ପୃଷ୍ଠା:Amari matir amar shaheed.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁଣି ସେମାନଙ୍କୁ ଯାଞ୍ଚ କରି ବାହାରକୁ ଛାଡ଼ିଲେ । ଏମିତି ସେମାନେ କେତେ ଦିନ ଧରି ଯିବା ଆସିବା କଲେ । ପୋଲିସମାନେ ଆଉ ସେମାନଙ୍କୁ ଯାଞ୍ଚ କଲେ ନାହିଁ ।

ଶେଷରେ ସୁଭାଷ, ଗୋଟିଏ ଅଜଣା ବାଟ ବାଛିନେଲେ । ଯେଉଁ ଦେଶମାଟିକୁ ସ୍ୱାଧୀନ କରିବାକୁ ସେ ଚାହିଁଥିଲେ, ନିଜ ଜୀବନକୁ ତିଳ ତିଳ କରି ଜାଳିଥିଲେ, ସେଇ ମାଟିମାଆ କୋଳକୁ ସେ ଆଉ ଫେରି ନଥିଲେ । ୧୯୪୧ ମସିହା ଜାନୁୟାରୀ ମାସ ୧୫ ତାରିଖ । ସେଇ ବାବାଜୀ ଦୁହେଁ ସେମିତି ସୁଭାଷଙ୍କ ପାଖକୁ ଆସିଲେ । ସେମାନଙ୍କ ମଧ୍ୟରୁ ଜଣେ ନିଜର ନକଲି ନିଶଦାଢ଼ି ଆଉ ବାବାଜୀ ପୋଷାକ ବଦଳାଇଦେଲେ । ସୁଭାଷ ସେସବୁ ପିନ୍ଧି ପକାଇଲେ । ଅନ୍ୟ ଜଣଙ୍କ ସାଥରେ ବାହାରକୁ ଚାଲିଗଲେ । ପୋଲିସମାନେ ଆଉ ଯାଞ୍ଚ କରି ନଥିଲେ ।

ଫାଟକ ପାଖରୁ ଗୋଟିଏ ମଟରରେ ବସି ସୁଭାଷ କଲିକତାରୁ ୬୦ କଲେମିର ଦୂର ବର୍ଦ୍ଧମାନ ରେଳଷ୍ଟେସନକୁ ଗଲେ । ସେଠାରୁ ସେ ଗୋଟିଏ ମୌଲବୀ ବେଶ ଧରି ଟ୍ରେନରେ ବସିଲେ । ମୁହଁରେ ଲମ୍ବା ଦାଢ଼ି, ମୁଣ୍ଡରେ ଲମ୍ବା ଟୋପି, ଦେହରେ ଢିଲା ପାଇଜାମା ଆଉ ଅଚ୍‌କନ ! ତା ଆରଦିନ ରାତି ୯ଟାରେ ସେ ପେଶୱାଠାରେ ପହଞ୍ଚିଲେ । ସେଠାରୁ ଓହ୍ଲାଇଲା ମାତ୍ରେ ତାଙ୍କର ମନରେ ଦମ୍ଭ ଆସିଲା ।

ଗୋଟିଏ ମଟରରେ ବସି ସେ ପେଶୱାର ସହର ଭିତରେ ଥିବା ଜଣେ ମୁସଲମାନଙ୍କ ଘରକୁ ଗଲେ । ସେଇ ମୁସଲମାନ ଆଗରୁ ଏସବୁ କଥା ଜାଣିଥିବାରୁ ସେ ସୁଭାଷକୁ ଖୁବ୍ ଯତ୍ନରେ ତାଙ୍କ ଘରେ ରଖିଲେ । ତାଙ୍କ ପରାମର୍ଶ ଅନୁସାରେ ସେ ମୌଲବୀ ବେଶ ବଦଳାଇ ସେଠାରୁ ପଠାଣ ବେଶ ଧରିଲେ । ନିଜର ନାଁ ରଖିଲେ "ଜିଆଉଦ୍ଦିନ" | ମାତ୍ର ପଠାଣ ଭାଷା ଜାଣି ନଥିବାରୁ ସେ ଗୋଟିଏ ଖନାର ଅଭିନୟ କରିଥିଲେ । ତାଙ୍କ ସାଥିରେ ରହେମତ୍ ଖାଁ ନାମକ ଜଣେ ପଠାଣ ଥଲେ । ସେମାନେ ସାଥିହୋଇ ତମରୁଦ୍ ଗଲେ । ସେଠାରେ ଗୋଟିଏ ଗାଁରେ ରାତି କଟାଇଲେ । ଗାଁ ଲୋକମାନେ ସେମାନଙ୍କୁ ଫଳ, ଦୁଧ ଓ କଫି ଦେଇ ଚର୍ଚ୍ଚା କଲେ । ଖୁବ୍‌ ଶୀତ ପଡ଼ିଥିବାରୁ ଘୋଡ଼ି ହେବା ପାଇଁ ତାଙ୍କୁ କମ୍ବଳ ଦେଲେ ।