ପିଲାଟିଏ ସ୍କୁଲରେ ଅନୁପସ୍ଥିତ ରହିଯାଉଥିଲେ ସେ ତାରି ଭଲ ମନ୍ଦ ବୁଝିବା ପାଇଁ ଚାଲି ଚାଲି ପିଲାଟିର ଘରକୁ ଯାଉଥିଲେ । ମେଧାବୀ ପିଲାମାନଙ୍କୁ ବୃଦ୍ଧି ଯୋଗଦେବା ନିମନ୍ତେ ଅନ୍ୟମାନଙ୍କ ଠାରୁ ବୁଲି ବୁଲି ଚାନ୍ଦା ଆଦାୟ କରୁଥିଲେ । ଖାଲି ସେତିକି ନୁହେଁ, ଗରିବ, ବ୍ରାହ୍ମଣ, ଛାତ୍ରମାନଙ୍କ ପାଇଁ ପୁରୀରେ ରାମଚନ୍ଦ୍ର ଦାସଙ୍କ ଦ୍ୱାରା ସ୍ଥାପିତ "ବ୍ରାହ୍ମଣ ସମିତି" ନାମକ ଏକ ଛାତ୍ରାବାସର ଦାୟିତ୍ବ ସେ ଗ୍ରହଣ କରିଥିଲେ ଏବଂ ସେ ଏହାର ସଭାପତି ଅଲେ । ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ ନିମନ୍ତେ ସେ ପ୍ରତି ରବିବାର ଦିନ ବେଳେ ସହର ସାରା ବୁଲି ଚାନ୍ଦା ମାଗୁଥିଲେ। ସେ ବ୍ରାହ୍ମଣ ସମିତି ଭଲ ପାଉଥିଲେ । ଏକଦା ତାଙ୍କର ପୁଅ, ଆଉ ଝିଅଙ୍କର ମୃତ୍ୟୁ ପରେ ଜଣେ ବନ୍ଧୁ ସଦାଶିବଙ୍କୁ ଆଶ୍ୱାସନା ଦେବା ବେଳେ ସେ କହିଲେ "ମୁଁ ଆଉ ସେମାନଙ୍କ ପାଇଁ ବ୍ୟସ୍ତ ହେଉନାହିଁ । ବ୍ରାହ୍ମଣ ସମିତି ହେଉଛି ମୋର ପୁଅ, ଝିଅ, ବ୍ରାହ୍ମଣ ସମିତି ବଞ୍ଚିଥିବା ଯାଏଁ ମୁଁ ବଞ୍ଚିଛି ।" ପୁରୀ ନିକଟବର୍ତ୍ତୀ ‘ମଗିରି ପାଟ’ର ପାଣି ଯୋଗୁଁ ପ୍ରାୟ ୨୯ ଖଣ୍ଡି ଗାଆଁର ଜନସାଧାଚଣ ଖୁବ୍ କ୍ଷତିଗ୍ରସ୍ତ ହେଉଥିଲେ । ପଶ୍ଚିମରେ ଭାର୍ଗବୀ ନଈ, ଦକ୍ଷିଣରେ ଗୁପ୍ତଯମୁନା, ଉତ୍ତରରେ ରତ୍ନଚିରା ନଦୀର ପାଣି ଯୋଗୁଁ ଲୋକମାନଙ୍କର ଯେଉଁ ଦୁଃଖ ବଢ଼ିଯାଉଥିଲା, ସେଥ୍ ନିମନ୍ତେ ସେ ବଡ଼ ବଡ଼ 'ଇଂଜିନିୟରମାନଙ୍କୁ ଡକାଇ ଏକ ସେତୁ ନିର୍ମାଣ କରିଥିଲେ । ଏହି ଜନହିତକର କାର୍ଯ୍ୟରେ ଅନେକ ଉପକୃତ ହୋଇଥିଲେ ।
ଶ୍ରୀମନ୍ଦିରସ୍ଥିତ ମୁକ୍ତିମଣ୍ଡପ ସ୍ୱଭା ସମଗ୍ର ହିନ୍ଦୁମାନଙ୍କର ଏଢ଼ ବିଚାରସ୍ଥଳୀ ହୋଇଥିଲେ ହେଁ ସେ ସମୟରେ ଏହାର ଅବନତି ଘଟିଥିଲା । ତେଣୁ ମୁକ୍ତିମଣ୍ଡପ ପଣ୍ଡିତ ସଭାକୁ ଶୃଙ୍ଖଳିତ କରିବା ସହିତ ସଦାଶିବ ଏକ ପାଠାଗାର ସ୍ଥାପନ କରିଥିଲେ । ଏହା ବ୍ୟତୀତ ସେ ବହୁ ବିଶିଷ୍ଟ ପ୍ରତିଭାସଂପନ୍ନ ବ୍ୟକ୍ତିମାନଙ୍କୁ ଉପାଧି ଓ ମାନପତ୍ର ଦେବାର ବନ୍ଦୋବସ୍ତ କରିଲେ । ମୁକ୍ତିମଣ୍ଡପର ଆୟ ବଢ଼ାଇବୀ ନିମନ୍ତେ ‘ପୁରୀବାସୀ’ ନାମରେ ଏକ ' ପତ୍ରିକା ଏବଂ ‘ରତ୍ନାକର’ ନାର୍ମରେ ଗୋଟିଏ ସମ୍ବାଦପତ୍ର ସେ ପ୍ରକାଶ କରୁଥିଲେ।
ସଦାଶିବ ବାରାଣସୀସ୍ଥିତ ବେଦକର୍ମକାଣ୍ଡ ପାଠଶାଳା ଓ ବ୍ରହ୍ମଚର୍ଯ୍ୟ, ଶିକ୍ଷା ଆଦି
ଦେଖବା ପରେ ନିଜେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହାୟତାରେ ପୁରୀରେ ଏକ ବେଦ