ପୃଷ୍ଠା:Matir chasi jatir padmashri.pdf/୨୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

(୨୧)

ଗାଈଗୋରୁ ରଖିବାପାଇଁ ଆଉ ଚାଷବାସ କରିବା ପାଇଁ ସୁବିଧା ହେବ। ଏହା ଖାଲି ତାଙ୍କରି ମିଛ କଳ୍ପନା ନ ଥିଲା। ଅଳ୍ପ ଦିନ ଭିତରେ ଏହି ଚିନ୍ତା ହେଲା ତାଙ୍କର ବାସ୍ତବ ସତ୍ଯ। ଅବଶ୍ଯ ସେ ଏ ସବୁ କାମରେ ସମାନ ଭାବରେ ସଫଳତା ଲାଭ କରି ନଥିଲା।

ସେ ସନ୍ତସନ୍ତିଆ ଖାଲ ଜାଗାରେ ତିନୋଟି ପୋଖରୀ ଖୋଳାଇ ଥିଲେ। ଏହି ପୋଖରୀ ରେ ମାଛ ଚାଷ ହେଲା। ଏହା ହେଲା ତାଙ୍କ ରୋଜଗାରର ପହିଲି ଉପାୟ। ସେ ପ୍ରାୟ ଆଠ ହଜାର  କିଲୋଗ୍ରାମ୍ ମାଛ ବିକିଥାନ୍ତି। ସବୁ ଖର୍ଚ୍ଚ ପାଇ ସେ ଦଶହଜାର ଟଙ୍କା ନୋଟ୍ ଆୟ କରନ୍ତି। ୧୯୬୨ରେ ସେ ୩୦ଟି ଗାଈ ରଖିଥିଲେ। ସେଥିରୁ  ୧୯ଟି ହେଲେ ଦୁହାଁଳିଆ ଗାଈ। ତାଙ୍କର ଗାଈ ରଖିବାରେ ଆଗରୁ ଭଲ ଅଭିଜ୍ଞତା ଥିଲା। ସେ ଜାନିଛନ୍ତି ଯେ ଅନ୍ଯ

ଛବି

ରଜ୍ଯରୁ ଭଲ ଦୁଧ ଦେଉଥିବା ଗାଈଗୁଡିଏ କିଣି କିଛି ଲାଭ ହୁଏ ନାହିଁ। ଫଲରେ ସେମାନେ ଝଡିଯା'ନ୍ତି ଆଉ କ୍ଷୀର