ଅଚ୍ୟୁତାନନ୍ଦ ପଦାବଳୀ/ଆରେ ଭଜ ମନ

ଉଇକିପାଠାଗାର‌ରୁ
ଅଚ୍ୟୁତାନନ୍ଦ ପଦାବଳୀ
ଲେଖକ/କବି: ଅଚ୍ୟୁତାନନ୍ଦ ଦାସ

ଆରେ ଭଜ ମନ

ଆରେ ଭଜ ମନ
ଭଜି ପାରିଲେ ପାଇବୁ ଦରଶନ ।

ଚିତା ସଳଖରେ ଧୂନି ଘର
ଧବଳ ଚିତ୍ତକୁ ଲଏ କର
ଧାଉଂଅଛି ଜୀବ ପରମ ସାଙ୍ଗରେ
ଧପା ଦେଉଅଛି ନିରନ୍ତର ।

ତ୍ରିବେଣୀ ବହୁଛି ତିନିଧାର
ବହନ୍ତା ନଇକୁ ଥଏ କର
ବଙ୍କୁନାଳେ ପାଣି ଉଠିବ ଉଜାଣି
ବୁଡି ଯିବ ତୋର ହଂସାଘର ।

ତ୍ରିବେଣି ନଇ ପଛିମେ ଯାଇଂ[୧]
ତ୍ରିକୂଟ ସନ୍ଧିରେ ଅଛି ଅହି
ସେହି ଅହିବର ଶବଦ ଘାତର
ପଶି ନ ପାରନ୍ତି ତହିଂ କେହି ।

ଦେଉଳ ଭିତରେ ଦେଖ ଠୁଳ
ଦେବତା ହୋଅନ୍ତି ହଳହଳ
ଦେଉଳେ ପଶିଲେ ଦ୍ରଶନ ପାଇବୁ
ମୋଖ୍ୟ ହୋଇଯିବ ପିଣ୍ଡ ତୋର ।

କହଇ ଅଚ୍ୟୁତ ବ୍ରହ୍ମଗ୍ୟାଂନ[୨]
ପ୍ରଭୁ ପାଦପଦ୍ମେ ଦେଇ ମନ
କରୁଅଛି ସଦା ଏହି ନିବେଦନ
ଉଧର ମୋତେ ଜଗୁ ଜୀବନ ।

ପାଦଟୀକା[ସମ୍ପାଦନା]

  1. ଏହା ରଚନା କାଳରେ ଚନ୍ଦ୍ରବିନ୍ଦୁ "ଁ" ସ୍ଥାନରେ ଅନୁସ୍ୱାର "ଂ" ବ୍ୟବହାର ହେଉଥିଲା ।
  2. ଏହା ରଚନା କାଳରେ "‌ଜ୍ଞ" ସ୍ଥାନରେ "ଗ୍ୟଂ" ବ୍ୟବହାର ହେଉଥିଲା ।