ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଅନୁଷ୍ଠାନ ଗଢ଼ିଯାଇଛନ୍ତି ଶିକ୍ଷା ,ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ।ସର୍ବୋପରି ଜଣେ ମରମୀ ଓ ଦରଦୀ ମଣିଷ ଭାବରେ ତାଙ୍କର ଆଚରଣ ଓ କାର୍ଯ୍ୟକଳାପ ସମସ୍ତଙ୍କର ଚିରସ୍ମରଣୀୟ ହୋଇ ରହିବ । ଜୀବନରେ ସେ ଯେମିତି ହର୍ଷୋତଫୁଲ ଓ କର୍ମଠ ଥିଲେ ,ମୃତ୍ୟୁପରେ ସେମିତି ସତେଜ

 ଓ ପ୍ରଫୁଲ୍ଲ  ବଦନ । ସତେ  ଯେମିତି  ମରଣର  ସ୍ପର୍ଶ  ତାଙ୍କ  ମନରେ ଲେଶମାତ୍ର  ଦୁଃଖ  ଜାତ

କରିନଥିଲା । ସେ ଯେମିତି ହସି ହସି ସମସ୍ତଙ୍କଠୁ ବିଦାୟ ଦେଇଯାଇଛନ୍ତି । ତାଙ୍କ ମୃତ୍ୟୁରେ ଏକ ସଫଳ ଓ ସକ୍ରିୟ ଜୀବନର ଅବସାନ ହେଲା । ଏକ ଜ୍ବଳନ୍ତ ଅଲୋକ ବର୍ତ୍ତିକା ଲିଭିଗଲା । କରୁଣାର ଏକ ଝରଣା ଅବା ସରିତ ଝରିଗଲା ସବୁଦିନପାଇଁ । ହେ ମହାମାନବ, ହେ ଶିକ୍ଷକ, ହେ ସଂଗଠକ ଆମ୍ଭମାଙ୍କର ଭକ୍ତିପୂର୍ଣ୍ଣ ପ୍ରଣତି ଘେନ ।