ଆମରି ଜାତିର ଆଗୁଆ ନେତା

ଉଇକିପାଠାଗାର‌ରୁ
ଆମରି ଜାତିର ଆଗୁଆ ନେତା (୧୯୮୪) 
ଲେଖକ/କବି: ଜଗନ୍ନାଥ ମହାନ୍ତି

AMAR JITIRA AGUA NETA
(Oriya)
Copyright : Author
1984


Published By:

BIMLA SALUJA
SALUJA PRAKASHAN
D-41, Gulmohar Park,
New Delhi-110049.
Tel. : 667585
Printed at:
VIJETA OFFSET PRINTERS
NEW DELHI

ଅଭିମତ
ଡକ୍‌ଟର ଜଗନ୍ନାଥ ମହାନ୍ତିଙ୍କ ପ୍ରଣିତ ପୁସ୍ତକ
"ଆମରି ଜାତିର ଆଗୁଆ ନେତା" ପଢିବାର ସୁଯୋଗ ପାଇଲି ।
ଅପାର ଆନନ୍ଦ ଲାଭ କଲି । ଭାବ ଓ ଭାଷା ମଧ୍ୟରେ ପରିପୂରକତା
ତଥା ସମତାରକ୍ଷା କରିବାର ବିରଳ ସଫଳତା ଅର୍ଜନ କରିଛନ୍ତି ଲେଖକ ।
ଯେଉଁ ଆଗୁଆ ନେତାଙ୍କ ଜୟଗାଥା ଶଂସିତ ପୁସ୍ତକରେ
ଆଲୋଚନା କରାଯାଇଛି ସେମାନେ ହେଉଛନ୍ତି, ବକ୍ସି ଜଗବନ୍ଧୁ,
ଦଳବେହେରା, ସୁରେନ୍ଦ୍ର ସାଏ, ବାଘାଯତୀନ ଓ ଲକ୍ଷ୍ମଣ ନାୟକ ।
ଦେଶପାଇଁ ଆତ୍ମୋସ୍ତ୍ରର୍ଗର ଏସବୁ ଦୃଷ୍ଟାନ୍ତ ଇତିହାସରେ ଅନନ୍ୟସାଧାରଣ ।
କେବଳ ସେତେବେଳେ ଏହା ସମ୍ଭବ ଥିଲା, ତ୍ୟାଗ ଶୋର୍ଯ୍ୟ ଓ ବୀରତ୍ବ
ଇତିହାସକୁ ମହିମା ମଣ୍ଡିତ କରିଥିଲା। ଆଜିଏସବୁ ସଦଗୁଣର ଏକାନ୍ତ
ଆବଶ୍ୟକତା ଥିଲେ ହେଁ ସେ ପ୍ରକାର ବୀର ପୁରୁଷଙ୍କ ଅଭାବ ଆମକୁ
ଘାଇ ପକାଉଛି। ପାଠକଂକୁ ସେ ଦିଗରେ ଅନୁପ୍ରାଣିତକରି ପାରିଲେ
ଲେଖକଙ୍କ ଶ୍ରମ ସାର୍ଥକ ହେବ ସନ୍ଦେହ ନାହିଁ ।
ଲେଖକ ଡକ୍ଟର ମହାନ୍ତିଙ୍କ ଅକ୍ଲାନ୍ତ ପରିଶ୍ରମ ଅତୁଟ ରହୁ,ଏହି କାମନ
କରୁଛି ।
ଭୁବନେଶ୍ୱର *
ଶତ୍ରୁଘ୍ନ ନାଥ

ପଦେ ଅଧେ


ଆମ ଦେଶରେ ମୁକ୍ତି ସଂଗ୍ରାମର ଯେଉଁମାନେ
ସାରଥି ହୋଇ ବାହାରିଥିଲେ, ସେମାନେ ଆମର
ଶ୍ରଦ୍ଧା ଓ ସମ୍ମାନର ପାତ୍ର । ଆମରି ଜାତିର ସେମାନେ
ଆଗୁଆ ନେତା। ସେମାନଙ୍କ ନେତୃତ୍ୱ ଥିଲା ସାହସିକ
ଓ ତ୍ୟାଗପୁତ । ତେଣୁ ସେମାନଙ୍କ ଆଦର୍ଶରେ
ଉତ୍ସାହିତ ହୋଇ ଅଗଣିତ ଦେଶବାସୀ ସ୍ୱାଧିନତା
ସଂଗ୍ରାମରେ ଝାସ ଦେଇଥିଲେ । ହସି ହସି ସେମାନେ
ଦୁଃଖକଷ୍ଟ ଭୋଗିଥିଲେ ଆଉ ମୃତ୍ୟୁବରଣ କରି
ଥିଲେ । ସେମାନଙ୍କ ପରି ବୀର ପୁରୁଷଙ୍କ ଅଭାବ
ଆଜିର ବୁଦ୍ଧିଜୀବୀମାଙ୍କୁ ଚିନ୍ତିତ କରାଇଛି ।

ସେହି ମହାନ୍ ଆଦର୍ଶକୁ ଜାତି ଆଗରେ
ଉଜ୍ଜ୍ୱଳ କରି ଗଢ଼ିତୋଳିବା ଆଜିର ସାହିତ୍ୟକ
ମାନଙ୍କର ପରମ କର୍ତ୍ତବ୍ୟ । ଦେଶର କୋଟି କୋଟି
ନାଗରିକ ତ‌ଥା ନବସାକ୍ଷରମାନଙ୍କ ମନଲାଖି ଭାଷା
ଓ ଭଙ୍ଗୀରେ ସେହି ସଂଗ୍ରାମୀ ନେତେମାନଙ୍କର
ଜୀବନ ଗାଥାକୁ ରୂପ ଦେବାକୁ ଏଥିରେ ଉଦ୍ୟମ
କରା ଯାଇଛି । ପୁଣି ବକ୍ସି ଜଗବନ୍ଧୁ, ଦଳ-
ବେହେରା, ସୁରେନ୍ଦ୍ର ସାଏ, ବାଘାଯତୀନ ଓ ଲକ୍ଷ୍ମଣ

4

ନାୟକ ଏହି ଓଡ଼ିଶା ମାଟିର ଅମର ସନ୍ତାନ। ସେମାନଙ୍କର ଅପୁର୍ବ ବୀରତ୍ବ , ଦେଶପ୍ରେମ ଓ ସାହସର କାହାଣୀ ଗୁଡିକ ଏହି ପୁସ୍ତକଟିରେ ସ୍ଥାନ ପାଇଛି। ଏହା ସମସ୍ତ ଙ୍କୁ ପ୍ରେରଣା ଦେଉ ସବୁରି ମନରେ ନିଜ ଦେଶ ମାତା ପାଇଁ ମମତା ଜଗାଉ, ଲେଖକର କାମନା ।

ଏହି ବ‌ହି ବିଷୟରେ କିଛି କ‌ହିବାକୁ ମୁଁ ପ‌ହିଲେ ଚାହୁଁ ନଥିଲି । ଶୁଆ ମୂଲ ଶୁଆ ନିଜେ କ‌ହିବ। ଜାତୀୟ ପ୍ରତିଯୋଗିତାରେ ଏହାର ପାଣ୍ଡୁଲିପିଟି ପୁରସ୍କାର ପାଇବା ଫଳରେ ତାହା ପ୍ରମାଣିତ ହେଲା। ଏଥିରେ ମୋର ଆନନ୍ଦ ଯେତିକି ଆତ୍ମ ବିଶ୍ବାସ ତା'ଠାରୁ ଅଧିକ ହେଲା ।

ନୂଆଦିଲ୍ଲୀର ସାଲୁଜା ପ୍ରକାଶନ ଏହି ପ୍ରକାର ନବସାକ୍ଷରମାନଙ୍କ ଉଦ୍ଦିଷ୍ଟ ପୁର‌‌ସ୍କୃତ ପାଣ୍ଡୁଲିପିଗୁଡ଼ିକ ବିଭିନ୍ନ ଭାଷାରେ ପ୍ରକାଶ କରିବାରେ ସିଦ୍ଧହସ୍ତ ହୋଇଛ‌ନ୍ତି ।ପ୍ରତିଯୋଗିତାର ଫଳାଫଳ ଘୋଷଣା ପରେ ଏହି ପାଣ୍ଡୁଲିପି ପୁରସ୍କାର ଲାଭ କରିବା ସମ୍ବାଦ ମୋତେ ଏହି ସଂସ୍ଥା ପ୍ରଥମେ ଜଣାଇଥିଲେ ଏବଂ ଏହାକୁ ପ୍ରକାଶ କରିବାକୁ ଆଗ୍ରହ ଦେଖାଇଥିଲେ । ସେଥିପାଇଁ ମୁଁ ମଧ୍ଯ ସ୍ବୀକୃତି ଜଣାଇଥିଲି ।

ପ୍ରକାଶନର ଶେଷ ପର୍ଯ୍ଯାୟରେ ସେହି ସଂସ୍ଥା ପକ୍ଷରୁ ବହି ସଂପର୍କରେ ଜଣେ ଲବ୍ଧପ୍ରତିଷ୍ଠା ଶିକ୍ଷାବିତ୍ ତଥା ସାହିତ୍ୟିକଙ୍କ ଠାରୁ 'ଅଭିମତ' ଓ ଲେଖକ ଭାବରେ ମୋର ଗୋଟିଏ 'ଭୂମିକା' ଦେବାକୁ ଅନୁରୋଧ ପାଇଲି । ତେଣୁ ମୋର ସମ୍ମାନାସ୍ପଦ ଗୁରୁ ଓ ସାରସ୍ୱତ ସାଧକ ପ୍ରଫେସର ଶତ୍ରୁଘ୍ନନାଥଙ୍କ ଠାରୁ ଏହି ଅଭିମତ ଲାଭ କରିବାରେ ମୁଁ ବିଶେଷ ଅନୁଗୃହିତ ହେବା ସଙ୍ଗେ ସଙ୍ଗେ ପୁସ୍ତକଟି ମଧ୍ଯ ଗୌରବମଣ୍ଡିତ ହୋଇ ପାରିଛି ।ଏଥିପାଇଁ ମୁଁ ତାଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି ।

ଭୁବନେଶ୍ୱର
ଜଗନ୍ନାଥ ମହାନ୍ତି ଛବି

ଏଥିରେ ଅଛି:--

ବିଷୟ ପୃଷ୍ଠା
୧- ଆମର ଜାତିର ଆଗୁଆ ନେତା
ବକ୍ସି ଜଗବନ୍ଧୁ
୨- ପାଇକ ନେତା
ଦାନୀ ଦଳବେହେରା ୩୬
୩- ବିଦ୍ରୋହୀ ବୀର
ସୁରେନ୍ଦ୍ର ସାଏ ୪୯
୪- ବାଘାଯତୀନ୍‌ଙ୍କ
ବଳିଦାନ ୬୪
୫- ଅମର ଶହୀଦ୍
ଲକ୍ଷ୍ମଣ ନାୟକ ୭୭
ଆମରି ଜାତିର ଆଗୁଆ ନେତା
ବକ୍ସି ଜଗବନ୍ଧୁ
ଆଜିକୁ ପାୟ ଚାରିଶହ ବର୍ଷ ତଳର କଥା । ସାତ ଦରିଆ ସେପାରିରୁ ଆସିଥିଲେ ଇଂରେଜମାନେ । ଆମରି ଦେଶରେ ସେମାନେ ବଣିଜ ବେପାର କଲେ । ଦିଲ୍ଲୀରେ ସେତେବେଳ ଥା'ନ୍ତି ମୋଗଲ ନବାବ । ମସ୍ତବଡ଼ ତାଙ୍କର ମୁଲକ ।
ଅଖଣ୍ଡ ତାଙ୍କର କ୍ଷମତା । ତା' ଛଡା ପୁଣି ଛୋଟ ବଡ ରାଜ୍ଯର ମାଲିକ ଥା'ନ୍ତି

ମରହଟ୍ଟା, ପଠାଣ, ହିନ୍ଦୁ-ବ‌ହୁ ଧର୍ମର,ବ‌ହୁ ଜାତିର । ସେମାନଙ୍କ ସଂଖ୍ଯା ଶହ ଶହ,ହଜାର ହଜାର । ସେମାନଙ୍କ ମଧ୍ଯରେ କେତେ ଯେ କଳି କଜିଆ, ବାଦ ବିବାଦ କ‌ହିଲେ ନସରେ ।

କଙ୍କଡାକୁ ଗୋଳିପାଣି ସୁହାଏ । ବିଦେଶ ବେପାରିଙ୍କୁ ସୁବିଧା ମିଳିଗଲା । ଦୀପ ତେଜିଲେ, ହାତ ଚିକ୍‌କଣ କଲେ ।କେତେବେଳେ କାହା ସାଥିରେ ହାତ ମିଳାଇଲେ ।ଏଘର ମାଉସୀ ସେଘର ପିଉସୀ ହେଲେ ।ବେପାରରୁ ଭଲ ରୋଜଗାର ବି କଲେ ।ରାଜାମାନଙ୍କ ଠାରୁ ଦୟାରେ ବା ସ‌ହାନୂଭୂତିରେ ଖଣ୍ଡେ ଖଣ୍ଡେ ଜାଗା ପାଇଲେ । ସେଠାରେ ଦୁର୍ଗ ତିଆରି କଲେ । ରାଜା ମହାରାଜା ମାନଙ୍କୁ କ‌ହି ବୋଲି କେତେପ୍ରକାର ସୁବିଧା ପାଇଲେ ।

କିନ୍ତୁ ହାୟ,,,,,,,,,,,
ଆମ ଦେଶର ରାଜାମାନେ ଇଂରେଜଙ୍କ ମାୟା ଜାଲରେ ପଶିପାରିଲେ ନାହିଁ । ସେମାନଙ୍କ ଛନ୍ଦ କପଟ ବୁଝିପାରିଲେ ନାହିଁ|ବେଳାଉଣ୍ଡି କେଉଁ ରାଜାଙ୍କୁ ଲଢେଇରେ ସାହାଯ୍ଯ କରି ବା କେଉଁ ରାଜାଙ୍କୁ ନାଲିଆଖି ଦେଖାଇ ଖଣ୍ଡେ ଖଣ୍ଡେ ରାଜ୍ଯ ଦଖଲ କରି ଶାସନ କଲେ।ଆଉ ଯେଉଁ ବିଦେଶୀ ଆସିଲେ ସେମାନଙ୍କୁ କଳେ,ବଳେ ଆଉ କୌଶଳରେ ହଟାଇ ଦେଲେ।
ଦିନକୁ ଦିନ ସେମାନଙ୍କ କ୍ଷମତା ବଢିବାରେ ଲାଗିଲା ବର୍ଷାଦିନେ ନଈ ବଢ଼ିଲାପରି।ଆମ ଦେଶର ଅନେକ ରାଜା ବି ସେମାନଙ୍କ ଅଧୀନତା ସ୍ୱୀକାର କଲେ।ଇଂରେଜମାନେ କହିଲେ ସେମାନେ ବସିବେ,ସେମାନେ ଉଠିବେ।ନିଜ ଘରେ ନିଜେ ପ୍ରବାସୀ ହେଲେ।ବାଘ ଘରେ ମିରିଗର ନାଟଚାଲିଲା ।
ଆମ ଦେଶରେ ରାଜାମାନେ ଯେତେବେଳେ ସେମାନଙ୍କର ବୋଲକରା ହେଲେ,ଘର ଢ଼ିଙ୍କି କୁମ୍ଭୀର ହେଲା,ସେତେବେଳେ ଦେଶର ଅବସ୍ଥା କ'ଣ ହେବ? ଖୁଣ୍ଟ ଗୁଣେ ଘୋଡ଼ା ନାଚେ। ଘର ଗୁଣେ ବିଲେଇ ବାଈ। ଦେଶରେ ଆଉ ଶାନ୍ତି ଶୃଙ୍ଖଳା ବା ଉନ୍ନତି କ'ଣ ହେବ? ଧମକାଇ ଛବି ଚମକାଇ ଇଂରେଜମାନେ ଧନ ଲୁଟ କଲେ।ସେମାନଙ୍କ ଦେଶକୁ ବୁହାଇଲେ। ଭାରତରେ ସୁନା ଫେଳେ। ଏଇ ଲୋକ କଥା ସେମାନେ ସାତରେ ଦେଖିଲେ ଆଉ ତାଙ୍କ ଦେଶରେ ଦେଖଆଈ ଦେଲେ।

ଆମ ଦେଶରେ ଲୋକଙ୍କ ଅବସ୍ଥା ହେଲା ଅତି ଶୈଚନୀୟ। ଲୋକେ ରୋଗ ଉପାସାରେ ସଢ଼ିଲେ।ସମୟ ସମୟରେ ପୋକମାଛି ପରି ମଲେ।ରାସ୍ତା,ଘାଟ,ବଣିଜ ବେପଆର,ଶିଳ୍ପକଳାର ଉନ୍ନତୀ ହୋଇ ପାରିଲା ନାହିଁ।

ଇଂରେଜମାନେ ଓଡିଶାକୁ ସାବୁରି ପାଛରେ ୧୮୦୩ ମସିହାରେ ନିଜ ଦଖଲକୁ ନେଇ ପାରିଥିଲେ।ସେତେବେଲେ ମାରହଟ୍ଟାମାନେ ଓଡିଶୀର ଅଧିକାଂଶ ଅଂଚଳରେ ଶାସନ କରୁଥିଲେ। ସେମାନଙ ଅଧିନରେ ଜମିଦାରମାନେ ରହି ଜାହା କିଛି କର ଦେଉଥିଲେ।ସେମାନେ ଇଂରେଜମାଙ୍କର ବଶ୍ୟତା ମାନିଲେ।

ପ୍ରଥମେ ପାଇକ ବୀରମାଙ୍କର ବାସଭୂମି ଖୋର୍ଦ୍ଧା ମୁଲକ ଇଂରେଜମାନଙ୍କର ଦଖଲକୁ ଯାଇ ନ ଥିଲା । ସେତେବେଳେ ଖୋର୍ଦ୍ଧାର ରାଜା ଥିଲେ ଦ୍ଯିତୀୟ ମୁକୁନ୍ଦ ଦେବ। ସେ ମଧ୍ଯ ଇଂରେଜମାନଙ୍କୁ ବାଧା ନ ଦେଇ ସେମାନଙ୍କର ବାଧ୍ଯ ହୋଇଗଲେ । କିନ୍ତୁ ଇଂରେଜମାନେ ଖୋର୍ଦ୍ଧା ଗଡ ଦଖଲ କରିବାକୁ ବସିବାରୁ ରାଜା ମନ୍ତ୍ରୀ ସେଠାରୁ ଖସି ଚାଲିଗଲେ । ପାଇକମାନେ ଦୂର୍ଗ ଭିତରେ ଜଗି ରହିଲେ । ଖୁବ ସାହସର ସହିତ ବ ହୁଦିନ ଲଢେଇ କରି ଶେଷରେ ହଟିଗଲେ ।

ଇଂରେଜମାନେ ଗଡ ଭିତରେ ପଶି ରାଜା ମନ୍ତ୍ରୀଙ୍କୁ ପାଇଲେ ନାହିଁ। ଯେତେ ଯୁଆଡେ ଖୋଜିଲେ ମଧ୍ଯ ସେମାନଙ୍କର ପତ୍ତା ମିଳିଲା ନାହିଁ । ତେଣୁ ଇଂରେଜମାନେ ରାଜାଙ୍କୁ ଗାଦିରୁ ହଟାଇ ଦିଆଗଲା ବୋଲି ଘୋଷଣା କଲେ ।
ତାଙ୍କଠାରୁ ଜଗନ୍ନାଥ ମନ୍ଦିର ଦାୟିତ୍ୱ ମଧ୍ଯ କାଢି ନିଆଗଲା। କିନ୍ତୁ ରାଜାଙ୍କୁ ଧରି ନପାରିଲେ ସେ କେତେବେଳେ ଗଣ୍ଡଗୋଳ କରିବସିବେ । ସବୁ ଓଲଟ ପାଲଟ ହୋଇଯିବ । ଏଇ ଭୟରେ ଇଂରେଜମାନେ ରାଜାଙ୍କର ବନ୍ଧୁ ବାନ୍ଧବମାନଙ୍କୁ ଧରି ଆଣି ଧମକ ଚମକ ଦେଲେ ରାଜାଙ୍କର ଖବର ପାଇବାକୁ

14 ହେଲେ ରାଜାଙ୍କୁ ସବୁ ଖବର ଦିଆଯାଉ ଥିବାରୁ ସେ ଲୁଚିଛପି ବଣ ଜଙ୍ଗଲରେ ବୁଲିବାରେ ଲାଗିଲେ ।

ଏମିତି ଘରଦ୍ୱାର ଛାଡି ଅଖିଆ ଅପିଆ ରାଜା କେତେଦିନ ରାହିପାରିବେ ? ସେ ଠିକ କଲେ ନିଜେ ଆସି ଇଂରେଜଙ୍କ ପାଖରେ ଧରାଦେବାକୁ । ଇଂରେଜମାନେ ବି ଭାବିଲେ କେତେଦିନ ଏମିତି ରାଜାଙ୍କ ସାଥିରେ ଲୁଚୁକାଳି ଖେଳରେ ମାତିବେ ? ତେଣୁ ସେମାନେ ଘୋଷଣା କଲେ ଯେ ରାଜା ଯଦି ନିଜେ ଧରା ଦେବେ ତାଙ୍କୁ ବେଶୀ ଦଣ୍ଡ ଦିଆଯିବ ନାହିଁ । ଏଇ ଘୋଷଣା ଯେମିତି ରାଜାଙ୍କ କାନରେ ବାଜିଲା, ବିଲେଇ କପାଳକୁ ଶିକା ଛିଡିଲା ପରି ହେଲା ।

ରାଜା ନିଜେ ଆସି ଖୋର୍ଦ୍ଧାର ଇଂରେଜ ଶାସକ ଫ୍ରେଚର ସାହେବଙ୍କୁ ଦେଖା କଲେ । ସାଙ୍ଗେସାଙ୍ଗେ ତାଙ୍କୁ ଗିରଫ୍ କରି କଟକ ପଠାଇ ଦିଆଗଲା । ରାଜା ମୁକୁନ୍ଦଦେବ ବାରବାଟି ଦୁର୍ଗରେ ଅଟକବନ୍ଦୀ ହୋଇ ରହିଲେ । ତାପରେ ତାଙ୍କୁ ପୁଣି ମେଦିନୀପୁର ଜେଲ୍କୁ ପଠାଇ ଦିଆଯାଇଥିଲା ।

15 ଖୋର୍ଦ୍ଧା ମୁଲକର ଲୋକମାନେ ରାଜାଙ୍କୁ ଜଗନ୍ନାଥନ୍କର ଚଳନ୍ତି ପ୍ରତିମା ଭାବରେ ଯୁଗ ଯୁଗ ଧରି ପୂଜା କରି ଆସୁଥିଲେ । ଇଂରେଜମାନଙ୍କ ହାତରେ ତାଙ୍କ ଠାକୁର ରାଜାଙ୍କର ଏମିତି ନାରଖାର ଅବସ୍ଥା ଦେଖି ସେମାନେ ବଡ ଉତ୍ତେଜିତ ହୋଇ ପଡିଲେ।

ଫ୍ରେଚର ସାହେବ ଭାରି କଡା ଶାସକ ଥିଲେ। ସେ ଖୋର୍ଦ୍ଧା ମୁଲକରେ ଦେଖିଲେ ରାଜାଙ୍କର ସେନାପତି, ପାଇକ, ଦଳେଇ, ଦଳବେହେରାମାନେ ସବୁ ଜମିବାଡି ବିନା ଖଜଣାରେ ଭୋଗ ଦଖଲ କରୁଛନ୍ତି। ଇଂରେଜମାନେ ଯଦି ସେମାଙ୍କ ଠାରୁ ଖଜଣା ଆଦାୟ ନକରିବେ, ଏତେବଡ ରାଜ୍ୟ ଶାସନ କରି ଲାଭ କ'ଣ ? ପୁଣି ଶାସନ ଚାଲିବ କିପରି ? ତେଣୁ ସେ ହୁକୁମ ଦେଲେ ଯେଉଁମାନେ ଖଜଣା ନଦେବେ, ତାନ୍କଠାରୁ ଜମିତକ କାଢି ନିଆଯିବ ।

ସେଇଆ ହେଲା । ଖଜଣା ନଦେଲେ, ସେମାନ୍କ ଜମିବାଡି ନିଲାମ ହେଲା । ରାଜାଙ୍କର ଜମିବାଡି ବି ନିଲାମ ହେଲା । ଜଗନ୍ନାଥଙ୍କ

16 ମନ୍ଦିରତ ଯାଇଥିଲା । ରାଜାଙ୍କ ଚଳିବା ପାଇଁ କିଛି ଭତ୍ତା କେବଳ ଖଞ୍ଜି ଦିଆଗଲା। ଗଜପତି ରାଜା ପୁଣି ନିଜେ ଚଳିବା ପାଇଁ ଇଂରେଜମାନଙ୍କ ହାତ ଟେକାକୁ ଚାହଁ ରହିଲେ ।

ଇଂରେଜ ସରକାର ତିନି ଚାରି ବର୍ଷରେ କମି ବନ୍ଦୋବସ୍ତ କରି ଖଜଣା ବଢାଇବାରେ ଲାଗିଲେ । ଦିନ କୁ ଦିନ ଏହାର ଭାର ଅସମ୍ଭାଳ ହେଲା । ଆଗରୁ ତ ରାଜା ଖାଜଣା ନେଉ ନଥିଲେ । ଏବେ ଖଜଣା ଭାର ବଢିବାରୁ ଲୋକଙ୍କୁ ବାଧିଲା । ଅନେକ ଜମିଦାରଙ୍କ ଜମିଦାରୀ ମଧ୍ୟ ଖଜଣା ନ ଦେଇପାରିବାରୁ ନିଲାମ୍ ହେଲା । ସାଧାରଣ ଲୋକମାନାନମଙ୍କଠାରୁ ରାଜା ଜମିଦାର ଯାଏ ସମସ୍ତେ ବଡ ହଇରାଣ ହରକତ ହେଲେ । ସେମାନଙ୍କ ମନରେ ବିଦ୍ରୋହର ନିଆଁ ଜଳିବାରେ ଲାଗିଲା ।

ଲୋକଙ୍କ ମନରେ ଯେଉଁ ନିଆଁ କୁହୁଳୁ ଥିଲା, ତାହା ୧୮୧୭ ମସିହାରେ ହୁତ୍ କରି ଜଳି ଉଠିଲା । ଓଡିଆ ପାଇକମାଙ୍କର ବିର ରକ୍ତ ଟକ୍ ଟକ୍ କରି ଫୁଟିଲା । ସେମାନଙ୍କର ନେତା ହେଲେ ଖୋର୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର । ରାଜାଙ୍କ ସେନାପତିଙ୍କୁ ବକ୍ସି କୁହା ଯାଉଥିଲା। ଯୁଗ ଯୁଗ ଧରି ଯେଉଁ ସେନାପତି ପାଇକ ସେନାଙ୍କର ନେତୃତ୍ୱ

17 ନେଇ ଗଙ୍ଗାଠାରୁ ଗୋଦାବରୀ ଯାଏ ରାଜ୍ୟ ଜୟ କରିଥିଲେ, ସେଇ ସେନାପତି ବଂଶର ବକ୍ସି ଜଗବନ୍ଧୁ ସେମାନଙ୍କୁ ନୂଆ ବଳ ଓ ସାହାସ ଦେଲେ । ସେମାନଙ୍କର ନିରାଶ ମନରେ ଆଶାର ସଂଚାର କଲେ । ଖୋର୍ଦ୍ଧା ମୁଲକରେ ଆନ୍ଦୋଳନର ସୁଅ ଛୁଟିଲା ।

ବକ୍ସି ଜଗବନ୍ଧୁ ରୋଢଙ୍ଗ ପ୍ରଗନା ବୋଲି ଏକ ବଡ ଇଲାକା କେତେ ପୁରୁଷ ଧରି ସେନାପତି କାମ ପାଇଁ ଜାଗିରୀ ପାଇଥିଲେ । କିନ୍ତୁ ଏବେ ସେ ମଧ୍ୟ ଏଥିରୁ ବଂଚିତ ହୋଇ ବଡ ଦୀନହୀନ ଅବସ୍ଥାରେ ଚଳୁଥିଲେ ।

ବକ୍ସି ଜଗବନ୍ଧୁଙ୍କ ଚଳିବା ଅବସ୍ଥା ସିନା ଖରାପ ହୋଇଥିଲା, ତାଙ୍କ ମନର ଅବସ୍ଥା ସେମିତି ଦୃଢ ଥିଲା । ସେ ଖୁବ୍ ବୁଦ୍ଧିମାନ ଓ ସାହାସୀ ଥିଲେ । ନିଜ ଦେଶ- ତା'ର ଭୂଇଁ, ତା'ର ପାଣି ପବନ, ତା'ର ରାଜା, ଠାକୁର ସବୁ ତାଙ୍କର ଅତି ପ୍ରିୟ ଥିଲା । ସେ ସମସ୍ତଙ୍କୁ ଦାଣ୍ଡର ଭିକାରୀ କରିଥିବା ଇଁରେଜ ଶାସନକୁ କେତେଦିନ ବା ମୁଣ୍ଡପାତି ସହନ୍ତେ?

୧୮୧୭ ମସିହା ମାର୍ଚ୍ଚ ମାସ। ଗଞାମ ଘୁମୁସର ଅନ୍ ଚଳରୁ ପ୍ରାୟ ଚାରି ପାଞ୍ଚ ଶହ କନ୍ଧ ଆସି ଖୋ୍ର୍ଦ୍ଧା ଅଞ୍ଚଳରେ ଲୁଟ୍ ତରାଜ ଆରମ୍ଭ କରି

18 ଦେଲେ । ଖୋର୍ଦ୍ଧାର ପାଇକମାନେ ଏଇ ସୁଯୋଗରେ କନ୍ଧ ମାନଙ୍କ ସହିତ ମିଶି ଇଁରେଜମାନଙ୍କ ବିରୁଦ୍ଧରେ ମାତିଗଲେ । ବକ୍ସି ଜଗବନ୍ଧୁ ପାଇକ ମାନଙ୍କୁ ନେତୃତ୍ୱ ଦେଲେ । ସେମାନଙ୍କୁ ନରଣ ଗଡର ଦଳବେହେରା, କଣାସର ଦେବାନ କୃଷ୍ଣଚନ୍ଦ୍ର, ସର୍ଦ୍ଦାର କରୁଣାକର ପ୍ରଭୃତି ସାହାଯ୍ୟ କଲେ ।

ବିଦ୍ରୋହୀ ପାଇକମାନେ ପ୍ରଥମେ ବାଣପୁର ଥାନା ଉପରେ ଆକ୍ରମଣ କଲେ । ଦାରୋଗା ଓ ସିପେହିମାନେ ଜୀବନ ବିକଳରେ ଥାନା ଛାଡି ପାହାଡ ଜଙ୍ଗଲରେ ଲୁଚିଲେ । ପାଇକମାନେ ଥାନାକୁ ଜାଳିପୋଡି ଧୂଳିସାତ୍ କରିଦେଲେ । ବାଣପୁର ଖଜଣାଖାନା ଲୁଟ୍ କରିନେଲେ ।

ଲୋକମାନେ ଲୁଣମାରିବାରେ ଇଂରେଜ ସରକାରଙ୍କ କଟକଣା ଯୋଗୁଁ ଖୁବ୍ ବିରକ୍ତ ହୋଇ ପଡିଥିଲେ । ତେଣୁ ବିଦ୍ରୋହୀ ପାଇକମାନେ ଚିଲିକାକୂଳକୁ ଧାଇଁଲେ । ଲୁଣ ଏଜେଣ୍ଟ ବେଚରଙ୍କୁ ହତ୍ୟା କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । କିନ୍ତୁ ବେଚର ଏ ଖବର ପାଇ ପ୍ରାଣଭୟରେ ପୁରୀ ଆଡକୁ ପଳାଇଲେ । ପାଇକମାନେ ବେଚରଙ୍କୁ ନପାଇ ଚିଲିକାରୁ ଫେରିଲେ ।

19 ବାଣପୁରରେ ବିଦ୍ରୋହର ସଫଳତା ପାଇକ-ମାନଙ୍କୁ ଖୁବ୍ ଉତ୍ସାହିତ କଲା । ସେମାନେ ମାତୃଭୁମିର ଜୟ ଜୟକାର କରି ଖୋର୍ଦ୍ଧା ଆଡକୁ ଆଗେଇ ଚାଲିଲେ । ଖୋର୍ଦ୍ଧାରେ କଚେରୀ ଥିବାରୁ କେତେକ ଗୋରା ହାକିମ ଥା'ନ୍ତି । ହଜାର ହାଜର ପାଇକ ସାମୁଦ୍ରର ଲହରୀ ପାରି ମାଡି ଆସୁଥିବାରୁ ଶୁଣି ସେମାନେ ଖୋର୍ଦ୍ଧା ଛାଡି କଟକକୁ ପଳାଇଲେ । ବିଦ୍ରୋହୀମାନେ ଖୋର୍ଦ୍ଧାରେ ଇଂରେଜ କର୍ମଚାରୀମାନଙ୍କୁ ନପାଇ କିମ୍ବା କେଉଁଠି କାହାଠାରୁ ବାଧା ନପାଇ ସହଜରେ କଚେରୀ ସବୁ ଜାଳିପୋଡି ପାଉଁଶ କରିଦେଲେ । ଖୋର୍ଦ୍ଧା ଖଜଣାଖାନା ଲୁଟ୍ ପାଟ୍ କରିନେଲେ । ଇଂରେଜମାନଙ୍କର ଜଣେ ବିଶ୍ୱସ୍ତ କର୍ମଚାରୀ ଥିଲେ ଚରଣ ପଟ୍ଟନାୟକ । ପାଇକମାନଙ୍କର ସବୁ ଭିତିରି ଖବର ଇଂରେଜ ମାନଙ୍କୁ ଜଣାଇ ଦେଉଥିଲେ । ତେଣୁ ପାଇକମାନେ ରାଗିଯାଇଥିଲେ । ସେମାନେ ଚରଣଙ୍କ ଗାଁ ଲେମ୍ବାଇକୁ ଧାଇଁଲେ । ସେମାନେ ତାଙ୍କୁ ବଡ ନିଷ୍ଠୁର ଭାବରେ ହତ୍ୟା କଲେ । ଦେଶଦ୍ରୋହୀକୁ ନିପାତ କରି ସେମାନେ ଖୁସି ହେଲେ ଆଉ ଲେମ୍ବାଇ ଅଞ୍ଚଳକୁ ନିଜ ଦଖଲରେ ରଖିଲେ । ଏହି ଖବର ଓଡିଶାର ରାଜଧାନୀ କଟକରେ ପହ୍ଞ୍ଚିଲା। ସେତେବେଲେ ସେଠା ବାରବାଟୀ ଦୁର୍ଗରେ ଓଡିଶାର କମିଶନର, ମାଜିଷ୍ଟ୍ରେଟ୍ ଓ ସେନାପତିମାନେ ରହୁଥିଲେ। ବିଦ୍ରୋହ ଦମନ କରିବା ପାଇଁ ତିନିଜଣ ସେନାପତି ଓ ମାଜିଷ୍ଟ୍ରେଟ୍ ଖୋର୍ଦ୍ଧା ଚାଲିଲେ। ସାଥିରେ ସେମାନେ ପ୍ରଚୁର ତୋପ କମାଣ, ଗୋଳାବାରୁଦ ଆଉ ଖାଦ୍ୟଶସ୍ୟ ନେଇଥିଲେ। ଆଜିକାଲି ପରି ତ ରାସ୍ତାଘାଟର ସୁବିଧା ନ୍ଥିଲା। କଟକରୁ ପୁରୀକୁ ଏକମାତ୍ର ରାସ୍ତା ଜଗନ୍ନାଥ ସଡକ ପଡିଥିଲା। ସେଇ ରାସ୍ତାରେ ସେମାନେ ଚାଲି ଚାଲି ବା ଶଗଡଗାଡିରେ ଖୋର୍ଦ୍ଧା ଗଲେ।

ପାଇକମାନେ ଏହା ଜାଣି ଖୋର୍ଦ୍ଧା ପୂର୍ବରୁ ୩/୪ କିଲୋମିଟର ଦୂରରେ ଗଙ୍ଗପଡା ଜଙ୍ଗଲରେ ଲୁଚି ରହିଲେ। ସାହେବମାନେ ଯେଉଁବାଟେ ଯିବାର ଥିଲା, ତାକୁ ହାଣି ଖଣ୍ଡିଆ କାବରା କରି ଦେଲେ ଆଉ ରାସ୍ତା ଉପରେ ପଥର ସବୁ ପାହାଡ ପରି ଗଦା କରିଦେଲେ।

ସାହେବମାନେ ସଞ୍ଜ ବେଳକୁ ଗଙ୍ଗପଡା ପାଖରେ ପହଞ୍ଚି ରାସ୍ତାର ଏ ଅବସ୍ଥା ଦେଖିଲେ। ରାତି ମାଡି ଆସିଲା । ତେଣୁ ସେମାନେଚ ଗଙ୍ଗପଡା ଟାଙ୍ଗିରେ ତମ୍ବୁ ପକାଇ ରହିଲେ । ସକାଳ ହେଲା ମାତରେ ବିଦରୋହୀ ପାଇକମାନେ ଏମିତି ଚଢା ଉ କଲେ ଯେ, ଇଂରେଜ ସିପେହିମାନେ ତାର ସାମନା କରି ପାରିଲେ ନାଁହି । ସେମାନେ ଯେଉ ବାଟ ଦେଇ ଯାଇଥିଲେ ସେଇବାଟେ କଟକ ଆଡକୁ ଫେରିଲେ । ସେମାନେ ସଞ୍ଜ ବେଳକୁ ବାଳକାଟିରେ ପହ୍ନ୍ଚି ବିଶ୍ରାମ ନେଲେ । ସେଠିରେ ମଧ୍ୟ ବିଦ୍ରୋହି ପାଇକମାନେ ଲୁଚି ରହିଥିଲେ । ସେମାନେ ଇଂରେଜ ଫ ଉଜଙ୍କ ଉପରେ ପ୍ରବଳ ଆକ୍ରମଣ କରିଦେଲେ। କିନ୍ତୁ ସେମାନଙ୍କବସଂଖ୍ୟା କମ୍ ଥିବାରୁ ଫିରିଙ୍ଗି ଫ ଉଜଙ୍କ ମୁକାବିଲା କରି ନପାରି ପାଖ ଆଖ ଗାଁକୁ ଚାଲିଯାଇ ଲୁଚି ରହିଲେ। ସେଠାରୁ ଇଂରେଜ ସୈନ୍ୟ ଓ ସେନାପତି ରାତି ରାତି କଟକ ପଳାଇଗଲେ।

ଏବେ ଗଙ୍ଗପଡା ଜଙ୍ଗଲରେ ଲୁଚି ରହିଥିବା ପାଇକମାନଙ୍କୁ ସଣ୍ଢୁଆସି ଆକ୍ରମଣ କରାଗଲା। ଦଳେ ଇଂରେଜ ଫ ଉଜ ଖୋର୍ଧାଆଡୁ ଓ ଆଉ ଦଳେ ପିପିଲିପଟୁ ଆସି ସେମାନଙ୍କା ଉପରେ

ଅଚାନକ ଭାବରେ ଚଡ଼ାଉ କଲେ। ବିଦ୍ରୋହୀ ପାଇକ ଓ ଗୋରା ଫଊଜଙ୍କ ମଧ୍ୟରେ ଘମାଘଟ ଳଢ଼େଇ ହେଲା। ସେଥିରେ ଜଣେ ଇଂରେଜ ସେନାପତିଙ୍କ ସହିତ ବାହୁ ଇଂରେଜ ସୈନ୍ୟ ମଲେ।ଆଊ ଯଣେ ସେନାପତି ପ୍ରାଣ ଭାୟରେ ଗଙ୍ଗପଡ଼ା ଟାଙ୍ଗୀରୁ କଟକ ଫେରିଲେ।

ଖୋର୍ଦ୍ଧାରେ ସାମରିକ ଅଇନ ଜାରି ହେଲା। ବିଦ୍ରୋହୀ ପାଇକମାନଙ୍କ ନେତା ବକ୍ ସୀ ଜଗବଦ୍ଧୁ ତାପଇ ଗଡ଼ର ଦଳବେହେରା ପ୍ରଭୃତିଙ୍କୁ ଗିରଫ କରିବା ପାଇଁ ପର୍ୱାନା ବୁଲିଲା।ପାଇକମାନେ ଏବେ ଖୋର୍ଦ୍ଧା ଛାଡ଼ି ପୁରୀ ଆଡକୁ ମୁହାଇଲେ।ସେମାନେ ଲୋକାନାଥ ଘାଟେ ବାଟେ ରାତିକା ଭିତାରେ ପୁରି ସାହରରେ ପଶିଲେ।ସେଇ ରାତିରେ ସେମାନେ ପୁରୀରେ ଥିବା ସବୁ ସାରକାରି ଅଫସ୍ ପୋଡ଼ିଜାଲି ଧ୍ୱଂସ କାରିଦେଲେ।ତାପାରେ ପୁରୀଋ ପୂର୍ବରେ ଥିବା ଘନ ଝାଉଁ ଜଙ୍ଗଲ ମଧ୍ୟରେ ଲୁଚି ରାହିଲେ।


ଇଂରେଜ ସିପାହିମାନେ ରାତିରେ ପିଇକମାନଙ୍କର ସାମନା କରି ନପାରି ପ୍ରାଣ ଭ୍ୟୟରେ

ଲୁଣ ଏଜେଣ୍ଟଙ୍କ କୋଠିରେ ଲୁଚିଲେ।ତା ପରଦିନ ସକାଳୁ ତୋପ ବନ୍ଧୁକ ଧରି ଝାଉଁ ଜଙ୍ଗଲକୁ ଘେରାଉ କରିଦେଲେ।ଖୁବ୍ ଯୁଦ୍ଧ ଲାଗିଲା।ପାଇକ ମାନେ ଗୁଳି ଗୋଳାର ସାମ୍ନା କରି ନପାରି ସହରଭିତରେ ପଶିଲେ। ସେମାନଙ୍କ ସହିତ ସହରର ବାସିନ୍ଦା ଆଉ ଜଗନ୍ନାଥଙ୍କ ସେବକମାନେ ଯୋଗଦେଇ ଗୋରା ସିପେହିଙ୍କୁ ଆକ୍ରମଣ କଲେ।ଏଥିରେ ସିପେହିମାନେ ହଟିଯାଇ କଟକ ପଳାଇଲେ।ଏମିତିକି ସେମାନଙ୍କ ସେନାପତି ଓ୍ୱେଲିଙ୍ଗଟନ୍ ମଧ୍ୟ ପୁରୀ ଛାଡି ପଳାଇଲେ।ପାଇକମାନେ ପୁରୀ ସହରକୁ ଦଖଲ କରି ମୁକୁନ୍ଦ ଦେବଙ୍କୁ ରାଜା ବୋଲି ଘୋଷଣା କଲେ। କତକରେ ଇଂରେଜ ହାକିମମାନଙ୍କ ଭାଳେଣି ପଡିଲା।କିପରି ବିଦ୍ରୋହୀ ପାଇକମାନଙ୍କୁ ଦମନ କରିବାକୁ ହେବ।ସେଠାରେ ସେତେବେଳେ ପାଂବରେ ନାମକ ଜନେ ଭାରି ଟାଣୁଆ ସେନାପତି ଥିଲେ।ସେ ଭୁ ଇଂରେଜ ସିପେହି ଓ ତୋପ ବନ୍ଧୁକ ଧରି ଖୋର୍ଦ୍ଧା ବାଟେ ପୁରୀ ଗଲେ।ପ୍ରଥମେ ଖୋର୍ଦ୍ଧାରେ ପହ୍ଞ୍ଚି ଦେଖିଲେ ସେଠାରେ

ଜଣେ ହେଲେ ବିଦ୍ରୋହୀ ପାଇକ ନାହାନ୍ତି। ସେଠାରୁ ସେ ପୁରୀ ଗଲେ ଆଉ ବାଟରେ ଯେତେ ପାଇକ ଗାଁ ପଡିଲା, ସବୁକୁ ପୋଡି ଜାଳି ଧ୍ୱଂସ କରିଦେଲେ।

କଣାସର ଦେବାନ କୃଷ୍ଣଚନ୍ଦ୍ର ପାଂବରେଙ୍କ ଫଉଜଙ୍କୁ ପୁରୀ ଯିବାରେ ବାଧା ଦେବା ପାଇଁ ଲୁଣା ନଦୀ ବନ୍ଧ ପଛପଟେ ଛକି ରହିଥିଲେ। ଏ ଖବର ପାଇ ପାଂବରେ ଫଉଜଙ୍କୁ ତିନିଭାଗ କରି ତିନିପଟୁ ପାଇକଙ୍କ ଉପରେ ଚଢଉ କଲେ। ପାଇକମାନେ ଇଂରେଜଙ୍କ ଗୁଳି ଗୁଳାର ସମ୍ମୁଖୀନ ହୋଇ ନ ପାରି କଣାସ ଆଡକୁ ପଳାଇ ଗଲେ। ପାଂବରେ ପୁରୀ ଆଡକୁ ଆଗେଇଲେ।

ପୁରୀରେ ବକ୍ସି ଜଗବନ୍ଧୁ ପାଂବରେଙ୍କ ପୁରୀ ଆସିବା ଓ ବାଟରେ କଣାସର ଦେବାନଙ୍କ ପାଇକମାନଙ୍କୁ ହଟାଇ ଦେବା କଥା ଶୁଣିଲେ। ସେ ଦେଖିଲେ ଏ ଥର ଆଉ ଆହତ ବାଘକୁ ଅଟକାଇ ହେବ ନାହିଁ। ତେଣୁ ସେ ପାଇକମାନଙ୍କୁ ଧରି ବାଣପୁର ଆଡକୁ ପଳାଇଲେ। ଏଥି ଭିତରେ ରାଜା ମୁକୁନ୍ଦଦେବ ମଧ୍ୟ ପୁରୀ

ଛାଡି ପଳାଇବାକୁ ସଜ ହେଉଥିଲେ । କିନ୍ତୁ ପାଂବରେ ପୁରୀରେ ପହଞ୍ଚି ଯିବାରୁ ସେ ଆଉ ଯାଇ ପାରିଲେ ନାହିଁ । ପାଂବରେ ତାଙ୍କୁ ଗିରଫ କରି କଟକ ପଠାଇ ଦେଲେ । ସେ ପୁରୀରେ ପାଇକମାନଙ୍କୁ ପାଇଲେ ନାହିଁ । କିନ୍ତୁ ତାଙ୍କ ଦ୍ୱାରା ରାଜାଙ୍କ ବନ୍ଦୀ ହେବା ଖବର ବକ୍ସି ଜଗବନ୍ଧୁ ପାଇ ରାଜାଙ୍କୁ ମୁକୁଳେଇବାକୁ ଚେଷ୍ଟା କଲେ । ସେ ସେତେବେଳେ ବାଣପୁର ଜଙ୍ଗଲରେ ଥା'ନ୍ତି । ସାଙ୍ଗେ ସାଙ୍ଗେ ସେ ଦଳେ ପାଇକଙ୍କୁ ପଠାଇଲେ ବନ୍ଦୀ ରାଜାଙ୍କୁ ବାଟରେ ମୁକୁଳେଇବା ପାଇଁ ।

ପିପିଲିଠାରେ ପାଇକମାନେ ଜଗି ରହିଲେ । ଇଂରେଜ ସେନାପତି ସେଠାରେ ରାଜାଙ୍କୁ ଆଣି ପହଞ୍ଚିଲା ମାତ୍ରେ ପାଇକମାନେ ଆକ୍ରମଣ ଆରମ୍ଭ କରିଦେଲେ । ଇଂରେଜ ସିପେହିଙ୍କ ସହିତ ଘମାଘୋଟ ଲଢେଇ ଚାଲିଲା । ଶେଷରେ ପାଇକମାନେ ହଟିଗଲେ । ମୁକୁନ୍ଦଦେବ ବନ୍ଦୀ ହୋଇ ବାରବାଟୀ ଦୁର୍ଗରେ ରହିଲେ ।

ଏବେ ପାଇକମାନଙ୍କ ମଧ୍ୟରେ ଭାଳେଣି ପଡିଲା । କି ଉପାୟ କରିବାକୁ ହେବ ? ଭାରତର ସବୁ ରାଜ୍ୟ ଇଂରେଜଙ୍କ ଅଧୀନସ୍ଥ । କେବଳ ଖୋର୍ଦ୍ଧା ଛଡା ସମଗ୍ର ଓଡିଶା ମଧ୍ୟ ସେମାନଙ୍କ ଅକ୍ତିୟାରରେ । ଆଉ ଏକାକୀ ପାଇକମାନେ କେତେ ଦିନ ଲଢିବେ ? ସମୁଦ୍ରର ଜୁଆରକୁ କିପରି ଅଟକାଇବେ ?

ତେବେ କ'ଣ ଇଂରେଜଙ୍କ ପାଖରେ ଶରଣ ପଶିବାକୁ ହେବ? ତାହା ହୋଇ ପାରିବ ନାହିଁ । ବଜ୍ରନାଦରେ ବକ୍ସି ଜଗବନ୍ଧୁ ଉତ୍ତର ଦେଲେ- ସୂର୍ଯ୍ୟ ପଶ୍ଚିମରେ ଉଦୟ ହେଲେ ମଧ୍ୟ ପାଇକ ପୁଅ ଫିରିଙ୍ଗ ଫଉଜ ପାଖରେ ମୁଣ୍ଡ ପାତିବ ନାହିଁ । ଯେଉଁ ଇଂରେଜ ସରକାର ଆମଠାରୁ ଆମ ଜମିବାଡି,ଘରଦ୍ୱାର ଛଡାଇ ନେଲା, ଆମ ଠାକୁର ରାଜାଙ୍କୁ ବାରବୁଲା କରି ଶେଷରେ ବନ୍ଦୀ କରି ରଖିଲା, ତାକୁ ଏ ଦେଶରୁ ନ ତଡିବା ଯାଏ ଆମର ବିଶ୍ରାମ ନାହିଁ ।

ଏହି ବିଚାର ଚାଲିଥିବା ବେଳେ ଖବର ମିଳିଲା ଯେ ଇଂରେଜମାନେ ବକ୍ସିଙ୍କର ମାଆ-

ବୁଢୀ, ସ୍ତ୍ରୀ, ପୁଅ, ପୁତୁରା ପ୍ରଭୃତି ସମସ୍ତଙ୍କୁ ବାନ୍ଧି ନେଇ ଯାଇଛନ୍ତି। ପାଇକମାନେ ବାଟରେ ଯେତେ ଚେଷ୍ଟା କଲେ ବି ସେମାନଙ୍କୁ ଅଟକାଇ ପାରିଲେ ନାହିଁ। ବରଂ ଗୋରା ଫଉଜ ରାଗରେ ରୋଢଙ୍ଗର ସାହି ସାହି, ଗାଆଁ ଗାଆଁରେ ନିଆଁ ଲଗାଇ ଦେଇଥିଲେ।

ଜଣେ ପାଇକ ଖିଳେ- ଆମର ତ ଆଉ ବନ୍ଧୁକ ନାହିଁ; ବାରୁଦ ନାହିଁ। ଏମିତିକି ଚଳିବାକୁ ରସଦ ନାହିଁ। ଆମେ କେତେଦିନ ଏକା ଇଂରେଜମାନଙ୍କ ସହିତ ଲଢିବା? ଏବେ ଆମର ଅବସ୍ଥା ଭାରି ଖରାପ। ଏବେ ଉପାୟ କ'ଣ?

ବକ୍‌ସି ଗମ୍ଭୀର ଭାବରେ ଉତ୍ତର ଦେଲେ- ଅଛି, ଉପାୟ ଅଛି। ସେ ଉପାୟ ହେଲା, ବିନା ବନ୍ଧୁକ ଗୁଳି ଗୁଳାରେ ଆମର ଲଢେଇ ଚାଲିବ। ଆମକୁ ଇଂରେଜମାନଙ୍କ ସହିତ ଅସହଯୋଗ କରିବାକୁ ହେବ।

ସମସ୍ତେ ଏକସ୍ୱରରେ ପଚାରିଲେ- ଅସହଯୋଗ! ସେ କଣ?

ବକ୍‌ସି ଦୃଢ ସ୍ୱରରେ ବୁଝାଇଦେଲେ- ତାହା ହେଲା, ଆମେ ଇଂରେଜ ବା ତାଙ୍କ ପକ୍ଷରେ କାହା ସହିତ କିଛି ସଂପର୍କ ରଖିବା ନାହିଁ।ଇଂରେଜମାନେ ଆମଠାରୁ ଅନ୍ୟାୟ ଭାବରେ ଖଜଣା ଆଦାୟ କରି ଆମ ବିରୁଦ୍ଧରେ ଲଢେଇ କରୁଛନ୍ତି। ଆମରି କ୍ଷେତର ଶସ୍ୟରେ ସେମାନଙ୍କର ଶସ୍ୟ ଭଣ୍ଡାର ପୂର୍ଣ୍ନ କରୁଛନ୍ତି! ଆଜିଠାରୁ ସେମାନଙ୍କୁ ଆମେ କାଣୀ କଉଡିଟେ ସୁଦ୍ଧା ଦେବା ନାହିଁ। ଚାଷବାସ କରିବା ନାହିଁ। ଘରଦ୍ୱାର ଛାଡି ଜଙ୍ଗଲରେ ରହିବା। ଦେଖିବା ସେମାନେ କାହା ଉପରେ ଅତ୍ୟାଚାର କରିବେ?

ଜଣେ ପାଇକ ସର୍ଦ୍ଦାର ପଚାରିଲେ- ଏଇ ଉପାୟ କ'ଣ ଆମର ସଫଳ ହେବ? ଇଂରେଜ ସରକାର ଏଥିରେ ବଦଳି ଯିବ?

ବକ୍ସି ଟାଣ ସ୍ୱରରେ ଉତ୍ତରଦେଲେ-ହଁ, ନିଶ୍ଚ୍ୟ ଏଇ ଉପାୟ ସଫଳ ହେବ। ଇଂରେଜ ଏଣିକି କାହାଠାରୁ ଖଜଣା ଆଦାୟ କରିବ? କାହାର ଫସଲ ନେବେ? କାହାକୁ ହଇରାଣ କରିବ? ଦମ୍ଭଧରି ଜଙ୍ଗଲରେ ଆମେ ରହିବା।

ଦେଖିବା କ’ଣ ହେଉଛି ? ମୋର ବିଶ୍ୱାସ ଇ°ରେଜ ମାନେ ଏଥିରେ ହଟିବେ ।

ବକ୍ସିଙ୍କର ଏଇ ନୂଆ କୌଶଳ ସମସ୍ତଙ୍କ ମନ କୁ ପାଇଲା ।ଇଂରେଜ ସରକାରଙ୍କ ସ ହିତ ଅସ ହେଯାଗ ଆନ୍ଦଳନ ଚାଲିଲା। ଶେଷରେ ବକ୍ସିଙ୍କୁ ଧରାଇ ଦେଲେ ପାଞ୍ଚ ହଜାର ଟଙ୍କା ପୁରସ୍କାର ଦେବା ପାଇଁ ଇଂରେଜ ସରକାର ଘୋଷଣା କଲେ । ତା’ର କିଛି ମୂଲ୍ଯ ନହେବାରୁ କଟକ କମିଶନର ଚିଠି ଲେଖି ଜଣାଇଲେ ଯେ ଜଗବନ୍ଧୁ ନିଜେ ଆସି ଧରାଦେଲେ ତାଙ୍କର ଜୀବନ ରକ୍ଷା ହେବା ସଙ୍ଗେ ସଙ୍ଗେ ତାଙ୍କର ଚଳିବା ପାଇଁ ଏକ ଭତା ଖଞ୍ଜି ଦିଆଯିବ। ସେ କୌଣସି ସ୍ଥାନରେ ନଜର ବନ୍ଦୀ ହୋଇ ରହିବେ। କିନ୍ତୁ ଏହି ଚିଠି ର ଉତ୍ତର ମିଳି ନ ଥିଲା।

ତା ପରେ ଜଗବନ୍ଧୁ ତାଙ୍କ ପୋଷିଆଁ ପୁଅ ଗୋପିନାଥଙ୍କ ହାତର ପୁରୀର ମାଜିଷ୍ଟ୍ରେଟ୍ ଙ୍କ ପାଖକୁ ଓଡିଆରେ ଲେଖି ଗୋଟିଏ "ଚିଟା ଊ" ପଠାଇ ଥିଲେ। ଏଥିରୁ ବକ୍ସି ଙ୍କର ମନର ବଳ; ସା ହସ, ଉଦାରତା, ଗରୀବ ଲୋକମାନ ଙ୍କ ପ୍ରତି

ତାଙ୍କର ସହାନୁଭୂତି,ଓଡିଆ ରାଜାଙ୍କ ପ୍ରତି ତାଙ୍କ ଭକ୍ତିଭାବ ଜଣାପଡେ। ଫିରିଙ୍ଗି ଶାସନରେ ସୁଖୀ ଖୋର୍ଦ୍ଧା ମୁଲକ କିପରି ଦୁଃଖୀ ହୋଇଛି,ପ୍ରଜାମାନେ କିପରି ତିନିଗୁଣ ଅଧିକ କର ଦେଉଛନ୍ତି,ଆଉ ଲୁଣ ପାଞ୍ଚଗୁଣ ଅଧିକ ଦରରେ କିଣୁଛନ୍ତି ସେଥିପାଇଁ ସେ ଚିଠିରେ ଦୁଃଖ ପ୍ରକାଶ କରିଥିଲେ। ଲକ୍ଷ ଲକ୍ଷ ଲୋକ ଏଥିପାଇଁ ବଣ ଜଙ୍ଗଲକୁ ପଳାଇଛନ୍ତି ବା ଦାଣ୍ଡର ଭିକାରୀ ହୋଇଛନ୍ତି ଆଉ ସେମାନଙ୍କର ନେତା ଭାବରେ ସେ ଆଜି ବନବାସୀ ହୋଇଛନ୍ତି ବୋଲି ଏଥିରେ ଲେଖିଥିଲେ।

୧୮୨୦ରେ ଇଂରେଜ ସରକାର ଜଗବନ୍ଧୁଙ୍କ ପରିବାରକୁ ଛାଡି ଦେଇଥିଲେ। ଶେଷରେ ଜଗବନ୍ଧୁଙ୍କୁ ବନ୍ଦୀ କରିବାର ସବୁ ଚେଷ୍ଟା ବିଫଳ ହେବାରୁ ଇଂରେଜ ସରକାର ତିନିଗୋଟି ସର୍ତ୍ତରେ କ୍ଷମା ଦେବେ ବୋଲି ଜଣାଇ ଦେଲେ। ସେଥିରୁ ଗୋଟିଏ ହେଲା,ଜଗବନ୍ଧୁ ବଂଶ ପରମ୍ପରାଗତ ଅଧିକାରକୁ ଛାଡିବେ,ଦ୍ୱିତୀୟରେ କଟକ ବା ତା'ର ଆଖ ପାଖ ଅଞ୍ଚଳରେ ରହିବେ ଆଉ ମାଜିଷ୍ଟ୍ରେଟଙ୍କ ବିନା

ଅନୁମତିରେ କୁଆଡେ ଯିବେ ନାହିଁ । ତୃତୀୟରେ ସେ ମାସକୁ ଶହେଟଙ୍କା ଭତ୍ତା ପାଇବେ ।

ଖୋର୍ଦ୍ଧା ମାଜିଷ୍ଟ୍ରେଟ୍ ଏହି ଆଦେଶ ଜଗବନ୍ଧୁଙ୍କର ପୋଷିଆଁ ପୁଅ ଗୋପିନାଥଙ୍କୁ ଜଣାଇ ଦେଇଥିଲେ । ତା'ର ଦଶ ବାର ଦିନ ପରେ ଗୋପୀନାଥ ଜଗବନ୍ଧୁଙ୍କ ମତାମତ ମାଜିଷ୍ଟ୍ରେଟଙ୍କୁ ଜଣାଇ ଦେଲେ । ତାହା ହେଲା - ରାଜାଙ୍କୁ ତାଙ୍କ ରାଜ୍ୟ ଫେରାଇ ଦେଲେ ସେ ନିଜେ ଧରାଦେବେ ।

ମାତ୍ର ସରକାର ଏହା କରିବା ପାଇଁ ମନା କରିଦେଲେ । ଏଥିରେ ଜଗବନ୍ଧୁ ଖୁବ୍ ଦୃଢ ରହିଥିଲେ ।ଖୋର୍ଦ୍ଧା ମୁଲକର ଲୋକେ ତାଙ୍କ ସମ୍ପର୍କରେ କୌଣସି ଖବର ଇଂରେଜଙ୍କୁ ଜଣାଇଲେ ନାହିଁ । ତେଣୁ ଉଭ୍ୟେ ଛକାପଂଝାରେ ରହିଲେ । ଏହା ପରେ ଦିନେ କେଉଁ ପରିସ୍ଥିତିରେ ଜଗବନ୍ଧୁ ୧୮୨୫ରେ ଇଂରେଜ ସରକାର ଙ୍କୁ ଧରା ଦେଇ ଥିଲେ, ତାହା ଜଣାପଡେ ନାହିଁ ।

ସରକାର ଙ୍କ ପୂର୍ବ ସର୍ତ୍ତ ଅନୂସାରେ ଜଗବନ୍ଧୁ ନିଜର ସବୁ ବଂଶଗତ ଅଧିକାରକୁ ଛାଡ଼ିଲେ ।

କ'ଣ ବା ଥିଲା? ତାଙ୍କ ଚଳିବା ପାଇଁ ଯେଉଁ ଶହେ ଟଙ୍କା ଭତ୍ତା ଠିକ୍ ହୋଇଥିଲା, ତାହା ଶହେ ପଚାଶ ଟଙ୍କାକୁ ବଢିଥିଲା। ସେ କମିଶନ୍ ଙ୍କ ବିନାନୁମତିରେ କତକ ଛାଡି ଯାଇ ପାରିଲେ ନାହିଁ। ସମ୍ଭବତଃ ସେ ଆଜିର ବକ୍ସି ବଜାର ଅଞ୍ଚଳରେ ରହୁଥିଲେ। ବର୍ତ୍ତମାନ ସେଠାରେ ଥିବା ବକ୍ସି ପୋଖରୀ ତାଙ୍କ ରହୁଥିବା ଘର ପାଖରେ ଥିବା ଅନୁମାନ।

୧୮୨୯ ମସିହା ଜାନୁଆରୀ ୨୪ ତାରିଖରେ ଖୋର୍ଦ୍ଧାସିଂହ ବକ୍ସି ଜଗବନ୍ଧୁ ଶେଷ ନିଶ୍ୱାସ ଛାଡିଥିଲେ। ଜାତିର ସୁଯୋଗ୍ୟ ସନ୍ତାନ ଭାବରେ ତାଙ୍କର ବୀରତ୍ୱ, ଦେଶପ୍ରେମ ଓ ସାହାସ ସୁନା ଅକ୍ଷରରେ ଲେଖା ହୋଇ ରହିବ। ଗାନ୍ଧୀଜୀ ଶହେବର୍ଷ ପରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଯେଉଁ ଅସହଯୋଗ ଆନ୍ଦୋଳନ ଚଳାଇଥିଲେ, ଜଗବନ୍ଧୁ ଯେ ତା'ର ପ୍ରଥମ ପ୍ରବର୍ତ୍ତକ, ଏହା କହିଲେ ଭୁଲ୍ ହେବ ନାହିଁ।

ଫିରିଙ୍ଗି ଶାସନର ଅନ୍ଧକାର ଯୁଗରେ ଯେତେବେଳେ ନ୍ୟାୟ ଓ ସତ୍ୟ ବିଚାରର

ସତ୍ତା ନଥିଲା,ସେତେବେଳେ ନିଜର ମାତୃଭୂମି, ନିଜର ରାଜାଓନିଜର ଭାଇ ଭଉଣୀଙ୍କ ପାଇଁ ତାଙ୍କର ଯେଉଁ ଦରଦ ଓ ସ୍ନେହ ମମତା ଥିଲା,ତାହାର ତୁଳନା ନାହିଁ।ଇଂରେଜ ଶାସନ ବିରୁଦ୍ଧରେ ବହୁ ବର୍ଷ ଧରି ମେରୁ ପରି ଅଚଳ ଅଟଳ ରହି ଆଉ ସ୍ୱାଧୀନତା ଲଢେଇର ପହିଲି ସେନାପତି ଭାବରେ ଯେଉଁ ଆଦର୍ଶ ଦେଖାଇ ଯାଇଛନ୍ତି,tତାହା ସବୁଦିନ ପାଇଁ ଅଭୁଲା ହୋଇ ରହିବ।
ପାଇକ ନେତା ଦାନୀ ଦଳବେହେରା ୧୮୦୩ ମସିହା । ଇଂରେଜମାନେ କଳେବଳେ କୌଶଳେ ସେତେବେଳେ ଓଡ଼ିଶାର ରାଜଧାନୀ ଖୋରଧା ଅଧିକାର କଲେ । ତା ପରବର୍ଷ ରାଜା ମୁକୁନ୍ଦ ଦେବଙ୍କୁ ଗାଦିରୁ ବାହାର କରିଛବି

ଦେଲେ। ତାଙ୍କୁ ମଧ୍ୟ ବିଦ୍ରୋହୀ ବୋଲି ଘୋଷଣା କଲେ। ପାଇକମାନେ ଏଭଳି ଅବସ୍ଥାରେ ଚୁପ୍ ହୋଇ ରହୁଛନ୍ତି କେତେକେ? ସଦାବେଳେ ଖୋରଧା ଅଞ୍ଚଳରେ ଅଶାନ୍ତି ଲାଗି ରହିଲା। ଫଳରେ ଇଂରେଜମାନେ ଖୋରଧାକୁ ସିଧାସଳଖ ଶାସନ କଲେ। ଖୋରଧା ମୁଲକ ହେଲା କମ୍ପାନୀର "ଖାସ ମାହାଲ"।

ମେଜର ଫ୍ରେଚର ସାହେବ ଖୋରଧାର ଶାସକ ଭାବରେ ନିଯୁକ୍ତି ପାଇଲେ। ସେ ଭାରି କଡା ଥିଲେ। ସେ ୧୮୦୪ରେ ବନ୍ଦୋବସ୍ତ କରି ସବୁ ଜମିବାଡି ଉପରେ ଖଜଣା ବସାଇଲେ। ନିଜ ସୁବିଧା ପାଇଁ ଜାଗିରି ପ୍ରଥା ଉଠାଇ ଦେଲେ। ତେଣୁ ଖୋରଧା ମୁଲକରେ ଭୟ ଆଉ ଅଶାନ୍ତିର ନିଆଁ ଦୁକୁଦୁକୁ ହୋଇ ଜଳି ଉଠିଲା।

ପୁଣି.......

୧୮୦୭ ମସିହାରେ ଓଡିଶାର ପୁରୀ, କଟକ ଓ ବାଲେଶ୍ୱରର ବହୁ ଜମିଦାରୀ କଲିକତାରେ ନିଲାମ ହେଲା। ବଙ୍ଗାଳୀ ଆଉ ପଠାଣମାନେ

ଚକ୍ରାନ୍ତ କରି ସେସବୁ ହାତ କଲେ । ଚିଲିକା ଆଉ ବଙ୍ଗୋପସାଗରରୁ ଲୋକେ ଅଜା ଜେଜେ ଅମଳରୁ ଯେଉଁ ଲୁଣମାରି ଆସୁଥିଲେ, ଇଂରେଜମାନେ ତାକୁ ବନ୍ଦ କରିଦେଲେ । ଯେଉଁ ତନ୍ତୀମାନେ ସରୁ ଆଉ ସୁନ୍ଦର ଲୁଗାପଟା ବୁଣୁଥିଲେ ଇଂରେଜମାନେ ସେଥିରେ ବି ବାଧାଦେଲେ । ସେମାନଙ୍କର ଅତ୍ୟାଚାର ଆଉ ଅବିଚାର ଦିନକୁ ଦିନ ବଢିବାରେ ଲାଗିଲା ।

ଏହାରି ବିରୁଦ୍ଧରେ ଓଡିଆ ପାଇକମାନେ ଯୂଦ୍ଧ ଘୋଷଣା କଲେ ୧୮୧୭ ମସିହାରେ । ମାର ବା ମର - ଏହା ହେଲା ସେମାନଙ୍କର ଶପଥ । ଇଂରେଜମାନଙ୍କ ଅତ୍ୟାଚାରକୁ ସେମାନେ ଆଉ ମୁଣ୍ଡ ପାତି ସହି ପାରିଲେ ନାହିଁ । ସେମାନଙ୍କର ତାଜାରକ୍ତ ଆହୁରି ତେଜି ଉଠିଲା । ପାଗଳ ହାତୀ ପରି ସେମାନେ ମାତି ଗଲେ ।

ଖୋରଧା ପାଇକ ବୀରମାନଙ୍କର ନେତା ହେଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର । ଏହି ଆନ୍ଦୋଳଙ୍କୁ ପାଇକ ବିଦ୍ରୋହ ବା ପାଇକ

ଆନ୍ଦୋଳନ ବୋଲି ଇତିହାସରେ କହିଲେ ହେଁ, ଏହାହିଁ ସତରେ ଭାରତର ପହିଲି ସ୍ୱାଧୀନତା ଲଢେଇ ।             ଇଂରେଜମାନଙ୍କ ଆଧୁନିକ ଅସ୍ତ୍ର ଶସ୍ତ୍ର ପାଖରେ ଓଡିଶା ପାଇକମାନଙ୍କର ପୁରୁଣାକାଳିଆ ହାତ ହତିଆର ଟେକି ପାରିଲା ନାହିଁ । ବିଦ୍ରୋହ ବିଫଳ ହେଲା । ବକ୍ସି ଧରା ପଡିଲେ । ୧୮୨୫ରୁ ୧୮୨୯ ଯାଏ ଇଂରେଜମାନେ ତାଙ୍କୁ ନଜରବନ୍ଦୀ ଭାବରେ ରଖିଥିଲେ । ସେତେବେଳେ ସେ କଟକର ଯେଉଁ ଅଞ୍ଚଳରେ ରହୁଥିଲେ, ଏବେ ତାକୁ ବକ୍ସି ବଜାର କୁହାଯାଉଛି । ବାଣପୁରର କୃତ୍ତିବାସ ପାଟଶାଣୀ, ପିଣ୍ଡିକି ବାହୁବଳେନ୍ଦ୍ର ଆଦି ବୀରମାନଙ୍କୁ ଇଂରେଜମାନେ କଳାପାଣିକୁ ପଠାଇଲେ । ଖୋରଧାର ଜୟୀ ରାଜଗୁରୁ ଫାଶି ପାଇଲେ । କେହି ହାତ ହତିଆର ଧରି ପାରିବେ ନାହିଁ ବୋଲି ଇଂରେଜ ସରକାର ଜଣାଇ ଦେଲେ । ଖୋରଧା ଅଞ୍ଚଳରେ ମଶାଣିର ଶାନ୍ତି ବିରାଜମାନ ହେଲା । କିନ୍ତୁ ମଶାଣିର ପାଉଁଶ ଗଦା ତଳେ ନିଆଁ ଝୁଲ ପରି ଅଶାନ୍ତି ଦକ୍ ଦକ୍ ହୋଇ ଜଳୁଥିଲା ।
ଇଂରେଜମାନେ ଏଇ ବିଦ୍ରୋହକୁ ପୁରାପୁରି ଦମନ କରିବା ପାଇଁ ରବର୍ଟ କେର୍ ଓ ତାଙ୍କ ପରେ ଉଇଲକିନ୍ ସନ ସାହେବଙ୍କୁ ଖୋରଧାର ମାଜିଷ୍ଟ୍ରେଟ୍ ଭାବରେ ନିଯୁକ୍ତ କଲେ। ୧୮୧୯ରେ ଇଂରେଜମାନେ ଘୋଷଣା କଲେ ଯେ- ଯେଉଁ- ମାନେ ଦଳବେହେରା, ଦଳେଇ ସରଦାର,ସରବରାକାର ପ୍ରଭୃତି ପାଇକ ବିଦ୍ରୋହରେ ନେତା ହୋଇଥିଲେ; ସେମାନେ ଆସି ନିଜର ଭୁଲ ମାନିଲେ କ୍ଷମା ମିଳିବ। ନ ଚେତ ସେମାନଙ୍କୁ କଠୋର ଶାସ୍ତି ଦିଆଯିବ ।

କିନ୍ତୁ ଜୀବନ ଆଶାରେ ଏମିତି ଭୁଲ ମାନିବାକୁ ବୀର ପାଇକମାନେ ଅପମାନ ମଣିଲେ। ତାପଙ୍ଗ ଗଡର ଦଳବେହେରା ସାମନ୍ତ ମାଧବ ଚନ୍ଦ୍ର ରାଉତରାୟ ଏଇ ଆଦେଶକୁ ଅମାନ୍ୟ କଲେ। ସେ ଇଂରେଜ ଶାସନ ଲୋପ କରି ଓଡିଶାରେ ସ୍ୱାଧୀନ ଗଜପତି ରାଜୁତି ଚଳାଇବକୁ ପଣ କଲେ।

୧୮୧୭ରୁ ୧୮୨୭ ଯାଏ ଇଂରେଜମାନେ ତାପଙ୍ଗ ଅଞ୍ଚଳରୁ ଖଜଣା ଆଦାୟ କରିପାରି ନଥିଲେ। ତେଣୁ ଖଜଣା ଆଦାୟ କରିବା ଆଳରେ ଗୋରା ଫଉଜ ତାପଙ୍ଗ ଗଡରେ ପଶିଲେ। କାଣ୍ଡଗୋଦାଠାରେ ସାତଦିନ ଧରି ଯୁଦ୍ଧ ଚାଲିଲା। ଦଳବେହେରାଙ୍କ ଗୁପ୍ତ ଅସ୍ତ୍ର ଭଣ୍ଡାରରୁ ହାତ ହତିଆର ଆଣି ପାଇକମାନେ ଜୀବନକୁ ପାଣି ଛଡାଇ ଳଢେଇ କଲେ।

ଏଇ ଯୁଦ୍ଧରେ ପୁଣି ଯୋଗଦେଲେ ଖୋର୍ଦ୍ଧା ମୁଲକର ଆଉ ପାଇକ ବୀରମାନେ। ଦଳବେହେରାଙ୍କ ଜୟ ହେବାର ଆଶା ଯେତେବେଳେ ଉଜ୍ଜଳ, ସେତେବେଳେ ଗର ଢିଙ୍କି କୁମ୍ଭୀର ହେଲା। ମଧୁ ପଟ୍ଟନାୟକ ନକ୍ସା କାଟି ଇଂରେଜ ମାନଙ୍କ ଗୁପ୍ତ ଅସ୍ତ୍ର ଭଣ୍ଡାରକୁ ରାସ୍ତା ବତାଇ ଦେଲେ। ଫଳରେ ଇଂରେଜମାନେ ସେଠାକୁ ଯାଇ ଅଚାନକ ଭାବରେ ସେଥିରେ ନିଆଁ ଲଗାଇଦେଲେ। ଅସ୍ତ୍ର ଭଣ୍ଡାର ଧୁଳିସାତ୍ ହେଲା। ତା ସାଥିରେ ପାଇକମାନଙ୍କର ଜୟଲାଭର ଆଶା ପୋଡି ଛାରଖାର ହୋଇଗଲା।

ଅସ୍ତ୍ରଶସ୍ତ୍ର ଅଭାବରୁ ପାଇକମାନେ ହତାଶ ହୋଇପଡିଲେ। ସେନାପତି ଧନୁର୍ଜୟ ଶ୍ରୀଚନ୍ଦନ ପ୍ରାଣ ହରାଇଲେ। ଦଳବେହେରା ନିଜକୁ ଲୁଚାଇ ସୁଯୋଗ ଉଣ୍ଡିଲେ ଦାଉ ସାଧିବାକୁ। ନିଜର ଶ୍ୱଶୁର ଘର ବଡପାରିରେ ସେ ରହୁଥିବା ଜାଣି ଇଂରେଜମାନେ ତାହା ଆକ୍ରମଣ କଲେ। କିନ୍ତୁ ଚତୁଅ ଦଲବେହେରା ସେଠାରୁ ଛପି ଛପି ଚାଲି ଗଲେ। ଚିଲିକା କୂଳ ପାହାଡ ଜଙ୍ଗଲରେ ଲୁଚି ବୁଲିଲେ।

ସେଠାରୁ ସେ ବିଦ୍ରୋହର ନିଆଁ ଜାଳିଲେ। ଇଂରେଜମାନଙ୍କୁ ଲୁଚି ଛପି ମାରିଲେ। ଇଂରେଜମାନେ ଏଥିରେ ଡରିଯାଇ ଘୋଷଣା କଲେ ଯେ ଦଲବେହେରାଙ୍କୁ ଯିବତ ବା ମୃତ ଅବସ୍ଥାରେ ଧରାଇ ଦେଲେ ପ୍ରଚୁର ପୁଅସ୍କାର ଦିଆଯିବ। କିନ୍ତୁ ଏଇ ଘୋଷଣାରେ ହିଁ ରହିଲା। କିଏ ବା ତାଙ୍କୁ ଧରାଇବ?

ଥରେଖୁବ୍ ଝଡ ଝଞ୍ଜା ହେଲା। ଚିଲିକା କୂଳ ସୋରଣ ଗାଁରେ ବହୁ ଲୋକଙ୍କର ଘରଦ୍ୱାର ଭାଙ୍ଗିଗଲା। ଜଣେ ମାଛଧରାଳିର ନାଆଟି ଚିଲିକାରେ ବୁଢିଗଲା। ସେ ବିଚରା ପାଟ ପୋଷିବାର ଆଶା ଭରସା ହରାଏଲା। ଦିନେ ସେ ଠିକ୍‌କଲା ତାପଙ୍ଗ ଦଳବେହେରାତ ଭାରି ଦୟାଳୁ ଆଉ ପରୋପକାରୀ । ତାଙ୍କୁ ନିଜର ଦୁଃଖ ଜଣାଇଲେ ସେ ନିଶ୍ଚୟ ତାର ଦୁଃଖ ଦୁର କରିବେ । ତେଣୁ ସେ ତାପଙ୍ଗ ଯିବାକୁ ଠିକ୍ କଲା ।

ଚିଲିକା କୂଳ ବଣ ଭିତରେ ଗରିବ ମାଛ ଧରାଳି ଚାଲିଥାଏ । ହଠାତ୍ ସେ ଦେଖିଲା ନିଶ ଦାଢି ବଢାଇ ଜଣେ ଲୋକ ପାଗଳ ପରି ଜଙ୍ଗଲରେ ବୁଲୁଛି ।

ମାଛଧରାଳି ପଚାରିଲା- ତାପଙ୍ଗ ଗଡକୁ ବାଟ କେଉଁଠି ?

ବନବାସୀ ଲୋକଟି କହିଲା - ସେଠାକୁ ଯିବ କାହିଁକି ?

ମାଛଧରାଳି ଲୁହ ଢଳ ଢଳ ଆଖିରେ ତା ଆଡକୁ ଚାହିଁ କହିଲା- ହଁ, ମୁଁ ଯିବି । ମୋର ନାଆଟି ଚିଲିକା ପାଣିରେ ବୁଡିଗଲା । ତା'ର ଥଳକୂଳ ମୁଁ ପାଇଲି ନାହିଁ । ପେଟ ପାଟଣା ଚଳାଇବାର ତାହା ଏକମାତ୍ର ସମ୍ବଳ । ମାଛଧରି ବିକି ମୁଁ ପିଲାଙ୍କ ତୁଣ୍ଡରେ ଆହାର ଦିଏ । ଏବେ ଛବି

ପିଲାଏ ଭୋକ ଉପାସେ ପଡିଛନ୍ତି।ସେମାନେ କନ୍ଦାକଟା କରିବାରୁ ଆଜି ଯାଉଛି ତାପଙ୍ଗ ଦଳବେହେରାଙ୍କ ପାଖକୁ।ମୋର ଦୁଃଖ ଜଣାଇବି।ସେ ନିଶ୍ଚେ ମୋର ସାହା ହାବେ।

ନିଜ ଅଖି ଦୁଇଟିକୁ ପୋଛି ଲୋକଟି ଉତ୍ତର ଦେଲା‌-ଚାଲ,ମୁଁ ବାଟ ବତାଏ ଦେବି।

ସେମାନେ ସାଥି ହୋଇ ଖୋରଧାକୁ ଗଲେ।କୋଟରେ ପଶି ହାକିମଙ୍କୁ ସେ ଦାଢିଆ ଲୋକଟି କହିଲା- ମୁଁ ହେଉଛି ତାପଙ୍ଗ ଦଳବେହେରା।ଆପଣ ଏଇ ଗରିବ ମାଛଧରାଳିକୁ ପୁରସ୍କାର ଦିଅନ୍ତୁ।ସେ ମୋତେ ଆପଣଙ୍କୁ ଧରାଇ ଦେଇଛି।

ଏହା ଶୁଣି ମାଛଧରାଳି କହିଲା-ଆଜ୍ଞା,ମୋର ଏଇ ପୁରସ୍କାର ଲୋଡା ନାହିଁ।ମୋର ଭୁଲ ହୋଇଛି।ମୁଁ ଅପରାଧୀ,ମୋତେ କ୍ଷମା ଦିଅନ୍ତୁ।

ଗୋରା ହାକିମ ଦଳଦେହେରାଙ୍କ ଏମିତି ଏମିତି ଦୟା ଓ ସହାନୁଭୁତି ଦେଖି ଅବାକ୍!

ହୋଇଗଲେ । ତାଙ୍କରି ମଣିଷ ପଣିଆ ପାଖରେ ସାହେବଙ୍କର ମୁଣ୍ଡ ଆପେ ଆପେ ନଇଁ ପଡିଲା ।

ଏଇ ମହାପୁରୁଷଙ୍କୁ କୌଣସି ଦଣ୍ଡ ନ ଦେଇ କେବଳ ନଜର ବନ୍ଦୀ ଭାବରେ ରଖିବାକୁ କମ୍ପାନୀର କେନ୍ଦ୍ର ଅଫିସ କଲିକତାକୁ ସେ ଲେଖିଥିଲେ । ପରେ ତାଙ୍କୁ ଏଇ ଦଣ୍ଡରୁ ମଧ୍ୟ ଛାଡି ଦିଆ ଯାଇ ଥିଲା । ୧୮୩୪ ମସିହାରେ ଏହି ବୀର ପୁରୁଷ ସବୁଦିନ ପାଇଁ ଆଖି ବୁଜିଥିଲେ ।

ଧନ୍ୟ ମାଧବ ଚନ୍ଦ୍ର ! ଧନ୍ୟ ତାପଙ୍ଗର ଦଳବେହେରା !! ଧନ୍ୟ ତୁମର ମାଟି ମାଆ ପ୍ରତି ମମତା !!! ଧନ୍ୟ ତୁମର ଦୟା ଆଉ ତ୍ୟାଗ !!!!

ବିଦ୍ରୋହୀ ବୀର ସୁରେନ୍ଦ୍ର ସାଏ

ମଧ୍ୟପ୍ରଦେଶର ଘନ ଜଙ୍ଗଲ ଭିତରେ ଅସୁରଗଡ ଦୁର୍ଗ। ତାର ଗୋଟିଏ କୋଠରୀରେ ବନ୍ଦୀ ଆଉ ପୀଡିତ ବୀର ସୁରେନ୍ଦ୍ର ସାଏ। କାହିଁକି ସେ ବନ୍ଦୀ? ସେ ଚୋରି ଡକାୟତି କରି ନାହାନ୍ତି କିମ୍ବା କାହାକୁ ମାରି ହାଣି ନାହାନ୍ତି ।

ତେବେ ସେ ବୁଢା ବୟସରେ ନିଜ ଘରଦ୍ୱାର ଠାରୁ କେତେ ଦୂରରେ ବଣଜଙ୍ଗଲ ଭିତରେ ଉଚ୍ଛା ପାଚିରୀ ଘେରା ଗଡଟା ଭିତରେ ବନ୍ଦୀ ହୋଇଛନ୍ତି କାହିଁକି? ପୁଣି ମାସେ କି ବର୍ଷେ ନୁହେଁ। ଏଠାରେ ତାଙ୍କର ଦୀର୍ଘ ୨୦ ବର୍ଷ କଟି ଗଲାଣି। ଯୁବକ ବେଳେ ସେମିତି ଆଉ ଗୋତିଏ ଦୂର ଦୂରାନ୍ତର ଜେଲ୍ ରେ ୧୭ ବର୍ଷ କାଳ କଟିଥିଲା। କାହିଁକି? ତାଙ୍କ ମନରେ ବାରମ୍ବାର ଏହି ପ୍ରଶ୍ନ ଉଠୁଛି!

ଯେଉଁ ଇଂରେଜମାନେ ବଣିଜ କରିବାକୁ ଆସି ଏଇ ଦେଶରେ ରାଜନୀତି କଲେ, ଆମ୍ଭମାନଙ୍କ ଭିତରେ ବାଦ ବିବାଦର ସୁଯୋଗନେଇ ନିଜର କ୍ଷମତା ବିସ୍ତାର କଲେ ସେମାନେ। ସେମାନେ ହେଲେ ସୁନାପୁଅ! ଯେଉଁ ଭାରତୀୟ ମାନେ ନିଜ ମାଟିରେ ନିଜର ହକ୍ ଅଧିକାର ସାବ୍ୟସ୍ତ କରିବାକୁ ବସିଲେ, ସେମାନେ ହେଲେ ରାଜଦ୍ରୋହୀ! ଯେଉଁମାନେ ତାଙ୍କର ଗୋଲାମି ନ କଲେ ସେମାନେ ହେଲେ ଶତ୍ରୁ, ତାଙ୍କର କଣ୍ଟା! ସେମାନଙ୍କୁ ନେଇ ବନ୍ଦୀଶାଳାରେ ଅତକ ରଖିବା, ସେମାନଙ୍କ ପ୍ରତି ଅପରାଧୀଙ୍କ ପରି ବ୍ୟବହାର କରିବା ଇଂରେଜମାନଙ୍କର କାମ ହୋଇଛି।

ଜୀବନ ସାରା ଲଢେଇ କରି,ବହୁ ବାଧା ବିଘ୍ନର ସାମନା କରି,ସୁରେନ୍ଦ୍ର ସାଏ ଆଜି ବନ୍ଦୀ ଖାନାରେ ସଢୁଛନ୍ତି। ତାଙ୍କର ମନେ ପଡିଯାଉଛି ଅତୀତର ସବୁ ଘଟଣା। ସେ ଭାବୁଛନ୍ତି-

ଇଂରେଜମାନେ ସେତେବେଳେ ମାଲଗାଦିରୁ ଉଠି ରାଜଗାଦିରେ ଆସନ ଥାପିଛନ୍ତି। ହାତରେ ସେମାନଙ୍କର ତୁଳାଦଣ୍ଡ ବଦଳରେ ରାଜଦଣ୍ଡ। ସାରା ଦେଶରେ କୂଟ ଜାଲ ବିଛାଇ,ଗୋଳିଆ ପାଣିରୁ ମାଛ ଧରିବା ସେମାନଙ୍କର ନୀତି ହୋଇଛି। ନ୍ୟାୟ ଅନ୍ୟାୟ ନମାନି ସେମାନେ ନିଜର ବଳ ବଢାଇବାରେ ଲାଗିପଡିଛନ୍ତି।

୧୮୦୯ ମସିହାରେ ସୁରେନ୍ଦ୍ରଙ୍କର ଜନ୍ମ ସମ୍ବଲପୁର ଜିଲ୍ଲାର ଖିଣ୍ଡା ନାମକ ଗ୍ରାମରେ। ସମ୍ବଲପୁରର ରାଜବଂଶ ଛତ୍ରୀ ଚୌହାନ ବଂଶରେ ତାଙ୍କର ଜନ୍ମ। ରାମଙ୍କ ସାଥିରେ ଲଷ୍ମଣଙ୍କ ପରି ତାଙ୍କ ସହିତ ସାନ ଭାଇ ଉଦନ୍ତ ସାରା ଜୀବନ ସବୁ ଦୁଃଖର ଭାଗୀ ହୋଇଥିଲେ। ପିଲାଦିନୁ ସୁରେନ୍ଦ୍ର ଅନ୍ୟାୟର ବିରୋଧ କରୁଥିଲେ। ୧୮୨୭ ମସିହାରେ ସମ୍ବଲପୁରର ରାଜା ମହାରାଜା ସାଏ ପ୍ରାଣତ୍ୟାଗ କଲେ। ତାଙ୍କ ପୁଅ ନଥିବାରୁ ସୁରେନ୍ଦ୍ର ସମ୍ବଲପୁର ରାଜବଂଶର ଉପଯୁକ୍ତ ଦାୟାଦ ଭାବରେ ରାଜଗାଦି ଦାବୀ କଲେ। କିନ୍ତୁ ତାଙ୍କପରି ଟାଣୁଆ ଲୋକ ରାଜା ହେଲେ ସେମାନେ ମନମୁଖୀ ଭାବରେ ଲାଭ ଉଠାଇ ପାରିବେ ନାଁହି ଭାବି ଇଂରେଜମାନେ ବରପାଲୀର ଜଣେ ବୁଢା ଜମିଦାର ନାରାୟଣ ସିଂହଙ୍କୁ ରାଜଗାଦିରେ ବସାଇଲେ।

ଏହି କାରଣରୁ ରାଜ୍ୟସାରା ଅଶାନ୍ତି ଖେଳିଗଲା। ସମ୍ବଲପୁରରୁ ଗଣ୍ଡ ଓ ବିନ୍ ଝାଲ ଜମିଦାରମାନେ ସୁରେନ୍ଦ୍ର ସାଏଙ୍କୁ ପ୍ରକୃତ ରାଜା ଭାବରେ ଗ୍ରହଣ କରି ଇଂରେଜଙ୍କ ଏପରି କାମରେ ତାତି ଉଥିଲେ। ଅନେକେ ମେଳି କଲେ।ଚ ଉଦିଗରେ ବିଦ୍ରୋହର ନିଁଆ ଖେଳିଗଲା। ଦିନେଏ ତାଙ୍କୁ ମିଛରେ ଦାକି ଆଣି ନାରାୟଣ ସିଂହ ଇଂରେଜଙ୍କ ଦ୍ୱାରା ଗିରଫ କରାଇଥିଲେ। ଶେଷରେ ୧୮୪୦ ମସିହାରେ ସୁରେନ୍ଦ୍ର ସାଏ ଓ ତାଙ୍କ ସାନଭାଇ ଉଦନ୍ତଙ୍କର
ମିଛ ବିଚାର ହୋଇ ସେମାନଙ୍କୁ ୧୮ ବ ର୍ଷକାଳ ଜେଲ ଦ ଦଣ୍ଡ ଦିଆଗଲା ସେମାନଙ୍କୁ ସୁଦୁର ହାଜାରିବାଗ ଜେଲକୁ ପ ଠାଇ ଦିଆଇଗଲା।

ଇଂରେଜମାନଙ୍କର ଏମିତି ଅନ୍ଯାୟ କାମ ଖାଲି ସମ୍ବଲପୁର ଠାରେ ଅଟକି ନଥିଲା।ସାରା ଦେଶରେ ସେମାନେ ଯେଉଁଠି କେଉଁ ରାଜା ଅପୁତ୍ରିକ ହୋଇ ମରୁଥିଲେ,ତା ଙ୍କରି ରାଜ୍ଯକୁ ନିଜେ ଅଧିକାର କରିନେଇ କିମ୍ବା ନିଜର ବୋଲକରା କାହାକୁ ରାଜା କରାଇ ସବୁ ସୁବିଧା ହାସଲ କରିବାରେ ରହୁଥିଲେ। ଭାରତୀୟ ସିପାହିମାନ ଙ୍କ ମଧ୍ଯ ବହୁ ଅନ୍ଯାୟ ହୁକୁମ ଦେଇ ନିଜର ଜାତି ଭାଇ ଆଉ ଧର୍ମନୀତି ବିରୁଦ୍ଧରେ କାମ କାରାଇ ଥିଲ।

ଫଳରେ ଉତ୍ତର ଭାରତରେ ମଧ୍ଯ ପ୍ରବଳ ବିଦ୍ରୋହ ଆଊ ଆଶାନ୍ତିର ନିଆଁ ଜଳି ଉଠିଲା ୧୮୫୭ ମସିହାରେ। ଏହାକୁ ପ୍ରଥମ ସ୍ବାଧୀନତା ଆନ୍ଦୋଲନ କହିଲେ ହେଁ ସୁରେନ୍ଦ୍ର ସାଏ ଏହା ପୂର୍ବରୁ ଏହିପରି ଏକ ଲଢ଼େଇ ଆରମ୍ଭ କରି ଦେଇଥିଲେ । ବିଦ୍ରୋହୀମାନେ ହଜାରିବାଗ ଜେଲକୁ ଭାଙ୍ଗି ସେଠାରେ ବନ୍ଦୀଥିବା ସୁରେନ୍ଦ୍ର ସାଏ ଓ ତାଙ୍କ ସାନଭାଇ ଉଦନ୍ତଙ୍କୁ ଖଲାସ କରି ଦେଲେ । ସେତେବେଳେ ସେଠାରେ ଥିବା ଓଡିଶା ଗଡଜାତ ଅଞ୍ଚଳର ୩୭ଜଣ ବନ୍ଦୀ ମଧ୍ଯ ଖଲାସ ହୋଇଗଲେ । ସୁରେନ୍ଦ୍ର ସେମାନଙ୍କୁ ଏକାଠି ବସାଇ ଗୋଟିଏ ସଭାରେ ସ୍ଥିର କଲେ ଯେ - ସମ୍ବଲପୁର ଫେରି ସେମାନେ ବିଦ୍ରୋହର ନିଆଁ ଜାଳି ଦେବେ ଆଉ ଫିରିଙ୍ଗ ଶାସନକୁ ମୂଳପୋଛ କରିଦେବେ ।

ଏହାପରେ ସେମାନେ ସମ୍ବଲପୁର ଚାଲିଲେ ।

ସିଂହପୁର, ଗାଙ୍ଗପୁରର କେତେ ବଣ ଜଙ୍ଗଲ,ନଈ, ପାହାଡ ଅତିକ୍ରମ କଲେ । ସୁରେନ୍ଦ୍ର ଓ ଉଦନ୍ତ ସେମାନଙ୍କ ସହିତ ମଧ୍ୟ ଚାଲିଲେ । କଳେ, ବଳେ, କଔଶଳେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ସେମାନେ ପଣ କଲେ । ସୁରେନ୍ଦ୍ର ଓ ଉଦନ୍ତ ସେମାନଙ୍କ ସହିତ ମଧ୍ୟ ଚାଲିଲେ । କଳେ,ବଳେ, କଔସଳେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ସେମାନେ ପଣ କଲେ । ବାଟରେ ମଧ୍ୟ ଅନେକେ ସେମାନଙ୍କ ସହିତ ଯୋଗ ଦେଲେ । ସେମାନେ ସମ୍ବଲପୁରଠାରେ ପହଞ୍ଚିଲା ମାତ୍ରେ ପ୍ରବଳ ବିଦ୍ରୋହ ଲାଗି ଉଠିଲା । ଇଂରେଜ ସରକାର ଏହାକୁ ଦମନ କରିବାକୁ ଲାଗିଗଲେ । ଯଦିଓ ପ୍ରଥମେ ସୁରେନ୍ଦ୍ରଙ୍କୁ ସ୍ୱାଧୀନ ଭାବରେ ରହିବାକୁ ଅନୁମତି ଦିଆଗଲା, ପରେ ନିଜ ଘରୁ ସରକାରଙ୍କ ବିନାନୁମତିରେ କୁଆଡେ ଯିବାକୁ ମନା କରାଗଲା । ତାପରେ ତାଙ୍କୁ ଶୀଘ୍ର ଅନ୍ୟ କେଉଁଠିକୁ ନେଇଯିବାର ଯୋଜନା ହେଉଛି ଶୁଣି ସୁରେନ୍ଦ୍ର ନିଜ ଗାଁକୁ ଲୁଚି ଚାଲିଗଲେ ।

ଫିରିଙ୍ଗ ସରକାର ବିନା ଯୁଦ୍ଧରେ ତାଙ୍କର ଦାବୀ ମାନି ନେବେ ନାହିଁ ଜାଣି ସୁରେନ୍ଦ୍ର ଆନ୍ଦୋଳନ ଆରମ୍ଭ କରିଦେଲେ । ବହୁ ପଡୋଶୀ ଜମିଦାର ଓ ଗଡଜାତ ରାଜା ତାଙ୍କୁ ମଧ୍ୟ ଗୁପ୍ତ ଭାବରେ ସାହାଯ୍ୟ କଲେ । କୋହ୍ଲ, କନ୍ଧ ଓ ଗଣ୍ଡ ଜାତିର ଆଦିବାସୀମାନେ ସୁରେନ୍ଦ୍ରଙ୍କ ଦଳରେ ଯୋଗ ଦେଲେ । ବଣ ଜଙ୍ଗଲରେ ଅସ୍ଥାୟୀ ଦୁର୍ଗସବୁ ତିଆରି କରାଗଲା । ବିଦ୍ରୋହୀମାନେ ଦଳ ଦଳ ହୋଇ ସରକାରୀ ଅଫିସ ଉପରେ ଚଢଉ କଲେ । ସରକାରୀ ରାସ୍ତାଘାଟ ଓ ଡାକ ଚଳାଚଳ ବନ୍ଦ କରିଦେଲେ ।

ସୁରେନ୍ଦ୍ର ଏମିତି ପାଞ୍ଚବର୍ଷ କାଳ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ଟାଙ୍ଗିଆ, ଧନୁଶର ଓ ନଳୀ ବନ୍ଧୁକ ଧରି ତାଙ୍କର ବିପ୍ଳବୀମାନେ ଆଜିକାଲିର ତୋପ ବନ୍ଧୁକଧାରୀ ଫିରିଙ୍ଗ ଫଉଜ ସାଥିରେ ଅପୂର୍ବ ସାହସର ସହିତ ଲଢ଼େଇ କଲେ । ଇଂରେଜ ସରକାରଙ୍କ ବହୁ ଧନ ଜନ କ୍ଷୟ ହେଲା । କେତେକ ଇଂରେଜ ସେନାପତି ମଧ୍ୟ ଏଥିରେ ପ୍ରାଣତ୍ୟାଗ କଲେ ।

ଜିଲ୍ଲା ସାରା ଗଣ୍ଡଗୋଳ ଅଶାନ୍ତି ଲାଗି ରହିଲା । ଶେଷରେ ସରକାର ବଡ଼ ବ୍ୟସ୍ତ ହୋଇ ଘୋଷଣା କଲେ ଯେ ଯେଉଁମାନେ ବିନା ସର୍ତ୍ତରେ ସରକାରଙ୍କ ପାଖରେ ଭୁଲ ମାନିଯିବେ, ସେମାନଙ୍କୁ ସରକାର ଦଣ୍ଡ ଦେବେ ନାହିଁ । ଏଣେ ସୁରେନ୍ଦ୍ର ସାଏ ମଧ୍ୟ ଦୁର୍ବଳ ହୋଇ ପଡ଼ିଲେଣି । କେତେ ଦିନ ସେ ବା ଇଂରେଜ ସରକାରଙ୍କ ବିରୁଦ୍ଧରେ ଏମିତି ଦଳେ ବିଶ୍ୱାସୀ ସାଥୀଙ୍କୁ ଧରି ଲଢ଼େଇ କରିବେ ? ଫିରିଙ୍ଗ ଶାସନର ଆଖିବୁଜା ଅତ୍ୟାଚାରରେ ଲୋକମାନେ ମଧ୍ୟ ବଡ଼ ହନ୍ତସନ୍ତ ହେଲେଣି । ସେମାନଙ୍କର ଧନ ଜନ ବଳ ଲୋପ ପାଇଲାଣି ।

ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ଦେଖି ସୁରେନ୍ଦ୍ରଙ୍କର ମନ ଦବିଗଲା । ସେ ୧୮୬୨ ମସିହାରେ ଇଂରେଜ ସରକାରଙ୍କୁ ଜଣାଇ ଦେଲେ ଯେ- ସେ ଆଉ ବିଦ୍ରୋହ କରିବେ ନାହିଁ । ସରକାର ତେଣୁ କୌଣସି ଦଣ୍ଡ ନଦେଇ ତାଙ୍କ ଚଳିବା ପାଇଁ କିଛି ବୃତ୍ତି ଖଞ୍ଜି ଦେଲେ । ଲୋକମାନେ ଶାନ୍ତିରେ ନିଶ୍ୱାସ ମାରିଲେ ।

କିନ୍ତୁ ବିପ୍ଲବୀ ଜୀବନରେ କେତେବେଳେ ଶାନ୍ତି ନଥାଏ । ୧୮୬୩ ମସିହାରେ ଇଂରେଜ ସରକାର ସମ୍ବଲପୁର ଜିଲ୍ଲାକୁ ଓଡ଼ିଶାରୁ କାଢ଼ିନେଇ ମଧ୍ୟପ୍ରଦେଶ ସାଥିରେ ଯୋଡ଼ିଦେଲେ । ଏଥିରେ ଲୋକମାନେ ତ ଅସନ୍ତୁଷ୍ଟ ହେଲେ । ସୁରେନ୍ଦ୍ରସାଏ କିନ୍ତୁ ଖୁବ୍ ଉତ୍ତେଜିତ ହୋଇପଡ଼ିଲେ । ସରକାରୀ ଆଦେଶ ବିରୁଦ୍ଧରେ ଲୋକମାନେ ବିଦ୍ରୋହ କଲେ । ଚାରିଆଡ଼େ ଅଶାନ୍ତିର ନିଆଁ ଖେଳିଗଲା । ସରକାର ସୁରେନ୍ଦ୍ରଙ୍କୁ ଅନ୍ୟ ବିଦ୍ରୋହୀ ନେତାମାନଙ୍କ ସହିତ ଗିରଫ କଲେ ।

ରାଜଦ୍ରୋହ ଅପରାଧ ପାଇଁ ସେମାନଙ୍କର ବିଚାର ହେଲା । ସୁରେନ୍ଦ୍ର ସାଏ ବିନା ଦୋଷରେ ଖଲାସ ହେଲେ । କିନ୍ତୁ ତାଙ୍କୁ ଆଉ ଜେଲ୍ ବାହାରେ ଛାଡ଼ିବାକୁ ସରକାର ସାହସ କଲେ
ନାହିଁ।ତାଙ୍କ ସହିତ ସାନଭାଇ ଉଦନ୍ତଙ୍କୁ ମଧ୍ୟପ୍ରଦେଶ ରାଯପୁର ଜେଲ୍ରେ ଅଟକ କରି ରଖା ଗଲା। ହାୟ, ଉଦନ୍ତ ସେଠାରେ ତାନ୍କୁ ସବୁଦିନ ପାଇଁ ଛାଡ଼ି ପର ପାରିକୁ ଚାଲିଗଲେ।

ଏବେ ସେ ସେହି ଅସୁରଗଡର ଦୁର୍ଗ ମଧ୍ୟରେ ଏକା ରହି ଜୀର୍ଣଶୀର୍ଣ। ଅତୀତର ହିସାବ ନିକାଶ କରି ସେ ହତାଶ ଆଉ ଭବିଷ୍ୟତର ସ୍ୱପ୍ନରେ ବିଭୋର!କିନ୍ତୁ ସେ ସ୍ୱାଧୀନତାର ସ୍ୱପ୍ନ ତାଙ୍କ ଜୀବନ କାଳରେ ସତ ହୋଇ ପାରିଲା ନାହିଁ। ଅବଶୋଷ ରହିଗଲା।

ଯେଉଁ ଟାଣୁଆ ଦେହ ମନକୁ ନେଇ ସେ ଇଂରେଜ ସିଂହ ବିରୁଦ୍ଧ ରେ ଲଢ଼େଇ କରୁଥିଲେ,ତାହା ସବୁ ଅବଶ ହୋଇ ଗଲାଣି। ବୁଢ଼ା ଦେହକୁ ରୋଗର ଆକ୍ରମଣ !ଇଂରେଜ ଡ଼ାକ୍ତର କୋଲିସ ତାନ୍କର ଚିକିସ୍ଛା କରୁଛନ୍ତି।ସେ ଥରେ ଥରେ ସୁରେନ୍ଦ୍ରଙ୍କ ସ‌ହିତ ଦୁଃଖ ସୁଖ ହୁଅନ୍ତି।ଫିରିନ୍ଗି ବେପାରୀ ଦଳ ବଣିକ କାରବାରର ଆଢ଼ୁଆଳରେ ସରଳ ଦେଶବାସୀ ଭାଇମାନନ୍କୁ ଠକି ଯେମିତି ରାଜ୍ୟ ବିସ୍ତାର କଲେ,ନିଜେ ସମ୍ବଲପୁର ରାଜା ହୋଇସୁଦ୍ଧା ତା୍ଙ୍କୁ ରାଜଦ୍ରୋର୍ହୀ ବୋଲି ସେମାନେ କହି ଯେମିତି ବନ୍ଦୀ ଭାବରେ ଜୀବନର ଅଧିକାଂଶ ବର୍ଷ କାଟିବାକୁ ଅ ନ୍ୟାୟ ଆଦେଶ ଦେଲେ,ଡାକ୍ତରଙ୍କୁ କହି ସେ ଦୀର୍ଘ ନିଶ୍ୱାସ ପକାନ୍ତି । ଡାକ୍ତର କୋଲିସ ଏହା ଶୁଣି ମନରେ ଦୁଃଖ କରନ୍ତି ଆଉ ବାହାରେ ମଧ୍ୟ ସହାନୁଭୂତି ପର୍କାଶ କରନ୍ତି । ଥରେ ସେ ଏମିତି କହୁ କହୁ ଖୁବ୍ ଉତ୍ତେଜିତ ହୋଇ ପଡିଲେ ଆଉ ପ୍ରଳାପ କରି ଉଠିଲେ- ହେ ମା ସମଲେଇ !!!!!!। ହେ ମୋ ପ୍ରାଣ ଠାରୁ ଅଧିକ ପ୍ରିୟ ଜନ୍ମ୍ ଭୂମି । !!ଆଜି ମୁଁ ତୋ ଠାରୁ କାହିଁକେତେ ଦୁରରେ।ତୋର ସେବା କରିବାକୁ ମୋର ଆଉ ବଳ ବ ଅସ ନାହିଁ । ତୋତେ ସ୍ୱାଧୀନ କରି ପାରିଲି ନାହିଁ। ଶେଷଥର ପାଇଁ ମୁଁ ତୋତେ ଆଉ ଆଖି ପୂରାଇ ଦେଖି ପାରିଲି ନାହିଁ ! ।ହଉ,ମା ସମଲେଇ !। ତୋ ଇଚ୍ଛା !
ସୁରେନ୍ଦ୍ରଙ୍କର କଣ୍ଠ ରୁଦ୍ଧ ହୋଇ ଆସିଲା । ତାଙ୍କର ମୁହଁ ଉଜ୍ଜଳି ଉଠିଲା। ତା ପାରେ ସବୁ ଶେଷ। ସବୁ ଦିନ ପାଇଁ ସେ ଆଖି ବୁଜି ଦେଲେ। ଡାକ୍ତର ପାଖକୁ ଅସି ଦେଖିଲେ, ତାଙ୍କର ଜଡ ଦେହଟି ପଡି ରହିଛି । ପ୍ରାଣ ପକ୍ଷୀଟି ପଞ୍ଜୁରୀଟିରି ଉଡି ଯାଇଛି। ଅସୁରଗଡର ମେଘନାଦ ପାଚିରୀ ତାକୁ ଅଟକାଇ ପାରି ନାହିଁ ।

ବୀର ସୁରେନ୍ଦ୍ର ସାଏ ଚାଲିଗଲେ ସିନା, ସ୍ୱାଧୀନ ଦେଶବାସୀମାନେ ତାଙ୍କୁ ଭୁଲି ପାରିବେ ନାହିଁ। ସବୁ ଦିନ ପାଇଁ ସେ ଅମର ହୋଇ ରହିବେ ।

ବାଘାଯତୀନଙ୍କ ବଳିଦାନ

ବାଲେଶ୍ୱର ଜିଲ୍ଲାର ଚଷାଖଣ୍ଡ ଗ୍ରାମ। ତା ପାଖରେ ଗୋଟିଏ ଛୋଟ ପାହାଡ। ବୁଦୁବୁଦୁକିଆ ଜଙ୍ଗଲ। ପାଖରେ ବୁଢାବଳଙ୍ଗ ନ ଦୀ ଟି ବହି ଯା ଉଛି। ମାଟି ମା ଆ ର ସ୍ୱାଧୀନତା ପାଇଁ ଦଳେ ଯୁବକ ଜୀବନକୁ ପାଣି ଛଡ଼ାଇ ଦେଇଛନ୍ତି।

ଇଂରେଜ ଦରିଆ ପାରି କରିବା କିମ୍ବା ସେମାନଙ୍କର ମୂଳପୋଛ କରିବା ପାଇଁ ସେମାନେ ଲାଗି ପଡିଛନ୍ତି । ମର ଅବା ମାର-ସେମାନଙ୍କର ବ୍ରତ ହୋଇଛି ।

ମୟୂରଭଞ୍ଜର କପ୍ତିପଦା ଜଙ୍ଗଲରୁ ଆସି ଚଷାଖଣ୍ଡ ଗାଁ ପାଖରେ ସେମାନେ ଗୁମ୍ଫା ଭିତରେ ଛପି ରହିଛନ୍ତି । ସୁଯୋଗକୁ ଛକି ରହିଛନ୍ତି । ମଉକା ଦେଖି ଇଂରେଜଙ୍କ ଉପରେ ଚଢ଼ଉ କରିବା ପାଇଁ ସଜ ହେଉଛନ୍ତି।


ଏହି ସମୟେର ହଠାତ ଦୂରରୁ ବିଗୁଲ୍ ଶବ୍ଦ ଶୁଣାଗଲା । ବନ୍ଧୁ କ ଧରି ଯୁବକ ଦଳ ସଜ ହୋଇଗଲେ । ସେମାନଙ୍କର ନେତା ଯତିନ୍ଦ୍ର ପାହାଡ଼ ଉପରକୁ ଚଢ଼ି ଇଂରେଜ ସିପେହି ମାନଙ୍କ ଗତିବିଧି ଲକ୍ଷ୍ଯ କଲେ । ନିଜେ ବନ୍ଧୁକ ସଜ କରି ଉଠାଇ ଧରିଲେ । ଇଂରେଜ ଫଊଜଙ୍କୁ ପାଖେଇ ଆସିବାର ଦେଖି ପାଟି କରି ଉଠିଲେ-ଚଳାଅ ବନ୍ଧୁକ,ଚଳାଅ .... ବନ୍ଦେ ମାତରମ୍ ।


ଏକ ସମୟରେ ବନ୍ଧୁକ ଗର୍ଜି ଉଠିଲା । ଗୁଡୁମ୍ , ଗୁଡୁମ୍ ,ଗୁଡୁମ୍ । ଗୋଟିଏ ସିପେହି ଟଳି

ପଡିଲା। ଇଂରେଜ ଫଉଜ ମଧ୍ଯ ଗୁଳିବର୍ଷା ଆରମ୍ଭ କରିଦେଲେ । ସେଇ ଗୁଳିମାଡରେ ଚିତ୍ତପ୍ରିୟ ନାମକ ଜଣେ ଯୁବକ ଟଳି ପଢ଼ିଲେ। ବୀରେନ୍ଦ୍ର ଓ ଜ୍ଯୋତିଷ ଆଉ ଦୁଇଜଣ ଯୁବକ ଆହତ ହେଲେ। ଯତୀନ୍ଦ୍ର ଙ୍କ ଡାହାଣ ହାତରେ ଗୁଳି ବାଜି ଅଚଳ ହୋଇଗଲା। ତ ଥାପି ବାଁ ହାତରେ ସେ ବନ୍ଧୁକ ଚଳାଇଲେ।

ସିପେହି ଦଳର ନେତା ଏସ୍ ପି ଟେର୍ଗାଟ ସାହେବ ହୁକୁମ ଦେଲେ- ବନ୍ଦୀ କର। ସିପେହିମାନେ ଘେରି ଯାଇ ଯତୀନ୍ଦ୍ର ଆଉ ତା ଙ୍କ ସାଥିମାନ ଙ୍କ ହାତରେ ଶିକୁଳି ପିନ୍ଧାଇ ଦେଲେ। ସେମାନ ଙ୍କୁ ଧରି ସେମାନେ ଚାଲିଲେ।

ବାଲେଶ୍ବର ଡ଼ାକ୍ତରଖାନାରେ ବହୁ ସମୟ ଧରି ଯତୀନ୍ଦ୍ର ଅଚେତ ଅବସ୍ଥାରେ ପଡ଼ି ରହିଲେ। ପେଟ ତାଙ୍କର ଅପରେସନ ହୋଇ ଗୁଳି କେତୋଟି ବାହାର କରାଗଲା। ତା ଙ୍କ ଦେହ ସାରା ଖଣ୍ଡିଆ ଖାବରା ହୋଇଥିଲା। କନା ପଟିରେ ସେହି ସବୁ କ୍ଷତ ସ୍ଥାନ ଗୁଡ଼ିକ ବନ୍ଧା ହେଲା। ଛବି

କ୍ରମେ ପତୀନ୍ଦରଙ୍କ ଚେତା ଫେରି ଆସିଲା। ଦେହର ପଟିଗୁଡିକ ଉପରେ ଆଖି ପଡିବାରୁ ସେ ମୁହ୍ମମ ଶୁଖାଇ ଦେଲେ।ସେ ଡାକ୍ତରଖାନାରେ ପଡିଛନ୍ତି ଜାଣି ମନ ବିଷେଇ ଉଠିଲା। ସେ ଦାନ୍ତଭିଡି ପାଟିକରି ଉଠିଲେ- ମୁଁ ଶେଷ ରକ୍ତବିନ୍ଦୁ ଦେଇ ମାଟି ମା ର ମୁକ୍ତି ଲାଗି ଲଢେଇ କରିବି ବୋଲି ପଣ କରିଥିଲି। ଏବେ ବନ୍ଦୀ ହୋଇ ଆସିଛି ଡାକ୍ତରଖାନାରେ ଭଲ ହେବି ବୋଲି? ହାଃ ହାଃ ହାଃ।

ସେ ସାଙ୍ଗେ ସାଙ୍ଗେ ତାଙ୍କ ଦେହର ପଟିଗୁଡିକ ଭିଡି ଛିଣ୍ଡାଇ ଦେଲେ।ସାରା ଦେହର କ୍ଷତସ୍ଥାନ ଗୁଡିକରୁ ରକ୍ତର ଝରଣା ଛୁଟିଲା। ସେ ରାଗରେ କହି ଉଠିଲେ- ଟେଗାର୍ଟ, ତୁମେ ଭାବିଥିଲ ଆମଙ୍କୁ ଫାସି ଖୁଣ୍ଟରେ ଝୁଲାଇ ବାହାଦୂରୀ ଦେଖାଇବ। ଆମ ଆନ୍ଦୋଳନ କୁ ଦବାଇ ଦେଇ ଇଂରେଜ ଶାସନକୁ ମଜବୁତ୍ କରିବ। କିନ୍ତୁ ମନେରଖ ଟେଗାର୍ଟ, ଆମ ଭିତରୁ ଗୋଟିଏ ମଲେ, କୋଟିଏ ବୀର ସନ୍ତାନ ତୁମ ବିରୁଦ୍ଧରେ ଲଢେଇ କରିବାକୁ ବାହାରି ପଡିବେ।

ଡାକ୍ତର ଓ ଟେଗାର୍ଟ ସାହେବ ଧାଇଁ ଆସିଲେ । କିନ୍ତୁ ସେତେବେଳେକୁ ଘର ସାରା ରକ୍ତର ସୁଅ ଛୁଟୁଛି । ଯେତେ ଚେଷ୍ଟା କଲେ ବି ରକ୍ତର ଧାର ବନ୍ଦ ହେଉନାହିଁ । ଶେଷରେ ଯତିନ୍ଦ୍ର କହିଉଠିଲେ - ତୁମ ଚେଷ୍ଟା ବନ୍ଦ୍ କର ଡାକ୍ତର ବାବୁ । ଏଇ ଦେହର ସବୁ ରକ୍ତ ଶେଷ ବିନ୍ଦୁ ଯାଏ ବହି ଯିବାକୁ ଦିଅ । ମୁଁ ହସି ହସି ମାଟି ମାଆ ପାଇଁ ଜୀବନ ଢାଳିଦେଉଛି । ଏହା ସମସ୍ତେ ଜାଣ ଆଉ ନିଜ ଆଖିରେ ଦେଖ । ବନ୍ଦେ ମାତରମ୍ । ବନ୍ଦେ........

ଏତିକି କହି ତାଙ୍କର ସ୍ୱର କ୍ଷୀଣ ହୋଇ ଆସିଲା । ସେ ସବୁଦିନ ପାଇଁ ତାଙ୍କ ପ୍ରାଣପ୍ରିୟ ମାଟି ମାଆ କୋଳରୁ ବିଦାୟ ନେଲେ । ଡାକ୍ତର ଓ ଟେଗାର୍ଟ ସାହେବ ବିଦେଶୀ ହେଲେବି ଯତୀନ୍ଦ୍ର ଙ୍କର ଅପୂର୍ବ ସାହସ ଆଉ ଦେଶମାଆ ପାଇଁ ଅତୁଟ ମମତା ପାଖରେ ମୁଣ୍ଡ ନୂଆଁଇଲେ । ନିଜ ମୁଣ୍ଡରୁ ଟୋପି କାଢି ସେମାନେ ଯତୀନ୍ଦ୍ରଙ୍କୁ ଶେଷ ସମ୍ମାନ ଜଣାଇଲେ ।

ଏଇ ଯତୀନ୍ଦ୍ର କିଏ ? ତାଙ୍କର ପୂରା ନାଁ ଯତୀନ୍ଦ୍ରନାଥ ବାନାର୍ଜୀ । ସେ ୧୮୭୮ ମସିହା ଡିସେମ୍ବର ୮

ତାରିଖ ଦିନ ବଙ୍ଗଳାର କୁଷ୍ଟିଆ ଜିଲ୍ଲାର ପୟା ଗ୍ରାମରେ ମାମୁଁଘରେ ଜନ୍ମ ହୋଇଥିଲେ। ତାଙ୍କୁ ଯେତେବେଳେ ମାତ୍ର ପାଞ୍ଚବର୍ଷ ହୋଇଥିଲା, ପିତା ଉମେଶଚନ୍ଦ୍ର ମୁଖା୍ର୍ଜୀ ଶେଷ ନିଶ୍ୱାସ ଛାଡିଥିଲେ। ଯେତେବେଳେ ଯତୀନ୍ଦ୍ରଙ୍କ ବୟସ ୨୭ ବର୍ଷ ପୟା ଗ୍ରାମ ନିକଟରେ ବାଘର ଭାରି ଉପଦ୍ରବ ହେଲା। ଥରେ ସେ ହାତରେ ଭୁଜାଲିତିଏ ଧରି ଜଙ୍ଗଲକୁ ଯାଇଥିଲେ। ବଣ ଭିତରେ ବାଘ ହଠାତ୍ ଯତୀନ୍ଦ୍ରଙ୍କୁ ଆକ୍ରମଣ କଲା। ସେ ବାଘ ବେକ କୁ ନିଜ ବାମ ବାହୁରେ ଚିପି ଧରିଲେ। ତା ମଥାରେ ଭୁଜାଲି ମାରି ସେ ବାଘତିକୁ ମାରିଦେଲେ।

କିନ୍ତୁ ବାଘ ସାଥିରେ ତାଙ୍କର ଯେଉଁ ଲଢ଼େଇ ହୋଇଥିଲା, ସେଥିରେ ତାଙ୍କର ଆଣ୍ଠୁ ଜଖମ ହୋଇଥିଲା। ଏକ ବଡ ଅପରେସନ କରି ତାଙ୍କୁ ଆରୋଗ୍ୟ କରାଯାଇଥିଲା। ସେହିଦିନ ଠାରୁ ତାଙ୍କୁ ଲୋକେ "ବାଘା ଯତୀନ୍" ବୋଲି ଡାକିଲେ।

କିଛିଦିନ ପରେ ସେ କଲିକତାରୁ ଦାର୍ଜିଲିଂ ଟ୍ରେନ୍ରେ ଯାଉଥିଲେ। ତାଙ୍କର ଡବାରେ ଜଣେ ମହିଳା ଖୁବ୍ ଅସୁସ୍ଥ ହୋଇପଡିଲେ। ସେ ପାଣି

72 ପିଇବା ପାଇଁ ଚାହିଁ ବାରୁ ଯତୀନ୍ଦ୍ର ସିଲିଗୁଡି ଷ୍ଟେସନରେ ଗାଡି ରହିବା ମାତ୍ରେ ଓଲ୍ହାଇ ପଡିଲେ । ଏକ ଗ୍ଲାସ୍ ପାଣି ଧରି ସେ ଫେରିବା ବେଳେ ଜଣେ ଗୋରା ସୈନିକ ଧକ ୍କା ଦେଇ ଗ୍ଲ୍ଲାସଟିକୁ ଭାଙ୍ଗିଦେଲେ । ଯତୀନ୍ଦ୍ର ଏହାର ଦୃଢ ପ୍ର ତିବାଦ କରିବାରୁ ଚାରିଜଣ ଗୋରା ସୈନ୍ଯ ତାଙ୍କୁ ଚଢ଼ାଉ କଲେ । ମାତ୍ର ଯତୀନ୍ଦ୍ର କି ସେଥିରେ ଦବିଯିବା ଲୋକ ?
ସେ ଏକୁଟିଆ ଚାରିଜଣ ଗୋରା ସୈନ୍ଯଙ୍କୁ ଭୁଷି ମାରି ମାରି ମାଟି ଉପରେ ପକାଇ ଦେଲେ । ସେମାନେ ଏଥିପାଇଁ ମକଦ୍ଦମା କଲେ । ପତ୍ରପତ୍ରିକାରେ ଏଇ ଖବର ବାହାରିଲା । କିନ୍ତୁ ଜଣେ ସାଧାରଣ ଭାରତୀୟ ଯୁବକ ଚାରିଜଣ ଗୋରା ସୈନ୍ଯଙ୍କୁ କାବୁ କରିଦେବା ସେମାନଙ୍କ ପକ୍ଷେ ଅପମାନର କଥା । ତେଣୁ ସରକାରଙ୍କ ତରଫରୁ ମୋକଦ୍ଦମାଟି ଉଠାଇ ନିଆଗଲା ।
ସେତେବେଳେ ଭାରତକୁ ସ୍ୱାଧୀନ କରିବା ପାଇଁ ଚାରିଆଡ଼େ ବିପ୍ଲ୍ଲବର ନିଆଁ ହୁତୁ ହୁତୁ ହୋଇ ଜଳି ଉଠିଲା । ସେମାନେ ସଭା ସମିତି କରି ଲୋକ ମାନଙ୍କୁ ମତାଇଲେ ଆଉ ତତାଇଲେ । ଲୁଚିଛପି ଗୋରା ଅଫିସର ଆଉ ଗୋରା ଫଉଜଙ୍କ ଉପରେ ଆକ୍ରମଣ କଲେ । ଏଇ ବିପଲ୍ଲବି ମାନଙ୍କର ନେତା ଶ୍ରୀ ଅରବିନ୍ଦ ଜତିନ୍ଦ୍ରଙ୍କ ଉପରେ ଖୁବ୍ ଖୁସି ହେଲେ ।
ଏହି ସମୟରେ ଜର୍ମାନୀରୁ ଚୋରାରେ ହାତ ହତିଆର ଆସିବାର ବ୍ଯବସ୍ଥା ହେଲା । ଭାରତସାରା ଗୋଟିଏ ଭୟଙ୍କର ବିଦ୍ରୋହ ଚଳାଇବାର ସବୁପ୍ରକାର ଆୟୋଜନ ଚାଲିଲା । ଯତୀନ୍ଦ୍ରନାଥଙ୍କ ନେତୃତ୍ବରେ ନିରେନ୍ , ମନୋରଞ୍ଜନ,ଜ୍ଯୋତିଷ ପ୍ରଭୃତି ବୀର ଯୁବକମାନେ ଜର୍ମାନୀ ଜାହାଜରେ ଆସୁଥିବା ଚୋରା ହାତ ହତିଆର ସବୁ ସଂଗ୍ରହ କରିବାର ଦାୟିତ୍ବ ନେଲେ । ମୟୁରଭଞ୍ଜ ଜିଲାର କପ୍ତିପଦାର ମହୁଲଡ଼ିବା ଗ୍ରାମରେ ଏକ ଆଶ୍ରମ କରି ସେମାନେ ସାଧୁ ବେଶରେ ରହିଲେ । ଗ୍ରାମବାସୀମାନଙ୍କୁ ରାତିରେ ପାଠ ପଢାଇବା, ରୋଗ ଚିକିତ୍ସା କରିବା ଆଦି ସେବା କାର୍ଯ୍ଯ ଚାଲିଲା । କଲିକତାର ପୋଲିସ ଏଇ ଖବର ପାଇ ସେଇ ଦୋକାନ ଖାନ ତଲାସ କରି ବହୁ ଗୁପ୍ତ କାଗଜ ପତ୍ର ପାଇଲେ । କପ୍ତି ପଦା ଯାଇ ବିପ୍ଲବୀମାନଙ୍କୁ ଧରିବାର ଚେଷ୍ଟା କଲେ । ଏଥିରେ ଦିଲ୍ଲୀର କେନ୍ଦ୍ର ଗୋଇନ୍ଦା ପୋଲିସ୍, ବାଲେଶ୍ବରର ଜିଲ୍ଲା ମାଜିଷ୍ଟ୍ରେଟ୍ ଆଉ କଲିକତାର ଗୋରା ଫଉଜ ମିଶି ସଣ୍ଢୁ ଆସି ଆକ୍ରମଣ ଚଳାଇଲେ । କିନ୍ତୁ ଯତିନ୍ଦ୍ର ଏଇ ଖବର ପାଇ ସାଥିମାନଙ୍କୁ ଧରି ବାଲେଶ୍ବର ଚାଲି ଆସିଲେ ।

ଭାଦ୍ର ମାସ । ଧାନ ବିଲ ମଧ୍ୟଦେଇ ସେମାନେ ଚାଲି ଚାଲି ବୁଢାବଳଙ୍ଗ ନଦୀ କୂଳରେ ପହଞ୍ଚିଲେ । ଗୋଟିଏ ନାଆରେ ନଦୀ ପାର ହୋଇ ସେମାନେ ଆଗେଇ ଚାଲି ଲେ । ଯେଉଁ ମାନେ ସେମାନଙ୍କୁ ଅଟକେଇଲେ, ସେମାନଙ୍କୁ ମାରି ଦିଆଗଲା । ଶେଷରେ ସେମାନେ ଚଷା ଖଣ୍ଡ ନିକଟରେ ଜଙ୍ଗଲ ଘେରା ପାହାଡ଼ ଗୁମ୍ଫାରେ ଲୁଚି ରହିଥିଲେ ।

ଏଠାରେ ବହୁ ସମୟ ଧରି ଯେଉଁ ଖଣ୍ଡଯୁଦ୍ଧ ଚାଲିଥିଲା, ତାହା ପ୍ରଥମରୁ କୁହାଯାଇଛି । ଯତିନ୍ଦ୍ରନାଥ ସିନା ଡାକ୍ତରଖାନାରେ ସବୁଦିନ ପାଇଁ ଆଖି ବୁଜିଲେ, ତାଙ୍କର ଅନ୍ଯ କେତେକ ସାଥୀଙ୍କୁ ବନ୍ଦୀ କରି ଇଂରେଜ ସରକାର ବିଚାରର ପ୍ରହସନ କଲେ । ନିରେନ୍ ଓ ମନୋରଞନଙ୍କୁ ବାଲେଶ୍ବର ଠାରେ ଫାଶି ଦଣ୍ଡ ଦିଆଗଲା । କେତେକ ସାରା ଜୀବନ ପାଇଁ ଫଳାପାଣି ପାର ହେଲେ ଆଉ କେତେକ ଜେଲ୍ ଭିତରେ ଅସୁସ୍ଥ ହୋଇ ମୃତ୍ଯୁ ମୁଖରେ ପଡିଲେ ।

ଏହି ସାହସୀ ଯୁବକ ମାନଙ୍କର ବଳିଦାନ ଏ ଜାତି ଭୁଲି ପାରିବ ନାହିଁ । ସେମାନଙ୍କ ରକ୍ତରେ ଯେଉଁ ଚଷା ଖଣ୍ଡ ଗ୍ରାମ ଓଦା ହୋଇଥିଲା ,ତାକୁ ଏବେ ରକ୍ତ୍ତତୀର୍ଥ କୁହାଯାଏ ।ସେମାନେ ଏ ଦେଶର ସ୍ବାଧୀନତା ଲଢେଇର ଆଗୁଆ ସଇ ନ ।ସେମାନଙ୍କ ପବିତ୍ର ସ୍ମୃତି ନିକଟରେ ଆମେ ଆଜି ମଥା ନୁଆଁ ଇବା ଆଉ ତାଙ୍କରି ଆଦର୍ଶରେ କାର୍ଯ୍ୟ କରି ଏଇ ମାଟି ମାଆକୁ ବଡ କରି ଗଢିବା ।




ଅମର ଶହୀଦ୍ ଲକ୍ଷ୍ମଣ ନାୟକ

୧୯୪୨ ମସିହା ଅଗଷ୍ଟମାସ। ସେତେବେଳେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସାରା ଦେଶ ଜାଗି ଉଠି ଥାଏ। କି ଗାଆଁ କି ସହର ସବୁଠାରେ ଅସହ ଯୋଗ ଆନ୍ଦୋଳନର ସୁଅ ବ ହି ଥାଏ।ଏଇ ଆନ୍ଦୋଳନ ଏକ ନାହିଁ ନଥିବା ସ୍ୱାଧୀନତା

ଲଢେଇ ,ଯେଉଁ ନୀତିର ତୁଳନା ନାହିଁ।ମିଚଛ ଓ ହିଂସା ଉପରେ ଗଢି ଉଠିଥିବା ଫିରଙ୍ଗ ଶାସନ ସାଥିରେ ସତ ଆଉ ଅହିଂସାର ଲଢେଇ। ଏଈ ଳଢେଇ।ଏଇ ଲଢେଇରେ ହାତ ହତିଆର ଲୋଡା ନାହିଁ।ଟୋପାଏ ଲହୁ ନିଗିଡିବାର କାରଣ ନାହିଁ।


କୋରାପୁଟର ବଣ ପାହାଦ ଭିତରେ ବି ମାହାମ୍ତ୍ତା ଗାନ୍ଧୀଙ୍କ ଡାକରା ନୁଆ ଉସ୍ସାହ ସୃଷ୍ଟି କାରିଥିଲା। ଏହାର ଘନ ଜଙ୍ଗଲ ଘେରା ମାତିଲି ଥାନାରେ ଅଥିପାଇଁ ଅପୂର୍ବ ଆଲୋଡନ ।ସେଥି ପାଇଁ ଅପୂର୍ବ ଥାନାର ଜମାଦାର ସିପାହିଙ୍କ ଅଖିରେ ନିଦ ନାହିଁ।ସେଦିନ ଅଗଷ୍ଟ୍ଟ ମାସର ୨୧ ତାରିଖ।ବଡି ଭୋରୁ ଶହ ଶହ ଲୋକ ଆସି ମାତିଲି ଥାନା ଆଗ ପଦିଆରେ ଜମା ହୋଇଛନ୍ତି।


ତା ପରେ.........


ଥାନା ଆଗରେ ଆନ୍ଦୋଲନ ଚାଲିଲା। ସଭା ହେଲା ।ଜାତୀୟ ପଟାକା ଉଡାଗଲା।ଜାତୀୟ ପତାକା ଉଡାଗଲା। ଜାତୀୟ ପ ତାକାକୁ ନମସକ୍କାର କରି ଲକ୍ଷ୍ମଣ ନାୟକ ଘୋଷଣା କଲେ- ଭାଇମାନେ ,ସମସ୍ତେ ନିଜ ନିଜର ବାଁ


ଗୋଡ ଆଗକୁ ବଢା ଅ । ତା ଙ୍କ କଥା ଶୁଣି ସମସ୍ତେ ନିଜ ନିଜ ବାଁ ଗୋଡକୁ ଆଗକୁ ବଢ଼ାଇଲେ।

ଏହାପରେ ସେ କ ହିଲେ- ଶୁଣ ଭାଇମାନେ, ଏଇ ଯେଉଁ ଗୋଡକୁ ଆଗକୁ ବଢାଇଛ, ତାକୁ ଆଉ ପଛାଇ ନେବ ନାହିଁ। ଆମ ଦେଶରୁ ଇଂରେଜମାନେ ହଟି ନଯିବା ଯାଏଁ, ଆମର ଯାତ୍ରା, ଆମର ସାହସ ଦରକାର । ଧୈଯ୍ଯ ଦରକାର ।

ଏହା କହି ଲକ୍ଷ୍ମଣ ଦେଖିଲେ ଥାନା ଆଗ ପଡିଆରେ ଲୋକପୂର୍ଣ୍ଣ । ଏ ମୁଣ୍ଡରୁ ଥାଳି ମାରି ଦେଲେ ସେ ମୁଣ୍ଡକୁ ଥାଳି ଚାଲିଯିବ । ଅଧିକାଂଶ ଲୋକ ଗରିବ, ଆଦିବାସୀ ଆଉ ହରିଜନ । ଜଣେ ହେଲେ କେହି ଘୂନ୍ଚିବାର ଦେଖାଗଲା ନାହିଁ । ଗୋଟିଏ ଧାଡିରେ ଲୋକମାନେ ଶୋଭାଯାତ୍ରାରେ ଚାଲିଲେ । ଲକ୍ଷ୍ମଣ ଘୋଷଣା କଲେ ଭାଇମାନେ, ଏଇ ଥାନା ଉପରେ ଆମେ ଜାତୀୟ ପତାକା ଉଡାଇବା । ଥାନା ଆଗରେ ସତ୍ଯାଗ୍ରହ କରିବା, ଭୋକ ଉପାସରେ ବସିବା । ପୋଲିସ ଆମ ଉପରେ ଲାଠି ଚଳାଇ ପାରେ । କିନ୍ତୁ ଆମେ ସବୁ ସହିବା । କେହି ଉଁ ଚୁଁ ହେବାନାହିଁ ।ପୋଲିସ ସାଥିରେ ଗଣ୍ଡଗୋଳ କରିବା ନାହିଁ । ଗାନ୍ଧୀ ବୁଢ଼ାର କଥାକୁ ଅକ୍ଷରେ ଅକ୍ଷରେ ପାଳିବା । ଟିକିଏ ତଳେ ପକାଇ ଦେବା ନାହିଁ ।

ଏଇ ଲକ୍ଷ୍ମଣ କିଏ ଜାଣନ୍ତି ? ରାମାୟଣର ରାମ ଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ ନୁହ ନ୍ତି। ସେ ହେଉଛନ୍ତି ଅନୁନ୍ମତ କୋରାପୁଟ ଜିଲ୍ଲାର ଗୋଟିଏ ଅଶିକ୍ଷତ କର୍ମୀ ।ତେନ୍ତୁଳିଗୁମା ଗାଁ ରେ ତାଙ୍କର ଜନ୍ମ । ସେଇ ଗାଁଋ ଚାରିପଟେ ବଣ ପାହାଡ, ଛୋଟବଡ କେତେ ଝରଣା । କେଲାପ ନ ଦୀଟି ମଧ୍ଯ ସେଇ ଗାଁ ପାଖରେ ବହି ଯା ଉଛି। ସେତେବେଳେ ରାତିରେ କ'ଣ ଦିନରେ ମଧ୍ଯ ବାଘ ହେଣ୍ଟାଳ ପକାଏ, ଛାତି ଥରିଯାଏ।

ଫିରିଙ୍ଗି ସରକାର ସେତେବେଳେ ଗାଁ ଗଣ୍ଡାରେ ବି ଅତ୍ଯାଚାର ଆରମ୍ଭ କରିଥିଲେ। ପୋଲିସ ଙ୍କ ଦ୍ବାରା ଗରୀବ ଲୋକ ଙ୍କ ଉପରେ ଜୋର ଜୁଲମ ଚାଲିଥିଲା। ସେମାନ ଙ୍କ ଉପରେ କେତେ ରକମର କର, ବେଠି ଆଉ ବେଗାରି । ଲୋକେ ସିନା ହନ୍ତସନ୍ତ ହେଉଥିଲେ,ପାଟି ଫିଟାଇବାର ଯୁ ନଥିଲା। ଯେ କରିବି ପାଟି,ସେ ଯିବ ପତର କାଟି।

ଲକ୍ଷ୍ମଣ କିନ୍ତୁ ଲୋକଙ୍କ ଦୁଃଖ କଷ୍ଟ ଦେଖି ସହି ପାରିଲେ ନାହିଁ।ଲୋକଙ୍କ ଦୁଃଖ କଷ୍ଟ୍ଟ ଦେଖି ସ ହି ପାରିଲେ ନାହିଁ।ଲୋକଙ୍କୁ ମେଳି କାରି ଗୋରା ସରକାରକୁ ଶିକ୍ଷା ଦେବାକୁ ସେ ଆଗେ ଗୁଣିଆ କାମ ଶିଖିଲେ।ଗଛର ଚେରମୂଳିର ଗୁଣ ଚିହ୍ନି ଓଷଦ ତିଆରି କରିବା,ଠାକୁରାଣୀ ପୂଜା କରିବା ପ୍ରଭୃତି ବିଦ୍ୟା ଶିଖିଲେ। ରୋଗବୈରାଗରେ ସେ ଆଦୀବାସୀଙ୍କୁ ସାହାଯ୍ୟ କଲେ। ଆଉ ବିପଦ ଆପଦରେ ସାହା ହେଲେ।


ଥରେ କୋରାପୁଟ ଘୁମର ଗାଁରେ ଗୋତିଏ ସଭା ହେଲା। ଶହ ଶହ ଲୋକ ସଭାକୁ ଆସିଥିଲେ।ଲକ୍ଷ୍ମଣ ମଧ୍ୟ ସେଇ ସଭାରେ ଥାଇ ଶୁଣିଲେ ଯେ,ଅହିଂସା ଉପାୟରେ ବି ଗୋରା ସରକାରକୁ ହଟାଇ ହେବ।ସେଥିପାଇଁ ହାତ- ହତିଆର ଗୋଳା ବନ୍ଧୁକ ଲୋଡା ନାହିଁ।ଲୋଡା ଖାଲି ମନର ବଳ,ଳକଙ୍କର ମେଲ।ସରକାରକୁ କେଉଁଥିରେ ସାହଯ୍ୟ କରିବେ ନାହିଁ। ବିଦେ ଶି ଦରବ କିଣିବେ ନାହଁ । ଗାନ୍ଧୀବୁଢ଼ାର ଏହି ଅହିଂସା ଲଢ଼େଇକଥା ଲକ୍ଷ୍ମଣଙ୍କ ମନକୁ ଖୁବ୍ ପାଇଲା । ତାଙ୍କ ପରି ଆଉ ଅନେକ ଲୋକ ଯେ ଗୋରାମାନଙ୍କୁ ତଡ଼ି ଦେବାକୁ ଭାବୁଛନ୍ତି ,ଏକଥା ତାଙ୍କ ମନରେ ଆଶହା ଓ ଆନନ୍ଦ ଭରି ଦେଲା ।

ନୂଆଁପୂଟ ଗାଁରେ ଗୋଟିଏ ତାଲିମ କେନ୍ଦ୍ର ଖୋଲିଲା । ସ୍ବାଧୀନତା ଲଢ଼େଇ ପାଇଁ କର୍ମୀମାନଙ୍କୁ ତିଆରି କରିବା ଏହାର ଉଦ୍ଦେଶ୍ଯ ।ତେଣୁ ଲକ୍ଷ୍ମଣ ସେଥିରେ ଯୋଗ ଦେଲେ ।ସେଠାରେ ସେ ଦରକାରୀ ଜିନିଷମାନ ନିଜ ହାତରେ କରି ଶିଖିଲେ ।ନେତାମାନଙ୍କ ଭାଷଣ ଶୁଣିଲେ । ସେଠାରୁ ଫେରି ସେନିଜ ଘର ବାରଣ୍ଡାରେ ଗୋଟିଏ ଅରଟ ପକାଇ ସୂଟା କାଟିଲେ ,ଲୁଗା ବୁଣିଲେ ।କୂଟି ଖାଅ,କାଟି ପିନ୍ଧ, ଗାନ୍ଧୀଙ୍କର ଏଇ କଥା କାମରେ ଲଗାଇଲେ ।ଗାଁ ଗହଳିରେ ବୁଲି ଲକ୍ଷଣ ଏଇକଥା ସମସ୍ତଙ୍କୁ ବୁଝାଇଲେ ।ସବୁଠି ଅରଟ ଚାଲିଲା ।

୧୯୪୨ ଅଗଷ୍ଟ ମାସରେ ଅସହଯୋଗ ଆନ୍ଦୋଳନ ଚାଲିଲା ।ଯେଉଁ ଲୋକେ ଏଥିରେ
ମିଶିଲେ, ପୋଲିସମାନେ ସେମାନଙ୍କୁ ହଇରାଣ କଲେ । ଜେଲ୍‌କୁ ନେଲେ, ମାଡ ମାରିଲେ । ଲକ୍ଷ୍ମଣ ତେଣୁ ଗାଁ କୁ ଗାଁ ବୁଲି ଲୋକମାନଙ୍କୁ ଜଙ୍ଗଲକୁ ଚାଲିଯିବା ପାଇଁ ମତାଇଲେ । ପାହାଚ ଗୁମ୍ଫାରେ ଲୁଚି ରହି ଏଇ ଆନ୍ଦୋଳନ ଚଳାଇବାକୁ ବତାଇଲେ ।

ଥରେ ଲକ୍ଷ୍ମଣ ଠିକ୍ କଲେ ମାତିଲି ଥାନା ଆଗରେ ଆନ୍ଦୋଳନ ଚାଲିବ । ଥାନା ଆଗରେ ତ୍ରିରଙ୍ଗା ପତାକା ଉଡ଼େଇବେ । ମାତିଲ ଥାନାର ପୋଲିସମାନେ ନିଜେ ହୁସିଆର ହେଲେ ଆଉ ସେମାନଙ୍କୁ ସାହାଯ୍ୟ କରିବାକୁ ମାଲକାନ୍‌ଗିରିରୁ ବହୁ ସଂଖ୍ୟାରେ ପୋଲିସମାନେ ଆସି ପହଞ୍ଚିଗଲେ । ଲୋକମାନେ ବି ତା'ଠାରୁ ଅଧିକ ସଂଖ୍ୟାରେ ଜମା ହୋଇଗଲେ । ସବୁରି ଆଗରେ ଲକ୍ଷ୍ମଣ ନାୟକ ଲୋକମାନଙ୍କୁ ଶାନ୍ତି ରକ୍ଷା କରିବାକୁ କହୁଛନ୍ତି ।

ମାତିଲି ଥାନାର ଦାରୋଗା ଜମାଦାର ଶହ ଶହ ସଂଖ୍ୟାରେ ଲୋକ ଗହଳି ଦେଖି ଅବାକ୍ । ଏତେ ଲୋକଙ୍କୁ ହଟାଇବା ସହଜ ନୁହେଁ । ମାଲକାନ୍‌ଗିରରୁ ଏଯାଏ ବନ୍ଧୁକଧାରୀ ପୋଲିସ ଆସି ନାହାନ୍ତି । ତେଣୁ ପୋଲିସ ଜମାଦାର ଗୋଟିଏ ବୁଦ୍ଧି ପାଞ୍ଚି କହିଲେ - ଭାଇମାନେ ଦେଖ, ଥାନା ଉପରେ ପତାକା ଉଡାଇବାକୁ କହୁବ, ମନା ନାହିଁ । ତେବେ ତା ଆଗରୁ ଆଉ ଗୋଟିଏ କଥା କର । ଆଜି ମାତିଲି ହାଟ । ସେଠି ହଜାର ହଜାର ଲୋକ ଜମିଛନ୍ତି । ତୁମେ ସେଠି ସଭାଟିଏ କରି ତମ ଆନ୍ଦୋଳନ କଥା କୁହ । ଗାନ୍ଧୀବୁଢ଼ା କଥା ସମସ୍ତେ ଜାଣନ୍ତୁ । ତା ପରେ ଏଠାକୁ ଆସି ଯାହା କରିବ ।

ସରଳ ଲକ୍ଷ୍ମଣ ନାୟକ & ଲେକମାନଙ୍କ ମନକୁ ପୋଲିସ ଜମାଦାରଙ୍କ କଥା ଘେନିଲା । ସେମାନେ ହାଟରେ ସଭା କଲେ । ଏଥି ଭିତରେ ଜମାଦାର ମାଲକାନ୍ ଗିରି ଥାନାକୁ ଖବର ପଠାଇଦେଲେ । ଗାଡ଼ିରେ ବୋଝେଇ ହୋଇ ବହୁ ସିପେହି ସେଠାରେ ଜମା ହୋଇଗଲେ ।

ସଭା ସାରି ଲକ୍ଷ୍ମଣ ଓ ଲୋକମାନେ ଥାନା ଆଗରେ ପହଞ୍ଚିଲା ବେଳକୁ ପୋଲିସମାନେ ଲାଠି ବନ୍ଧୁକ ଧରି ତିଆର ହୋଇ ରହିଲେଣି । ଜମାଦାର ହୁକୁମ ଦେଲେ- ଅତିଶୀଘ୍ର ଏଇ ସ୍ଥାନ ଛାଡ଼ି ଚାଲିଯାଅ । ନଚେତ ଜୀବନ ନେଇ ଫେରି ପାରିବ ନାହିଁ ।

ଲକ୍ଷ୍ମଣ ଖୁବ୍ ଜୋରରେ ଉତ୍ତର ଦେଲେ-ଆମେ ପଣ କରିଚୁ । ପ୍ରାଣ ଯିବ ସିନା, ଫେରିବୁ ନାହିଁ । ଯେତେବେଳେ ସ୍ୱରାଜ୍ୟ ପାଇଁ ଏ ଗୋଡ଼ ଆଗକୁ ବଢ଼ାଇଛୁ ହଟିବୁ ନାହିଁ ।

ପୋଲିସମାନେ ତାତି ଉଠିଲେ । ଜମାଦାର ଗର୍ଜିଉଠିଲେ- କ'ଣ କରିଚ ? ହଟିବ ନାହିଁ ? ସ୍ୱରାଜ ନବ ? ହଉ ନିଅ ।

ଏହା ପରେ ପୋଲିସଙ୍କୁ ଲାଠି ଚଲାଇବାକୁ ହୁକୁମ ଦେଲେ । ଲକ୍ଷ୍ମଣ ସବୁ ସହିଯିବାକୁ କହୁଥାନ୍ତି । ଶହ ଶହ ଲୋକଙ୍କ ମୁଣ୍ଡ ଫାଠିଲା, ହାତଗୋଡ଼ ଭାଙ୍ଗିଲା । ତ‌ଥାପି ଲୋକେ ହଟିଲେ ନାହିଁ ।

ପୋଲିସ ଦେଖିଲେ ସବୁ ନାଟର ଗୋବର୍ଦ୍ଧନ ହେଉଛନ୍ତି ଲକ୍ଷ୍ମଣ ! ତାଙ୍କୁ ଜବତ ନ‌କଲେ ହେବ ନାହିଁ । ପୋଲିସମାନେ ତାଙ୍କୁ ଥାନା ଭିତରକୁ ଟାଣି ନେଲେ । ଲାଠିରେ ପିଟିଲେ । ତାଙ୍କ ନିଶ ଉପାଡ଼ି ଦେଲେ ଆଉ ନିଆଁ ଲଗାଇ ଦେଲେ । ମାଡ ଖାଇ ଆଉ କଷ୍ଟ ଭୋଗି ସେ ହାଲିଆ ହୋଇ ପଡ଼ିଲେ । ତଥାପି ପାଟିରେ ତାଙ୍କର ସେଇ ଗାନ୍ଧୀବୁଢ଼ାର କଥା ! ସବୁ ସହିଯାଅ, ହଂସା କର ନାହିଁ ।

ଲୋକମାନେ ନିଜେ ସିନା ଏତେ କଷ୍ଟ ସହୁଥିଲେ । ଲକ୍ଷ୍ମଣଙ୍କ ଉପରେ ଏମିତି ଅତ୍ୟାଚାର ସହି ପାରିଲେ ନାହିଁ । ସେମାନେ ତାତି ଉଠିଲେ । ଲୋକମାନଙ୍କ ଭିତରୁ ଜଣେ ପତାକାଟିଏ ନେଇ ପୋଲିସ ଘର ଭିତରେ ପଶିଗଲା । ଥାନା ଛାତ ଉପରକୁ ଉଠିଲା ମାତ୍ରେ ପୋଲିସ ଗୁଳିରେ ସେ ତଳେ କଚାଡ଼ି ହୋଇ ପଡ଼ିଗଲା । ଏହାପରେ ସର୍ଗିଗୁଡାର ନକୁଳ ଛାତ ଉପରକୁ ଚଢ଼ିଲା । ସେ ବି ପୋଲିସ ଗୁଳିରେ ଟଳି ପଡ଼ିଲା । ଏମିତି ଅନେକ ଲୋକ ଥାନା ଉପରେ ତ୍ରିରଙ୍ଗ ପତାକା ଉଡାଇବାକୁ ଯାଇ ଜୀବନ ଦେଲେ । ସେମାନଙ୍କ ତ‌ତଲା ଲହୁରେ ଥାନା ବାରଣ୍ଡାରୁ ଛାତଯାଏ ଲାଲ ହୋଇଗଲା । 88 ଜଣେ ଜଙ୍ଗଲ ଚପରାସୀ ମଦପିଇ ପୋଲିସଙ୍କ ସାଙ୍ଗରେ ଆଖିବୁଜା ଲାଠି ଚଲାଇଥିଲା । ତା ନିଜ ମୁଣ୍ଡରେ ତା ଲାଠି ଖୁବ୍ ଜୋରରେ ବାଜିବାରୁ ସେ ଅଚେତା ହୋଇ ତଳେ ପଡ଼ିଗଲା । ପୋଲିସମାନେ ତାଙ୍କ ଭିତରୁ ଜଣଙ୍କର ଏଇ ଅବସ୍ଥା ଦେଖି ଆହୁରି ରାଗିଗଲେ । ଜଣେ ପୋଲିସ ଆସି ଲକ୍ଷ୍ମଣଙ୍କ ମୁଁହରେ ବନ୍ଧୁକର ସଂଗୀନକୁ ଭୁସିଦେଲା । ତା’ର ମୁହଁସାରା ରକ୍ତରେ ଜୁଡ଼ୁବୁଡ଼ୁ ହୋଇଗଲା । ସେ ଅଚେତ ହୋଇ ପଡ଼ିବାରୁ ପୋଲିସ ମରିଗଲା ଭାବି ତା ଗୋଡ଼କୁ ଧରି ଘୋଷାଡ଼ି ଘୋଷାଡ଼ି ଗୋଟିଏ ନାଳରେ ଫିଙ୍ଗି ଦେଲେ । ଆଗରୁ ପୋଲିସ ଗୁଳିରେ ମରିଥିବା ସବୁ ଲୋକଙ୍କ ଶବ ସେଠାରେ ଫିଙ୍ଗା ଯାଇଥିଲା । ରାତି ଅଧକୁ ଲକ୍ଷ୍ମଣଙ୍କର ଚେତା ଆସିଲା । ମୁହଁରେ ରକ୍ତ ଜମାଟ ବାନ୍ଧି ଯାଇଥିଲା । ଘନ ଅନ୍ଧକାରରେ କିଛି ଦେଖା ଯାଉନାହିଁ । ଥାନା ବାରଣ୍ଡାର ଗୋଟିଏ ଲଣ୍ଠନ ମିଞ୍ଜିମିଞ୍ଜି ହୋଇ ଜଳୁଛି । ବେଶୀ ଦୂର ନୁହେଁ । ତେବେ ପୋଲିସମାନେ ଶୋଇ ପଡ଼ିଲେ । ମୁର୍ଦ୍ଦାର ଗଦା ଉପରେ ଆଖି ପଡ଼ିଲା । ସେ ଭାବିଲେ- ହାୟ, ସେମାନେ ଭଗ୍ୟବାନ୍ ! ମାଟି ମାଆର ଇଜ୍ଜତ ରଖିବାକୁ ଯାଇ ଜୀବନ ଢାଳିଦେଲେ । ସେମାନେ ସେମାନଙ୍କ ପଣ ରକ୍ଷା କଲେ, ଆଗକୁ କାଢ଼ିଥିବା ଗୋଡ ପଛକୁ ଫେରାଇଲେ ନାହିଁ । କିନ୍ତୁ ମୁଁ ମୋ କଥା ରଖି ପାରିଲି ନାହିଁ । କେଉଁ ମୁହଁରେ ମୁଁ ଫେରିବି ? କେଉଁଠିକୁ ଫେରିବି ?

ସେ ବ‌ହୁ କଷ୍ଟରେ ଠିଆ ହେବାକୁ ଚେଷ୍ଟା କଲେ । କିନ୍ତୁ ଦେହ ସାରା ଖଣ୍ଡିଆ ଖାବରା ! ଦରଜ ହୋଇ ଗଲାଣି । ଭାର କଷ୍ଟ ! ଘୋଷାରି ଘୋଷାରି ହୋଇ ଚାଲିବାରେ ଲାଗିଲେ । ଆଗରୁ ଔଷଧ ଗଛ ଚିହ୍ନି ଥିବାରୁ ସେ କେତେକ ପତ୍ରର ରସ ଖଣ୍ଡିଆ ଜାଗାରେ ଲଗାଇ ଦେଲେ । ଧୀରେ ଧୀର ଜୟପୁର ଆଡ଼କୁ ଚାଲିଲେ ।

ସେଠାରୁ ଜୟପୁର ୩୫ ମାଇଲ ଦୂର । ଘୋର ଅନ୍ଧାର । ତାରି ଭିତରେ ପଡ଼ି ଉଠି ଲକ୍ଷ୍ମଣ ରାତି ପାହୁ ନପାହୁ ଜୟପୁରରେ ପହଞ୍ଚିଲେ । ତାଙ୍କର ଜଣେ ସାଙ୍ଗ ବଳଭଦ୍ର ଘରେ କେତେଦିନ ରହିଲା ପରେ ଦିନେ ଖବର ପାଇଲେ ଯେ ପୋଲିସ ସେଠାରେ ଖୋଜା ଖୋଜି କରୁଛି। ତେଣୁ କୁଆଡେ ଯିବାକୁ ହେବ। କିନ୍ତୁ ଗାଁକୁ ମଧ୍ୟ ଯାଇ ହେବନି ।

ଦିନେ ରାତିରୁ ଉଠି ଲକ୍ଷ୍ମଣ ରାମଗିରି ପର୍ବତକୁ ଗଲେ । ସେଠାରେ ଫଳମୂଳ ଖାଇ ଆଉ ଝରଣା ପାଣି ପିଇ ଚଳିଗଲେ । କିନ୍ତୁ ସ୍ୱାଧିନତା ଲଢ଼େଇ କଥା କ'ଣ ହେଲା ? ତା' ଗାଁଗଣ୍ଡା କଥା ହାଲ୍ ଚାଲ୍ କ'ଣ ? ପୋଲିସର ଅତ୍ୟାଚାର କଥା ଶୁଣି ସେ ଥୟ ଧରି ରହି ପାରିଲେ ନାହିଁ । ପୋଲିସ ହାତରେ ମଲେ ମରିବେ ପଛେ ତାଙ୍କ ଗାଁକୁ ସେ ଅଲ୍‌ବତ ଫେରିବେ ।

ଲକ୍ଷ୍ମଣ ନାୟକ ଦିନେ ଆସି ଗାଁରେ ପହଞ୍ଚିଲେ । ସେତେବେଳକୁ ପୋଲିସ ଅତ୍ୟାଚାରରେ କେତେଜଣ ମରିଥାନ୍ତି । କେତେକ ଜେଲ୍‌ରେ ପଶିଥାନ୍ତି । ସେ ଘର ଘର ବୁଲି ସମସ୍ତଙ୍କୁ ବୁଝାଇଲେ, ସାନ୍ତ୍ୱନା ଦେଲେ । ଗାଁରେ ପୁଣି ଅରଟର ଘର୍ ଘର୍ ଶବ୍ଦ ଶୁଣାଗଲା । ଦିନେ ଲକ୍ଷ୍ମଣ ଘର ବାରଣ୍ଡାରେ ବସି ସୁତା କାଟୁଥିଲା ବେଳେ କିଏ ଜଣେ ଆସି କହିଲା- ଲକ୍ଷ୍ମଣ ଭାଇ, ପୋଲିସ ଆସି ଗାଁ ଚାରିପଟେ ଘେରାଉ କରି ଦେଲେଣି । ତୁମେ କୁଆଡେ ଚାଲିଯାଅ ।

ଲକ୍ଷ୍ମଣ କିନ୍ତୁ ନିଜ ଜୀବନ ଭୟରେ କୁଆଡେ ଚାଲି ଯିବାକୁ ଚାହିଁଲେ ନାହିଁ । ଏତେ ଲୋକ ତାଙ୍କରି କଥାରେ ପଡି ମଲେ,ଜେଲ୍ ଗଲେ ଆଉ ସେ ନିଜେ ସେଥିପାଇଁ ଡରିବେ କାହିଁକି ? ଠିକ୍ ଏତିକି ବେଳକୁ ପୋଲିସମାନେ ତାଙ୍କ ପାଖରେ ପ‌ହଞ୍ଚି ଗଲେ । ତାଙ୍କୁ ହାତକଡ଼ା ପକାଇ ଥାନାକୁ ନିଆଗଲା । ତାଙ୍କ ସହିତ ଗାଁର ଆଉ ପଞ୍ଝାଏଙ୍କୁ ମଧ୍ୟ ଜେଲ୍ ନିଆଗଲା ।

ଥାନାରୁ ସେମାନଙ୍କୁ କୋରାପୁଟ ଜେଲ୍‌କୁ ପଠାଗଲା । ସେଠାରେ ଅକଥନୀୟ ଅତ୍ୟାଚାର ଚାଲିଲା । ଶେଷରେ ୧୯୪୨ ଅକ୍ଟୋବର ମାସରେ ସେମାଙ୍କର ବିଚାର ଆରମ୍ଭ ହେଲା । ମଣିଷ ମାରିବା ଅପରାଧରେ ତାଙ୍କୁ ଫାଶୀ ହୁକୁମ ଦିଆ ଗଲା । ଏହା କ'ଣ କମ୍ ଗୌରବର କଥା ! ଲକ୍ଷ୍ମଣଙ୍କ ମନରେ ଆନନ୍ଦର ଜୁଆର । ମାଟି ମାଆ ପାଇଁ ସେ ଶହିଦ୍ ହେବେ, ହସି ହସି ଜୀବନ ଦେବେ । ତେବେ ଅବଶୋଷ ରହିଗଲା ତାଙ୍କର ମୃତ୍ୟୁ ପୂ୍ର୍ବରୁ ମାଟି ମାଆର ମୁକତି ମିଳି ପାରିଲା ନାହିଁ।

ତାଙ୍କୁ ଫାଶି ଦିଆଯିବା ପାଇଁ ବ୍ରହ୍ମପୁର ଜେଲ୍ କୁ ନିଆଗଲା।ବ୍ରହ୍ମପୁର ଜେଲ୍ ରେ ସେତେବେଳେ ଦେଶର ସ୍ୱାଧୀନତା ପାଇଁ ଲଢ଼େଇ କରୁଥିବା ବହୁ ଲୋକ ବନ୍ଦୀ ହୋଇଥାନ୍ତି। ଫାଶହି ପାଇବା ଦିନ ପାଖେଇ ଗଲା । ବନ୍ଦୀମାନେ ଲକ୍ଷ୍ମଣଙ୍କୁ ପଚାରିଲେ- ତୁମର କ'ଣ କହିବାର ଅଛି ଆମକୁ କହିଯାଅ । ସେ ହସି ହସି ଉତ୍ତର ଦେଲେ -ମୋର ନିଜର କିଛି କହିବାର ନାହିଁ । ଦେଶ ମାଆ ପାଇଁ ଜେଲ୍ ଯିବା ଆଉ ଫାଶି ପାଇବା ଭାଗ୍ୟର କଥା । ମୁଁ ତ ସ୍ୱାଧିନତା ଦେଖି ପାରିଲି ନାହିଁ । ତୁମ୍ଭେମାନେ ଶୀଘ୍ର ସ୍ୱରାଜ ପାଅ, ଏତିକି ମୋର ଆଶା ଆଉ ଶୁଭେଚ୍ଛା ।

ମରିବା ଆଗରୁ ଲକ୍ଷ୍ମଣଙ୍କ ମୁହଁରୁ ଏଇ କଥା କେଇପଦ ଶୁଣି ମନରେ ସବୁରି କେତେ ଦମ୍ଭ ଓ ଉତ୍ସାହ ଖେଳିଗଲା । ସବୁରି ଆଖିରେ ଲୁହ ଢ଼ଳ ଢ଼ଳ ହେଲା । ସତରେ ଏ ଲୋକଟାର ମନ କେତେ ଛବି ଟାଣ ! ମାତୃଭୂମି ପାଇଁ ତାର ମନ କେତେ କାନ୍ଦୁଛି? ଏକ ସ୍ୱରରେ ସମସ୍ତେ କହି ଉଠିଲେ- ଭାରତ ମାତାକୀ ଜୟ!!

୧୯୪୩ ମାର୍ଚ୍ଚ ୨୯ ତାରିଖ । ରାତି ଭଲ ଭାବରେ ପାଇ ନାହିଁ । କାଉ କାଆ କରିବା ଆଗରୁ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଆସି କହିଲେ- ଲକ୍ଷ୍ମଣ,ଚାଲ ତୁମର ସମୟ ହୋଇଗଲା ।

ଲକ୍ଷ୍ମଣ ସତେ ଯେମିତି ଏଇ ଡାକକୁ ଚାହିଁ ରହିଥିଲା । ମନରେ ତାଙ୍କର ଦୁଃଖର ଲେଶମାତ୍ର ଚିହ୍ନ ନାହିଁ । ମୁହଁରୁ ଯେମିତି ହସ ଉକୁଟି ଉଠୁଛି । କୋଠରୀରୁ ବାହାରି ଆସିଲା ପରେ ତାଙ୍କ ମୁହଁରେ କଳାକନା ଘୋଡାଇ ଦିଆଗଲା । ଗୋଟିଏ ମଞ୍ଚ ଉପରେ ଠିଆ କରାଇ ତାଙ୍କ ଗଳାରେ ଫାଶ ବାନ୍ଧି ଝୁଲାଇ ଦିଆଗଲା । ଆଖି ପିଛୁଳାକେ ସବୁ ଶେଷ । ଲକ୍ଷ୍ମଣଙ୍କ ମର ଦେହଟା ପଡି ରହିଲା ।

ଲକ୍ଷ୍ମଣ ସିନା ତାଙ୍କ କାମ ସାରି ଚା‌ଲିଗଲେ, କିନ୍ତୁ ତାଙ୍କ କଥାରେ ଜାତି ଯେମିତି ତାତିଥିଲା, ଦେଶର ମୁକତି ପାଇଁ ଯେମିତି ଚେତିଥିଲା, ସେଥିରେ ଲଢେଇର ଇତି ହେଲା ନାହଁ। ବଂରଙ୍ଗ ଲଢେଇ ଦିନକୁ ଦିନ ଆଗେଇ ଚାଲିଲା। ଗାନ୍ଧୀ ବୁଢାର କଥାରେ ଚାଲି ସତ୍ୟ ଆଉ ଅହିଂସା ବଳରେ ଭାରତ ସ୍ୟାଧିନତା ପାଇଲା।ସେଇ ଲଢେଇରେ ଗୁଳିଗୁଳା ତୋପ ବନ୍ଧୁକ ଲୋଡା ହେଲା ନାହିଁ।ଲୋଡା ହୋଇଥିଲା-ଦେଶ- ବାସୀଙ୍କର ଅକତା ଆଉ ଦମ୍ଭ, ସେମାନଙ୍କ ମନରେ ବଳ !! !।ମାଟୀ ମାଆର ଡାକ ଶୁଣି ଯେଉଁମାନେ ଛେଇଁ ଉଠିଥିଲେ,ଜୀବକୁ ବଳି ଦେଉଥିଲେ,ସେମାନେ ହେଲେ ଅ ଜାତିର ଅଗୁଅଇ ସଇନ ଆଉ ଅମର ଶହୀଦ୍।