ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପ୍ରତିଷ୍ଟିତ 'ଉତ୍କଳ-ସାହିତ୍ଯ 'ଓ 'ସଂସ୍କାର 'ଆଦି ପତ୍ରପତ୍ରିକାରେ ସେ ଜଣେ ନିୟମିତ ପ୍ରବନ୍ଧ ଲେଖକ ଥିଲେ ।ତାଙ୍କ ଲିଖିତ ପ୍ରବନ୍ଧ ମାନଙ୍କ ମଧ୍ଯ ରୁ ' ଭୂଗୋଲ ବିଦ୍ଯା ','ଶ୍ରଧର ସ୍ବାମି' 'ଇତିହାସ' ଓ ' ସ୍ବପ୍ନ ' ଆଦି ଉଲ୍ଲେଖଯୋ ଗ୍ଯ । 'ନବୋଦ୍ଯମ ' ନାମକ କବିତା ପୁସ୍ତକ ରେ ତାଙ୍କ ରଚିତ ସଂକଳିତ । କଥାବଳୀ (ପ୍ରଥମ ଭାଗ), କଥାବଳୀ (ଦ୍ବିତୀୟଭାଗ ) ତାଙ୍କ ରଚିତ ଅନ୍ଯ ଦୁଇଟି ଉଲ୍ଲେଖଯୋ ଗ୍ଯ ପାଠ୍ଯପୁସ୍ତକ । ଏହି ଦୁଇ ପୁସ୍ତକରେ ଉଭୟ ଗଦ୍ଯ ଓ ପଦ୍ଯରେ ଲିଖିତ ବିଷୟ ବିବିଧ ସନ୍ନିବେଶିତ ।ସେଥିପାଇଁ ତାଙ୍କର ଲେଖାଗୁଡ଼ିକ ଅଧିକାଂଶ ନୀତି -ଉପଦେଶାତ୍ମକ। ସେଥିରେ ମଧ୍ଯ ତାଙ୍କ କବି ଚିତ୍ତର ସ୍ବତଃସ୍ପୁର୍ତ୍ତ ଅଭିବ୍ଯକ୍ତି ପରିସ୍ଫୁଟ ।ଚନ୍ଦ୍ରମୋହ ନବାବୁ ତାଙ୍କ ଲିଖିତ ପାଠ୍ଯପୁସ୍ତକର ମୁଦ୍ରଣ ଓ ପ୍ରସାର ପାଇଁ ମ୍ଯାକ୍ ମିଲାନ୍ କମ୍ପାନୀ କୁ ସର୍ବସ୍ବତ୍ତ୍ବ ଲେଖିଦେଇଥିଲେ । ଦିର୍ଘ ଦିନ ଧରି ଓଡ଼ିଶାର ପ୍ରାଥମିକ ଶ୍ରେଣୀର ପାଠ୍ଯପୁସ୍ତକ ରୂପେ ଏହି କଥାବଳୀ (୧ମଭାଗ )ଓ କଥାବଳୀ (୨ୟଭାଗ ) ପ୍ରଚଳିତ ଥିଲା ।ପ୍ରକୃତି ଚିତ୍ରଣରେ ତାଙ୍କର ଦୃଷ୍ଟିଭଙ୍ଗୀ ଅନ୍ଯବଦ୍ଯ ।ଶିଶୁ ପ୍ରାଣରେ ଐଶୀଭାବନା ଜାଗରଣ ପାଇଁ ସେ ପଦେ ପଦେ ଚେଷ୍ଟା କରିଛନ୍ତି । ବିଶ୍ବର ବିଶାବତା ଏବଂ ମହାନଦୀ ସଂଦର୍ଶନ କରି କବି ଅନୁଭବ କରିଛନ୍ତି , ସତେ

ଅବା ତାହାରି ମଧ୍ଯ ରେ ଅନନ୍ତ ଶକ୍ତି ରାଜପଣ କରୁଛି । ସେହି ପରମେଶ୍ବର  ସର୍ବତ୍ର ବିଦ୍ଯମାନ 

ଅଛନ୍ତି । ତାହାରି ମହିମା ଉପଲବଧି କରି ସେ ସନ୍ତୋଷ ଲାଭ କରିଛନ୍ତି । କଥାବଳୀ ରେ ଶିଶୁପାଠ ଉପ ଯୋଗୀ ଯେଉଁ କବିତା ସ୍ଥାନ ଲାଭ କରିଛି ସେ ଗୁଡ଼ିକ ମଧ୍ଯରେ କେତୋଟି କଥା କବିତା ହେଲେ ହେଁ ଅଧିକାନ୍ଶ କବିତାରେ ପ୍ରକୃତି ଚିତ୍ରଣ କରାଯାଇଛି । ଉକ୍ତ କବି ମଧୂସୂଦନଙ୍କ ପରି ସେ ମଧ୍ଯ ଛଅ ଋତୁର ବର୍ଣ୍ଣାନା କରିଛନ୍ତି । ଚନ୍ଦ୍ରମୋହନଙ୍କ ଋତୁବର୍ଣ୍ଣନାରେ ଉପମା ପ୍ରୟୋଗ ଏକାନ୍ତ ଭାବବ୍ଯଞକ । ବେଳେବେଳେ କବି ଦାର୍ଶନିକ ଚିନ୍ତାରେ ଅନୁପ୍ରାଣିତ ହୋଇ ଲେଖନୀ ଚାଳାନା କରିଛନ୍ତି । ଚନ୍ଦ୍ରମୋହନଙ୍କ କଥାବଳୀସ୍ଥ କବିତାରେ ବିଭିନ୍ନ ରାଗ ସମ୍ବଳିତ । ଗ୍ରୀଷ୍ମ କବିତାଟି ମଙ୍ଗଳ ରାଗରେ , ବର୍ଷାକବିତାଟି ଆଷାଢ଼ ଶୁକ୍ଲ ରାଗରେ , 'ଶରତ ' ରାମକେରି, 'ହେମନ୍ତ' କଳହଂସ କେଦାର 'ଶିଶିର ' କଲ୍ଯାଣ ଆହାର ଓ' ବସନ୍ତ ' ବଙ୍ଗଳାଶ୍ରୀ ରାଗରେ ବିରଚିତ । ଚନ୍ଦ୍ରମୋହନ ବାବୁଙ୍କ ର ବହୁ ପାଣ୍ଡୁଲିପି ଅପ୍ରକାଶିତ । ଅନେକ କହନ୍ତି ,ତାଙ୍କ ଲିଖତ ପ୍ରବନ୍ଧ ଓ କବିତା ଗୁଡ଼ିକ ସେ ବାରମ୍ବାର ସଂଶୋଧନ କରୁଥିଲେ । ତେଣୁ ଗୋଟିଏ ଲେଖା ଶେଷ ହେବା ପାଇଁ ବହୁ ସମୟ ଦରକାର ପଡୁଥିଲା । ତାଙ୍କ ଲିଖିତ ପ୍ରାୟ ଚାଳିଶଟି ଅପ୍ରକାଶିତ ପାଚଣ୍ଡୁଲିପି ଗୃହଦାହରେ ଭସ୍ମ ହୋଇଯାଇଥିଲା ।






'