୀରବର ସାମନ୍ତ | ଉତ୍କଳ କଂଗ୍ରେସ |
ବାଲିକୁଦା | ବାସୁଦେବ ମହାପାତ୍ର | କଂଗ୍ରେସ |
ଜଗତସିଂହପୁର | ଲକ୍ଷ୍ମଣ ମଲ୍ଲିକ | କଂଗ୍ରେସ |
ଗୋବିନ୍ଦପୁର | ତ୍ରିଲୋଚନ କାନୁନ୍ଗୋ | କଂଗ୍ରେସ |
ସାଲେପୁର | ବଟକୃଷ୍ଣ ଜେନା | ଉତ୍କଳ କଂଗ୍ରେସ |
ମାହାଙ୍ଗା | ଶରତ କୁମାର କର | ଉତ୍କଳ କଂଗ୍ରେସ |
ଚୌଦ୍ୱାର | କାହ୍ନୁ ଚରଣ ଲେଙ୍କା | କଂଗ୍ରେସ |
କଟକ ନଗର | ଭୈରବ ଚନ୍ଦ୍ର ମହାନ୍ତି | କଂଗ୍ରେସ |
କଟକ ସଦର | ସୁର ସେଠି | କଂଗ୍ରେସ |
ବାଙ୍କୀ | ଗୋକୁଳାନନ୍ଦ ପ୍ରହରାଜ | ଉତ୍କଳ କଂଗ୍ରେସ |
ଆଠଗଡ଼ | ରାଧାନାଥ ରଥ | ସ୍ୱାଧୀନ |
ବଡ଼ମ୍ବା | ତ୍ରିଲୋଚନ ମାନସିଂହ ହରିଚନ୍ଦନ | ସ୍ୱତନ୍ତ୍ର |
ଭୁବନେଶ୍ୱର | ହରେକୃଷ୍ଣ ମହତାବ | କଂଗ୍ରେସ |
ବାଲିପାଟଣା | ବସନ୍ତ ବେହେରା | କଂଗ୍ରେସ |
ପିପିଲି | ଅଭିମନ୍ୟୁ ରଣସିଂହ | କଂଗ୍ରେସ |
ନିମାପଡ଼ା | ଗୋବିନ୍ଦ ଚନ୍ଦ୍ର ସେଠି | ଉତ୍କଳ କଂଗ୍ରେସ |
କାକଟପୁର | ସୁରେନ୍ଦ୍ର ନାଥ ନାୟକ | ଉତ୍କଳ କଂଗ୍ରେସ |
ସତ୍ୟବାଦୀ | ଚନ୍ଦ୍ର ମାଧବ ମିଶ୍ର | ସ୍ୱାଧୀନ |
ପୁରୀ | ବ୍ରଜମୋହନ ମହାନ୍ତି | କଂଗ୍ରେସ |
ବ୍ରହ୍ମଗିରି | ଗୋପବନ୍ଧୁ ପାତ୍ର | କଂଗ୍ରେସ |
ବାଣପୁର | ରାମଚନ୍ଦ୍ର ପ୍ରହରାଜ | ସ୍ୱତନ୍ତ୍ର |
ଖୋର୍ଦ୍ଧା | ବେଣୁଧର ବଳିୟାର ସିଂହ | କଂଗ୍ରେସ |
ବେଗୁନିଆ | ଗଙ୍ଗାଧର ପାଇକରାୟ | କମ୍ୟୁନିଷ୍ଟ |
ଖଣ୍ଡପଡ଼ା | ବଂଶୀଧର ପଟ୍ଟନାୟକ | ସ୍ୱାଧୀନ |
ଦଶପଲ୍ଲା | ସାହେବ ନାଏକ | କଂଗ୍ରେସ |
ନୟାଗଡ଼ | ଅଚ୍ୟୁତାନନ୍ଦ ମହାନ୍ତି | ଉତ୍କଳ କଂଗ୍ରେସ |
ରଣପୁର | ରମେଶ ଚନ୍ଦ୍ର ପଣ୍ଡା | କମ୍ୟୁନିଷ୍ଟ |
ଜଗନ୍ନାଥପ୍ରସାଦ | ଶ୍ରୀବତ୍ସ ନାଏକ | କଂଗ୍ରେସ |
ଭଂଜନଗର | ସୋମନାଥ ରଥ | କଂଗ୍ରେସ |
ସୋରଡ଼ା | ଅନନ୍ତ ନାରାୟଣ ସିଂହଦେଓ | ସ୍ୱତନ୍ତ୍ର |
ଆସ୍କା | କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ | ଉତ୍କଳ କଂଗ୍ରେସ |
କବିସୂର୍ଯ୍ୟନଗର | ସଦାନନ୍ଦ ମହାନ୍ତି | କମ୍ୟୁନିଷ୍ଟ |
କୋଦଳା | ରାମକୃଷ୍ଣ ପଟ୍ଟନାୟକ | ଉତ୍କଳ କଂଗ୍ରେସ |
ଖଲ୍ଲିକୋଟ | ତ୍ରିନାଥ ସାମନ୍ତରାୟ | ଉତ୍କଳ କଂଗ୍ରେସ |
ଛତ୍ରପୁର | ଲକ୍ଷ୍ମଣ ମହାପାତ୍ର | କମ୍ୟୁନିଷ୍ଟ |
ହିଞ୍ଜିଳି | ବୃନ୍ଦାବନ ନାୟକ | ଉତ୍କଳ କଂଗ୍ରେସ |
ଡୁରା | ମୋହନ ନାୟକ | କଂଗ୍ରେସ |
ବ୍ରହ୍ମପୁର | ବିନାୟକ ଆଚାର୍ଯ୍ୟ | କଂଗ୍ରେସ |
ଚିକିଟି | ସଚ୍ଚିଦାନନ୍ଦ ଦେଓ | କଂଗ୍ରେସ |
ମୋହନା | ଭୀମସେନ ମଣ୍ଡଳ | କଂଗ୍ରେସ |
ରାମଗିରି | ଗୋର୍ସାଙ୍ଗ ଶବର | କଂଗ୍ରେସ |
ପାରଳାଖେମୁଣ୍ଡି | ଲଚ୍ଛନ ନାଇଡୁ ଡରାମୁ | ସ୍ୱତନ୍ତ୍ର |
ଗୁଣପୁର | ଭାଗୀରଥି ଗମାଙ୍ଗ | କଂଗ୍ରେସ |
ବିଷମ କଟକ | ପ୍ରସକା ଶ୍ରୀପତି | ସ୍ୱତନ୍ତ୍ର |
ରାୟଗଡ଼ା | ହିମ୍ରିକା ରୁକୁନା | ସ୍ୱତନ୍ତ୍ର |
ନାରାୟଣ ପାଟଣା | ତାଡିଙ୍ଗ ଯୋଗୀ | କଂଗ୍ରେସ |
ନନ୍ଦପୁର | ଦିସାରୀ ସାନୁ | ଉତ୍କଳ କଂଗ୍ରେସ |
ମାଲକାନାଗିରି | ଗଙ୍ଗାଧର ମାଢ଼ୀ | କଂଗ୍ରେସ |
ଜୟପୁର | ପ୍ରତାପନାରାୟଣ ସିଂହଦେଓ | ସ୍ୱତନ୍ତ୍ର |
କୋଟପାଡ଼ | ଧନସାୟୀ ଋଣଧୀର | ସ୍ୱତନ୍ତ୍ର |
ନବରଙ୍ଗପୁର | ହବିବୁଲ୍ଲା ଖାଁ | ସ୍ୱତନ୍ତ୍ର |
କୋଡିଙ୍ଗା | ପୁରଣଚନ୍ଦର ମିରଗାନ୍ | ଉତ୍କଳ କଂଗ୍ରେସ |
ଡାବୁଗାଁ | ଡମ୍ବରୁ ମାଝି | ସ୍ୱତନ୍ତ୍ର |
ଉମରକୋଟ | ରବି ସିଂହ ମାଝି | ଉତ୍କଳ କଂଗ୍ରେସ |
ନୂଆପଡା | ଘାଷିରାମ ମାଝି | ସ୍ୱତନ୍ତ୍ର |
ଖଡିଆଳ | ଅନୁପ ସିଂହଦେଓ | (କଂ.ସଂ) |
ଧର୍ମଗଡ | ଲୋଚଣ ଧାଙ୍ଗଡା ମାଝି | ସ୍ୱତନ୍ତ୍ର |
ଲୋକସରା | ବୀରକିଶୋର ଦେବ | ସ୍ୱତନ୍ତ୍ର |
ପରେ ରଘୁନାଥ ପ୍ରହରାଜ | ସ୍ୱତନ୍ତ୍ର | |
ଜୁନାଗଡ଼ | ତ୍ରିନାଥ ସରାବ | ସ୍ୱତନ୍ତ୍ର |
ଭବାନୀପାଟଣା | ଦୟାନିଧି ନାଏକ | ସ୍ୱତନ୍ତ୍ର |
ନର୍ଲ୍ଲା | ଧନେଶ୍ୱର ମାଝି | ସ୍ୱତନ୍ତ୍ର |
କେଶିଙ୍ଗା | ଭଗବାନ ଭୋଇ | ସ୍ୱତନ୍ତ୍ର |
ଉଦୟଗିରି | ଗୋପାଳ ପ୍ରଧାନ | ସ୍ୱତନ୍ତ୍ର |
ବାଲିଗୁଡ଼ା | ନରେଶ ପ୍ରଧାନ | ସ୍ୱତନ୍ତ୍ର |
ଫୁଲବାଣୀ | ଭାଗନ୍ନାଥ ଜାନୀ | କଂଗ୍ରେସ |
ବୌଦ୍ଧ | ନଟବର ପ୍ରଧାନ | ସ୍ୱତନ୍ତ୍ର |
ସୋନପୁର | ନୀଳାମ୍ବର ରାୟଗୁରୁ | ସ୍ୱତନ୍ତ୍ର |
ବିନକା | ନୃସିଂହ ଚରଣ ମିଶ୍ର | ସ୍ୱତନ୍ତ୍ର |
ତୁଷରା | ରାଧାମୋହନ ମିଶ୍ର | ସ୍ୱତନ୍ତ୍ର |
ବଲାଙ୍ଗୀର | ରାଜେନ୍ଦ୍ର ନାରାୟଣ ସିଂହଦେଓ | ସ୍ୱତନ୍ତ୍ର |
ଲୁଇସିଂହା | ନନ୍ଦକିଶୋର ମିଶ୍ର | ସ୍ୱତନ୍ତ୍ର |
ପାଟଣାଗଡ | ଅଇଁଠୁ ସାହୁ | ସ୍ୱତନ୍ତ୍ର |
ସଇଁତଳା | ରମେଶ ଚନ୍ଦ୍ର ସିଂହ ଭୋଇ | ସ୍ୱତନ୍ତ୍ର |
ଟିଟଲାଗଡ଼ | ତପି ଜାଲ | ସ୍ୱତନ୍ତ୍ର |
କଣ୍ଟାବାଞ୍ଜି | ଅଚ୍ୟୁତାନନ୍ଦ ମହାନନ୍ଦ | ସ୍ୱତନ୍ତ୍ର |
ପଦ୍ମପୁର | କୃପାସିନ୍ଧୁ ଭୋଇ | କଂଗ୍ରେସ |
ମେଳଛାମୁଣ୍ଡା | ବୀରେନ୍ଦ୍ର କୁମାର ସାହୁ | ସ୍ୱତନ୍ତ୍ର |
ବିଜେପୁର | ତ୍ରିବିକ୍ରମ ମଲ୍ଲିକ | କଂଗ୍ରେସ |
ଭଟ୍ଲି | ନଟବର ବନ୍ଛୋଡ଼ | କମ୍ୟୁନିଷ୍ଟ |
ବରଗଡ଼ | ଚିତ୍ତରଂଜନ କର | କଂଗ୍ରେସ |
ସମ୍ବଲପୁର | ଶ୍ରୀ ବଲ୍ଲଭ ପାଣିଗ୍ରାହୀ | କଂଗ୍ରେସ |
ବ୍ରଜରାଜନଗର | ଉପେନ୍ଦ୍ର ଦୀକ୍ଷିତ୍ | କଂଗ୍ରେସ |
ଝାରସୁଗୁଡ଼ା | ଝସକେତନ ସାହୁ | କଂଗ୍ରେସ |
ଲାଇକେରା | ରାମେଶ୍ୱର ନାୟକ | କଂଗ୍ରେସ |
କୁଚିଣ୍ଡା | ଜଗତେଶ୍ୱର ମିର୍ଦ୍ଧା | କଂଗ୍ରେସ |
ରେଢ଼ାଖୋଲ | ଅଭିମନ୍ୟୁ କୁମ୍ଭାର | କଂଗ୍ରେସ |
ଦେବଗଡ଼ | ଭାନୁଗଙ୍ଗ ତ୍ରିଭୁବନ ଦେବ | ସ୍ୱତନ୍ତ୍ର |
ସୁନ୍ଦରଗଡ଼ | ଦିବ୍ୟଲୋଚନ ଶେଖର ଦେଓ | କଂଗ୍ରେସ |
ତଲସରା | ଗଙ୍ଗାଧର ପ୍ରଧାନ | ସ୍ୱତନ୍ତ୍ର |
ରାଜଗାଙ୍ଗପୁର | ଇଗ୍ନେଶ ମାଝି | ଝାଡ଼ଖଣ୍ଡ |
ବିଶ୍ରା | କୁଲନ ବାଗେ | ଝାଡ଼ଖଣ୍ଡ |
ରାଉରକେଲା | ଶ୍ୟାମସୁନ୍ଦର ମହାପାତ୍ର | କଂଗ୍ରେସ |
ପରେ ବିଶ୍ୱନାଥ ଦାସ | ସ୍ୱାଧୀନ | |
ବଣେଇ | ହେମେନ୍ଦ୍ର ପ୍ରସାଦ ମହାପାତ୍ର | ସ୍ୱତନ୍ତ୍ର |
ଚ-ୂଆ | ସହରାଇ ଓରାମ | ଉତ୍କଳ କଂଗ୍ରେସ |
ପାଟଣା | ମହେଶ୍ୱର ମାଝି | ଉତ୍କଳ କଂଗ୍ରେସ |
କେନ୍ଦୁଝର | ଛୋଟରାୟ ମାଝି | ଉତ୍କଳ କଂଗ୍ରେସ |
ତେଲକୋଇ | ନୀଳାଦ୍ରି ନାୟକ | ଉତ୍କଳ କଂଗ୍ରେସ |
ରାମଚନ୍ଦ୍ରପୁର | ମୁରଲୀଧର କୁଅଁର | କଂଗ୍ରେସ |
ଆନନ୍ଦପୁର | ମକର ସେଠି | କଂଗ୍ରେସ |
ପାଲଲହଡ଼ା | ନାରାୟଣ ସାହୁ | କଂଗ୍ରେସ |
କାମାକ୍ଷାନଗର | ବ୍ରହ୍ମାନନ୍ଦ ବିଶ୍ୱାଳ | କଂଗ୍ରେସ |
ଗଁଦିଆ | ବୃନ୍ଦାବନ ତ୍ରିପାଠୀ | କଂଗ୍ରେସ |
ଢେଙ୍କାନାଳ | ସୁରେନ୍ଦ୍ର ମୋହନ ପଟ୍ଟନାୟକ | କଂଗ୍ରେସ |
ତାଳଚେର | ବୃନ୍ଦାବନ ବେହେରା | ଜନ କଂଗ୍ରେସ |
ଛେଣ୍ଡିପଦା | ଭଜମନ ବେହେରା | ଉତ୍କଳ କଂଗ୍ରେସ |
ଅନୁଗୁଳ | ଦେବରାଜ ସାହୁ | ଉତ୍କଳ କଂଗ୍ରେସ |
ଆଠମଲ୍ଲିକ | ରାଜକିଶୋର ପ୍ରଧାନ | ଉତ୍କଳ କଂଗ୍ରେସ |
ଏହି ମଧ୍ୟବର୍ତ୍ତୀ କାଳୀନ ବିଧାନସଭା ନିର୍ବାଚନରେ କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିପାରିଲେ ନାହିିଁ । ଡକ୍ଟର ହରେକୃଷ୍ଣ ମହତାବ ହେଲେ କଂଗ୍ରେସ ବିଧାୟକ ଦଳର ନେତା । ନୀଳମଣି ରାଉତରାୟ ହେଲେ ଉତ୍କଳ କଂଗ୍ରେସ ବିଧାୟକ ଦଳର ନେତା । ରାଜେନ୍ଦ୍ର ନାରାୟଣ ସିଂହଦେଓ ହେଲେ ସ୍ୱତନ୍ତ୍ର ଦଳ ବିଧାୟକ ଦଳର ନେତା । ପ୍ରଥମେ କଂଗ୍ରେସ ଓ ଉତ୍କଳ-କଂଗ୍ରେସ ଦଳ ମିଶି ଏକ ମିଳିତ ମନ୍ତ୍ରିମଣ୍ଡଳ ଗଠନ କରିବା ନିମନ୍ତେ ପ୍ରୟାସ ଆରମ୍ଭ ହେଲା । କିନ୍ତୁ ବହୁ ଆଲୋଚନା ସମାଲୋଚନା ପରେ ତାହା ବିଫଳ ହେବାରୁ ସ୍ୱତନ୍ତ୍ର- ଉତ୍କଳ କଂଗ୍ରେସ ଦଳ ମିଶି ଏକ ବିକଳ୍ପ ମିଳିତ ସରକାର ଗଠନ କରିବା ନିମନ୍ତେ ଆଲୋଚନା ଆରମ୍ଭ ହେଲା । କିନ୍ତୁ ମୁଖ୍ୟମନ୍ତ୍ରୀ ପଦ କେଉଁଦଳ ପାଇବ ସେଥିନିମନ୍ତେ ସମସ୍ୟା ଦେଖାଦେବାରୁ ଶେଷରେ ଠିକ୍ ହେଲା ଯେ ଜଣେ ନିର୍ଦ୍ଦଳୀୟ ବ୍ୟକ୍ତିଙ୍କ ମୁଖ୍ୟମନ୍ତ୍ରିତ୍ୱରେ ସ୍ୱତନ୍ତ୍ର, ଉତ୍କଳ-କଂଗ୍ରେସ ଓ ଝାଡ଼ଖଣ୍ଡ ଦଳକୁ ନେଇ ମନ୍ତ୍ରିମଣ୍ଡଳ ଗଠନ କରାଯିବ । ଏହି ପ୍ରସ୍ତାବରେ ତିନୋଟିଯାକ ଦଳର ନେତା ଏକମତ ହେଲେ । ଏଥିପାଇଁ ନିରପେକ୍ଷ ନେତାଙ୍କୁ ଖୋଜା ଚାଲିଲା । ସମାଜ ସଂପାଦକ ରାଧାନାଥ ରଥ ଓ ବିହାରର ପୂର୍ବତନ ରାଜ୍ୟପାଳ ନିତ୍ୟାନନ୍ଦ କାନୁନ୍ଗୋଙ୍କ ସହ ଏଥିପାଇଁ ଆଲୋଚନା କରାଗଲା । ହେଲେ ଏମାନେ କେହି ରାଜି ହେଲେନାହିିଁ । ଶେଷରେ ଓଡ଼ିଶାର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶିଷ୍ଟ କଂଗ୍ରେସ ନେତା ବିଶ୍ୱନାଥ ଦାସଙ୍କୁ ଅନୁରୋଧ କରାଗଲା । ସେତେବେଳକୁ ତାଙ୍କର ବୟସ ୮୦ ବର୍ଷରୁ ଅଧିକ । ବହୁ ଆଲୋଚନା ପରେ ସେ ରାଜି ହେଲେ ମିଳିତ ସାମ୍ମୁଖ୍ୟର ନେତୃତ୍ୱ ନେବାପାଇଁ । ୧୪୦ ଆସନ ବିଶିଷ୍ଟ ଓଡ଼ିଶା
ବିଧାନସଭାର ମିଳିତ ସାମ୍ମୁଖ୍ୟର ସଭ୍ୟମାନଙ୍କ ସଂଖ୍ୟା ହେଲା ୭୩, ସ୍ୱତନ୍ତ୍ର-୩୬, ଉତ୍କଳ କଂଗ୍ରେସ-୩୩ ଓ ଝାଡ଼ଖଣ୍ଡ-୪ ।
ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ ମିଳିତ ସାମ୍ମୁଖ୍ୟର ୧୪ଜଣିଆ ମନ୍ତ୍ରିମଣ୍ଡଳ ୧୯୭୧ ମସିହା ଏପ୍ରିଲ ୩ତାରିଖ ଦିନ ଶପଥ ଗ୍ରହଣ କଲେ । ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଡକ୍ଟର ଏସ.ଏସ ଆନସାରୀ ସେମାନଙ୍କୁ ଶପଥ ପାଠ କରାଇଲେ । ୫ତାରିଖ ଦିନ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଗଲା । ଏହି ମନ୍ତ୍ରୀମାନେ ଥିଲେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ । ପରେ ଆଉ ୧୨ଜଣ ଉପମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ବିଶ୍ୱନାଥ ଦାସଙ୍କ ସହ ଶପଥ ଗ୍ରହଣ କରିିଥିବା ମନ୍ତ୍ରୀମାନେ ହେଲେ-
କ୍ୟାବିନେଟ୍ ମନ୍ତ୍ରୀ :
ବିଶ୍ୱନାଥ ଦାସ | : | ମୁଖ୍ୟମନ୍ତ୍ରୀ, ଅର୍ଥ, ଯୋଜନା ଓ ସମନ୍ୱୟ, (ଗ୍ରାମ୍ୟ ଇଂଜିିନିୟରିଂ ସଂସ୍ଥା ବ୍ୟତୀତ) |
ରାଜେନ୍ଦ୍ର ନାରାୟଣ ସିଂହଦେଓ | : | ରାଜନୈତିକ ଓ ଶାସନ ସଂସ୍ଥା (ନଦୀ ଉପତ୍ୟକା ଓ ଉନ୍ନୟନ |
ବ୍ୟତୀତ), ଶିଳ୍ପ, ସ୍ୱରାଷ୍ଟ୍ର (ଲୋକ ସଂପର୍କ ଓ ପର୍ଯ୍ୟଟନ) | ||
ନୀଳମଣି ରାଉତରାୟ | : | ସ୍ୱରାଷ୍ଟ୍ର (ଲୋକ ସ-ର୍କ ଓ ପର୍ଯ୍ୟଟନ ବିଭାଗ ବ୍ୟତୀତ) ଖଣି |
ଓ ଭୂତତ୍ତ୍ୱ, ଯୋଗାଣ ଓ କୃଷି (ସମବାୟ) | ||
ସିଦ୍ଧିଲାଲ ମୁର୍ମୁ | : | ଶ୍ରମ, କର୍ମନିଯୁକ୍ତ ଓ ଗୃହ ନିର୍ମାଣ |
ଦୟାନିଧି ନାୟକ | : | ଅବକାରୀ ଓ ବାଣିଜ୍ୟ |
ବୃନ୍ଦାବନ ନାୟକ | : | ଯୋଜନା ଓ ସମନ୍ୱୟ ବିଭାଗ (ଗ୍ରାମ୍ୟ ଇଂଜିନିୟରିଂ |
ସଂଗଠନ) ଓ ପୌର ଉନ୍ନୟନ | ||
ଗଙ୍ଗାଧର ପ୍ରଧାନ | : | ଜଙ୍ଗଲ ଓ ପଶୁପାଳନ (ମତ୍ସ୍ୟ) |
ପ୍ରହ୍ଲାଦ ମଳିକ | : | ଜଳସେଚନ ଓ ବିଦ୍ୟୁତ (ଉଠା ଜଳସେଚନ ବ୍ୟତୀତ) ଓ |
ରାଜନୈତିକ ଶାସନ ସଂସ୍ଥା (ନଦୀ ଉପତ୍ୟକା ଉନ୍ନୟନ) | ||
ଅନନ୍ତ ନାରାୟଣ ସିଂହଦେଓ | : | କୃଷି, ପଶୁପାଳନ, (ସମବାୟ ଓ ମତ୍ସ୍ୟ ବିଭାଗ ବ୍ୟତୀତ) |
ଗୋଷ୍ଠୀ ଉନ୍ନୟନ, ପଞ୍ଚାୟତିରାଜ | ||
ପ୍ରତାପ ଚନ୍ଦ୍ର ମହାନ୍ତି | : | ରାଜସ୍ୱ, ଜଳସେଚନ ଓ ବିଦ୍ୟୁତ (ଉଠା ଜଳସେଚନ) |
ଅଇଁଠୁ ସାହୁ | : | ପୂର୍ତ୍ତ, ପରିବହନ ଓ ଜଙ୍ଗଲ |
ଶରତ କୁମାର କର | : | ଶିକ୍ଷା ଓ ସାଂସ୍କୃତିକ ବ୍ୟାପାର |
ନଟବର ପ୍ରଧାନ | : | ଆଇନ ଆଦିବାସୀ ଓ ଗ୍ରାମମଙ୍ଗଳ |
ରାମକୃଷ୍ଣ ପଟ୍ଟନାୟକ | : | ସ୍ୱାସ୍ଥ୍ୟ ଓ ପରିବାର ନିୟୋଜନ |
ଡମ୍ବରୁ ମାଝି | : | କୃଷି, ସମବାୟ, ପୂର୍ତ୍ତ ଓ ପରିବହନ (ପରିବହନ) |
ଯଦୁନାଥ ଦାଶମହାପାତ୍ର | : | ଅର୍ଥ ଓ ସାଂସ୍କୃତିକ ବ୍ୟାପାର |
ଘାସିରାମ ମାଝି | : | ଆଦିବାସୀ, ଗ୍ରାମମଙ୍ଗଳ, ସ୍ୱରାଷ୍ଟ୍ର |
(ଲୋକସ-ର୍କ ଓ ପର୍ଯ୍ୟଟନ) | ||
ବୀରଭଦ୍ର ସିଂହ | : | ଜଳସେଚନ ବିଦ୍ୟୁତ (ଉଠା ଜଳସେଚନ ବ୍ୟତୀତ) |
ଭାନୁଗଙ୍ଗ ତ୍ରିଭୁବନ ଦେବ | : | ଶିଳ୍ପ, ଯୋଜନା ଓ ସମନ୍ୱୟ |
ସହରାଇ ଓରାମ | : | ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିକାଶ, ଖଣି ଓ ଭୂତତ୍ତ୍ୱ |
ପ୍ରଫୁଲ୍ଲ କୁମାର ଦାସ | : | : ବାଣିଜ୍ୟ, ଜଙ୍ଗଲ ଓ ପଶୁପାଳନ (ପଶୁପାଳନ) |
ଦେବରାଜ ସାହୁ | : | ସ୍ୱରାଷ୍ଟ୍ର (ଲୋକସଂପର୍କ ଓ ପର୍ଯ୍ୟଟନ ବ୍ୟତୀତ), ଯୋଗାଣ, |
ରାଜ୍ୟ ନିଗମ ଏବଂ କୃଷି ଓ ସମବାୟ | ||
ଶରତ କୁମାର ଦେବ | : | ପୂର୍ତ୍ତ ଓ ପରିବହନ, (ପୂର୍ତ୍ତ) ଓ ଅବକାରୀ |
ଗୋବିନ୍ଦ ଚନ୍ଦ୍ର ସେଠ | : | ରାଜସ୍ୱ, ଜଳସେଚନ ଓ ବିଦ୍ୟୁତ୍ (ଉଠା ଜଳସେଚନ) |
ରାମଚନ୍ଦ୍ର ପ୍ରହରାଜ | : | ଗୋଷ୍ଠୀଉନ୍ନୟନ ଓ ପଞ୍ଚାୟତିରାଜ |
ରବି ସିଂହ ମାଝି | : | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ |
ଏହି ୧୨ଜଣ ଉପମନ୍ତ୍ରୀ ପ୍ରଥମ ୧୪ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ପରେ ଶପଥ ଗ୍ରହଣ କରିିଥିଲେ । ପଞ୍ଚମ ବିଧାନସଭାର ପ୍ରଥମ ଅଧିବେଶନ ୧୯୭୧ ମସିହା ମଇ ମାସ ୩ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ନନ୍ଦକିଶୋର ମିଶ୍ର ଓ ନାରାୟଣ ବୀରବର ସାମନ୍ତ ଯଥାକ୍ରମେ ବାଚସ୍ପତି ଓ ଉପବାଚସ୍ପତି ଭାବରେ ନିର୍ବାଚିତ ହୋଇଥିଲେ ।
ଉପନିର୍ବାଚନ ଫଳାଫଳ:
ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇନଥିଲେ । ନିୟମ ଅନୁସାରେ ସେ ୬ମାସ ଭିତରେ ନିର୍ବାଚିତ ହେବା ଦରକାର । ଏଣୁ ଖାଲି ପଡ଼ିଥିବା ରାଉରକେଲା ଆସନରୁ ଉପନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କଲେ । ତାଙ୍କ ସହ କଂଗ୍ରେସ ନେତା ବିନାୟକ ଆଚାର୍ଯ୍ୟ ଲଢ଼ି ହାରିଗଲେ । ଏହି ଆସନଟି କଂଗ୍ରେସ ଦଳର ଶ୍ୟାମସୁନ୍ଦର ମହାପାତ୍ର ଛାଡି ଦେଇଥିଲେ । କାରଣ ସେ ବାଲେଶ୍ୱର ଲୋକସଭା ଆସନଟିକୁ ରଖିଲେ । ସେ ରାଉରକେଲା ବିଧାନସଭା ଓ ବାଲେଶ୍ୱର ଲୋକସଭା ଦୁଇଟି ଆସନରୁ ବିଜୟ ଲାଭ କରିଥିଲେ । ଡକ୍ଟର ମହତାବ ଛାଡିଦେଇଥିବା ଭଦ୍ରକ ଆସନରୁ ଉତ୍କଳ କଂଗ୍ରେସ ପ୍ରାର୍ଥୀ ବଳରାମ ସାହୁ ଉପନିର୍ବାଚନରେ ବିଜୟୀ ହେଲେ । ବୀରକିଶୋର ଦେବ ଛାଡିଦେଇଥିବା କୋକସରା ନିର୍ବାଚନମଣ୍ଡଳୀରୁ ଉପନିର୍ବାଚନରେ ସ୍ୱତନ୍ତ୍ର ଦଳର ପ୍ରାର୍ଥୀ ରଘୁନାଥ ପ୍ରହରାଜ
ନିର୍ବାଚିତ ହେଲେ । ଚାରୋଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ହାରିଯାଇଥିବା ତଥା ଉତ୍କଳ କଂଗ୍ରେସର ପ୍ରାଣପ୍ରତିଷ୍ଠାତା ବିଜୁ ପଟ୍ଟନାୟକ- ପ୍ରହ୍ଲାଦ ମଳିକ ଛାଡ଼ି ଦେଇଥିବା ରାଜନଗର ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ବିଜୟୀ ହେଲେ । ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ଧ୍ରୁବ ଚରଣ ରାଉତରାୟ କଂଗ୍ରେସ ପ୍ରାର୍ଥୀ ଭାବରେ । ଏହି ପଞ୍ଚମ ବିଧାନସଭାରେ ବିନାୟକ ଆଚାର୍ଯ୍ୟ (କଂଗ୍ରେସ) ଥିଲେ ବିରୋଧୀଦଳର ନେତା । ପ୍ରଥମେ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିଲେ ଡକ୍ଟର ହରେକୃଷ୍ଣ ମହତାବ । ସେ ଏହି ପଦରୁ ଇସ୍ତଫା ପ୍ରଦାନ କରିବାରୁ ବିନାୟକ ଆଚାର୍ଯ୍ୟ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ ।
ଶାସକ ଦଳର ଅର୍ଥାତ; ମିଳିତ ସାମ୍ମୁଖ୍ୟର ବହୁ ସଂଖ୍ୟକ ସଭ୍ୟ ଦଳ ବଦଳ କରିବା ଫଳରେ ସରକାର ଭାଙ୍ଗିଗଲା । ଫଳରେ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ଇସ୍ତଫା ପ୍ରଦାନ କଲେ ୧୪-୬-୧୯୭୨ ତାରିଖରେ । ସେହିଦିନ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ଥିବା ଶ୍ରୀମତୀ ନନ୍ଦିନୀ ଶତପଥୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ବିଶ୍ୱନାଥ ଦାସଙ୍କ ମିଳିତ ସାମ୍ମୁଖ୍ୟ ସରକାର ମାତ୍ର ୧ବର୍ଷ ୨ମାସ ୫ଦିନ ତିଷ୍ଠି ରହିିଥିଲା ।