"ଗ" - ଗୁଣରତ୍ନାକର ହେ
ଦେଖଣା
←"ଖ" - ଖେଳାଖଞ୍ଜରୀଟଦୃଶା | ଚୌପଦୀ ରତ୍ନାକର ଲେଖକ/କବି: ଗୁଣରତ୍ନାକର ହେ |
"ଘ" - ଘନକେଶା ରେ→ |
ଗୁଣରତ୍ନାକର ହେ
(ରାଗ: କେଦାର)
ଗୁଣରତ୍ନାକର ହେ,
ଗଲାନି କି ସରି ସେ କିଶୋରୀ କୁଳାଚାର ହେ । ପଦ ।
ଗୋପାଳଙ୍କ କୁଳଶୀଳ ଗଙ୍ଗାରୁ ଗଭୀର ହେ,
ଗୋସ୍ପଦରୁ ଉଣା ମଣିଲ କି ବଂଶୀଧର ହେ। ୧ ।
ଗଣ୍ଠିଧନୁ ଗୁପତ ମୋ ସଖୀର ଆବୁର ହେ,
ଗହନ କୁସୁମ ପରି ହେବ କି ଏଥର ହେ । ୨ ।
ଗୋପନୃପବଳରୁ ନ ଥିଲେ ହେଲେ ଡର ହେ,
ଗଡ଼କୁ ନିକଟ ପରା ଏ ତୁମ୍ଭ ଏ ନଗର ହେ । ୩ ।
ଗରିଷ୍ଠ ପ୍ରତାପୀ କଂସ ଶୁଣିଲେ ଖବର ହେ,
ଗୋବର୍ଦ୍ଧନଗିରିଗୁହାପୁଟ ଯିବ ଜୂର ହେ । ୪ ।
ଗଲେ ମୁଁ ଚିତ୍ତକୁ ସବୁ ହୋଇବ ଗୋଚର ହେ,
ଗୀତ ବୋଲେ କବିରବି ସର୍ବଂସହାସୁର ହେ । ୫ ।