ଆମବେଳେ ବର୍ଷ କୁ ୨/୪ ଥର ବାବୁ ଆସୁ ଥିଲେ । ପ୍ରଶଂସାମୂଳକ ମନ୍ତବ୍ଯ ଦେଉ ଥିବାର ସାରଙ୍କ ଠାରୁ ଶୁଣିବାକୁ ପାଉ ଥିଲୁ । ଚିତ୍ରାଙ୍କନ, ଅକ୍ଷର ଲିଖନ ଓ ପାଠଦାନରେ କୃଷ୍ଣ ସାରଙ୍କ ଅସାମାନ୍ଯ ଦକ୍ଷତା ଜାତୀୟସ୍ତରରେ ସ୍ୱୀକୃତିଲାଭ । କରିବା ମୁଁ ସବୁମସ୍ତେ ଆଶା କରୁଥିଲି । ଆମ ବେଳେ ସେ ଥିଲେ ଅଣତାଲିମପ୍ରାପ୍ତ ଶିକ୍ଷକ । ପରେ ଇଟି ପାସ୍ କଲାବେଳକୁ ସେ ତାଙ୍କ ଘର ପାଖ ସ୍କୁଲକୁ ବଦଳି ହୋଇ ଗଲେ । ସେ ଆମ ସ୍କୁଲ ଟି ଛାଡି ଯିବା ପରେ ଧୀରେ ଧୀରେ ସବୁ କଳାକୃତି ତାଙ୍କର ନଷ୍ଟ ହୋଇଗଲା । ଏବେ ସେଠି ଇଟା ଘର ତୋଳା ଯାଇ ଅପ୍ ଗ୍ରେଡେଡ୍ ଉଚ୍ଚପ୍ରାଥମିକ ସ୍କୁଲ ଚଳୁଛି । ସେ ହତା ନାହିଁ,ଉଦ୍ଯାନ ନାହିଁ କି ସେ ଉଦ୍ଯମ ନାହିଁ ।
କୃଷ୍ଣସାର ଅନ୍ଯୁନ ଚାଳିଶ ବର୍ଷ ଧରି ପ୍ରାଥମିକ ବିଦ୍ଯାଳୟରେ ଶିକ୍ଷକତା କରି ଆସିଥିଲେ । ଛାତ୍ର ମାନଙ୍କର ସେ ଥିଲେ ' 'ଚିତ୍ତପ ହାରକ ପାଠଦାନ ମୈଳିକ ତତ୍ତ୍ୱ ସେ ଉତ୍ତମ ଭାବେ ସେ ଆୟତ୍ତ କରିଥିଲେ । ଓ ସେ ସବୁର ପ୍ରୟୋଗରେ ଧୁରୀଣ ଥିଲେ । ଜ୍ଞାନ ଆହରଣ ଲାଗି ତାଙ୍କର ଅନୁସନ୍ଧିଚ୍ଛା ତାଙ୍କୁ ତାଙ୍କ ସହକର୍ମୀମାନଙ୍କଠାରୁ ସ୍ୱତନ୍ତ୍ର କରି ଚିହ୍ନାଇ ଦେଉଥାଏ । ତାଙ୍କର ତିନିଜଣ ଯାକ ପୁତ୍ର ଉତ୍ତମ ଛାତ୍ର କେବଳ ନଥିଲେ,ସୁବିଦ୍ଯ ଥିଲେ । କେତେକ ଶୋକାବହ ପାରିବାରିକ ଦୁର୍ଘଟଣା ତାଙ୍କୁ ବ୍ଯଥୀତ କରିଥିଲେ ହେଁ ବିଚଳିତ କରିନଥିବା ନିଯେ ପ୍ରତ୍ଯକ୍ଷ କରି ମୁଁ ତାଙ୍କ ଧେର୍ଯ୍ଯ ଓ ଇଶ୍ୱର ବବିଶ୍ୱାସ ନିକଟରେ ନତଶିର ହୋଇ ଯାଇଥିଲି ସେ ତାଙ୍କର ଦକ୍ଷତା ଅନୁରୂପ କଔଣସି ସମ୍ମାନରେ ସମ୍ମାନିତ ହୋଇନଥିଲେବି ତାଙ୍କର ସେ ଦିନର ଛାତ୍ର ମାନଙ୍କ ସ୍ମୃତିରେ ପ୍ରାଥମିକ ଶିକ୍ଷାଦାତା ରଅମ୍ଲାନ ଜ୍ଯେତିରେ ଯେ ଦିବ୍ଯମାନ ରହିଛନ୍ତି ଓ ରହିଥିବେ ,ଏହା ନିଃସନ୍ଦେହ । ସମୁତ୍ସା୍ୱହୀ ଶିକ୍ଷାବ୍ରତୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଯେଉଁ ମୂଲ୍ଯବୋଧ ଶ୍ରେୟ ଜ୍ଞାନ କରି ଶିକ୍ଷା,ଶିକ୍ଷାର୍ଥୀ ଓ ଶିକ୍ଷାୟତନର ଶ୍ରୀ ସାଧନରେ ଆଜୀବନ ରତ ଥିଲେ ଆଜି ଏହାର ବିରଳତା ଦେଖି ହୃଦୟ ପୀଡିତ ହେଉଥିବା ବେଳେ ସେ ଖୁବ୍ ବଡ ହୋଇ ଦିଶନ୍ତି ।
ଜିଥିଲି ।