ଆମରି ମାଟିର ଅମର ଶହୀଦ

ଉଇକିପାଠାଗାର ରୁ
Jump to navigation Jump to search
ଆମରି ମାଟିର ଅମର ଶହୀଦ (୧୯୮୩) 
ଲେଖକ/କବି: ଜଗନ୍ନାଥ ମହାନ୍ତି
ଆମରି ମାଟିର

ଅମର ଶହୀଦ


ଡକ୍ଟର ଜଗନ୍ନାଥ ମହାନ୍ତି

ପ୍ରାଧ୍ୟାପକ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

ଓଡିଶା, ଭୁବନେଶ୍ୱର



କଟକ ପବଲିଶିଂ ହାଉସ୍
ଆମରି ମାଟିର ଅମର ଶହୀଦ

ଲେଖକ :

ଡକ୍ଟର ଜଗନ୍ନାଥ ମହାନ୍ତି


ପ୍ରକାଶକ :

ଶ୍ରୀ ରବୀନ୍ଦ୍ନାଥ ମହାନ୍ତି

କତକ ପବ୍ଲିଶିଂ ହାଉସ୍

ବାଲୁବଜାର, କତକ-୨


ସ୍ୱତ୍ତ୍ୱାଧିକାରିଣୀ

ଶ୍ରୀମତୀ ଆହ୍ଲାଦ ମୋହିନୀ ମହାନ୍ତି


ନୂତନ ମୁଦ୍ରଣ : ବଡଦିନ

ଡିସେମ୍ବର ୨୫, ୧୯୮୩


ମୁଲ୍ଯ :

ସାଦା‌‌-ଆଠ ଟଙ୍କା

ବନ୍ଧେଇ-ଦଶ ଟଙ୍କା


ମୁଦ୍ରଣ :

ନିଉ ପବ୍ଲିଶିଂ ପ୍ରେସ୍

ବାଲୁବଜାର, କଟକ-୨
ସମର୍ପଣ

ଆମ ଦେଶର ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ କେତେ ନେତା, କେତେ କର୍ମୀ ଜେଲ ଗଲେ, ଜରିମାନା ଦେଲେ, ଗୁଳିମାଡ଼ ଖାଇଲେ ଆଉ ଫାଶିଖୁଣ୍ଟରେ ବି ଝୁଲିଲେ । ସେମାନେ ହସି ହସି ମାଟିମାଆ ପାଇଁ ନିଜକୁ ବାଳି ଦେଲେ ।

ସେମାନେ ହେଉଛନ୍ତି ଆମରି ମାଟିର ଅମର ଶହୀଦ । ସେମାନେ ଆମର ଚିରସ୍ମରଣୀୟ ଆଉ ଚିର ବନ୍ଦନୀୟ । ସେମାନଙ୍କର ଜୀବନ ଓ କାର୍ଯ୍ଯ ସବୁଦିନ ପାଇଁ ଆମଙ୍କୁ ନୂଆ ସାହସ ଓ ନୂଆ ପ୍ରେରଣା ଯୋଗାଇବ ।

ଆମ ଦେଶର କୋଟି କୋଟି ନାଗରିକ ତଥା ନବ ସାକ୍ଷରମାନଙ୍କ ମନଲାଖି ସରଳତରଳ ଭାଷା ଓ ଭଙ୍ଗୀରେ ସେହି ଶହୀଦମାଙ୍କ ଅଭୁଲା ଜୀବନ-କଥା ରୂପ ଦେବା ପାଇଁ ମୁଁ ଉଦ୍ଯମ କରି ଆସୁଛି । ପୂର୍ବରୁ ମୋ ଦ୍ୱାରା ଲିଖିତ ବକ୍‌ସି ଜଗବନ୍ଧୁ, ଦଳବେହେରା, ସୁରେନ୍ଦ୍ର ସାଏ, ବାଘା ଯତୀନ୍, ଲକ୍ଷ୍ମଣ ନାୟକ ପ୍ରମୁଖଙ୍କ ଜୀବନୀ ଖୁବ୍ ଆଦୃତ ହୋଇଥିବା ଆଶା ଓ ଆନନ୍ଦର କଥା ।

ଓଡ଼ିଶା ମାଟିର ଆଉ କେତେକ ଅମର ସନ୍ତାନଙ୍କର ବୀରତ୍ୱ ଓ ବଳିଦାନର କାହାଣୀ ଏଠାରେ ସ୍ନେହ ଓ ଭକ୍ତିର ସହିତ ସମର୍ପଣ କରୁଛି । ଆଶା, ଏହା ପାଠକମାନଙ୍କ ମନରେ ଆନନ୍ଦ ଓ ଉତ୍ସାହ ଭରିଦେବା । ଇତି ।

ତା ୨୫ । ୧୨ । ୮୩ -ଲେଖକ

ଆମରି ଶ୍ରଦ୍ଧାଞ୍ଜଳି

ଏଇମାନଙ୍କ ପାଇଁ:
କ୍ର.ନ. ବିଷୟ ପୃଷ୍ଟା
ପ୍ରଥମ ଶହୀଦ ଜୟୀ ରାଜଗୁରୁ
ଜାତୀୟ କବି ବାଞ୍ଛାନିଧି ଆଉ ରକ୍ତ‌ତୀର୍ଥ ଇରମ ୧୪
ଜାତିର ଶ‌ହୀଦ ରଘୁ-ଦିବାକର ୨୩
ଆମରି ନେତାଜୀ ସୁଭାଷଚନ୍ଦ୍ର ୩୧
ବୀର ସେନାପତି ଦୋରା ବିଶୋଇ ୪୭
ଧନ୍ୟ ତୁମେ ଦଳବେହେରା ୫୫
ବୀର ଶହୀଦ ବାଜିରାଉତ ୬୩
ଚିତ୍ର


ଜୟୀ ରାଜଗୁରୁ =ଖାଲି ପୃଷ୍ଠା=

ପ୍ରଥମ ଶହୀଦ ଜୟୀ ରାଜଗୁରୁ

୧୭୩୯ ମସିହା କାତ୍ତିକ ମାସ ଶୁକ୍ଳପକ୍ଷ ନବମୀ । ପୁରୀ ରାଜାଙ୍କର ମନ୍ତ୍ରୀ ଚାନ୍ଦ ରାଜଗୁରୁଙ୍କ ଘରେ ପୁଅ କୁଆଁ କୁଆଁ କରି ସେଦିନ କାନ୍ଦି ଉଠିଥିଲା । ସେଇ ପିଲା ଦିନେ ବଡ଼ ହୋଇ ତାର ଜନ୍ମମାଟିର ସ୍ୱାଧୀନତା ଆଉ ତା ଜାତିର ସମ୍ମାନ ପାଇଁ ପ୍ରାଣବଳି ଦେଇଥିଲା ।

ପିତା ଚାନ୍ଦ ରାଜଗୁରୁ ମଧ୍ୟ କବି ରାମଚନ୍ଦ୍ର ଖଡ଼୍‌ଗରାୟ ନାମରେ ପରିଚିତ ଥିଲେ । ସେ ଯୁଦ୍ଧ ବିଦ୍ୟାରେ ଯେମିତି ନିପୁଣ, ଜ୍ୟୋତିଷ ବିଦ୍ୟାରେ ସେମିତି ଜଣେ ପଣ୍ଡିତ ଥିଲେ । ମାତା ହାରାମଣିଙ୍କର ମଧ୍ୟ ପୁରାଣ-ଶାସ୍ତ୍ରରେ ଭାରି ଆଗ୍ରହ ଓ ଦକ୍ଷତା ଥିଲା । ପିତାମାତାଙ୍କ ପାଣ୍ଡିତ୍ୟ ଓ ବୀରତ୍ୱ ତାଙ୍କ ପୁଅ ଉପରେ ଖୁବ୍ ପ୍ରଭାବ ପକାଇଥିଲା । ସେ ପିଲା ଦିନୁ ସଂସ୍କୃତ ପଢ଼ିଥିଲେ ଆଉ ଜ୍ୟୋତିଷ, ତନ୍ତ୍ର, ଦର୍ଶନ ଶାସ୍ତ୍ରରେ ପ୍ରବେଶ ଲାଭ କରିଥଲେ  । ଯୁଦ୍ଧବିଦ୍ୟାରେ ମଧ୍ୟ ରାଜଗୁରୁ ଶିକ୍ଷା ଲାଭ କରି ଖୁବ୍ ଦକ୍ଷତା ଦେଖାଇଥିଲେ ।

ବଡ଼ ହେବାରୁ ତାଙ୍କୁ ସମସ୍ତେ ଜୟୀ ରାଜଗୁରୁ ବୋଲି ଜାଣିଲେ, କିନ୍ତୁ ତାଙ୍କର ଭଲ ନାମ ଥିଲା ଜୟକୃଷ୍ଣ ରାଜଗୁରୁ ମହାପାତ୍ର । ସେ ପିତାଙ୍କ ସହିତ ରାଜସଭାକୁ ଯାଉଥିଲେ । ତାଙ୍କର ପାଣ୍ଡିତ୍ୟ ଦେଖି ରାଜସଭାର ପଣ୍ଡିତମାନେ ଈର୍ଷାରେ ଜଳି ଯାଉଥିଲେ । ତାଙ୍କର ଅମାପ ବଳବହପ ପାଖରେ ସମସ୍ତେ ମୁଣ୍ଡ ନୁଆଁଉଥିଲେ ।

ପିତାଙ୍କ ପରେ ସେ ପୁରୀ ରାଜାଙ୍କର ପ୍ରଧାନମନ୍ତ୍ରୀ ହେଲେ । ତାହା ହେଲା ୧୭୯୮ ମସିହାର କଥା । ସେହିବର୍ଷ ରାଜା ଦିବ୍ୟସିଂହ ଦେବଙ୍କର ମୃତ୍ୟୁ ହୋଇଥିଲା । ଆଊ ଖୋର୍ଦ୍ଧା ରାଜସିଂହାସନ ପାଇଁ ତାଙ୍କ ପୁଅ ମୁକୁନ୍ଦଦେବ ଓ ବୀରକିଶୋର ଦେବଙ୍କ ଦ୍ଵିତୀୟ ପୁଅ ଶ୍ୟାମସୁନ୍ଦର ଦେବଙ୍କ ମଧ୍ୟରେ ବିବାଦ ଲାଗିଥିଲା । ମାତ୍ର ଜୟୀ ରାଜଗୁରୁଙ୍କ ବିଚକ୍ଷଣ ବୁଦ୍ଧି ଓ ସାହସ ବଳରେ ମୁକୁନ୍ଦଦେବ ଖୋର୍ଦ୍ଧାର ରାଜା ହେଲେ । କିନ୍ତୁ ସେତେବେଳେ ମୁକୁନ୍ଦଦେବ ନାବାଳକ ଥିବାରୁ ଜୟୀ ରାଜଗୁରୁ ତାଙ୍କର ଅଭିଭାବକ

(୬)

ଦଖଲ କରି ନେଲେ ବି ସେ ନୀରବ ହୋଇଥିଲେ । ଆଶା କରିଥିଲେ ଫିରିଙ୍ଗ ଫଉଜ ଫେରି ଯିବେ । ସେମାନେ ଚାଲିଗଲାପରେ ପୁରୀ ସହର ମନ୍ଦିର ସବୁ ତାଙ୍କର ହୋଇ ରହିବ । କିନ୍ତୁ ଇଂରେଜମାନେ କେତେକ ହିନ୍ଦୁ ସୈନ୍ୟଙ୍କୁ ଜଗାଇ ଦେଇ ପୁରୀରୁ କଟକ ଫେରିଲେ ।

କଟକ ଫେରିବା ବାଟରେ ପିପିଲି ଆଉ ସେଠାରୁ କିଛି ବାଟରେ ଦାଣ୍ଡ ମୁକୁନ୍ଦପୁର ଗାଁ । ପିପିଲିରେ ସେତେବେଳେ ମରହଟ୍ଟା ସୈନ୍ୟ ରହୁଥିଲେ ଆଉ ସେଠାରେ ଗୋଟିଏ କଚେରୀ ଥିଲା । ମରହଟ୍ଟା ସୈନ୍ୟମାନେ ଦାଣ୍ଡ ମୁକୁନ୍ଦପୁରଠାରେ ଇଂରେଜ ସୈନ୍ୟଙ୍କୁ ବାଧା ଦେଲେ । ଖୁବ୍ ଲଢେଇ ହେଲା । ଶେଷରେ ମରହଟ୍ଟା ସୈନମାନେ ହଟିଗଲେ । ଫିରିଙ୍ଗ ଫଉଜ ଆଗେଇ ଚାଲିଲେ ।

କଟକର ଦକ୍ଷିଣକୁ ଏବେ ଯେଉଁ କାଠଯୋଡି ନ‌ଦୀଟି ବହିଯାଉଛି, ସେତେବେଳେ ତାହା ଏତେ ବଡ ନ ଥିଲା । ଲୋକମାନେ କାଠକୁ ଯୋଡି ତାକୁ ପାରି ହେଉଥିବାରୁ ତାର ନାଁ ଥିଲା କାଠଯୋଡି । ଫିରିଙ୍ଗ ଫଉଜ ଏଇ କାଠଜୋଡି ନଦୀ ପାରି ହୋଇ କଟକର ଲାଲବାଗଠାରେ ପ‌ହଞ୍ଚିଥିଲେ । ସେଠାରେ ମରହଟ୍ଟାଙ୍କର କଚେରୀ ଥିଲା ଏବଂ ସୈନିକମାନେ ମଧ୍ୟ ଥଲେ । କିନ୍ତୁ ସେମାନେ ଫରିଙ୍ଗ ଫଉଜକୁ ଦେଖି ବାଧା ଦେବେ କ'ଣ ? ଜୀବନ ବିକଳରେ ପଳେଇଗଲେ । ବାରବାଟୀ ଦୁର୍ଗରେ ଲୁଚିଲେ ! କଟକର ବାସିନ୍ଦାମାନେ ମଧ୍ୟ ଭୟରେ ଘରଦ୍ୱାର ଛାଡ଼ି ପଳାଇଲେ ।

ଇଂରେଜ ସୈନ୍ୟମାନେ ନିର୍ଜନ କଟକ ସହର ଦଖଲ କରି ନେଲେ ବିନାବାଧାରେ । ତାପରେ ବାରବାଟୀ ଦୁର୍ଗ ଉପରେ ସେମାନେ ଚଢାଉ କଲେ । ମରହଟ୍ଟା ସୈନ୍ୟମାନେ ଦୁର୍ଗର ସବୁ ଦ୍ୱାର ବନ୍ଦ କରି ଦେଇଥିଲେ ।ଇଂରେଜମାନେ ତୋପ ବସାଇ ଦୁର୍ଗର ପୂର୍ବ ଦ୍ୱାର ପାଖ ପାଚେରିରେ ଗୋଟିଏ ଲୋକ ଗଲା ଭଳି ବାଟ ମେଲା କରିଦେଲେ । ଇଂରେଜ ସୈନ୍ୟମାନେ ଦୁର୍ଗ ଭିତରେ ପଶିଲେ । କିଛି ସମୟ ଲଢେଇ ହେଲା । ଶେଷରେ ମରହଟ୍ଟା ସୈନ୍ୟମାନେ ହଟିଗଲେ । ଇଂରେଜମାନେ ସେମାନଙ୍କର ଜାତୀୟ ପତାକା ବାରବାଟିର ଦୁର୍ଗ ଉପରେ ଉଡାଇ ଦେଲେ । ସେଦିନ ଥିଲା ୧୮୦୩ ମସିହା ଅକ୍ଟୋବର ମାସ ୧୪ ତାରିଖ । ଜାତିର ଗୌରବ ଗଡ଼ ବାରବାଟୀର ପତନରେ ଓଡିଶାର ସ୍ୱାଧୀନତା ଲୋପ ପାଇଲା ।

(୭)

ଖୋର୍ଦ୍ଧାର ରାଜା ଦ୍ୱିତୀୟ ମୁକୁନ୍ଦ‌ଦେବ ଇଂରେଜମାନଙ୍କୁ ବାଧା ନଦେଇ ଆଶା କରିଥିଲେ ମରହଟ୍ଟାମାନେ ହଟିଗଲେ ସେ ଅଧିକ ସୁବିଧା ପାଇବେ । ତାଙ୍କଠାରୁ ମରହଟ୍ଟାମାନେ ନେଇ ଯାଇଥିବା ଲିମ୍ବାଇ, ରାହାଙ୍ଗ, ଶିରାଇ, ଚବିଶକୁଦ ଓ ପୁରୀ ସ‌ହରକୁ ମିଶାଇ ମସ୍ତବଡ଼ ଧନଶାଳୀ ଅଞ୍ଚଳ ଇଂରେଜମାନେ ଫେରାଇ ଦେବେ ବୋଲି ଆଶା କରିଥିଲେ । କିନ୍ତୁ ଫେରାଇ ଦେବା ବଦଳରେ ବରଂ ଇଂରେଜମାନେ ସାରା ଓଡିଶାରେ ନିଜର ଅଧିକାର ସାବ୍ୟସ୍ତ କଲେ ।

ଆଗରୁ ତ କୁହାଯାଉଛି, ସେତେବେଳେ ମୁକୁନ୍ଦ‌ଦେବ ନାଁବାଳକ ଥିବାରୁ ମନ୍ତ୍ରୀ ଜୟୀ ରାଜଗୁରୁ ପ୍ରକୃତରେ ରାଜ୍ୟ ଶାସନ‌ କରୁଥିଲେ । ଇଂରେଜମାନେ ଓଡିଶାରେ ମରହଟ୍ଟାମାନଙ୍କ ସହିତ ଲଢେଇ କରିବା ପୂର୍ବରୁ ଏହି ପ୍ରଗଣାଗୁଡ଼ିକୁ ଫେରାଇ ଦେବାକୁ ଆଉ ଲକ୍ଷେ ଟଙ୍କା ଦେବାକୁ ଜବାବ୍ ଦେଇଥିଲେ । କିନ୍ତୁ ସେମାନେ ଜାଣିଗଲାପରେ ଆଉ ସେ କଥା କଲେ ନାହିଁ । ବରଂ ରାଜାଙ୍କ ସହିତ ଗୋଟିଏ ଚୁକ୍ତି କରିବାକୁ ଇଂରେଜମାନେ ପ୍ରସ୍ତାବ କଲେ । ଏଥିରେ ଜୟୀ ରାଜଗୁରୁ ଆପତ୍ତି କଲେ । ରାଜାଙ୍କ ପାଖକୁ ଏଥିପାଇଁ ଇଂରେଜ କମିଶନର ଯେତେ ଚିଠି ଦେଲେ, ତାର ଉତ୍ତର ଦିଆଗଲା ନାହିଁ । ଶେଷରେ ଏକ ଚିଠିରେ ସେ ଜଣାଇଦେଲେ - ଏଇ ଚୁକ୍ତି ନକଲେ ଇଂରେଜ ସରକାର ଅସନ୍ତୁଷ୍ଟ ହେବେ ଏବଂ କାହାର କୁମନ୍ତ୍ରଣାରେ ରାଜା ଏହା କରୁଛନ୍ତି ବୋଲି ବିଚାର କରିବେ ।

କମିଶନର ଜୟୀ ରାଜଗୁରୁଙ୍କ ଶିକ୍ଷାରେ ରାଜା ଏହା କରୁଛନ୍ତି ବୋଲି ଭାବିନେଲେ । ରାଜା ଓ ମନ୍ତ୍ରୀ ମଧ୍ୟରେ ସନ୍ଦେହ ସୃଷ୍ଟି କରାଇ ଆଉ ଭୟ ଦେଖାଇ ଇଂରେଜମାନେ କୂଟନୀତିର ଚାଲ ଆରମ୍ଭ କରିଦେଲେ । ବିଭିନ୍ନ ପ୍ରକାର ଧମକଚମକ କଲେ । ଶେଷରେ ରାଜାଙ୍କୁ ଗୋଟିଏ ଚିଠି ଲେଖି କମିଶନର ଜଣାଇ ଦେଲେ ଯେ ରାଜା କାହାର ଖରାପ ପରାମର୍ଶରେ ଚଳୁଛନ୍ତି । ରାଜଗୁରୁଙ୍କୁ ମଧ୍ୟ ପତ୍ର ଦେଲେ ଯେ ସେ କମିଶନରଙ୍କୁ ଶୀଘ୍ର ଦେଖା କରନ୍ତୁ । ତାଙ୍କୁ କୌଣସି ଅସଦ୍‌ବ୍ୟବହାର କରାଯିବ ନାହିଁ ।

୧୮୦୪ ମସିହା ଡିସେମ୍ବର ୭ ତାରିଖରେ କମିଶନର ଘୋଷଣା କଲେ-ରାଜା ମୁକୁନ୍ଦ‌ଦେବ ତଡ଼ା ଖାଇଲେ । କାରଣ ସେ ଇଂରେଜ ସରକାରଙ୍କ ପ୍ରତି ଖରାପ ବ୍ୟବହାର କଲେ । ଏଣିକି ତାଙ୍କର ପ୍ରଜାମାନେ

(୪)

ଭାବରେ ରାଜକାର୍ଯ୍ୟ ଚଳାଇଥିଲେ । ତାଙ୍କର ନ୍ୟାୟବିଚାର, ସାଧୁତା, ପରୋପକାର ଆଉ ସାହସରେ ରାଜା ପ୍ରଜା ସମସ୍ତେ ଖୁସି ହେଲେ । ତାଙ୍କର ସୁନାମ ଚାରିଆଡ଼େ ଖେଳିଗଲା ।

ସେତେବେଳେ ଓଡିଶାର ଅଧିକାଂଶ ଅଞ୍ଚଳ ମରହଟ୍ଟାଙ୍କ ଅଧୀନରେ ଥିଲା । କେତେକ ଜମିଦାର ଗୋଟିଏ ଗୋଟିଏ ଇଲାକାର ମାଲିକ ହୋଇ ମରହଟ୍ଟାମାନଙ୍କୁ କର ବା ଖଜଣା ଦେଉଥିଲେ । ପୁରୀର ରାଜା ସେମିତି ଖୋର୍ଦ୍ଧା ଇଲାକାର ମାଲିକ ଥିଲେ । ପୁରୀ ଜଗନ୍ନାଥଙ୍କ ଦେଉଳ ଥାଏ ତାଙ୍କ ଅଧିନରେ ଆଉ ତାଙ୍କୁ ଭକ୍ତିରେ ଲୋକମାନେ ଗଜପତି ମହାରାଜା ବୋଲି କହୁଥିଲେ । ରାଜାଙ୍କର ଗୋଟିଏ ନଅର ଥିଲା ପୁରୀରେ ଆଉ ଗୋଟିଏ ଥିଲା ଖୋର୍ଦ୍ଧାରେ । ପୁରୁଣା ପୁରୀ ନଅରଟି ସିଂହଦ୍ୱାରଠାରୁ ସ୍ୱର୍ଗଦ୍ୱାରକୁ ଯିବା ବାଟରେ । ଖୋର୍ଦ୍ଧା ନଅରଟି ଥିଲା ବରୁଣେଇ ପାହାଡ଼ ତଳେ । ସେଠାରେ ଖୁବ୍ ବଡ଼ ଗଡ଼ଟିଏ ଥିଲା । ସେଠାରେ ବହୁ ପାଇକ ସୈନ୍ୟ ରହୁଥିଲେ ଆଉ ଗୁଳିଗୁଳା, ହାତହତିଆର ମହଜୁଦ ଥିଲା ।

ସେଇ ସମୟରେ ଇଂରେଜମାନେ ଓଡିଶାର ଉତ୍ତର ଓ ଦକ୍ଷିଣରେ ଥିବା ଭାରତର ପ୍ରାୟ ସବୁ ଅଞ୍ଚଳକୁ ନିଜ ଅକ୍ତିୟାରକୁ ନେଇ ଯାଇଥିଲେ । ତେଣୁ ଓଡିଶାକୁ ନିଜ ଅଧୀନକୁ ନେଇଗଲେ ସେମାନଙ୍କୁ ସୁବିଧା ହେବ ବୋଲି ଭାବୁଥିଲେ । ଓଡିଶା ମରହଟ୍ଟାମାନଙ୍କ ଅଧୀନରେ ଥିଲା । ଏହା ଫଳରେ ଇଂରେଜମାନେ ଉତ୍ତର ଓ ଦକ୍ଷିଣ ଅଞ୍ଚଳ ମଧ୍ୟରେ ଯିବା ଆସିବା ଆଉ ଶାସନ ଚଳାଇବାରେ ଅସୁବିଧା ହେଉଥିଲା ।

ସେତେବେଳେ ମାନ୍ଦ୍ରାଜରେ ଇଂରେଜମାନଙ୍କର ସେଣ୍ଟଜର୍ଜ ନାମରେ ଗୋଟିଏ ବିରାଟ ଦୁର୍ଗ ଥିଲା; ସେଠାରେ ଇଂରେଜ ସେନାପତି ଓ ସୈନ୍ୟମାନେ ଗୁଳିଗୋଳା, ତୋପବନ୍ଧୁକ ରଖି ଜଗି ରହୁଥିଲେ । ସେଠାରେ ଥିବା ଇଂରେଜ ସେନାପତି ନାମ ଥିଲା ଜର୍ଣ୍ଣେଲ ହାର୍କଟ । ସେ ବହୁ ସୈନ୍ୟଙ୍କୁ ମାନ୍ଦ୍ରାଜରୁ ସାଥିରେ ଆଣି ଓଡ଼ିଶା ଦଖଲ କରିବାକୁ ଆସିଲେ ୧୮୦୩ ମସିହାରେ ।

ସମୁଦ୍ର କୂଳେ କୂଳେ ସେମାନେ ଚାଲିଲେ । ପୁରୀଜିଲ୍ଲାର ମାଣିକ ପାଟଣା ନାମକ ଗୋଟିଏ ଗାଁ ପାଖରେ ପ‌ହ‌ଞ୍ଚିଲେ । ସେହି ଗାଁଟି ଚିଲିକା କୂଳରେ । ସେଠାରେ ହ୍ରଦରୁ ବଙ୍ଗୋପସାଗରକୁ ଗୋଟିଏ ମୁହାଣ ଅଛି ।

( ୫ )

ସେଇବାଟେ ସମୁଦ୍ରରୁ ଲୁଣପାଣି ସହିତ ମାଛ କଙ୍କଡା ପଭୃତି ଜଳଜୀବ ଚିଲିଲା ଭିତରକୁ ପଶି ଆସ‌ନ୍ତି । ସେହି ମୁହାଣ ଥିଲା ଭାରି ଘାଟି ଜାଗା । ସେଠାରେ ମରହଟ୍ଟାମାନେ ଫତେ ମହ‌ମ୍ମଦଙ୍କୁ ଜଗାଇ ରଖିଥିଲେ । ଇଂରେଜ ସେନାପତି ତାଙ୍କୁ ହାତକରି ତାଙ୍କଠାରୁ ସେ ମୁହାଣ ପାରିହେବାଠାରୁ ଯେତେ ଯାହା ବାଟଘାଟ ସବୁ ବୁଝିଥିଲେ ।

ଇଂରେଜ ସୈନ୍ୟ ଓ ସେନାପତିଙ୍କୁ ସେହି ମୁହାଣ‌ଟି ପାରିହେବା ପାଇଁ ବହୁ କଷ୍ଟ ସହିବାକୁ ପଡ଼ିଲା । ଦୁଇଦିନ ଲାଗିଗଲା । ସେମାନେ ତା ପରେ ପୁରୀ ଆଡ଼କୁ ଆଗେଇଲେ ।

ଫତେ ମହ‌ମ୍ମଦ ଇଂରେଜମାନଙ୍କୁ ସାହାଯ୍ୟ କରିଥିବାରୁ ଓଡ଼ିଶା ଦଖଲ ପରେ ସେମାନେ ତାଙ୍କୁ ଚିଲିକା ହ୍ରଦ ଭିତରେ ଥିବା ମାଲୁଦ ଦ୍ୱୀପର ଜାଗିରଦାର କରି ଦେଇଥିଲେ । ଏହାକୁ ଲୋକେ ନିମିକାହାରାମ ଜାଗିର ବୋଲି କହ‌ନ୍ତି ।

ଏହାପରେ ଇଂରେଜ ସେନାପତି ଦେଖିଲେ ଯେ ତାଙ୍କ ରାସ୍ତାର ପାଞ୍ଚଭାଗରୁ ଚାରି ଭାଗ ଖୋର୍ଦ୍ଧା ରାଜ୍ୟରେ ଅବସ୍ଥିତ । ତେଣୁ ଖୋର୍ଦ୍ଧା ରାଜାଙ୍କୁ ଏକଲକ୍ଷ ଟଙ୍କା ଯାଚି ସୁବିଧାରେ ସେଇବାଟରେ ଯିବା ପାଇଁ ଅନୁମତି ମାଗିଲେ । ଜ‌ୟୀ ରାଜଗୁରୁ ଏଥିରେ ରାଜି ହୋଇ ନ ଥିଲେ । ପରେ ଏତେ ଟଙ୍କା ଆଉ କେତେକ ଅଞ୍ଚଳ ପାଇବା ଆଶାରେ ଫିରିଙ୍ଗ ଫଊଜକୁ ରାସ୍ତା ଛାଡ଼ିଦିଆଗଲା ।

ଦୁଇଦିନ ଭିତରେ ଇଂରେଜ ଫଉଜ ପୁରୀସହରରେ ପହ‌ଞ୍ଚିଗଲେ । ବାଟରେ କେଉଁଠି ମରହଟ୍ଟା ସୈନ୍ୟଙ୍କଠାରୁ ବେଶୀ କିଛି ବାଧା ମିଳି ନଥିଲା । ସେତେବେଳେ ପୁରୀରେ ଅଳ୍ପ କେତେକ ମରହଟ୍ଟା ସୈନ୍ୟ ଥିଲେ । ସେମେନେ ଇଂରେଜ ସୈନ୍ୟମାନଙ୍କ ସ‌ହିତ କିଛି ସମୟ ଲଢ଼ିଥିଲେ । କିନ୍ତୁ ଇଂରେଜମାନଙ୍କ ସୈନ୍ୟବଳ ଆଉ ଗୁଳିଗୁଳା ତୁଳନାରେ ସେମାନଙ୍କ ପାଖରେ କିଛି ନ ଥିବାରୁ ସ‌ହଜରେ ହଟିଗଲେ । ଫିରିଙ୍ଗ ଫଉଜ ପୁରୀ ଦଖଲ କରି ଜଗନ୍ନାଥ ମନ୍ଦିରକୁ ନିଜ ଅକ୍ତିଆରରେ ରଖିଲେ ।

ପୁରୀର ରାଜା ଦ୍ୱିତୀୟ ମୁକୁନ୍ଦ‌ଦେବ ତ ଥିଲେ ପୁରୀ ବଡ଼ ଦେଉଳର ମାଲିକ, ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା । ହେଲେ ଇଂରେଜମାନେ ଏହାକୁ

( ୧୦ )

କେତେକ ବିଶ୍ୱସ୍ତ ପାଇକଙ୍କୁ ସାଥିରେ ନେଇ ଗଡ଼ର ଦକ୍ଷିଣ ଦ୍ୱାର ବାଟେ ଖସି ଚାଲିଗଲେ । ହେଲେ ପଛରେ ସେ ଧରାପଡ଼ି ଥିଲେ । ୧୮୦୪ ମସିହା ସେପ୍ଟେମ୍ବର ୨୪ ତାରିଖରେ ଖୋରଧା ଗଡ଼କୁ ଇଂରେଜ ମାନେ ଜୟ କରିଥିଲେ ।

ଜୟୀ ରାଜଗୁରୁଙ୍କୁ ବନ୍ଦୀ କରି ଇଂରେଜ ସୈନ୍ୟମାନେ ତାଙ୍କୁ ଅକଥନୀୟ ଯନ୍ତ୍ରଣା ଦେଇଥିଲେ । ପ୍ରଥମେ ତାଙ୍କୁ କଟକରେ ବନ୍ଦୀ କରି ରଖାଗଲା । ହାରକର୍ଟଙ୍କ ଆଗକୁ ତାଙ୍କୁ ଅଣାଯାଇଥିଲା । ହାରକର୍ଟ ତାଙ୍କୁ ପଚାରିଲେ-ତୁମେ ନିଜେ ଏସବୁ ଗଣ୍ଡଗୋଳ କରୁଥିଲ ନା ରାଜାଙ୍କର ଶିକ୍ଷାରେ ଏହା କରୁଥିଲ ?

ରାଜଗୁରୁ ବୀର ଦର୍ପରେ ଉତ୍ତର ଦେଇଥିଲେ-ମୁଁ ମୋ ଇଚ୍ଛାରେ ଏସବୁ ଗଣ୍ଡଗୋଳ କରୁଥିଲି । ଅବଶ୍ୟ ଜାତିର ଇଜ୍ଜତ ପାଇଁ, ରାଜାଙ୍କର ସମ୍ମାନ ରକ୍ଷା ପାଇଁ, ଏହାମୁଁ କରିଚି ।

ଅଥଚ ରାଜା ମୁକୁନ୍ଦଦେବ ସବୁଯାକ ଦୋଷ ମନ୍ତ୍ରୀ ରାଜଗୁରୁଙ୍କଉପରେ ଲଦି ନିଜେ ନିର୍ଦ୍ଦୋଷ ଆଉ ତାଙ୍କୁ କ୍ଷମା ଦିଆଯାଉ ବୋଲି ଇଂରେଜ ସରକାରଙ୍କଠାରେ ଗୁହାରି କରିଥିଲେ । ତା ଫଳରେ ତାଙ୍କୁ ବନ୍ଦୀ ଅବସ୍ଥାରୁ ମୁ୍କ୍ତି ମିଳିଥିଲା ଏବଂ ସେ ନିଜ ରାଜ୍ୟର ରାଜସ୍ୱର ଦଶଭାଗରୁ ଏକ ଭାଗ ପେନ୍‌ସନ୍ ଆକାରରେ ପାଇଥିଲେ । ପୁରୀ ମନ୍ଦିର ପରିଚାଳନା ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା ।

କିନ୍ତୁ ହାୟ, ଜୟୀ ରାଜଗୁରୁ ରାଜାଙ୍କର ସମ୍ମାନ ଓ ଜାତିର ସମ୍ମାନ ରକ୍ଷା କରିବାକୁ ଯାଇ ନିଜର ଜୀବନକୁ ହସିହସି ବଳି ଦେଇଥିଲେ । ସେ ବନ୍ଦୀହୋଇ ମେଦିନୀପୁର ଜେଲକୁ ନିଆଯାଇଥିଲେ । ସେଠାରେ ତାଙ୍କୁ ଅକଥନୀୟ ଅତ୍ୟାଚାର କରାଯାଇଥିଲା । ନିଜ ଜାତି ପାଇଁ ସେ ଯାହା କରିଯାଇଛନ୍ତି, ତାହା ଠିକ୍ ବୋଲି ଶେଷ ପର୍ଯ୍ୟନ୍ତ ସେ ନିର୍ଭୀକଭାବରେ ଘୋଷଣା କରିଥିଲେ । ଖୋର୍ଦ୍ଧା ରାଜାଙ୍କୁ ମୁଳ ସାକ୍ଷୀଭାବରେ ଧରି ମେଦିନୀପୁରର "ବାଘିତୋଟା"ଠାରେ ତାଙ୍କର ବିଚାର ହେଲା । ଇଂରେଜ ଶାସନ ବିରୁଦ୍ଧରେ କାର୍ଯ୍ୟ କରିଥିବାରୁ ଏବଂ ବହୁ ନରହତ୍ୟା ସହିତ ଜଡ଼ିତ ଥିବା ଅପରାଧରେ ତାଙ୍କୁ ପ୍ରାଣଦଣ୍ଡ ଆଦେଶ ମିଳିଲା । ଏହା ୧୮୦୫ ମସିହାର କଥା ।
(୧୧)

ମେଦିନୀପୁର ଜେଲ ହତାଭିତରେ ଗୋଟିଏ ବିରାଟ ବରଗଛ । ସେହି ବରଗଛର ଦୁଇ ଡାଳକୁ ଯୋଡ଼ି ତାଙ୍କର ଦୁଇଗୋଡ଼କୁ ବାନ୍ଧି ଦିଆଯାଇଥୀଲା। ତା ପରେ ଡ଼ାଳ ଦୁଇଟିକୁ ଛାଡ଼ି ଦିଆଯାଇଥିଲା । ଫଳରେ ଜୟୀ ରାଜଗୁରୁଙ୍କ ଦେହ ଦୁଇଫାଳ ହୋଇଗଲା ।

ସେହି ଜାତୀୟ ବୀରଙ୍କର କି ଶୋଚନୀୟ ପରାଭବ ! ସମ୍ଭବତଃ ବିଦେଶୀ ଶାସନ ବିରୁଦ୍ଧରେ ସାହସ ଓ ବୀରତ୍ୱର ସହିତ ଲଢ଼େଇ କରି ପ୍ରାଣବଳି ଦେଇଥିବା ଶହୀଦମାନଙ୍କ ମଧରେ ସେ ପ୍ରଥମ । ନିଜର ଲେଶମାତ୍ର ସ୍ୱାର୍ଥ ନ ଥାଇ ସେ ଦେଶର ମୁକ୍ତି ଆଉ ପ୍ରଗତି ପାଇ ଜୀବନ ଢାଳି ଦେଇଥିଲେ।
ଆମେ ସେହି ଅମର ଶହୀଦଙ୍କ ଉଦ୍ଦେଶ୍ୟରେ ଆଜି ଗାଇବା:-


ପିଚ୍ ପିଚ୍ ସେହି ନାଲିଆ ରକତ
ଏ ମାଟିକୁ କରିଦେଲା ଲାଲ୍
ଟକ୍ ଟକ୍ ତତଲା ରକତ
ଏ ଜାତିକୁ କଲା ମତୁଆଲ୍ ।
ଜୀବନକୁ ଢାଳିଦେଇ ତୁମେ
ଏ ଦେଶରେ ଆଣିଲ ମୁକତି ।
ଦୀପଟିଏ ଜଳି ଜଳି ତୁମେ
କୋଟି ପ୍ରାଣେ ଜଳାଇଲ ବତୀ ।

( ୮ )

ଇଂରେଜ ରାଜାଙ୍କ ଅଧୀନତା ସ୍ୱୀକାର କରିନେବେ । ତାଙ୍କର ସବୁ ହୁକୁମ ମାନିନେବେ । ନଚେତ୍ ଶାସ୍ତି ପାଇବେ।

୧୮୦୪ ଡିସେମ୍ବର ୯ ତାରିଖରେ କମିଶନର ଶ୍ରୀମନ୍ଦିରର ମୁଖ୍ୟ ପରିଚ୍ଛାଙ୍କୁ ପତ୍ରଲେଖି ଆଦେଶ ଦେଲେ ଯେ ଜଗନ୍ନାଥଙ୍କ ପୁଜା ସମୟରେ ମୁକୁନ୍ଦ ଦେବଙ୍କର ନାମ ସୁଦ୍ଧା ଉଚ୍ଚାରଣ କରିବେ ନାହି । କାରଣ ସେ ହେଉଛନ୍ତି ଇଂରେଜ ରାଜାଙ୍କର ସବୁଠୁ ବଡ ଶତୃ ।

ଜୟୀ ରାଜଗୁରୁ ଅବଶ୍ୟ ରାଜା ମୁକୁନ୍ଦ ଦେବଙ୍କୁ ଇଂରେଜମାନ‌ଙ୍କର ହାତବାରିଶି ହେବାକୁ ଛାଡ଼ି ଦେଇ ନଥିଲେ । କିନ୍ତୁ ରାଜା ଇଂରେଜମାନ‌ଙ୍କ ସରଳ କଥା ଆଉ ସ‌ହଜ କାମକୁ ବୁଝିପାରି ନଥିଲେ । ଇଂରେଜମାନେ ସେତେଳେବେକୁ ସାରା ଭାରତ ଦଖଲ କରି ଏଠା ରାଜନୀତି ଆଉ କୁଟନୀତି ବୁଝିବାରେ ଖୁବ୍ ପାରଙ୍ଗମ ହୋଇ ଯାଇଥିଲେ। ତେଣୁ ଜୟୀ ରାଜଗୁରୁଙ୍କ ମାନ ଅଭିମାନ ଆଉ ଟାଣପଣକୁ ସେମାନେ କାହିକି ବା ପାସଙ୍ଗରେ ପକାଇବେ ?

ଏଣେ ରାଜା ପ୍ରଜାମାନ‌ଙ୍କଠାରୁ ସବୁ ସୁବିଧା ଦାବି କଲାବେଳେ ଇଂରେଜ ସରକାର ତାଙ୍କୁ ସେସବୁ ସୁବିଧା ଦେବାକୁ ମନା କରି ଦେଲେ । କମିଶନର ସାହେବ କଲେକ୍ଟରଙ୍କୁ ଜଣାଇ ଦେଲେ ଯେ ସିଧା ପ୍ରଧାନ, ଭୋଇ ପ୍ରଭୁତି ମୁଖିଆମାନ‌ଙ୍କୁ ଧରି ଜମିବାଡ଼ି ବନ୍ଦୋବସ୍ତ କରି ଦିଅନ୍ତୁ । ରାଜାଙ୍କ ଲୋକମାନେ ଡାକନେବା ଆଣିବାରେ ଗଣ୍ଡଗୋଳ କରୁଥିବାରୁ ଖଣ୍ଡାୟତ ଓ ପାଇକମାନେ ଜଗାରଖା କରନ୍ତୁ ବୋଲି ସେ ଆଦେଶ ଦେଲେ ।

ଜୟୀ ରାଜଗୁରୁ ଦେଖିଲେ ଅବସ୍ଥା ଦିନ‌କୁ ଦିନ ଅସ‌ହ୍ୟ ହେଉଛି । ମାର ବା ମର-ଏହି ନୀତି ନ ଧରିଲେ ଚଳିବ ନାହି। ଶେଷ ଚେଷ୍ଟା କରିବାକୁ ହେବ । ଜୋର ଯା'ର ମୁଲକ ତାର, ଏଇ ଜଙ୍ଗଲୀ ନୀତିକୁ ଧରିବାକୁ ଇଂରେଜମାନେ ବାଧ୍ୟ କଲେଣି । ଚଳନ୍ତୀ ବିଷ୍ଣୁ ରାଜାଙ୍କୁ ଅପମାନ ଦେଲେଣି ।

( ୯ )

ଖୋର୍ଦ୍ଧାର ପାଇକମାନଙ୍କ ରକ୍ତ ତାତି ଉଠିଲା । ବରୁଣେଇ ପୀଠରେ ଯୁଦ୍ଧର ଘନଘଟା ଲାଗିଗଲା । ଇଂରେଜମାନଙ୍କ କଚେରୀ, ଗାଁଗଣ୍ଡାରେ ଲୁଣ୍ଠନ ଚଳାଇଲେ । ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଚାରିଆଡେ ଯୁଦ୍ଧ ପାଇଁ ସଜବାଜ ଚାଲିଲା ।

୧୮୦୪ ମସିହା ମାର୍ଚ୍ଚ ମାସରେ ଦୁଇହଜାର ପାଇକଙ୍କୁ ଧରି ବାରବାଟୀ ଦୁର୍ଗ ପାଖରେ ପହଞ୍ଚିଲେ । ସେଠାରେ ସେ ହାରକର୍ଟଙ୍କୁ ପୂର୍ବ ଜବାବ ମନେପକାଇ ଦେଇଥିଲେ । ଖୋ୍ର୍ଦ୍ଧା ପାଇକମାନଙ୍କର ଏହି ଅଚାନକ ଆଗମନକୁ କେତେକ ଆକ୍ରମଣ ବୋଲି କହିଲେହେଁ, ପ୍ରକୃତରେ ଫିରିଙ୍ଗ ସରକାରଙ୍କୁ ସେମାନଙ୍କ ବଳବିକ୍ରମ ଦେଖାଇଦେବା ଅସଲ ଉଦ୍ଦେଶ୍ୟ ଥିଲା । ଜୟୀ ରାଜଗୁରୁ ଚାହିଁଥିଲେ ସେତେବେଳେ ବାରବାଟୀ ଦୁର୍ଗକୁ ଅବରୋଧ କରି ନିଜ ଦଖଲରେ ରଖି ପାରିଥାନ୍ତେ । କିନ୍ତୁ ଏହାଦ୍ୱାରା ପରେ ବହୁ ରକ୍ତପାତ ହୋଇଥାନ୍ତା ଏବଂ ଫିରିଙ୍ଗ ଫଉଜ ଓ ହାତ ହତିଆର ପାଖରେ ସେମାନେ ହାର ମାନିଥାନ୍ତେ । ଏହା ଜାଣିବା ତାଙ୍କ ପକ୍ଷେ କଷ୍ଟକର ହୋଇ ନଥିଲା । ହାରକର୍ଟ ମଧ୍ୟ ପ୍ରସ୍ତୁତ ନଥିବାରୁ କୌଣସି ମୁକାବିଲା କରିବାକୁ ଚାହିଁ ନଥିଲେ । ମାତ୍ର ସେ ଖୁବ୍ ବିଚଳିତ ହୋଇ ପଡିଥିଲେ ଆଉ କିଛି (ଚାଳିଶ ହଜାର) ଟଙ୍କା ଦେଇ ପୂର୍ବ ଜବାବର କେତେକାଂଶ ପାଳନ କରିଥିଲେ ।

ତେବେ ସୁବିଧା ସମୟ ଦେଖି ପାଇକମାନଙ୍କ ଉପରେ ଚଢ଼ୋଉ କରିବାକୁ ଫିରିଙ୍ଗ ସେନାପତି ଠିକ୍ କଲେ। ସେତେବେଳେ ବରୁଣେଇ ପାହାଡ ଉପରେ ଘଞ୍ଚ ଜଙ୍ଗଲ । ତା ଭିତରେ ଦୁର୍ଗମ ସ୍ଥାନ ଆଉ ତା ଭିତରେ ଏକ ଅଭେଦ୍ୟ ଗଡ଼ । ସେଠାକୁ ଯିବା ଇଂରେଜମାନଙ୍କ ପକ୍ଷେ ଥିଲା କାଠିକର ପାଠ । ତିନି ସପ୍ତାହ କାଳ ଅବିଶ୍ରାନ୍ତ ଲାଗି ଇଂରେଜ ସୈନ୍ୟମାନେ ସେଇ ଦୁର୍ଗ ଉପରେ ଚଢ଼ୋଉ କରିବାକୁ ପହଞ୍ଚିଲେ ।

ରାଜଗୁରୁଙ୍କ ନିର୍ଦ୍ଦେଶରେ ଗଡ଼ ଭିତରେ ପାଇକ ବାହିନୀ ଛକି ରହିଲେ । ପାଇକ ମାନଙ୍କ ତୀରବାଣ ଫିରିଙ୍ଗି ଫଉଜଙ୍କୁ ଅସ୍ତବ୍ୟସ୍ତ କଲା । କିନ୍ତୁ ନାନା ଷଡଯନ୍ତ୍ର କରି ଶେଷରେ ଇଂରେଜମାନେ ପାଇକମାନଙ୍କୁ ପରାସ୍ତ କଲେ । କିନ୍ତୁ ସେମାନେ ଗଡ଼ ଭିତରେ ପଶିବା ଆଗରୁ ରାଜା ଛବି ଛବି

ସାଧାରଣ ସଭାରେ କବି ବାଞ୍ଛାନିଧି ଗାନରତ

ଉତ୍କଳମଣି ଗୋପବନ୍ଧୁ ଆସୀନ ଜାତୀୟକବି ବାଞ୍ଛାନିଧି ଆଉ ରକ୍ତ ତୀର୍ଥ ଇରମ

"ଦେଶଜାତି ପ୍ରୀତି ସରସ୍ୱତୀ ନଦୀ,
ବହୁଛି ଇରମେ ଶତମାର୍ଗ ଭେଦି ।

ଏ ଅନ୍ତ ସଲିଳା ସମଗ୍ର ଭାରତେ,
ଜାତୀୟତା ଧାରେ ବହିବ ନିରତେ ।

ଜାତୀୟ କବିତା ତରୀ ଇରମରେ,
ଭାସିଯିବ ଦିନେ ଦେଶ ଦେଶାନ୍ତରେ । "

୧୯୨୧ ମସିହାରେ ଉତ୍କଳମଣି ଗୋପବନ୍ଧୁ ଇରମଠାରେ ଗୋଟିଏ ସାଧାରଣ ସଭାରେ ଏଇ ଗୀତଟି ଗାଇଥିଲେ । ବାଲେଶ୍ୱର ଜିଲ୍ଲାର ବାସୁଦେବପୁର ଥାନାରେ ଗୋଟିଏ ସାଧାରଣ ଗାଁ ଇରମ । କିନ୍ତୁ ଦେଶର ସ୍ୱାଧୀନତା ନିମନ୍ତେ ତାର ଦାନ କେତେ ଅସାଧାରଣ ! ଏଇ ଗାଁର ପୁଅ ବାଞ୍ଚାନିଧି ମହାନ୍ତି ଧୀରସ୍ଥିର, ଶାନ୍ତ ଆଉ ସରଳ । କିନ୍ତୁ ସେ ଦେଶରୁ ବିଦେଶୀମାନଙ୍କୁ ତଡ଼ିବା ପାଇଁ ବିପ୍ଳବ ସୃଷ୍ଟି କରିଥିଲେ । ନିଆଁ ହୁଳା ପରି କବିତା ବୋଲି ସେ ମତାଇଥିଲେ ଏ ଜାତିକୁ, ତତାଇଥିଲେ ଏହାର ଜନସାଧାରଣଙ୍କୁ, ଚେତାଇ ଦେଇଥିଲେ ଫିରଙ୍ଗ ଫଉଜଙ୍କୁ ।

ଗାଅ ସ୍ୱାଧୀନ ଭାରତ, ସ୍ୱାଧୀନ ଭାରତ
 ସ୍ୱାଧୀନ ସ୍ୱାଧୀନ, ସ୍ୱାଧୀନରେ !
ଗାଏ ଏସାଗର, ଭୁଧର, ଅମ୍ବର ଚୁମ୍ବିତ
ଭାଲ ହିମାଳୟ ଗିରିବର କମ୍ପିତ
 ସ୍ୱାଧୀନ ସ୍ୱାଧୀନ, ସ୍ୱାଧୀନରେ ।
କମ୍ପେ ବିନ୍ଧ୍ୟଗିରି କାନନ କୁଞ୍ଜେ,
ଲମ୍ପେ ନିର୍ଝରିଣୀ ପ୍ରପାତ ପୁଞ୍ଜେ,
ଚପଳା ଚମକେ ଗଗନେ ପୁଲକେ
 ନୀରଦ ବିଲୀନରେ ।

( ୧୫ )

ପାବନୀ ଗଙ୍ଗା ଯମୁନା ସଙ୍ଗେ
ସିନ୍ଧୁ ମହାନଦୀ କାବେରୀ ରଙ୍ଗେ
ପ୍ଲାବିତ ଭୁବନ, ସୁରଧୂନୀ ଶୋଭନ,
 ସୂଚିତ ସ୍ୱାଧୀନରେ....

ଜାତୀୟତାଭରା ଗୀତ ଗାଇ ଗାଇ ସେ ଖାଲି ଇରମ ଗାଁ କିମ୍ବା ସେଇ ଅଞ୍ଚଳରେ ନୁହେଁ, ସାରା ଓଡ଼ିଶାରେ ଜାତୀୟ କବି ଭାବରେ ପରିଚିତ ଥିଲେ । ସଭାସମିତିରେ, ମେଳା ମଉଚ୍ଛବରେ ସେ ଏପରି ଗୀତ ଗାଇ ଲୋକଙ୍କ ଭିତରେ ଜାଗରଣ ଆଣୁଥିଲେ । ସାଙ୍ଗେ ସାଙ୍ଗେ ଗୀତ ଲେଖି ବାଟେଘାଟେ ଗାଉଥିଲେ ବୋଲି ତାଙ୍କୁ ମଧ୍ୟ ଚାରଣ କବି କୁହାଯାଉଥିଲା । ତାଙ୍କର ଗୀତ ସବୁରି ମନ‌କୁ ଯେମିତି ପାଉଥିଲା, ସବୁରି ପ୍ରାଣକୁ ଜାତୀୟତା ଭାବରେ ସେମିତି ରସାଇ ଦେଉଥିଲା । ତାଙ୍କର ଗୋଟିଏ ଦେଶବନ୍ଦନା ଗୀତ ହେଲା ..

ଧନ-ଜନ-ଯୁକ୍ତା ଭାରତ ମାତା
 ନମୋ ନମୋ ଜନନୀ ଶ୍ରୀଚରଣେ !
ସନ୍ତାନ ବନ୍ଦେ ପ୍ରେମାନନ୍ଦେ,
 ଯା' ଚିତ୍ତ କରୁଣା ମା' ଶରଣେ ।
ବନ୍ଧନେ ଅନ୍ତର କାତର ଅତି,
ମୁକତି କାମେ ଆମେ ଦେଇଛୁ ମତି
 ଚାହାଁ ସନ୍ତାନ ସନ୍ତ‌ତି ସଞ୍ଚରଣେ ।
 ନମୋ ନମୋ ଜନନୀ ଶ୍ରୀଚରଣେ ।

ବାଞ୍ଚାନିଧିଙ୍କର ଗୀତରେ କି କାଉଁରୀ ଶକ୍ତି ଥିଲା କେଜାଣି, ଚାଲିଯିବା ଲୋକ ଠିଆହୋଇ ଶୁଣୁଥିଲା । ନିରୀହ ଡରକୁଳା ମଣିଷଙ୍କୁ ବି ଦେଶମାତା ପାଇଁ ଜୀବନ ଦେବାକୁ ଜଗାଇ ଦେଉଥିଲା । ଖଦି ଲୁଗା ପିନ୍ଧିବା ପାଇଁ ଗାନ୍ଧିଜୀଙ୍କର ଡାକରାକୁ ସେ ଗାଏଁ ଗାଏଁ, ଘରେ ଘରେ ପ‌ହ‌ଞ୍ଚାଇ ପାରିଥିଲେ ତାଙ୍କ କବିତା ବଳରେ । ସେ ସଭା ସମିତିରେ, ବଜାର ହାଟରେ ବୁଲି ବୁଲି ଗାଉଥିଲେ --

ଖଦି ପିନ୍ଧିବି ମୁଁ ସେ ଯେତେ ମୋଟା ହେଉ
ହସିବ ଦେଖି ଯେ ମୋତେ ହସୁଥାଉ ।
 ମୋ ଦେଶ ତିଆରି ଧନ କରିବି ଅତି ଯତନ
 ଆଦରେ କିଣିବି ଯେତେ ଦର ହେଉ ।

( ୧୬ )

ଗାଁ ମାଟିର ଦୀନଦରିଦ୍ର ରୁପକୁ ଦେଖାଇ ସେ ଏଥି ପାଇଁ ଫିରିଙ୍ଗ ସରକାର‌କୁ ଦାୟୀ କରୁଥିଲେ । ଲୋକଙ୍କ ଦୁଃଖଦୁର୍ଦ୍ଦଶା ନିଜେ ହାଡ଼େ ହାଡ଼େ ଅନୁଭବ କରିଥିଲେ ଆ‌ଉ ତାକୁ ଅତି ଆନ୍ତରିକତାର ସ‌ହିତ ତାଙ୍କ କବିତାରେ ପ୍ରକାଶ କରିଥିଲେ । ସେଥିରୁ ଗୋଟିଏ ପଦ ହେଲା -

 କାହୁଁ ଅଇଲେ ବିଦେଶରୁ ବେପାରୀ
 ସବୁ ସାଇଲେ ଆମେ ହେଲୁ ଭିକାରୀ ।

ଆମ ସମାଜରେ ଯେତେ ଦୋଷତ୍ରୁଟି ରହିଥିଲା ବା ଏବେ ଅଛି, ତାଙ୍କୁ ସେ ଗୋଟି ଗୋଟି କରି ଲୋକ‌ଙ୍କୁ ଦେଖାଇ ଦେଇଥିଲେ । ମନ‌କୁ ଛୁଇଁଲା ଭଳି ଭାଷାରେ ସେ ଦୁଃଖଦରଦ ଭରା ଭାବ ଫୁଟାଇ ଲୋକମାନଙ୍କୁ ବୁଝାଇ ଦେଉଥିଲେ । ଜାତିଭେଦ, ମହାଜନି ଅତ୍ୟାଚାର, ସ୍ତ୍ରୀଜାତି ପ୍ରତି ଅବ‌ହେଳା କୌଣସିଟି ତାଙ୍କ କବିତାରୁ ବାଦ ଯାଇ ନ ଥିଲା । ସେ ଏମିତିକି ଏଥି ପାଇଁ ନିଜେ ଗୋଟିଏ ଥିଏଟର୍ ଦଳ ଗଢ଼ିଥିଲେ । ପାଲା, ଯାତ୍ରା, ଦାସକାଠିଆ ଦଳ ତାଙ୍କଠାରୁ ଏଇ କବିତା ମାନ ନେଇ ଗାଏଁ ଗାଏଁ ବୋଲୁଥିଲେ । ତାଙ୍କ କବିତାମାନ ଶୁଣି କାହାରି ଦେହରେ ଛୁଞ୍ଚି ଗଳି ଯା‌ଉଥିଲା ତ କାହାର ପଥର ପରି ମନ‌କୁ ତରଳାଇ ଦେଉଥିଲା । କାହାର ମନ ସମାଜର ଦୋଷ ଦେଖି ଛି ଛି କରୁଥିଲା ତ କାହାର ହୃଦୟ ସ‌ହାନୁଭୂତିରେ ଜରସର ହୋଇ ଯା‌ଉଥିଲା ।

କିନ୍ତୁ ହାୟ ସେ ମାତ୍ର ୪୧ଟି ବର୍ଷ ବଞ୍ଚିଥିଲେ । ଏତିକି ସମୟରେ ସେ କେତେ କାମ କରି ଯାଇଛନ୍ତି ସତେ ! ୧୮୯୭ ମସିହା ଏପ୍ରିଲ ମାସ ୨୦ ତାରିଖରେ ତାଙ୍କର ଜନ୍ମ । ୧୯୩୮ ମସିହା ଏପ୍ରିଲ ମାସ ୧୯ ତାରିଖରେ ତାଙ୍କର ମୃତ୍ୟୁ । ପୁଣି ବସନ୍ତ ରୋଗରେ, ଯାହା ସେତେବେଳେ ଥିଲା ମହାମାରୀ କିନ୍ତୁ ଏବେ ସେ ରୋଗକୁ ଆଜି ଦେଖାଇଦେଲେ ପୁରସ୍କାର ମିଳିବ ବୋଲି କୁହା ଯା‌ଉଛି । ସେତେବେଳେ ଏଇ ସବୁ ରୋଗରେ ପୋକମାଛି ପରି ଲୋକେ ମରୁଥିଲେ । ବାଞ୍ଚାନିଧି ଅଧିକାଂଶ ସମୟ ଭଦ୍ରକରେ କଟାଇଥିଲେ ଆଉ ସ୍ୱାଧିନତା ଆନ୍ଦୋଲନ ପାଇଁ ନିଜ ଜୀବନ‌କୁ ପାଣି ଛଡ଼ାଇ ଦେଇଥିଲେ ।

ଜାତୀୟକବି ବାଞ୍ଚାନିଧି ସ୍ୱାଧିନତା ଆନ୍ଦୋଲନର ଜଣେ ଟାଣୁଆ କର୍ମୀ । ଜଣେ ନେତା ଭାବରେ ସେ ବି କାମ କରିଥିଲେ । ସଭାସମିତିରେ

( ୧୭ )

ଗାଁ ଦାଣ୍ଡରେ ବୁଲି ସେ ଲୋକମାନଙ୍କୁ କଥା କହି, ଗୀତ ଗାଇ ଗୋରା ଶାସନ ବିରୁଦ୍ଧରେ କାର୍ଯ୍ୟ କରିଥିଲେ । ସମାଜରୁ ସବୁ ଦୋଷ ଦୁର୍ନୀତି ପୋଛି ସରସ ସୁନ୍ଦର କରିବା ପାଇଁ ସେ ଦିନରାତି ଭୋକଶୋଷ ଭୁଲି କାମ କରିଥିଲେ । ତେଣୁ ତାଙ୍କ ଗାଁ ଇରମରୁ ଅନେକ ନେତା ଇଲମ ପାଇଥିଲେ, ଅନେକ କର୍ମି ବାହାରି ଥିଲେ ଦେଶର ମୁକ୍ତିପାଇଁ କାର୍ଯ୍ୟ କରିବାକୁ ସେମାନଙ୍କ ଯୋଗୁଁ ଇରମ ଅଞ୍ଛଳ, ସୁଦେବପୁର ଥାନା ସଦାବେଳେ ସ୍ୱାଧିନତାର ଆନ୍ଦୋଳନରେ ଉତ୍‌ଥଳ ହେଉଥିଲା । ଜାତୀୟତାର ସୁଅ କୂଳ ଲଙ୍ଗି ଚଉଦିଗକୁ ଉଛୁଳି ଉଠିଥିଲା ।

ବାଞ୍ଛାନିଧିଙ୍କ ମୃତ୍ୟୁ ପରେ ତାଙ୍କଠାରୁ ଇଲମ ପାଇଥିବା ଇରମ ଅଞ୍ଚଳର ନେତା ଓ କର୍ମୀମାନେ ଦୁଇଟି ଦଳରେ ବାଣ୍ଟି ହୋଇଗଲେ । ଗୋଟିଏ ଦଳର ନାଁ ହେଲା "ଶାନ୍ତିସେନା' ଓ ଅନ୍ୟ ଦଳଟିର ନାଁ ହେଲା "ବାନରସେନା"। ଶାନ୍ତିସେନାର ମନ୍ତ୍ର ହେଲା "କର ବା ମର" ଆଉ ବାନର ସେନାଙ୍କର ମନ୍ତ୍ର ହେଲା "ମାର ବା ମର"। ଉଭ‌ୟଙ୍କର ବାଟରେ ତଫାତ୍ ଥିଲେହେଁ ଲକ୍ଷ୍ୟରେ ଏକା ଥିଲେ । ଫିରିଙ୍ଗି ସରକାରକୁ ହଟାଇ ଏଇ ଦେଶକୁ ସ୍ୱାଧୀନ କରିବା ଥିଲା ସବୁରି ଅନ୍ତରର କଥା ।

ଏଇ ସେନାଦଳ ଖଜଣା ନ ଦେବାକୁ ଲୋକମାନଙ୍କୁ ମତାଇଲେ । କାହାର ବହୁତ ଧାନ ଥିଲେ, ଭୋକିଲା ଲୋକମାନଙ୍କୁ କରଜ ଦେବାକୁ ବାଧ୍ୟ କରୁଥିଲେ । ଜମିଦାର, ସାହୁକାର, ମହାଜନ, ୟୁନିୟନର ସଭାପତି ଆଉ ଗୋରା ହାକିମଙ୍କ ଚାକର ବୋଲକରାମାନଙ୍କୁ ସେମାନେ ଭାରି ହଇରାଣ ହରକତ କଲେ । ଥରେ ୟୁନିୟନ ସଭାପତି ଓ ଜମିଦାରଙ୍କ ଉପରେ ରାଗି ଲୋକ ମାନେ ତାଙ୍କ ଘରେ ଲୁଟ୍‌ପାଟ୍ କଲେ। ସେମାନେ ବାସୁଦେବପୁର ଥାନାକୁ ଏହା ଜଣାଇଦେଲେ । ସ୍ୱାଧୀନତା ଲଢେଇରେ ମିଶି କେତେକ ନେତା ଓ କର୍ମୀ ଜେଲଦଣ୍ଡ ଭୋଗୁଥିଲେ । ଆଉ କେତେକ ଗାନ୍ଧୀଜୀଙ୍କ "ଭାରତ ଛାଡ଼" ଆନ୍ଦୋଳନରେ ଯୋଗ ଦେଇ ଜେଲ୍‌କୁ ଯାଇଥିଲେ।

ଜମିଦାର ଓ ସଭାପତିଙ୍କ ଠାରୁ ଏତଲା ପାଇ ବାସୁଦେବପୁର ଥାନାରେ ୧୪୪ ଧାରା ଜାରି ହୋଇଗଲା । ସଭାସମିତି କରିବାକୁ ମନା ହେଲା । ଇରମ ଅଞ୍ଚଳରେ ଲୋକମାନଙ୍କୁ ଆନ୍ଦୋଳନ ଯୋଗୁଁ ଶାନ୍ତିଭଙ୍ଗର
(୧୮)

ଆଶଙ୍କା କରି ଥାନାରୁ ପୋଳିସମାନେ ଗୁଳିବନ୍ଧୁକ ଆଉ ଠେଙ୍ଗା ବାଡି ଧରି ଜମିଦାର ଓ ସଭାପତିଙ୍କ ଘରକୁ ଛୁଟିଲେ । ଇରମ ଲୋକମାନଙ୍କୁ ଭଲକରି ଶିକ୍ଷାଟାଏ ଦେବାକୁ ସେମାନ‌ଙ୍କ ମନ ।

ବାସୁଦେବ ପୁର ଥାନାରୁ ଇରମକୁ ଯିବା ବାଟରେ ଗୋଟିଏ ନଦୀ ପଡ଼େ । ତାର ନାଁ ଗଭେଇନାଳ ବା ଶାଶୁ-ବୋହୁ ନଦୀ । ଏହା ଯେମିତି ଗଭୀର, ସେମିତି ଓସାରିଆ । ସେତେବେଳେ ପୁଣି ବର୍ଷା ଋତୁ । ନଦୀରେ ଅଥଳ ପାଣି । ଏହାକୁ ପାରି ହେବା ପାଇଁ ଗୋଟିଏ ନାଆ ପଡ଼ି ଥାଏ । ନଦୀର ଦକ୍ଷିଣ ଦିଗରେ ପୋଳିସମାନେ ହାତହତିଆର ଧରି ଜମା ହୋଇଗଲେ । ଆରକୁଳରେ ନାଆଟି ଥିଲା ।

ପୋଲିସମାନେ ନାଆ ଆଣିବାକୁ ହୁକୁମ ଦେଲେ କିନ୍ତୁ ନାଉରିଆ ସେମାଙ୍କ କଥା ଶୁଣିଲା ନାହିଁ । ସ୍ୱାଧୀନତା ନ୍ଦୋଳନର ନେତାମାନେ ନାଆ ନ ନେବାକୁ ବତାଇଦେଲେ । କିନ୍ତୁ ନାଆକୁ ସେ କୂଳକୁ ନ ନେଲେ ପୋଳିସମାନେ ଗୁଳି ମାରିଦେବେ ବୋଲି ଧମକ ଦେଲେ । ତେଣୁ ଭୟରେ ନାଉରିଆ ନାଆ ସିନା ଆର କୁଳକୁ ନେଲା, ଅନ୍ୟ ମାନଙ୍କୁ ହୁସିୟାର କରିଦେବା ପାଇଁ ତା ପାଖରେ ଥିବା ଶଙ୍ଖକୁ ଫୁଙ୍କି ଦେଲା, ସେତେବେଳେ ଶଙ୍ଖ ଧ୍ୱନି ଶୁଭସୂଚକ ନ ଥିଲା, ତାହା ଥିଲା ବିପଦ ଘଣ୍ଟି । ଲୋକେ ଏହାକୁ ଶୁଣି ବିପଦର ଆଶଙ୍କା କରି ଏକାଠି ତାର ମୁକାବିଲା କରିବାକୁ ମେଳଣ ପଡ଼ିଆରେ ଜମା ହୋଇଗଲେ । ଏଠାକୁ ବଲଞ୍ଚା, ଗଉ‌ଡ଼ୁ , ଉହାଡ଼, ସୁଆଁ, ଜଗନ୍ନାଥପୁର, ଦାରାପୁର, ଶଙ୍ଖାରୁ ପ୍ରଭୃତି ଗାଁରୁ ଶହ ଶହ ଲୋକ ଛୁଟିଲେ ।

୧୯୪୨ ମସିହା ସେପ୍ଟେମ୍ବେର ମାସ ୨୮ ତାରିଖ । ଦିନ ପ୍ରାୟ ଦଶଟା ହେବ । ଇରମ ମେଳଣ ପଢ଼ିଆରେ ଅସମ୍ଭବ ଲୋକ ଗହଳି । ସବୁରି ଭିତରେ ଉତ୍ତେଜନା ଓ ରାଗରୋଷ ଗୁମୁରି ଉଠୁଥିଲା । ପୋଲିସମାନଙ୍କର ବିଛଣା, ଲୁଗାପଟା ସବୁକୁ ବୁହାଇ ଗାଁ ଚୌକିଦାର ସେ ପଟେ ଯାଉଥିଲା ବେଳେ ଲୋକେ ତା ଉପରେ ଚଢ଼ାଉ କରିଥିଲେ । ଏଥିଯୋଗୁ ପୋଲିସ ଦଳ ଆହୁରି ବେଶୀ ରାଗି ଯାଇଥିଲେ ।

ଏଣେ ମେଳଣ ପଡ଼ିଆ ଆମ୍ବଗଛ ତଳେ ହଜାର ହଜାର ଲୋକଙ୍କର ଭିଡ଼ । ଉଭୟ ବାନର ସେନା ଓ ଶାନ୍ତି ସେନା ମିଶି ଲୋକମାନଙ୍କୁ ଗାଦ୍ଧିଜୀ

(୧୯)

ଗୋପବନ୍ଧୁ, ବାଞ୍ଚାନିଧି ପ୍ରଭୃତି ନେତାମାନଙ୍କ କଥା ଶୁଣାଉଥିଲେ । ସେଠାରେ ପୋଲିସମାନେ ପହଞ୍ଚି ଆଗେ ଶୁନ୍ୟକୁ ଗୁଳି ଆବାଜ କଲେ । ଲୋକମାନଙ୍କୁ ହୁରୁଡ଼େଇ ଦେବା ଏହାର ଉଦ୍ଦେଶ୍ୟ ଥିଲା । କିନ୍ତୁ ଲୋକମାନେ ଏଥିରେ ଡରି ନଯାଇ ଆହୁରି ବେଶୀ ସଂଖ୍ୟାରେ ସେଠାରେ ପହଞ୍ଚିଲେ ଆଉ ବକ୍ତାମାନେ ଅଧିକ ଜୋରରେ ବକ୍ତୃତା ଦେଲେ ।

କ୍ରମେ ସଭାସ୍ଥଳ ସରଗରମ ହୋଇ ଉଠିଲା । ସେଠାକୁ ପଡ଼ିଥିବା ତିନୋଟି ରାସ୍ତାମୁଣ୍ଡରେ ରହି ପୋଲିସମାନେ ଗୁଳିବର୍ଷା କଲେ । ଗଡ଼ୁମ୍ ଗୁଡ଼ୁମ୍ ବନ୍ଧୁକ ଶବ୍ଦରେ ଆକାଶ ପୃଥିବୀ କମ୍ପି ଉଠିଲା । ଏହା ଫଳରେ ଲୋକେ ଆଉ ମେଳଣ ପଡ଼ିଆକୁ ଯାଇ ଆସି ପାରିଲେ ନାହିଁ । ସବୁ ବାଟ ବନ୍ଦ ହୋଇଗଲା । ଗୁଳି ମାଡ଼ରେ ବହୁ ନିରୀହ ଲୋକ ଟଳି ପଡ଼ିଲେ । ହାତରୁ ସେମାନଙ୍କର ଖସି ପଡ଼ିଲା କେତେ ତ୍ରିରଙ୍ଗା ପତାକା । ଅନ୍ୟମାନଙ୍କ ତୁଣ୍ଡରେ ସେହିପରି ଶୁଭିଲା- ମାହାତ୍ମା ଗାନ୍ଧୀ କି ଜୟ । ଗୋପବନ୍ଧୁକୀ ଜୟ, ବନ୍ଦେ ମାତରମ୍, ଇନକିଲାବ ଜିନ୍ଦାବାଦ୍ ! ପୁଣି ହେଲା ଗୁଳିବର୍ଷା ଗୁଡ଼ୁମ୍, ଗୁଡ଼ୁମ୍, ଗୁଡ଼ୁମ୍ ।

ମେଳଣ ପଡ଼ିଆରେ ଛୁଟିଲା ରକ୍ତରେ ନ‌ଦୀ । ଶାଗୁଆ ଘାସ ଉପରେ ଦିଶିଲା ଲାଲ ରକ୍ତର ଦାଗ । କୁଢ଼ କୁଢ଼ ଶବର ଗଦା, ଆହତମାନଙ୍କର କରୁଣ କାନ୍ଦକଟା, ହଟ୍ଟଗୋଳରେ ଚଉଦିଗ ଉଚ୍ଛୁଳି ପଡ଼ିଲା । ପୁଣି ସବୁ ଶୂନଶାନ୍ । ମାଡ଼ି ଆସିଲା ରାତି । ଘୋଟି ଆସିଲା କଳାକିଟିକିଟି ଅନ୍ଧାର । ଦିଶିଲା ନାହିଁ ମୁହଁକୁ ମୁହଁ । କି ଭୟାଭହ ଅବସ୍ଥା ସତେ !

ଆମ୍ବତୋଟାର ଅମା ଅନ୍ଧାର ଭିତରେ ଦିଶିଲା ମିଞ୍ଜି ମିଞ୍ଜି କେତୋଟି ଲଣ୍ଠନର ଆଲୁଅ । ଶବଗୁଡ଼ିକ ମଧ୍ୟରେ ଦେଖାଗଲା ଗୋଟିଏ ତେର ଚଉଦ ବର୍ଷର ପିଲାର ଶବ । ସେଇ ପିଲାଟିର ନାଁ ବିଜୁଳି । ତା ପାଖରେ ପଡ଼ିଥିଲା ଗୋଟିଏ ତ୍ରିରଙ୍ଗା ପତାକା । ରକ୍ତରେ ତାହା ଜଡ଼ସଡ଼ ହୋଇ ଯାଇଥିଲା । ଜାତି ପାଇଁ ସେଇ କଅଁଳ ମନର ପିଲାଟି ମଧ୍ୟ ଶହୀଦ ହୋଇ ଯାଇଥିଲା । ତାର ପ୍ରିୟ ମାଟି ମାଆକୁ ଦେଇଥିଲା ରକ୍ତର ଶ୍ରଦ୍ଧାଞ୍ଜାଳି । ବିଜୁଳି ତାର ନାମ ଅନୁସାରେ ସବୁରିଙ୍କୁ ଆଲୁଅ ଦେଇ ନିଜେ ଅନ୍ଧାରରେ ହଜିଯାଇଥିଲା ।
(୨୦)

ପ୍ରକୃତରେ କେତେ ଜଣ ସେଦିନ ପ୍ରାଣବଳି ଦେଇଥିଲେ ତାର ଇୟତ୍ତା ରହିଲା ନାହିଁ । ଇଂରେଜ ସରକାର ହିସାବ ଦେଲେ - ମୋଟ ୨୯ ଜଣ ସେଦିନ ଗୁଳି ଚୋଟରେ ଜୀବନ ଦେଲେ । ତାପର ଦିନଠାରୁ ଚାଲିଲା ପୋଳିସର ଦମନଲୀଳା । ଚାରିଆଡ଼େ ଖେଳିଗଲା କୋକୁଆ ଭୟ ।

ଗୋଟିଏ ଗାଁର ଏତେ ଲୋକ ପୋଲିସ ଗୁଳିରେ ଟଳି ପଡିଲେ ସେଦିନ ମାଟି ମାଆର ମୁକତି ପାଇଁ । ସେଥିପାଇଁ ଇରମ ଉତ୍କଳମଣି ଗୋପବନ୍ଧୁ କଥାରେ ହୋଇଛି ଜାତି ପ୍ରେମର ସରସ୍ୱତୀ ନଦୀ । ଜାତୀୟତାର ସୁଅ ମାଟିତଳର ପାଣି ପରି ସେଠାରେ ଝରି ଉଠିଥିଲା । ସାରାଦେଶରୁ ଆତ୍ମବଳିର ଆଦର୍ଶ ଦେଖାଇ ଇରମ ହୋଇ ଥିଲା ରକ୍ତ ତୀର୍ଥ ! ଆମେ ଆଜି ଗାଇବା ‌‌-

ଜାତୀୟକବି ବାଞ୍ଚାନିଧି ଆଜି ନାହିଁରେ ନାହିଁ, ଇରମକୁ କଲା ମୁକ୍ତି ପାଗଳ ସେହିରେ ସେହି ପିଲାଠାରୁ ବୁଢ଼ା ଜାତି ପାଇଁ ଦେଲେ ଜୀବନ ବଳି, ଅଧୀନତାର ଅନ୍ଧାର ଭିତରେ ସ୍ୱାଧୀନତାର ଦିହୁଡ଼ିଜାଳି। ଅସୁଝା ତାଙ୍କର ଜାତୀୟ ଋଣ, ଅଭୁଲା ତାଙ୍କର ଅବଦାନ,

ମଥା ନୁଆଁଇ ମିନତି ଜଣାଉଁ, ଘେନା ହେଉ ଆମ ବନ୍ଦନ । (ଛବି)ରଘୁ-ଦିବାକର ଛବି

ଜାତିର ଶହୀଦ ରଘୁ-ଦିବାକର

ପ୍ରାୟ ପଚାଶ ବର୍ଷ ତଳର କଥା । ଇଂରେଜ ସରକାରଙ୍କ ବୋଲକରା ଆଉ ହାତବାରିଶି ହୋଇ କେତେଗୁଡ଼ିଏ ରାଜା ସେତେବେଳେ ଛୋଟ ଛୋଟ ରାଜ୍ୟ ଶାସନ କରୁଥାନ୍ତି । ସେଇ ରାଜ୍ୟଗୁଡ଼ିକୁ ଗଡ଼ଜାତ କୁହାଯାଉଥିଲା । ଇଂରେଜ ଶାସନରେ ରହିଥିବା ଅଞ୍ଚଳଗୁଡିକୁ ଖାସମାହାଲ ବା ମୋଗଲବନ୍ଦୀ କୁହାଯାଊଥିଲା । ମୋଗଲବନ୍ଦୀ ଅଞ୍ଚଳରେ ଇଂରେଜ ହାକିମ ଓ କର୍ମଚାରୀମାନେ ଶାସନ କାର୍ଯ୍ୟ ଚଳଉଥିଲେ । ଗଡ଼ଜାତମାନଙ୍କରେ ରାଜରାଜୁଡ଼ାମାନେ ବେପରୁଆ ହୋଇ ଶାସନ କରୁଥିଲେ ।

୧୯୩୮ ମସିହା । ଢେଙ୍କାନାଳ, ନୀଳଗିର, ତାଳଚେର ପ୍ରଭୃତି ଗଡ଼ଜାତରେ ସେତେବେଳେ ଖୁବ୍ ଖରାପ ଶାସନ ଚାଲିଥିଲା । ଲୋକମାନଙ୍କ ଉପରେ ଅତ୍ୟାଚାର ଓ ଜୁଲମ ସୀମା ଟପିଥିଲା । ରାଜାଙ୍କର ବିବାହବ୍ରତ, ଶୁଦ୍ଧି-ଶ୍ରାଦ୍ଧ, ପର୍ବପର୍ବାଣିମାନଙ୍କରେ ପ୍ରଜାମାନଙ୍କୁ ଦୁଧ, ଘିଅ, ଦହି, ଛେନା, ପନିପରିବା ପ୍ରଭୃତି ଭେଟି ଦେବାକୁ ପଡ଼ୁଥିଲା । ଏଥିପାଇଁ ରାଜାଙ୍କର ଲୋକେ ପ୍ରଜାମାନଙ୍କଠାରୁ ସେସବୁ ଜୋରଜବରଦସ୍ତ ଆଦାୟ କରୁଥିଲେ । ସେଥିରେ କାହାର ଓଜରଆପତ୍ତି ଶୁଣାଯାଉ ନଥିଲା ।

ଅନେକ ଗଡ଼ଜାତର ରାଜାଙ୍କୁ ବାଟ ବତାଇବାକୁ, ବୁଦ୍ଧି ଶିଖାଇବାକୁ ଆଉ ହାତରେ ରଖିବାକୁ ଇଂରେଜ ସରକାର ଜଣେ ଲେଖାଁ ଗୋରା ପଲିଟିକାଲ ଏଜେଣ୍ଟ ବା ରାଜନୀତିକ ଦୂତ ରଖୁଥିଲେ । ଏଇ ଏଜେଣ୍ଟମାନେ ତାଙ୍କ ଅଧୀନସ୍ଥ ଗଡ଼ଜାତମାନଙ୍କରେ ଗସ୍ତକରୁଥିଲେ ଆଉ ସବୁ ଖବର ଅନ୍ତର ବୁଝୁଥିଲେ । ସେମାନେ ରାଜାମାନଙ୍କୁ ମନ୍ତ୍ରଣା ଦେଉଥିଲେ ଆଉ ଘଣ୍ଟ ଘୋଡ଼ାଉଥିଲେ । ସେମାନେ ଗସ୍ତ କଲାବେଳେ ରାଜାମାନେ ତ ଯାହା ସୁବିଧାମାନ ଯୋଗାଇ ଦେଉଥିଲେ, ପ୍ରଜାମାନଙ୍କଠାରୁ ମଧ୍ୟ କୁକୁଡ଼ା, ଖାସି, ବୋଦା, ଦୁଧିଆଳି ଗାଈ ଆଉ ଅନ୍ୟାନ୍ୟ ଭଲମନ୍ଦ ଆଦାୟ କରାଯାଉଥିଲା । ଲୋକଙ୍କର ଦେବାକୁ ବଳ ପାଉ ବା ନପାଉ ସେମାଙ୍କୁ ବାଧ୍ୟ କରାଯାଉଥିଲା ।

( ୨୪ )

ଋଣପୁଋରେ ଲୋକମାନଙ୍କର ଦୂଃଖ ଆଊ ଅତ୍ୟାଚାର କଥାରେ କ‌ହି ହେବ ନାହିଁ । ସେମାନେ ରାଜାଙ୍କର ବେଠି ବେଗାରି କରି ଆଉ ଭେଟିମାଗଣା ଦେଇ ସର୍ବସ୍ୱାନ୍ତ ହେଉଥିଲେ । ନାନା ପ୍ରକାର ଅଭାବ ଅସୁବିଧାରେ ପଡ଼ି ସେମାନେ ହ‌ନ୍ତସ‌ନ୍ତ ହେଉଥିଲେ । ନିଜ ବାଡ଼ି ବଗିଚାରେ ପନିପରିବା, ଫୂଲ ଫଳ ଚାଷକରିବା,ନିଜ ପୋଖରୀରେ ମାଛଚାଷ କରିବା, ନିଜ ଜାଗାରେ କୁଅ ଗାଡ଼ିଆ ଖୋଳାଇବା ମନାଥିଲା । କୋଠା, ଚାନ୍ଦିନି କରିବା, ଯାଊଁଳି କବାଟ ଲଗାଇବା ଏମିତିକି ପାହାଚ କରିବା ଥିଲା ଲୋକଙ୍କର ସ୍ୱପ୍ନରକଥା । ଦେଉଳ ତୋଳିବା ମଧ୍ୟ ଅସମ୍ଭବ ଥିଲା । ବିବାହ ବ୍ରତ ପାଇଁ ସବାରି, ପାଲିଙ୍କି, ବଡ଼କାଠ, ତୂଋଈ ମହୁରୀ, ମଶାଲ, ଘୋଡା ଆଦି ବ୍ୟବହାର କରିବାରେ କଠିନ କଟକଣା ଥିଲା । ପୁଅ ଝିଅଙ୍କୁ ହାତକୁ ଦିହାତ କରିବାରେ ଆଊ ପୋଷିଆଁ ପୁଅ କରିବାରେ ରାଜାଙ୍କର ଅନୁମତି ଦରକାର ଥିଲା । ରାଜାଙ୍କର ଯାନି ଯାତ୍ରା, ମେଳା ମଉଚ୍ଛବରେ ଯୋଗ ଦେବାକୁ ପ୍ରଜାମାନ‌ଙ୍କୁ ବାଧ୍ୟ କରାଯାଊଥିଲା । ଧୋବା,କୁମ୍ଭାର, କମାର, ମାହାର ପ୍ରଭୁତି ଧନ୍ଦା ପାଇଁ ରାଜାଙ୍କୁ ପାଊଣା ଦେବାକୁ ପଡ଼ୁଥିଲା । ସେମାନେ ରାଜାଙ୍କର ଏସବୁ ଜିନିଷପତ୍ର ଯାହା ଦରକାର ପଡ଼ୁଥିଲା, ମାଗଣାରେ ଯୋଗାଇବାକୁ ବାଧ୍ୟ ହେଉଥିଲେ । ସଭାସମିତି କରି କୌଣସି କଥା ଆଲୋଚନା କରିବା ତ ଦୂରର କଥା, ଖବରକାଗଜ ଖଣ୍ଡେ ପଢ଼ିବାକୁ ମଧ୍ୟ ମନା ଥିଲା ।

ଏସବୁ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଋଣପୁରର ଲୋକମାନେ ସ୍ୱର ଉଠାଇଲେ । ରାଜାଙ୍କ ଶାସନ ବିରୁଦ୍ଧରେ ପ୍ରଜା ଆନ୍ଦୋଳନ ତେଜି ଉଠିଲା । ଏଥି ପାଇଁ ଲୋକଙ୍କର ଏକ ସଂଗଠନ "ପ୍ରଜାମଣ୍ଡଳ" ଗଢ଼ାହେଲା । ଏକ ବିରାଟ ସାଧାରଣ ସଭାରେ ଗୋଟିଏ ଦାବିପତ୍ର ଗ୍ରହଣ କରାଗଲା । ''ପ୍ରଜାମଣ୍ଡଳକୀ ଜୟ'' ନାଦରେ ଆକାଶପବନ କମ୍ପିଉଠିଲା । ଏହା ଥିଲା ଲଙ୍କାରେ ହରିଶବ୍ଦ । ରଣପୁର ରାଜ୍ୟର ନିରୀହ ମୂକ ଓ ଦଳିତ ଜନସାଧାରଣଙ୍କ ରଣ ହୁଙ୍କାର ! ରାଜା ଆଉ ତାଙ୍କର ପାଖ ଲୋକଙ୍କ ଅତ୍ୟାଚାର ବିରୁଦ୍ଧରେ ଦୃଢ଼ ପ୍ରତିବାଦ !

ଏସବୁରେ ନେତୃତ୍ୱ ନେଇଥିଲେ ଯୁବକ ରଘୁନାଥ ମହାନ୍ତି । ତାଙ୍କର ଜନ୍ମ ୧୯୧୦ ମସିହା ଜୁଲାଇ ୧୮ ତାରିଖରେ । ତାଙ୍କର ପିତାମାତା
(୨୫)

ଥିଲେ ନଟବର ମହାନ୍ତି ଓ ଲାବଣ୍ୟ ଦେବୀ । ଋଣପୁର ଥାନାର ବାଦଭୁଇଁ ଗାଁରେ ତାଙ୍କର ଜନ୍ମ । ୧୯୩୭ ମସିହାରେ ସେ ରେଭେନ୍‌ସା କଲେଜରେ ଆଇ.ଏ. ପଢ଼ୁଥିଲେ । ଛାତ୍ର ଅବସ୍ଥାରେ ମଧ୍ୟ ସମାଜର ଦୁଃଖ ସୁଖ, ଅନ୍ୟାୟ ଅତ୍ୟାଚାର ସମ୍ପର୍କରେ ଲେଖାଲେଖି କରୁଥିଲେ । ଆଇ.ଏ ପଢ଼ିଲାବେଳକୁ ତାଙ୍କର ୭ଖଣ୍ଡି ବହି ମଧ୍ୟ ଅରୁଣୋଦୟ ପ୍ରେସରୁ ପ୍ରକାଶ ପାଇଥିଲା । ସେ ଦେଶବାସୀଙ୍କର ଦୁଃଖକଷ୍ଟ ସହି ପାରିଲେ ନାହିଁ । ପାଠପଢ଼ା ଛାଡ଼ି ସେ ପ୍ରଜାମଣ୍ଡଳ ଗଢ଼ିଲେ ଏବଂ ତାର ସମ୍ପାଦକ ହେଲେ । ତାଙ୍କ ଉପରେ ଲୋକଙ୍କର ସବୁ ଭରସା !

ଏହି କାର୍ଯ୍ୟରେ ତାଙ୍କୁ ସବୁପ୍ରକାର ସାହାଯ୍ୟ କରିଥିଲେ ଦିବାକର ପରିଡ଼ା । ୧୯୧୧ ମସିହା ନଭେମ୍ବର ମାସ ୩୦ ତାରିଖରେ ତାଙ୍କର ଜନ୍ମ । ତାଙ୍କର ପିତା ହରିହର ପରିଡ଼ା ଆଉ ମାତା ତାରାଦେବୀ । ସେଇ ରଣପୁର ଥାନା ଗଡ଼ବାଣୀ ଗାଁରେ ତାଙ୍କର ଘର । ୧୯୩୭ ମସିହାରେ ସେ "ସମାଜ" ପ୍ରେସରେ କାର୍ଯ୍ୟ କରୁଥିଲେ । ରଘୁନାଥ ଓ ଦିବାକର ଦୁଇଜଣ ଏସବୁ କାମରେ ଆଗୁଆ । ସେମାନେ କାୟା ସାଥିରେ ଛୟାପରି । ସେମାନଙ୍କର ଏକମନ,ଏକପ୍ରାଣ ।

ପ୍ରଜାମଣ୍ଡଳ ଗଠନ ପରେ ରାଜାଙ୍କର ରାଗ ପଞ୍ଚମକୁ ଉଠିଗଲା । ତାଙ୍କର ପାଖଲୋକେ ଚଣ୍ଡୀ ଚିରିଗୁଣୀ ପରି ମାତିଗଲେ । ମଣ୍ଡଳର ନେତାମାନଙ୍କର ଘର ଖାନତଲାସ ଚାଲିଲା । ସେମାନଙ୍କର ଜମି ବାଜ୍ୟାପ୍ତି ହେଲା । ଜେଲଜରିମାନା ଦଣ୍ଡସବୁ ମିଳିଲା । ଆଖିବୁଜା ମାଡ଼ ଧମକ ଦିଆଗଲା । ଅତ୍ୟାଚାର ଭୟରେ ନେତାମାନେ ସେମାନଙ୍କର ପିଲାପିଲିଙ୍କୁ ଖୋର୍ଦ୍ଧା ଖାସମାହାଲରେ ରଖିଦେଲେ । ହେଲେ ସେମାନେ ଏଥିରେ ଦବିଗଲେ ନାହିଁ । ଲୋକମାନେ ସଭାସମିତି କଲେ । ପଟୁଆରରେ ଯାଇ "ପ୍ରଜାମଣ୍ଡଳକୀ,ଜୟ", "ମହାତ୍ମା ଗାନ୍ଧିକୀ ଜୟ," "ଅନ୍ଧାରୀ ଶାସନ ଲୋପ ପାଉ," "ଅତ୍ୟାଚାରୀ ଶାସନ ଉଠିଯାଉ" ଧ୍ୱନି କଲେ । ଚଉଦିଗରେ ମଣିଷର ସୁଅ ଛୁଟିଲା । ବଣ ପାହାଡ଼ କମ୍ପିଉଠିଲା ।

୧୯୩୯ ମସିହା ଜାନୁଆରୀ ୪ ତାରିଖ ଋଣପୁର ଗଡ଼ରେ ପ୍ରବଳ ଜନସମୁଦ୍ର । ତା ଆରଦିନ ୫ ତାରିଖରେ ଜନସାଧାରଣଙ୍କ ଦାବି ଦରବାରରେ ପେଶ୍ କରାଗଲା । ସେତେବେଳେ ପଲିଟିକାଲ ଏଜେଣ୍ଟ୍ ଥିଲେ

( ୨୬ )

ମେଜର ବେଜେଲ୍‌ଗେଟ୍। ସେ ସେତେବେଳେ ନୟାଗଡ଼ରେ ରହିଥିଲେ । ରଣପୁରରେ ସଙ୍ଗୀନ ଅବସ୍ଥା ଶୁଣି ଅଳ୍ପ କେତେକ ସୈନ୍ୟଙ୍କ ସହିତ ସେ ତରବର ହୋଇ ସେଠାକୁ ଆସୁଥିଲେ । ବାଟରେ ପଡ଼ିଲା ଲୋଧାଚୁଆଁ ଗାଆଁ । ସେଠାରେ ରାସ୍ତା ଉପରେ ପଡ଼ିଥିଲା କଟା ଗଛ ସବୁ । ହେଲେ ଗାଁରେ ମଣିଷ ତ ମଣିଷ, ବିଲେଇ ଛୁଆଟିଏ ବି ନ ଥିଲା ।ପିଲା ମାଇପେ ଖୋର୍ଦ୍ଧା ଅଞ୍ଚଳକୁ ଆଉ ପୁରୁଷମାନେ ରଣପୁର ଗଡ଼କୁ ଚାଲି ଯାଇଥିଲେ ।

ସେଠାରେ କେବଳ ଦୁଇ ଜଣ ଜଗୁଆଳି ଥା'ନ୍ତି । କଟାଗଛ ସବୁକୁ ଆଡ଼େଇ ଦେବାକୁ ହୁକୁମ ହେଲା । ସେମାନେ ତାଙ୍କୁ ବେଖାତିର କରି ଶୁଣିଲେ ନାହିଁ । ସେମାନଙ୍କୁ ତେଣୁ ଗୁଲି ମାଡ଼ ହେଲା । ସୀପେହିମାନେ ଗଛସବୁ ରାସ୍ତା ଉପରୁ କାଢ଼ି ଦେଲେ । ବେଜେଲ୍‌ଗେଟ୍ ସାହେବ ରଣପୁର ଚାଲିଲେ ।

ରଣପୁର ଗଡ଼ରେ ଲୋକ ଭରପୁର । ଥାଳି ଛାଡ଼ି ଦେଲେ ଥାଳି ଚାଲିଯିବ । ବେଜେଲ୍‌ଗେଟ୍ ପ‌ହ‌ଞ୍ଚିବାରୁ ତାଙ୍କୁ ସମସ୍ତେ ଘେରିଗଲେ । ତାଙ୍କର ଗାଡ଼ି ଅଟକି ରହିଲା । ଆହତ ଜଗୁଆଳିଙ୍କୁ ଲୋଧାଚୁଆଁରୁ ଆଣୁଥିବା ଶଗଡ଼ଗାଡ଼ି ସେଠାରେ ପ‌ହ‌ଞ୍ଚିଲା । ସେମାନଙ୍କୁ ଟାଙ୍ଗି ଡ଼ାକ୍ତରଖାନା ନେବାର ଥିଲା । ମାତ୍ର ବେଜେଲ୍‌ଗେଟ୍ ସେଇ ଗାଡ଼ି ସବୁ ଯିବାକୁ ବାରଣ କଲେ । ଏଣେ ଲୋକେ ତାଙ୍କ କଥା ଶୁଣିଲେ ନାହିଁ । ଆହତ ଲୋକଙ୍କୁ ସେଠାରୁ ନେବାକୁ ସେମାନେ ବାହାରିଲେ । ଖୁବ ଧସ୍ତା ଧସ୍ତି ହେଲା । ହଠାତ୍ ସାହେବ ତାଙ୍କ ରିଭଲଭରରେ ଅର୍ଜୁନ ରାଉତ ନାମକ ଜଣେ ଲୋକକୁ ଗୁଳି କରି ପକାଇ ଦେଲେ । ଆଉ ଗୁଳି କରିବା ପୁର୍ବରୁ ରଘୁନାଥ ଓ ଦିବାକର କହି ଉଠିଲେ- ଭାଇ ମାନେ, ଆଉ ଛାଡ଼ନ୍ତୁ ନାହିଁ । ସାହେବକୁ ଶିକ୍ଷା ଦିଅ । ଭଲ କରି ପାନେ ଦେଇଦିଅ । ସେ ଦରମରା କରି ଥିବା ଆମର ଭାଇଙ୍କୁ ଚିକିତ୍ସା ପାଇଁ ଛାଡ଼ିଲା ନାହିଁ । ପୁଣି ଅନ୍ୟ ଭାଇକୁ ଗୁଳି କରି ପକାଇ ଦେଲାଣି । ଆଉ ରକ୍ଷା ନାହିଁ । ଲଗାଅ । ଭାଇମାନେ, ଲଗାଅ ।

ସେତେବେଲେ ଲୋକ ତ ତାତି କରି ଥିଲେ । ଏଇ କଥା ରେ ସେମାନେ ମାତିଗଲେ । ରକ୍ତ ଯେମିତି ଟକ୍ ଟକ୍ କରି ଫୁଟି ଉଠିଲା । ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା । ବିଜୁଳି ବେଗରେ ସମସ୍ତେ ସାହେବଙ୍କୁ ଘେରି ଗଲେ । ଯାହାର ହାତରେ ଯାହା ପଡ଼ିଲା । ଠେଙ୍ଗାବାଡି ଇଟାପଥର । ବେଜେଲ୍‌ଗେଟଙ୍କୁ ପିଟି ପିଟି ଲୋକେ ମାରି ଦେଲେ । ରଘୁନାଥ, ଦିବାକର ଓ ଅନ୍ୟମାନଙ୍କୁ ବନ୍ଦୀ କରାଗଲା ।

ଛବି

ଜଣେ ଗୋରା ଜଜ୍‌ଙ୍କୁ ଦୌରାଜଜ୍ ଭାବରେ ନିଯୁକ୍ତି ଦିଆଗଲା । ଏହି ମୋକଦ୍ଦମା ବିଚାର କରିବାକୁ ସେ ରହିଲେ । ଦୁଇତିନି ବର୍ଷଧରି ଏଇ ମୋକଦ୍ଦମାର ବିଚାର ଚାଲିଲା । ଶେଷରେ

ରାୟ ଦିଆଗଲା । ରଘୁନାଥ ଓ ଦିବାକରଙ୍କୁ ଫାଶି ହୁକୁମ ହେଲା । ୧୧ ଜଣ ଲୋକଙ୍କୁ ଯାବଜ୍ଜୀବନ କଳାପାଣି ଦଣ୍ଡ ମିଳିଲା । ଆଉ ଦୁଇଜଣଙ୍କୁ ଦୁଇବର୍ଷ ପାଇଁ ଜେଲଦଣ୍ଡ ଦିଆଗଲା । ୧୯୪୧ ମସିହା ଅପ୍ରେଲ ୪ ତାରିଖ । ବିହାର ଭାଗଲପୁର ଜେଲ୍‌ରେ ରଘୁନାଥ ଓ ଦିବାକରଙ୍କୁ ଫାଶି ଦିଆଗଲା ।

(୨୮)

ଦୁଃଖର ଛାୟା ଖେଳିଗଲା । ଲୋକମାନେ ରାଗରେ ନିଆଁ ବାଣ ହୋଇଗଲେ । ସ୍ୱାଧୀନତା ପାଇଁ ଋଘୁ-ଦିବାକର ଜୀବନ ଦେଇଥିଲେ । ତେଣୁ ସେମାନଙ୍କର ସାହସ ଓ ତ୍ୟାଗ କୋଟି କୋଟି ଲୋକଙ୍କୁ ସ୍ୱାଧୀନତା ଲଢ଼େଇରେ ଅସୁମାରି ବଳ ଓ ଦମ୍ଭ ଯୋଗାଇଥିଲା ।

ବେଜେଲ୍ ଗେଟ୍ ହତ୍ୟାକାଣ୍ଡ କେବଳ ଭାରତରେ ନୁହେଁ, ଇଂଲଣ୍ଡରେ ମଧ୍ୟ ଚହଳ ପକାଇ ଦେଇଥିଲା । ବିଲାତିର ଖବରକାଗଜ ଆଉ ପାର୍ଲାମେଣ୍ଟରେ ଖୁବ୍ ଆଲୋଚନା ଓ ସମାଲୋଚନା ହେଲା । ସେତେବେଳେ ଶାସନ ଦାୟିତ୍ୱରେ ଥିବା ଜାଠଦଳ ନିର୍ବାଚନରେ ହଟିଗଲେ । ବିରୋଧୀ ଶ୍ରମିକ ଦଳ ବହୁ ସଂଖ୍ୟାରେ ଭୋଟ ପାଇ ଜୟ ଲାଭ କଲା । ସେଇଦଳର ନେତା ବିଲାତର ପ୍ରଧାନ ମନ୍ତ୍ରୀ ହୋଇ ଭାରତକୁ ସ୍ୱାଧୀନତା ଦେବାକୁ ନିଷ୍ପତ୍ତି ନେଲେ । ତାପରେ ୧୯୪୬ ମସିହା ଅଗଷ୍ଟ ୧୫ ତାରିଖରେ ଭାରତବର୍ଷ ସ୍ୱାଧୀନ ହେଲା । ବିଦେଶୀ ଶାସନର କଳାଅନ୍ଧାର ଲୁଚିଗଲା । ମୁକ୍ତିର ସୂର୍ଯ୍ୟ ହସିହସି ଉଇଁ ଉଠିଲେ ।

ପ୍ରତିବର୍ଷ ଅପ୍ରେଲ ୪ ତାରିଖଟିକୁ ସ୍ମରଣୀୟ ତିଥି, ଆତ୍ମଦାନର ଦିବସ ଭାବରେ ଆମେ ପାଳି ଗାଇଥାଉ-

        ରଘୁଦିବାକରରେ ରଘୁ ଦିବାକର
ଅନ୍ଧାରୀ ରାଇଜେ ଉଇଁ      ଆଲୁଅର ଆଭା ନେଇ
        ଜାଳି ଦେଲେ ମୁକତି-ମଶାଲରେ
             ରଘୁ ଦିବାକାର...
         ଦେଶ ପାଇଁ ଢାଳିଲେ ଜୀବନ 
ମୂକ ତୁଣ୍ଡେ ଭାଷା ଫେଇ     ଦୁରୁବଳେ ବଳ ଦେଇ
         କରି ଗଲେ ଆତ୍ମବଳି ଦାନ!
         କୋଟି କୋଟି କରୁ ନମସ୍କାର!
ଜାତିର ଶହୀଦ୍ ସିଏ         ଦେଶ ମାତା ଯୋଗ୍ୟ ପୁଏ
          ଆମର ସେ ରଘୁ ଦିବାକର...
          ଜାଳିଦେଲେ ମୁକତି ମଶାଲ...
ଛବି-ନେତାଜୀ ସଭାଷ ଚନ୍ଦ୍ର ଛବି
ଆମରି ନେତାଜୀ ସୁଭାଷଚଦ୍ର

ମହାତ୍ମା ଗାନ୍ଧିଙ୍କୁ ଯେମିତି ସାରାଦେଶରେ ବାପୁଜୀ ବୋଲି କ‌ହନ୍ତି, ସୁଭାଷଚନ୍ଦ୍ର ବୋଷଙ୍କୁ ସେମିତି ସମସ୍ତେ ''ନେତାଜୀ '' ବୋଲି ଜାଣନ୍ତି । ତୁଳସି ଦୁଇ ପତ୍ରରୁ ବାସେ । ପିଲାଟି ଦିନୁ ସୁଭାଷଙ୍କର ନେତାଗୁଣ ଜଣା ପଡ଼ିଥିଲା । ପାଠପଢ଼ା, କାମଦାମ, କଥାବାର୍ତ୍ତା, ଚାଲିଚଳନ ସବୁଥିରେ ତାଙ୍କର ନେତାପଣିଆ ପ୍ରକାଶ ପାଇଥିଲା । ତାଙ୍କର ମନ ବଳ ଖୁବ୍ ଉଚ୍ଚରେ ଥିଲା । ଯେଉଁଥିରେ ତାଙ୍କର ମନ ଲାଗୁଥିଲା, ସେ ସେଥିରୁ ପଛାଉ ନଥିଲେ । ଥରେ ଯାହା ପଢ଼ୁଥିଲେ କି ଶୁଣୁଥିଲେ ତାଙ୍କ ମନରେ ରହିଯାଉଥିଲା। ସେଥିପାଇଁ ସେ ସବୁ ପରୀକ୍ଷାରେ ପ୍ରଥମ ଆଉ ସବୁ କାମରେ ଆଗୁଆ ହେଉଥିଲେ ।

ନେତାପଣିଆ ଯୋଗୁଁ ସାଙ୍ଗସାଥୀମାନଙ୍କ ମେଳରେ ତାଙ୍କର ଭାରି ଆଦର ଓ ଖାତିର ଥିଲା । କିନ୍ତୁ କେହି ଭୁଲ କାମ କଲେ ସେ ଛାଡ଼ୁ ନଥିଲେ । ସଙ୍ଗେ ସଙ୍ଗେ ସେ ଦୋଷୀକୁ ଦଣ୍ଡ ଦେଉଥିଲେ । ଦିନେ କେତେକ ପିଲା ଜଣେ ଅନ୍ଧବୁଢ଼ା ହାତରୁ ବାଡ଼ିଟି ଛଡ଼ାଇ ଦୁରକୁ ଫିଙ୍ଗିଦେଲେ । ଅନ୍ଧଟି ବିଚରା ବ୍ୟସ୍ତ ହୋଇ ସେମାନଙ୍କୁ ବାଡ଼ି ମାଗିଲା । କିନ୍ତୁ ବାଡ଼ି ଦେବାତ ଦୁରର କଥା, ପିଲାମାନେ ତାଳିମାରି ଠୋ ଠୋ ହସିବାରେ ଲାଗିଲେ । ସେତିକିବେଳେ ସୁଭାଷ ବୋଷ ସେଠାରେ ଫହଞ୍ଚି ପିଲାମାନଙ୍କୁ ମାରି ଗୋଡ଼ାଇଲେ । ବାଡ଼ିଟି ଆଣି ବୁଢ଼ାକୁ ଦେଲେ ଆଉ ତାକୁ ବାଟ କଢ଼ାଇନେଲେ । କୁଡ଼ିଆରେ ଅନ୍ଧକୁ ଛାଡ଼ି ବିଦ୍ୟାଳୟକୁ ଗଲେ । ବିଳମ୍ବର କାରଣ ଶିକ୍ଷକ ପଚାରିଲେ ଆଉ ସୁଭାଷଙ୍କଠାରୁ ସବୁକଥା ଶୁଣି ଖୁସି ହୋଇଗଲେ ।

ଥରେ ସେମିତି କଟକ ସହରରେ ବସନ୍ତ ଲାଗିଲା । ସେଥିରେ ଲୋକେ ପୋକମାଛି ପରି ମଲେ । ଚାରିଆଡ଼େ ହାହାକାର ପଡ଼ିଗଲା । ରୋଗୀଙ୍କର ସେବା କରିବା ତ ଦୁରର କଥା, ଶବ ଉଠାଇବା ପାଇଁ ମଧ୍ୟ ଲୋକ ମିଳିଲେ

ନାହିଁ । ସୁବାଷ ଧନୀ ଘରର ପିଲା ହୋଇଥିଲେ ବି ଏ ଅବସ୍ଥାରେ ଅଥୟ ହୋଇ ପଡ଼ିଲେ । ସେ ସାଙ୍ଗ ସାଥୀମାନଙ୍କୁ ଧରି ରୋଗୀ

( ୩୨)

ମାନଙ୍କର ସେବା କଲେ । ତାଙ୍କର ବାପା ମାପ ପୁଅକୁ ଏଥିରେ ବାରଣ କରିଥିଲେ । ସେ କିନ୍ତୁ ସେମାନଙ୍କର କଥା ଶୁଣି ନଥିଲେ ।

ସୁଭାଷ କଟକ ସହରର ଓଡ଼ିଆ ବଜାରରେ ୧୮୯୭ ମସିହା ଜାନୁୟାରୀ ୨୩ ତାରିଖରେ ଜନ୍ମ ହୋଇଥିଲେ । ତାଙ୍କର ବାପାଙ୍କ ନାମ ଜାନ‌କୀନାଥ ବୋଷ ଓ ମାଆଙ୍କ ନାମ ପ୍ରଭାବତୀ । ଜାନକୀନାଥ ଖୁବ ନାମଜାଦା ଓକିଲ ଥିଲେ । ସେ ଓକିଲାତି କରି ବହୁଧନ ରୋଜଗାର କରୁଥିଲେ । ସାହେବୀ ଢ଼ଙ୍ଗରେ ଚଳୁଥିଲେ । ସୁଭାଷ କିନ୍ତୁ ଏମିତି ଆଡ଼ମ୍ବର ଭିତରେ ଚଳିବାକୁ ଭଲ ପାଉ ନଥିଲେ । ସେ ସାଙ୍ଗମାନଙ୍କ ଭଳି ସାଦାସିଧା ପୋଷାକ ପିନ୍ଧି କଟକର ଗଳିକନ୍ଦିରେ ଖେଳୁଥିଲେ । ଲୋକମାନଙ୍କର ସୁଖ ଦୁଃଖରେ ଭାଗୀହେବାକୁ ଭଲ ପାଉଥିଲେ ।

ବାପା ତାଙ୍କୁ ଗୋଟିଏ ସାହେବ ସ୍କୁଲରେ ପଢ଼ାଇବାକୁ ପସନ୍ଦ କରି ନଥିଲେ । ଫଳରେ ବାପା ତାଙ୍କର ନାମ ଲେଖାଇ ଦେଲେ ରେଭେନ୍ସା କଲିଜିଏଟ୍ ସ୍କୁଲରେ । ବାପା ତାଙ୍କୁ କୋଟପ୍ୟାଣ୍ଟ ପିନ୍ଧିବାକୁ କହୁଥିଲେ ସୁଦ୍ଧା ସେ ସାଙ୍ଗମାନଙ୍କ ପରି ଲୁଗା ପିନ୍ଧି ଦେହରେ ଛାଦର ପକାଇ ସ୍କୁଲକୁ ଯାଉଥିଲେ ।

ଷୋଳବର୍ଷ ବୟସରେ ସୁଭାଷ ମାଟ୍ରିକ୍ ପାସ୍ କରିଥିଲେ । ତାପରେ ପ୍ରଥମ ଶ୍ରେଣୀରେ ଏଫ୍.ଏ.(ଆଇ,ଏ) ପାସ୍ କରି ସେ କଲିକତାର ପ୍ରେସିଡେନ୍ସି କଲେଜରେ ବି.ଏ. ପଢ଼ିଲେ । ସେତେବେଳେ ଭଟନ ନାମକ ଜଣେ ଗୋରା ସାହେବ ସେଠାରେ ଅଧ୍ୟାପକ ଥିଲେ । ସେ ସମୟରେ ଇଂରେଜମାନଙ୍କ ରାଜୁତି ଥିବାରୁ ଭାରି ଗର୍ବ । ସେ ସେଇ କଲେଜରେ ପାଠ ପଢ଼ୁଥିବା ଭାରତୀୟ ଛାତ୍ରମାନଙ୍କୁ ହେୟ ମନେକରୁଥିଲେ, ଅପମାନ ଦେଉଥିଲେ ।ଅନ୍ୟମାନେ ସିନା ସବୁ ସହି ଯାଉଥିଲେ, ସୁଭାଷ ସମ୍ଭାଳୁଛନ୍ତି କେତେକେ; ସେ ଯେସାକୁ ତେସା ନୀତି ଧରିବାକୁ ଠିକ୍ କଲେ ।

ଦିନେ ଦଳେ ଛାତ୍ରଙ୍କୁ ଧରି ସୁଭାଷ ବାଟରେ ଲୁଚି ରହିଲେ । କଲେଜ ଛୁଟି ପରେ ଇଂରେଜ ଅଧ୍ୟାପକ ତାଙ୍କୁ ବସାକୁ ଫେରୁଥିଲେ ।

ଏତିକିବେଳେ ସୁଭାଷ ତାଙ୍କ ସାଥିମାନଙ୍କ ସହିତ ଅଧ୍ୟାପକଙ୍କ ଉପରେ ଚଡ଼ୋଉ କଲେ । ତାଙ୍କୁ ଆଖିବୁଜା ପିଟିଗଲେ । ସେଜାଣି ପାରିଲେ କାହିଁକି

( ୩୩ )

ତାଙ୍କୁ ଏଦଣ୍ଡ ମିଳିଲା । ହେଲେ ଅଧକ୍ଷଙ୍କୁ ସେ ଜଣାଇବାରୁ ଦୁଇବର୍ଷ ପାଇଁ ସୁଭାଷଙ୍କୁ କଲେଜରୁ ବାହାର କରି ଦିଆଗଲା । ପରେ ସେ ପୁଣି କଲେଜରେ ଭର୍ତ୍ତି ହୋଇଥିଲେ, ଆଉ ପ୍ରଥମ ଶ୍ରେଣୀରେ ଅନର୍ସ ସ‌ହିତ ବି٠ଏ٠ ପାସ୍ କରିଥିଲେ ।

ଜାନ‌କୀନାଥ ବୋଷ ତ ସେତେବେଳେ ଖୁବ୍ ବଡ଼ ଓକିଲ । ଅକଳନ୍ତା ତାଙ୍କର ରୋଜଗାର । ଟଙ୍କା ପଇସାର ବା କି ଅଭାବ ? ପୁଅକୁ ବିଲାତକୁ ପଠାଇବାକୁ ମନ କଲେ । ସେଠାରେ ହେଉଥିବା ଆଇ٠ସି٠ଏସ୍٠ ପରୀକ୍ଷା ଦେଇ ବଡ଼ ହାକିମ କରାଇବାକୁ ତାଙ୍କର ଭାରି ଇଚ୍ଛା । କିନ୍ତୁ ସୁଭାଷ ବିଲାତ ଯିବାକୁ ଅମଙ୍ଗ । ଜାନକୀନାଥ ଏଥିରେ ଭାରି ରାଗିଗଲେ। ହେଲେ ପୁଅର ଗୁଣ ଜାଣିଛନ୍ତି । କାଊଁରିଆ କାଠି। ଭାଙ୍ଗିଯିବ ସିନା ନଇବ ନାହିଁ। ତାର ମନ ମନାଇ ସିନା ଯାହା କରିହେବ, ଧମକ ଚମକରେ କିଛି ଲାଭ ହେବ ନାହିଁ । ବରଂ ଫଳ ଓଲଟା ହେବ ।

ଜାନକୀନାଥ ତେଣୁ ସୁଭାଷଙ୍କୁ ଶୁଣାଇ ଶୁଣାଇ ତାଙ୍କ ମା'ଙ୍କୁ କହିଲେ-- ଜାଣିଲ, ବିଲାତ ତ ସାହେବ ଦେଶ । ଆମ ଭାରତ ପରି ନୁହେଁ । ସବୁଠି ବିଲାତି କାଇଦା । ସେଠି ଚଳିବା ସହଜ କଥା ନୁହେଁ । ପୁଣି ଆଇ٠ସି٠ଏସ୍٠ ପରୀକ୍ଷା ଖୁବ୍ କଡ଼ା । ସେଥିପାଇଁ ସୁଭାଷ ଡରୁଛି !

ସୁଭାଷ ଏକଥା ଶୁଣି ଅସମ୍ଭଳ । ବାପାଙ୍କ ପାଖକୁ ସିଧା ଆସି ରୋକଠୋକ କହିଦେଲେ- ମୁଁ ବିଲାତ ଯିବାକୁ କି ଆଇ٠ସି٠ଏସ୍٠ ପରୀକ୍ଷା ଦେବାକୁ ଭୟ କରୁନି । ମୁଁ ବିଲାତରେ ସାହେବମାନଙ୍କ ସାଥିରେ ଚଳିପାରିବି ଆଉ ଆଇ٠ସି٠ଏସ୍٠ ପରୀକ୍ଷାରେ ପାସ୍ ବି କରିବି । ମାତ୍ର୍ ମନ ହେଲେ ଚାକିରୀ କରିବି ନହେଲେ ନାହିଁ ।

ଜାନକୀନାଥ ଭାବିଲେ ବିଲାତରେ ଚଳି, ଆଇ٠ସି٠ଏସ୍٠ପରୀକ୍ଷାରେ ପାସ୍ କଲେ ପୁଅର ମନ ବଦଳିଯିବ । ଆଗ ସେ ବିଲାତକୁ ଯାଉ । ସେତିକି ଆଗ ହେଉ !

ସୁଭାଷ ବିଲାତରେ ଆଇ٠ସି٠ଏସ୍٠ପରୀକ୍ଷା ଦେଲେ । ଚତୁର୍ଥ ସ୍ଥାନ ଅଧିକାର କରି ପାସ୍ ବି କଲେ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ବି٠ଏ٠ପରୀକ୍ଷା ଦେଇ ଭଲ ଭାବରେ ପାସ୍ କଲେ ।

( ୩୪ )

ସୁଭାଷ ଘରକୁ ଫେରିଲେ । ବାପା ମାଆ, ସାଇପଡ଼ିଶା ସମସ୍ତଙ୍କ ମନରେ ଅପୁର୍ବ ଆନନ୍ଦ । ଆଇ.ସି.ଏସ୍. ପାସ୍ କରି ବଡ଼ ହାକିମ ହେବା ତ ସେତେବେଳେ କମ କଥା ନୁହେଁ ! କ୍ଷମତା ଆଉ ମାନ ସମ୍ମାନର ସୀମା ନାହିଁ । ସତକୁ ସତ ବିଲାତରୁ ଫେରିବା ମାତ୍ରେ ତାଙ୍କୁ କଟକ ଜିଲାର କଲେକ୍ଟର କରି ଦିଆଗଲା । ତାଙ୍କୁ ପୁଣି ସରକାର ଅଧିକ ତାଲିମ ପାଇବାକୁ ପଠାଇଲେ ।

ସୁଭାଷ ବୋଷ ବିଲାତରେ ତାଲିମ ପାଇଲା ବେଳେ ତାଙ୍କୁ ଅନେକ ବ‌ହି ପଢ଼ିବାକୁ ଦିଆଗଲା । ସେଥିରୁ ଗୋଟିଏ ବ‌ହିରେ ଭାରତୀୟ ସିପାହୀ ଅସାଧୁ ବୋଲି ଲେଖଥିଲା । ତାକୁ ପଢ଼ି ତାଙ୍କର ରାଗ ପଞ୍ଚମକୁ ଉଠିଲା । ସେ ସଙ୍ଗେ ସଙ୍ଗେ ତାଲିମ କେନ୍ଦ୍ରର ଅଧ୍ୟକ୍ଷଙ୍କୁ ସେଇ ବାକ୍ୟଟି ଦେଖାଇ ତାର ପ୍ରତିବାଦ କଲେ ।

ମାତ୍ର ଅଧ୍ୟକ୍ଷ କ‌ହିଲେ- ଆଗରୁ ତ ଅନେକ ଭାରତୀୟ ଏଇ ବ‌ହି ପଢ଼ି ତାଲିମ ପାଇ ଫେରିଗଲେ, କେହି ଆପତ୍ତି କଲେ ନାହିଁ । ତୁମେ ଏତେ ହଲ୍ଲା କରୁଛ କାହିଁକି ।

ସୁଭାଷ ଉତ୍ତର ଦେଲେ-କିଏ ଆଗରୁ କ‌ହିଛନ୍ତି କି ନାହିଁ, ମୁଁ ଜାଣିନି । ହେଲେ ଏହି କଥା ମୋର ଦେଶ ପ୍ରତି ଅପମାନ । ତେଣୁ ଏହି ବ‌ହିରୁ ବାକ୍ୟଟିକୁ ଉଠାଇ ଦିଆଯାଉ ।

ଅଧ୍ୟକ୍ଷ କ‌ହିଲେ- ଏବେ ତ କ‌ହିଲା ମାତ୍ରେ ବ‌ହିରୁ ଉଠିଯାଇ ପାରିବ ନାହିଁ । ଆର ଥର ଛପା ହେଲାବେଳକୁ ଉଠାଇ ଦିଆଯିବ ।

ସୁଭାଷ କିନ୍ତୁ ଜିଦ୍ ଧରି ବସିଲେ । ବ‌ହିରୁ ବାକ୍ୟଟି ଉଠିଲେ ସେ ତାଲିମ ପାଇବେ । ନହେଲ ନାହିଁ ।

ଅଧ୍ୟକ୍ଷ ଦୃଢ଼ ସ୍ୱରରେ କ‌ହିଲେ-ଇଂରେଜ ସରକାରଙ୍କ ଅଧୀନରେ ଚାକିରୀ କରିଛ । ତାଲିମ ନେବାକୁ ହେବ । ନ‌ଚେତ୍ ହାକିମ ଚାକିରୀଟି ଯିବ ।

ସୁଭାଷ ସେମିତି ଟାଣ ସ୍ୱରରେ କ‌ହିଲେ-ଆଇସିଏସ ଚାକିରୀ ଯାଉ ପଛେ ମୁଁ ମୋ ଦେଶର ଅପମାନ ସ‌ହି ପାରିବି ନାହିଁ ।

( ୩୫ )

ଏତିକି କହି ସେ ଚାକିରିରୁ ଇସ୍ତଫା ଦେଲେ । ବିଲାତରୁ ଚାଲି ଆସିଲେ । ତାଙ୍କର ଏ କାମକୁ ଜାନକୀନାଥ ସମର୍ଥନ କରିଥିଲେ । ସେ ଆନନ୍ଦରେ ତେଣୁ ବାପାଙ୍କ ପାଦ ଛୁଇଁ ତଳେ ପଡ଼ିଯାଇଥିଲେ । ଏହାପରେ ସୁବାଷ ବୋଷଙ୍କ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେଲା । ସେତେବେଳେ ମାହାମ୍ନା ଗାନ୍ଧି ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ । ସେଥିରେ ଯୋଗଦେବାକୁ ସେ ଗାନ୍ଧିଜିଙ୍କୁ ଦେଖା କରି କହିଲେ । ଗାନ୍ଧିଜି ତ ଆଗରୁ ତାଙ୍କର ସବୁ କାଣ୍ଡ ଜାଣିଥିଲେ । ସେ ତାଙ୍କୁ ଆଶିର୍ବାଦ କଲେ ଆଉ ବଙ୍ଗଳାର ନେତା ଚିତ୍ତରଞ୍ଜନ ଦାଶଙ୍କ ପାଖକୁ ଯିବାକୁ ଉପଦେଶ ଦେଲେ ।

ସେତେବେଳେ ଇଂରେଜ ବ୍ୟବସାୟୀମାନେ ଅତି ଶସ୍ତାରେ କଞ୍ଚାମାଲ ତକ ନେଇ ତାଙ୍କ ଦେଶରୁ ତିଆରି ଜିନିଷମାନ ଆଣି ଅଧିକ ଦାମରେ ବିକୁଥିଲେ । ତେଣୁ ବିଦେଶୀ ଜିନିଷ ନ କିଣିବା ପାଇଁ ଆମଦେଶର ଲୋକମାନଙ୍କୁ କୁହାଗଲା । ସୁଭାଷ ତାଙ୍କ ସାଥୀମାନଙ୍କୁ ଧରି କଲିକତା ସାରା ବୁଲି ବିଦେଶୀ ଜିନିଷ ବିକାକିଣା ବନ୍ଦ କରିବାକୁ ସମସ୍ତଙ୍କୁ ମତାଇଲେ । ଫଳରେ କଲିକତାରେ ବିଲାତି ଜିନିଷ ବିକ୍ରି ବନ୍ଦ ହୋଇଗଲା । ଇଂରେଜ ସରକାର ଦେଖିଲେ ସୁଭାଷ ଏସବୁ ନାଟର ଗୋବର୍ଦ୍ଧନ । ତେଣୁ ତାଙ୍କୁ ମାମୁଁ ଘରକୁ ପଠାଇଦେଲେ ସବୁ ଠିକ ହୋଇଯିବ । ଇଂରେଜ ସରକାର ବସାଇଥିବା ସୁଲ କଲେଜରେ ପାଠପଢ଼ିବାକୁ ଭାରତୀୟ ଯୁବକମାନଙ୍କୁ ମନା କରାଗଲା । ଏମିତିକି ଯେଉଁମାନେ ପାଠ ପଢୁଥିଲେ,ସେମାନଙ୍କୁ ପାଠପଢ଼ା ଛାଡ଼ିଦେଇ ସ୍ୱାଧୀନତା ଆନ୍ଦୋଳନରେ ମିଶିବାକୁ ଡାକରା ଦିଆଗଲା । ସୁଭାଷ କଲିକତାରେ ଗୋଟିଏ ଜାତୀୟ କଲେଜ ବସାଇ ତାର ଅଧ୍ୟକ୍ଷ ହେଲେ । ଛାତ୍ରମାନଙ୍କୁ ମତାଇ ଇଂରେଜ ସରକାରଙ୍କ ବିରୁଦ୍ଧରେ କାର୍ଯ୍ୟକଲେ ।

ଥରେ ବିଲାତ ଯୁବରାଜ କଲିକତାକୁ ଆସିଥିଲେ । ଇଂରେଜ ସରକାର ତାଙ୍କୁ ଖୁବ୍ ଆଡ଼ମ୍ବରପୂର୍ଣ୍ଣ ଅଭ୍ୟର୍ଥନା ଜଣାଇବାକୁ ସଜବାଜ ହେଲେ । ବାଣରୋଷଣୀ ନାନା ରଙ୍ଗର ଆଲୁଅ, ବାଜାଗୀତ ଆଉ ଫାଟକ ମଣ୍ଡପ ସାଜସଜ୍ଜାରେ ଅପର୍ଯ୍ୟପ୍ତ ଟଙ୍କା ଖର୍ଚ୍ଚ କଲେ । ରାସ୍ତା ଘାଟରେ

( ୩୬ )

ବିଲାତ ପତାକାମାନ ଦେଖାଇ ସ୍ୱାଗତ ଜଣାବାକୁ ସରକାରଙ୍କ ତରଫରୁ ଆୟୋଜନ ଚାଲିଲା ।

କିନ୍ତୁ ଯୁବକମାନେ ଯୁବରାଜଙ୍କୁ ସବୁଆଡ଼େ ଖାଲି କଳା ପତାକା ଦେଖାଇଲେ । ଏହା ତାଙ୍କ ପକ୍ଷେ ବଡ଼ ଅପମାନ ହେଲେ । ଇଂରେଜ ସରକାରଙ୍କ ପାରିବାର ପଣିଆ ନଥିବାରୁ ଏତେ କଥା ହେଲା ବୋଲି ସମାଲୋଚନା ଚାଲିଲା । ତେଣୁ ଏସବୁ ମୂଳରେ କିଏ, ବାହାର କରିବା ପାଇଁ ସରକାରଙ୍କ ତରଫରୁ ଘମାଘୋଟ ତଦନ୍ତ ହେଲା । ଶେଷରେ ସୁଭାଷଙ୍କୁ ଏଥିପାଇଁ ଦାୟୀ କରାଯାଇ ଗିରଫ କରାଗଲା, ମାଲିମୋକଦ୍ଦମା ଚାଲିଲା ଆଉ ତାଙ୍କୁ ଜେଲ ଦଣ୍ଡ ଦିଆଗଲା ।

ଏସବୁ କାମରେ ସୁଭାଷ ଭାରି ଲୋକପ୍ରିୟ ହୋଇଗଲେ । ଜେଲରୁ ଖଲାସ ହେଲା ପରେ ସେ କଲିକତା କର୍ପୋରେସନର ମୁଖ୍ୟ ହାକିମ ହେଲେ । ମାସକୁ ତିନି ହଜାର ଟଙ୍କା ଦରମା । ମାତ୍ର ସେ ଅଧେ ଦରମା ନେଉଥିଲେ । ସେ କଲିକତାରେ ବହୁ ସଂଖ୍ୟାରେ ପ୍ରାଥମିକ ସ୍କୁଲ ଓ ଡାକ୍ତରଖାନା ବସାଇଥିଲେ । ପଞ୍ଚମ ଶ୍ରେଣୀ ଯାଏ ସେ ପିଲାମାନଙ୍କର ଦରମା ଛାଡ଼ କରି ଦେଇଥଲେ । ଏସବୁ ଲୋକହିତକର କାମ କରି ସୁଭାଷଙ୍କ ସୁନାମ ବଢ଼ିଗଲା ।

ଇଂରେଜ ସରକାର ତେଣୁ ତାଙ୍କୁ ଜେଲରେ ଭର୍ତ୍ତି କରିବାର ଉପାୟ ପାଞ୍ଚିଲେ । ଗୋଟିଏ ନୂଆ ଆଇନ କରି ସରକାର ଯେତେବେଳେ ଯାହାକୁ ଚାହିଁବେ, ଜେଲରେ ଅଟକ ରଖିପାରିବେ ବୋଲି ବ୍ୟବସ୍ଥା କଲେ । ସେଇ ଆଇନ ବଳରେ ସୁଭାଷଙ୍କୁ ଜେଲରେ ରଖିଲେ ସୁଦ୍ଧା ସେ କର୍ପୋରେସନର କାମସବୁ ଆଗଭଳି ସେଠାରେ କଲେ । ମାତ୍ର ଜେଲ୍ ଭିତରେ ତାଙ୍କର ଦେହ ଖରାପ ହେଲା । ସେ ଅତି ଦୁର୍ବଳ ହୋଇ ପଡ଼ିଲେ । ଠିଆ ହେବାକୁ ବି ବଳ ପାଇଲା ନାହିଁ । ଏକଥା ଶୁଣି ଜନସାଧାରଣ ତାଙ୍କୁ ଜେଲରୁ ଖଲାସ କରି ଦେବାକୁ ଦାବି କଲେ । ସଭାସମିତି କରି ତାଙ୍କୁ ଅଟକ ରଖିବାର ପ୍ରତିବାଦ କଲେ ।

ଇଂରେଜ ସରକାର ଦେଖିଲେ ଲୋକମାନେ ଯେମିତି ହେଲେଣି, ସୁଭାଷଙ୍କୁ ଖଲାସ ନ କଲେ ରକ୍ଷା ନାହିଁ । ତେଣୁ ବାଧ୍ୟ ହୋଇ ସରକାର ତାଙ୍କୁ ଛାଡ଼ିଦେଲେ । ଖଲାସ ହେବା ପରେ ସେ କଲିକତା କର୍ପୋରେସନରେ

(୩୭)

ସର୍ବୋଚ୍ଚକର୍ତ୍ତା ବା ମେୟର ହେଲେ । ଗୋଟିଏ ବଡ଼ ପଟୁଆର ବାହାରି ସହର ପରିକ୍ରମା କରିବାର ଯୋଗାଡ଼ ହେଲା । ସରକାର ଏହା ହୋଇପାରିବ ନାହିଁ ବୋଲି ଆଦେଶ ଦେଲେ ।

ସୁଭାଷ କିନ୍ତୁ ନ‌ଛୋଡ଼ବନ୍ଧା । ପଟୁଆର ନିଶ୍ଚୟ ବାହାରିବ । ହଜାର ହଜାର ଲୋକ ଧାଡି ବାନ୍ଧି ଚାଲିଲେ । ସୁଭାଷ ସବୁରି ଆଗରେ । ଶହ ଶହ ପୋଲିସ ମଧ୍ୟ ଲାଠି ଆଉ ପିସ୍ତଲ ଧରି ରାସ୍ତା ଦୁଇପଟେ ଠିଆ ହୋଇଥିଲେ । ଶୋଭାଯାତ୍ରା ବେଖାତିର ଭାବରେ ଆଗେଇ ଚାଲିଲା । ସୁଭାଷ ବୋଷକୀ ଜୟ, ଜୟହିନ୍ଦ, କହି ଚଉଦିଗ କମ୍ପାଇ ଦେଲେ ।

ଶେଷରେ ପୋଲିସମାନେ ଆଉ ସମ୍ଭାଳି ନପାରି ହଠାତ୍ ଲୋକଙ୍କ ଉପରେ ଲାଠିମାଡ଼ ଆରମ୍ଭ କରିଦେଲେ । ଭୀଷଣ ମାଡ଼ରେ ସୁଭାଷଙ୍କ ଦେହସାରା ଫାଟି ରକ୍ତ ବାହାରି ପଡ଼ିଲା । ତାଙ୍କୁ ପୁଣି ଗିରଫ କରି ଜେଲ୍‌ରେ ଭତ୍ତି କରାଗଲା । ଜେଲ୍‌ରେ ତାଙ୍କ ଦେହ ବେଶୀ ଖରାପ ହେଲା । ଡାକ୍ତରମାନେ ଯେତେ ଚେଷ୍ଟା କଲେ କିଛି ଫଳ ହେଲା ନାହିଁ । ଶେଷରେ ତାଙ୍କର ଚିକିତ୍ସା ପାଇଁ ସରକାର ଭିଏନା ସହରକୁ ପଠାଇଲେ ।

ଭିଏନାରେ ଥିଲାବେଳେ ସୁଭାଷ ଖବର ପାଇଲେ ଯେ ତାଙ୍କ ବାପାଙ୍କର ଅବସ୍ଥା ସାଂଘାତିକ । ମରିବେ କି ବଞ୍ଚିବେ ଠିକ ନାହିଁ । ସେ ତେଣୁ ବସିଲାଠାରୁ ଉଠି ଚାଲି ଆସିଲେ ବାପାଙ୍କୁ ଟିକିଏ ଦେଖିବା ପାଇଁ । ସୁଭାଷ ତାଙ୍କୁ ଦେଖିବାର ଅଳ୍ପ ସମୟପରେ ଜାନ‌କୀନାଥ ଶେଷ ନିଃଶ୍ୱାସ ଛାଡ଼ିଦେଲେ । ସୁଭାଷ ଗଭୀର ଶୋକରେ ବୁଡ଼ିଗଲେ ।

ସେ ପୁଣି ଭିଏନା ଗଲେ । ମୂଳ ଲକ୍ଷ ହେଲା ଭାରତମାତାଙ୍କୁ ସ୍ୱାଧୀନ କରିବା ପାଇଁ ବିଦେଶୀ ସରକାରମାନଙ୍କର ସାହାଯ୍ୟ ଲୋଡ଼ିବା । ତେଣୁ ସେ ଇଟାଲୀ, ଆଫଗାନୀସ୍ଥାନ, ଆୟରଲ୍ୟାଣ୍ଡ, ଫ୍ରାନ୍‌ସ ପ୍ରଭୃତି ଦେଶଗୁଡ଼ିକର ମୁଖ୍ୟମାନଙ୍କୁ ଭେଟି ସେମାନଙ୍କ ସାହାଯ୍ୟ କାମନା କଲେ । ତାପରେ ଯେତେବେଳେ ସେ ଭାରତକୁ ଫେରିଲେ , ହଜାର ହଜାର ଲୋକ ତାଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଥିଲେ । ମାତ୍ର ସେ କାହା

(୩୮)

ସାଥୀରେ ପଦେ କଥା ହେବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିନେଲେ । ପୁଣି ତାଙ୍କୁ ଦେହ ଖରାପ ହେବାରୁ ସରକାର ଜେଲରୁ ତାଙ୍କୁ ଖଲାସ କରିଦେଲେ ।

୧୯୩୮ ମସିହା । ଲକ୍ଷ୍ନୌ ସହରରେ କଂଗ୍ରେସର ବାର୍ଷିକ ଅଧିବେଶନ ବସିଲା । ସୁଭାଷଙ୍କୁ ସମସ୍ତେ ଗୋଟିଏ ସ୍ୱରରେ କଂଗ୍ରେସର ସଭାପତି ବାଛିଲେ । ଗାନ୍ଧିଜୀ ଶାନ୍ତି ଅହିଂସା ଉପାୟରେ ଦେଶରେ ସ୍ୱାଧୀନତା ପାଇଁ ଲଢ଼େଇ କରିବାକୁ ଚାହୁଁଥିଲେ । ଅଥଚ ନେତାଜୀ କଳେ, ବଳେ ଆଉ କୌଶଳେ ଇଂରେଜ ଶାସନ ହଟାଇବାକୁ କହୁଥିଲେ । ଉଭୟଙ୍କ ଉପାୟ ଅଲଗା ଅଲଗା ଥିଲେହେଁ ଲକ୍ଷ୍ୟ ଏକ ଥିଲା । ଫଳରେ ଉଭୟଙ୍କ ମତ ପାର୍ଥକ୍ୟ ସତ୍ତ୍ୱେ ପରସ୍ପର ପ୍ରତି ସ୍ନେହ ଓ ସମ୍ମାନ ଅତୁଟ ରହିଥିଲା ।

ତା ପରବର୍ଷ ଗାନ୍ଧିଜୀ ତାଙ୍କୁ ସଭାପତି କରିବାକୁ ନ ଚାହିଁଲେ ସୁଦ୍ଧା ତ୍ରିପୁରା ଅଧିବେଶନରେ ତାଙ୍କୁ ପୁଣି ଥରେ କଂଗ୍ରେସର ସଭାପତି ବଛାଗଲା । ମାତ୍ର ବଡ଼ ବଡ଼ ନେତାଙ୍କ ସମାଲୋଚନା ଶୁଣି ତାଙ୍କୁ ଭାରି ଖରାପ ଲାଗିଲା । ସେ ବିରକ୍ତ ହୋଇ ଉଭୟ କଂଗ୍ରେସର ସଭାପତି ଓ ସଭ୍ୟପଦରୁ ଇସ୍ତଫା ଦେଲେ । ଫରୱାଡ଼ ବ୍ଲକ୍ ନାମରେ ସେ ଏକ ନୂଆଦଳ ଗଢ଼ିଲେ । ପୂର୍ବପରି ଇଂରେଜ ସରକାରଙ୍କ ବିରୁଦ୍ଧରେ କାର୍ଯ୍ୟ କଲେ ଆଉ ସଭାସମିତି କରି ସ୍ୱାଧୀନତା ପାଇଁ ଲଢ଼େଇ କଲେ ।

ସରକାର ଦେଖିଲେ ସୁଭାଷଙ୍କୁ ଜେଲ୍‌ରେ ରଖିଲେ ହଇରାଣ ବାହାରେ ରଖିଲେ ବିପତ୍ତି । ତେଣୁ ସରକାର ତାଙ୍କୁ ନିଜ ଘରେ ନଜରବନ୍ଦୀ କରି ରଖିଲେ । ତାଙ୍କ ଘର ଚାରି ପାଖରେ ଦିନରାତି ପୋଲିସ ଜଗି ରହିଲେ । ସେ ବାହାରକୁ ଯାଇ ପାରିଲେ ନାହିଁ କିମ୍ୱା କେହି ବାହାରୁ ଆସି ତାଙ୍କ ସହିତ ସହଜରେ କଥାବାର୍ତ୍ତା ହୋଇପାରିଲେ ନାହିଁ । ସବୁଥିରେ ପୋଲିସଙ୍କ କଟକଣା ରହିଲା ।


ସୁଭାଷ ନିଶଦାଢ଼ି ଛାଡ଼ିଦେଲେ । ବାବାଜୀ ହୋଇଯିବେ ବୋଲି ସମସ୍ତଙ୍କୁ ଜଣାଇଦେଲେ । ବେଶୀ କେହି ଭିତରକୁ ଆସିଲେ ନାହିଁ କିମ୍ୱା ସେ ବାହାରକୁ ବେଶୀ ଯିବାକୁ ଚାହିଁଲେ ନାହିଁ । ଦିନେ ଦୁଇଜଣ ଦାଢ଼ିବାଲା ବାବାଜୀ ସୁଭାଷଙ୍କୁ ଦେଖାକରିବାକୁ ଆସିଲେ । ପୋଲିସମାନେ ସେମାନଙ୍କୁ ଭଲ ଭାବରେ ଯାଞ୍ଚ କରି ଭିତରକୁ ଛାଡ଼ିଲେ । ସେମାନେ ଫେରିଲା ବେଳେ ପୁଣି ସେମାନଙ୍କୁ ଯାଞ୍ଚ କରି ବାହାରକୁ ଛାଡ଼ିଲେ । ଏମିତି ସେମାନେ କେତେ ଦିନ ଧରି ଯିବା ଆସିବା କଲେ । ପୋଲିସମାନେ ଆଉ ସେମାନଙ୍କୁ ଯାଞ୍ଚ କଲେ ନାହିଁ ।

ଶେଷରେ ସୁଭାଷ, ଗୋଟିଏ ଅଜଣା ବାଟ ବାଛିନେଲେ । ଯେଉଁ ଦେଶମାଟିକୁ ସ୍ୱାଧୀନ କରିବାକୁ ସେ ଚାହିଁଥିଲେ, ନିଜ ଜୀବନକୁ ତିଳ ତିଳ କରି ଜାଳିଥିଲେ, ସେଇ ମାଟିମାଆ କୋଳକୁ ସେ ଆଉ ଫେରି ନଥିଲେ । ୧୯୪୧ ମସିହା ଜାନୁୟାରୀ ମାସ ୧୫ ତାରିଖ । ସେଇ ବାବାଜୀ ଦୁହେଁ ସେମିତି ସୁଭାଷଙ୍କ ପାଖକୁ ଆସିଲେ । ସେମାନଙ୍କ ମଧ୍ୟରୁ ଜଣେ ନିଜର ନକଲି ନିଶଦାଢ଼ି ଆଉ ବାବାଜୀ ପୋଷାକ ବଦଳାଇଦେଲେ । ସୁଭାଷ ସେସବୁ ପିନ୍ଧି ପକାଇଲେ । ଅନ୍ୟ ଜଣଙ୍କ ସାଥରେ ବାହାରକୁ ଚାଲିଗଲେ । ପୋଲିସମାନେ ଆଉ ଯାଞ୍ଚ କରି ନଥିଲେ ।

ଫାଟକ ପାଖରୁ ଗୋଟିଏ ମଟରରେ ବସି ସୁଭାଷ କଲିକତାରୁ ୬୦ କଲେମିର ଦୂର ବର୍ଦ୍ଧମାନ ରେଳଷ୍ଟେସନକୁ ଗଲେ । ସେଠାରୁ ସେ ଗୋଟିଏ ମୌଲବୀ ବେଶ ଧରି ଟ୍ରେନରେ ବସିଲେ । ମୁହଁରେ ଲମ୍ବା ଦାଢ଼ି, ମୁଣ୍ଡରେ ଲମ୍ବା ଟୋପି, ଦେହରେ ଢିଲା ପାଇଜାମା ଆଉ ଅଚ୍‌କନ ! ତା ଆରଦିନ ରାତି ୯ଟାରେ ସେ ପେଶୱାଠାରେ ପହଞ୍ଚିଲେ । ସେଠାରୁ ଓହ୍ଲାଇଲା ମାତ୍ରେ ତାଙ୍କର ମନରେ ଦମ୍ଭ ଆସିଲା ।

ଗୋଟିଏ ମଟରରେ ବସି ସେ ପେଶୱାର ସହର ଭିତରେ ଥିବା ଜଣେ ମୁସଲମାନଙ୍କ ଘରକୁ ଗଲେ । ସେଇ ମୁସଲମାନ ଆଗରୁ ଏସବୁ କଥା ଜାଣିଥିବାରୁ ସେ ସୁଭାଷକୁ ଖୁବ୍ ଯତ୍ନରେ ତାଙ୍କ ଘରେ ରଖିଲେ । ତାଙ୍କ ପରାମର୍ଶ ଅନୁସାରେ ସେ ମୌଲବୀ ବେଶ ବଦଳାଇ ସେଠାରୁ ପଠାଣ ବେଶ ଧରିଲେ । ନିଜର ନାଁ ରଖିଲେ "ଜିଆଉଦ୍ଦି" | ମାତ୍ର ପଠାଣ ଭାଷା ଜାଣି ନଥିବାରୁ ସେ ଗୋଟିଏ ଖନାର ଅଭିନୟ କରିଥିଲେ । ତାଙ୍କ ସାଥିରେ ରହେମତ୍ ଖାଁ ନାମକ ଜଣେ ପଠାଣ ଥଲେ । ସେମାନେ ସାଥିହୋଇ ତମରୁଦ୍ ଗଲେ । ସେଠାରେ ଗୋଟିଏ ଗାଁରେ ରାତି କଟାଇଲେ । ଗାଁ ଲୋକମାନେ ସେମାନଙ୍କୁ ଫଳ, ଦୁଧ ଓ କଫି ଦେଇ ଚର୍ଚ୍ଚା କଲେ । ଖୁବ୍‌ ଶୀତ ପଡ଼ିଥିବାରୁ ଘୋଡ଼ି ହେବା ପାଇଁ ତାଙ୍କୁ କମ୍ବଳ ଦେଲେ । (୪୦)

ତା ଆରଦିନ ସକାଳୁ ସୁଭାଷ ତାଙ୍କର ବିଶ୍ୱାସୀ ବନ୍ଧୁ କେତେ ଜଣଙ୍କୁ ସଙ୍ଗରେ ନେଇ ଆଫଗାନିସ୍ତାନ ଆଡକୁ ଚାଲିଲେ |୧୫/୨୦ କିଲୋମିଟର ଦୂର ଯିବା ପରେ ଗୋଟିଏ ଗାଁରେ ପହଞ୍ଚିଲେ |ସେଠାରେ ରାତିଟି କଟାଇ ପରଦିନ ସକାଳୁ ସେମାନେ ପୁଣି ଆଗେଇଲେ |ସୁଭାଷଙ୍କର ତ ଏତେ ବାଟ ଚଲା ଅଭ୍ଯାସ ନଥିଲା |ତେଣୁ ସେ ଖୁବ ଅବଶ ହୋଇଡିଲେ |ରାତିଟି ସେଠାରେ କଟାଇ ସକାଳୁ କାବୁଲ ନଦୀ ପାର ହୋଇଗଲେ।

ସୁଭାଷ ସିନା କାବୁଲ ମାଟିରେ ପାଦ ଦେଲେ ,ମାତ୍ର କାବୁଲ ସ ହର ସେଠାରେ ବ ହୁଦୂର |ପକ୍ କା ରାସ୍ତା ପଡିଲା |ବସ୍ ମଧ୍ଯ ଯା 'ଆସ କରୁ ଥିଲା | କିନ୍ତୁ ସେ ବସ୍ ରେ ଭାରି ଭିଡ | ସେ ଓ ତାଙ୍କର ଜଣେ ସାଙ୍ଗ ରହେମତ୍ ବସ୍ ଛାତ ଉପରେ ବସି କାବୁଲରେ ପ ହଞ୍ଚିଲେ | ରାତି ରେ ସେମାନେ ଯେଉଁ ସରେଇ ଘରେ ବଶ୍ରାମ ନେଲେ ତା ହା ଏତେ ଅପରିଷ୍କାର ଯେ ସୁଭାଷ ଭକ୍ କରି ବାନ୍ତି କରି ପକାଇଲେ |ପରେ ଜଣେ ଭାରତୀୟ ବ୍ଯବସାୟୀଙ୍କ ସାଥିରେ ରାତିଟି କଟାଇଲେ |ଏମିତି କାବୁଲ୍ ଓ କାନ୍ଦାହାରରେ ୪୩ ଦିନ କଟିଲା | ହାଡଭଙ୍ଗା ଶୀତ କାକର ଆଉ ବରଫ ବର୍ଷା ଭିତରେ ସେମାନେ ବୁଲୁଥିଲେ |


ଏଣେ ଇଂରେଜ ସରକାର ୧୧ ଦିନ ପରେ ଜାଣିବାକୁ ପାଇଲେ ଯେ ସୁଭାଷ ବୋଷ ଖସି ପଳାଇଛନ୍ତି |କିମିତି ଗଲେ , କୁଆଡେ ଗଲେ, କେତେବେଳେ ଗଲେ୍, ସରକାର ଠିକ୍ କରି ପାରିଲେ ନାହିଁ |ପୋଲିସମାନେ ଚଉଦିଗରେ ଖୋଜାଲୋଡା କଲେ | କିନ୍ତୁ ଆଉ ପତ୍ତା ପାଇବା ସମ୍ଭବ ହେଲା ନାହିଁ |

ତାପରେ ସୁଭାଷ ଆଫଗାନିସ୍ତାନ, ଇଟାଲୀ,ରୁଷିଆ,ଜର୍ମାନୀ ପ୍ରଭୃତି ବହୁଦେଶକୁ ଯାଇ ଭାରତର ମୁକ୍ତି ପାଇଁ ସେମାନଙ୍କର ସାହାଯ୍ଯ ଚାହିଁଲେ | ମାତ୍ର ସେତେବେଳକୁ ଦ୍ୱିତୀୟ ପୃଥୀବୀ ମହାଯୁଦ୍ଧ ଲାଗିଯାଇ ଥିବାରୁ ଜର୍ମାନୀ ଛଡା ଆଉ କେଉଁ ଠାରୁ ସେ ଇଂରେଜ ସରକାରଙ୍କ ବିରୁଦ୍ଧରେ ସ ହ ଯୋଗ ପାଇଲେ ନାହିଁ |

ଜର୍ମାନୀର ରାଜଧାନୀ ବର୍ଲିନରେ ପ ଞ୍ଚିଲେ | ଜର୍ମାନୀର ସବୁଠୁଁ ଟାଣୁଆ ନେତା ହିଟାଲର ତାଙ୍କୁ ଖୁବ୍ ଆଦର ଅଭ୍ଯର୍ଥନା କଲେ | ଭାରତର ଶ୍ରେଷ୍ଠନେତା ଭାବରେ ସୁଭାଷଙ୍କୁ ସେ ସମ୍ବୋଧନ କରିଥିଲେ ଏବଂ ଭାରତର ସାଧୀନତା ପାଇଁ ଯାହା ଦରକାର ସବୁ କରିବାକୁ ଜବାବ ଦେଇଥିଲେ। ଇଂରେଜ ସେନା

ବ ହିନୀ କାର୍ଯ୍ଯ କରୁଥିବା ବ ହୁ ଭାରତୀୟ ସୈନ୍ଯ ସେତେବେଳେ ବନ୍ଦୀ ଥିଲେ। ହିଟଲର ସେମାନଙ୍କୁ ମୁକାଳି ଦେଲେ। ସେମାନଙ୍କୁ ନେଇଁ ସୁଭାଷ ନୁଆ ସୈନ୍ଯବାହିନୀ ଗଢ଼ିଲେ । ତାର ନାଁ ଦେଲେ "ଆଜଦ ହିନ୍ଦ ଫୌଜ " । ସେ ହେଲେ ଏହାର ସେନାପତି । ଯେଉଁମାନେ ଇଁରେଜ ସରକାର ପାଇଁ କାମ କରି ବନ୍ଦି ହୋଇଥିଲେ, ସେମାନେ ସେଇ ସରକାର ବିରୁଦ୍ଧରେ କାମ କରି ନିଜ ଦେଶକୁ ସ୍ୱାଧୀନ କରିବେ , ଏହାଠାରୁ ବଳି ସୌଭାଗ୍ଯର କଥା ଆଉ କଣ ଅଛି ? ପୁଣି ସୁଭାଷଙ୍କ ନେତୃତରେ କାର୍ଯ୍ଯ କରିବାକୁ ସେମାନଙ୍କର ଆନନ୍ଦ ଓ ଗ ର୍ବ ବ ହୁଗୁଣ ବଢ଼ିଗଲା ।

ସୁଭାଷ ବୋଷ ଜର୍ମାନୀରୁ ଜାପାନ ଗଲେ । ସେତେବେଳେ ଏହି ଉଭୟ ଦେଶ ମିଶି ଇଂରେଜ ବିରୁଦ୍ଦରେ ଲଢ଼େଇ କରୁଥାନନ୍ତି ।ଇଂରେଜ ସୈନ୍ଯମାନଙ୍କୁ ହଟାଇ ସେମାନେ ଶ୍ଯାମଦେଶ,ସିଙ୍ଗାପୁର, ମାଳୟ , ବ୍ରହ୍ମ ଦେଶ ପ୍ରଭୃତି କେତେ ଦେଶକୁ ଦଖଲ କରି ନେଇଥାନ୍ତି ।ଏହିସବୁ ଦେଶରେ ଇଂରେଜ ସେନା ବାହିନରେ ଲଢ଼େଇ କରି ବ ଏହାକୁ ହୁ ଭାରତୀୟ ସୈନ୍ଯ ବନ୍ଦୀ ହୋଇଥିଲେ । ସେମାନଙ୍କୁ ନେଇ ବିପ୍ଲବୀ ରାସବିହାରୀ ବୋଷ ଜାପନରେ ଗୋତିଏ ସୈନ୍ଯ ଦଳ ଗଢ଼ିଥିଲେ ।ସୁଭାଷଙ୍କୁ ସେ ଏହି ସୈନ୍ଯ ଦଳର ସେନାପତି କରିଦେଲେ । ମଧ୍ଯ ଆଜଦ୍ ହିନ୍ଦ୍ ଫ ଉଜ ସ ହିତ ସାମିଲ କରି ଦିଆଗଲା ।


ସୁଭାଷ ଆଜାଦ୍ ହିନ୍ଦ୍ ଫ ଉଜର ସେନାପତି ହେଲା ପରେ ହଜାର ହଜାର ଲୋକ ଏଥିରେ ଯୋଗଦେଲେ ।ତାଙ୍କ କଥାରେ କି କୁହୁକ ଥିଲା କେଜାଣି କି ସ୍ତ୍ରୀ ,କି ପୁରୁଷ , କି ହିନ୍ଦୁ , କି ମୁସଲମାନ , କି ପାର୍ସୀ ,କି ଖ୍ରୀଷ୍ତୀୟାନ ଏହି ଫ ଉ ଫଳରେ ଆଜଦ୍ ହିନ୍ଦ୍ ଫ ଉଜରେ ପ୍ରାୟ ଦେଢ଼ ଲକ୍ଷ ଲୋକ ଏହାର ସଭ୍ଯ ହୋଇଥିଲେ । ଲକ୍ଷ ଲକ୍ଷ ଜରେ ମିଶିଲେ । ଟଙ୍କା ପିଇସାଠାରୁ ସୁନା ରୂପାର ଅଳଙ୍କଆର ଯାଏ ,ସବୁ ଯୁଦ୍ଧପାଣ୍ଠିକୁ ଦାନ କଲେ । ଟଙ୍କା ଫ ଉଜ ପାଇଁ ମିଳିଲା ଆଉ ଲକ୍ଷ ଲକ୍ଷ ଲୋକ ଫ ଉଜ ପାଇଁ କାର୍ଯ କରିବାକୁ ବାହାରି ପଡ଼ିଲେ । ନିଜ ରକ୍ତରେ ସେମାନେ ଦସ୍ତଖତ୍ (୪୨)


କରି ଦେଶମାତାକୁ ସ୍ବାଧୀନ କରିବାକୁ ଜୀବନ ଦେବେ ବୋଲି ଶପଥ ନେଲେ |

୧୯୪୪ ମସିହା ଫେବୃୟାରୀ ୪ ତାରିଖରେ ଭାରତ ଓ ବ୍ରହ୍ମ ଦେଶର ସୀମାରେ ଆଜାଦ ହିନ୍ଦ୍ ଫଉଜ ପହ ଞ୍ଚିଥିଲା | ଏହାର ସୈନ୍ଯମାନଙ୍କ ମନରେ ପ୍ରବଳ ଉତ୍ସହ ଓ ଉନ୍ମଦନା ଖେଳିଯାଇଥିଲା | ଏହାର ପ୍ରଧାନ ସେନାପତି ଭାବେରେ ନେତାଜୀ ସୁଭାଷ ସେନାନଙ୍କୁ ଚେତାଇ ଦେଇ କହିଥିଲେ-ଦେଖ, ଆଗକୁ ଚାହଁ |ଆଗରେ ତୁମ ଦେଶର ନଦୀ ପାହାଡ,ବଣ ଜଙ୍ଗଲ ଠିଆ ହୋଇଛି | ଆର ପଟେ ଆମର ମାଟି ମାଆ | ଅମେ ତାର କୋଳକୁ ଫେରୁଛୁଁ | କାନଡେରି ଶୁଣ ଏଇ ମାଆ ଅମକୁ ଡାକୁଛି | ଏହାର ରାଜଧାନୀ ଦିଲ୍ଲୀ ହାତ ଠାରୁଛି | ଭାରତର ତିରିଶ କୋଟି ଭାଇ-ଭଉଣୀ ଆଗକୁ ବିକଳ ସ୍ବରରେ ଡାକ ଛାଡୁଛନ୍ତି । ହେ ବୀର ସୈନ୍ଯଗଣ, ଉଠ, ଅସ୍ତ୍ର ଧର। କାମ କର ବା ଦେହ ଛାଡି , ଏଇ ମନ୍ତ୍ର ଉଚ୍ଚାରଣ କର । ଏଇ ଦୁଇଟିରୁ ଯେକଔଣସି ଗୋଟିକରେ ଆମର ଜୀବନ ଧନ୍ଯ ହେବ। ଦିଲ୍ଲୀର ପଥ, ସ୍ବାଧୀନତାର ପଥ । ଏବେ ଚାଲ, ଦିଲ୍ଲୀ ଚାଲ ।

ଆଜାଦ୍ ହିନ୍ଦ୍ ଫଉଜର ସୈନ୍ଯ ଓ ସେନାପତିଙ୍କ ମଧ୍ଯରେ ଅପୂର୍ବ ଉନ୍ମାଦନା ଓ ଉତ୍ତେଜନା ଖେଳିଗଲା। ଦେଶ ମାତାକୁ ବିଦେଶୀ ଶାସନର ବେଡି ବନ୍ଧନରୁ ମୁକୁଳାଇବା ପାଇଁ ପ୍ରାଣ -ଉଚ୍ଛୁଳା ଆଶା ଆଉ ଆନନ୍ଦ ; ଫଉଜ ଆଗେଇ ଚାଲିଲା । ଇଂରେଜ ସୈନ୍ଯମାନଙ୍କୁ ହଟାଇ ସେମାନେ ଅଳ୍ପ ସମୟ ମଧ୍ଯରେ ହଜାର ହଜାର କିଲୋମିଟର ଭୂଇଁ ଦଖଲ କରିଗଲେ। ଯେଉଁଠିକୁ ଗଲେ ସେଠି ଉଡିଲା ଭାରତର ତ୍ରିରଙ୍ଗ ପତାକା । ସେସବୁ ଅଞ୍ଚଳ ଆଜାଦ୍ ହିନ୍ଦ୍ ଫଉଜର ଅଧୀନକୁ ନିଆଗଲା । ସେ ହେଲା ସ୍ବାଧୀନ ।

ଆଜାଦ୍ ହିନ୍ଦ୍ ଫଉଜର ଅପୂର୍ବ ବୀରତ୍ବ ଓ ସଫଳତାରେ ଇଂରେଜ ସରକାର ଭୟଭୀତ ହୋଇ ପଡିଲେ । ଭାରତର ପୂର୍ବ ଅଞ୍ଚଳରେ ଇଂରେଜ ସୈନ୍ଯମାନଙ୍କ ଛାଉଣିରେ କୋକୁଆଭୟ ଖେଳିଗଲା । କୋହିମା, ଆରାକାନ୍ ଓ ମଣିପୁର ଅଞ୍ଚଳରେ ଫଉଜର ଅଧିକାର ସାବ୍ଯସ୍ତ ହୋଇ ଗଲା । ମଣିପୁର ରାଜଧାନୀ ଇମ୍ଫାଲକୁ ମଧ୍ଯ ଫଉଜର ସୈନ୍ଯମାନେ ଘେରାଉ କରିନେଲେ । ଇଂରେଜ ସେନାଛାଉଣିରୁ ବହୁ ଅସ୍ତ୍ରଶସ୍ତ୍ର ଓ ଖାଦ୍ଯପଦାର୍ଥ ମିଳିଗଲା । ସେମାଙ୍କ ପାଖରେ ପ୍ରଥମରୁ ଦେଶୀ କିୱହି ତୋପ-କମାଣ ଓ ଗୁଳିଗୁଳା ନଥିଲା। କିନ୍ତୁ ଏବେ ସେସବୁର ଅଭାବ ରହିଲା ନାହିଁ।

ହେଲା ଠିକ ସେତିକିବେଳେ ଜର୍ମାନୀ ଓ ଜାପାନ ଯୁଦ୍ଧରେ ହତି ଗଲେ। ଅଜାଦ୍ଦ ହିନ୍ଦ୍ ଫୁଜ ସେମାନ ଠାରୁ କିଛି ସାହାଯ୍ଯ ସ ହଯୋଗ ପାଇଲେ ନାହିଁ। ପୁଣି ଭାରତର ସେହି ଅଞ୍ଚଳ ପାହାଡ଼ଜଙ୍ଗଲ ପରିପୁର୍ଣ୍ଣ ଆଉ ସେଠାରେ ବର୍ଷାଋତୁ ଅଧୀକ କାଳସ୍ଥାଇ। ସେତେବେଳେ ବର୍ଷାଋତୁ ଆରମ୍ଭ ହୋଇ ପ୍ରବଳ ବର୍ଷା ଲାଗିରହିଲା। ନ୍ତ୍ରମେ ଖାଦ୍ଯ ଓ ହାଥତିହାରର ଅଭାବ ପଡ଼ିଲା। ପାଗ ଖରାଫ ହେଲା ବେଳକୁ ଇଁରେଜ ସୈନ୍ଯମାନଙ୍କର ପ୍ରତି ଆକ୍ରମଣ ଆରମ୍ଭ ହୋଇଗଲା।ଅନେକ ଆଜାହିନ୍ଦ୍ ସୈନ୍ଯମସଙ୍କ ହାତରେ ବନ୍ଦୀ ହେଲେ। ତେଣୁ ସୁବାଷ ବୋଷ ବାଧ୍ଯ ହୋଇ ଫୁଜର ସନ୍ଯମାନ ଙ୍କୁ ପଛକୁ ହଟି ଆସିବାକୁ ନିର୍ଦ୍ଦେଶ ଦେଲେ।

ଆଜଦ ହିନ୍ଦ୍ ଫୁଜ ସୁଯୋଗ ଅସିବା ଅପେକ୍ଷାରେ ଥା'ନ୍ତି। କିନ୍ତୁ ଦୁର୍ଯୋଗ ହିଁ ଆସିଲା। ଆମେରିକା ସୈନ୍ଯ ଓ ସୈନ୍ଯମାନେ ମିଳି ଏକାଠି ବ୍ରହ୍ମଦେଶ ଉପରେ ଅନ୍ତ୍ରମଣ କଲେ। ଜାପାନୀ ସୈନ୍ଯ ମାନେ ଏଥୀରେ ଛିନ୍ନକ୍ଛନ୍ତ୍ର ହୋଇଗଲେ। ତେଣୁ ଜାପାନି ମାନଙ୍କ ଠାରୁ ଯେଉଁ ସାହାଯ୍ଯ ଅଶା କରିଥିଲେ, ତାହା ମିଳିଲା ନାହିଁ। ସବୁ ଆଡ଼ୁ ପ୍ରତିକୂଳପରିପ୍ରତିର ସମ୍ମୁଖୀନ ହୋଇ ନେତାଜୀ ସୁବାଷ ଦିଲ୍ଲୀ ଚାଲ ଅଭିଯାନ ବନ୍ଦ କାରିବାକୁ ବଧ୍ଯ ହେଲେ। କିନ୍ତୁ ସେ ନିରାଶ ହୋଇ ପସିନଥିଲେ। ମନରେ ତାଙ୍କର ଉଚ୍ଛଳ ଆଶା ଓ ସ୍ୱାଧୀନତାର ନିଶା ସେମିତି ଭରି ରହିଥିଲା।

୧୯୪୫ ମସିହା ଅଗଷ୍ଟ ମାସ ୧୫ ତାରିଖ ।ଅଜାଦ ହିନ୍ଦ୍ ଫୁଜର ସୈନ୍ଯମାଙ୍କୁ ଉଦ୍ବଦୋନ ଶୁଣାଇ ଖିଥିଲେ- ଆମର ପ୍ରଥମ ଚେଷ୍ଟା ବିପଳ ହୋଇଥିଲେ ହେଁ ତାହା ଆମର ଶେଷ ଚେଷ୍ଟା ନୁହେଁ। ଆମଙ୍କୁ ପୁଣି ଥରେ ଚେଷ୍ଟା କରିବାକୁ ସଫଳ ହେବ। ଭାରତମାତା ସ୍ୱାଧିନ ହେବ। ସେଦିନ ଆଉ ବେଶୀଦୂର ନୁହେଁ, ଅତି ନିକଟ। ହେ ବୀର ସେନ୍ଯଗଣ, କଳ୍ପନାର ଆଖୀ ମେଲି ସେହି ପବିନ୍ତ୍ର ଦିନତିକୁ ଦେଖ। ଦିଲ୍ଲୀର ଜାତିୟ ଭବନରେ ସେଦିନ ଭାରତର ସ୍ୱାଧିନ ନ୍ତ୍ରି ରଙ୍ଗ- ପତାକା ଫର ଫର ହୋଇ ଉଡ଼ିବ। ଐତିହାସିକ ପ୍ରାଚୀନ ଲାଲକିଲାରେ ସ୍ୱଧୀନତାର ବିଜୟ ଉସ୍ଚବ ପାଳିତ ହେବ । ଭାରତବାସୀମାନେ ପ୍ରାଣପୂର୍ଣ୍ଣ ଆନନ୍ଦରେ ମାତି ଉଠିବେ ।


ତାର ଦୁଇଦିନ ପରେ ନେତାଜୀ ସୁଭାଷ ଊଡାଜାହାଜରେ ଜାପାନର ରାଜଧାନୀ ଟୋକିଓକୁ ଯାଊଥିଲେ ! ହୁଏତ ଶେଷ ଚେଷ୍ଟା କରିବାକୁ…। ବାଟରେ ସେହି ଉଡାଜାହାଜରେ ନିଆଁ ଲାଗିଗଲା । ତାହା ଜଳି ଜଳି ତଳକୁ ଖସି ପଡିଲା । ସେଇ ଜଳନ୍ତା ଜାହାଜରୁ ସୁଭାଷଙ୍କୁ ଉଦ୍ଧାର କରି ଗୋଟିଏ ଡାକ୍ତରଖାନାକୁ ନିଆଯାଇଥିଲା । ସେଇଠି ସେ ସବୁଦିନ ପାଇଁଆଖି ବୁଜି ଦେଲେ ।କେତେକେ ଏହି କଥା ବିଶ୍ୱାସ କରନ୍ତି ନାହିଁ।ଏବେବି ସେ ବଞ୍ଚିଛନ୍ତି ବୋଲି ସେମାନେ କହନ୍ତି।


ତେବେ ଯାହାହେଉ ପଛେ ଦେଶମାତାକୁ ସ୍ୱାଧୀନ କରିବା ପାଇଁ ତାଙ୍କ ମନର ଆକୁଳତା ଓ ଛାତିର ବଳବହପ ଯୁଗଯୁଗକୁ ଅଭୁଲା ହୋଇ ରହିବ । ସେ ମରିଥିଲେ ମଧ୍ୟ ଅମର ହୋଇ ରହିବେ । ତାଙ୍କର କଥା ଆଜି ସତ ହୋଇଛି । ଆମରି ଦେଶ ଆଜି ସ୍ୱାଧୀନ । ଫିରିଙ୍ଗ ଫଉଜ ହଟି ଯାଇଛନ୍ତି । ବିଦେଶୀ ଶାସନ କଳା ଅନ୍ଧାର ଅପସରି ଯାଇଛି । ତାଙ୍କର ସେଇ ଆଶା ଓ ଆଶ୍ୱାସନାର ବାଣୀ ସବୁଦିନକୁ ସ୍ମରଣୀୟ ହୋଇ ରହିବ ।

ତାଙ୍କାର ଉଦ୍ଦେଶ୍ଯରେ ଆମେ ଆଜି ଗାଇବା:- ନେତାଜୀ ଆମରି ଦେଶର ଆଗୁଆ ସନ୍ତାନ; ମାଟି ମାଆ ପାଇଁ ସହିଲା ସେ ଶତ କଷଣ ।


ସାରା ଭାରତକୁ ତତାଇଲା ସିଏ ମତାଇଲା । ଜୀବନ ସଳିତା ତିଳ ତିଳ କରି ଜଳାଇଲା ।


ଠେଲିଦେଲା ପାଦେ ସବୁ ସୁଖଶାନ୍ତି ହାକିମାତି; ବରିନେଲା ଯେତେ ଦୁଃଖଜଞ୍ଜାଳ ମେହନତି ।


ସାଧୀନତାର ସଂଗ୍ରାମ ତାର ସ୍ମରଣୀୟ ।

ଆମରି ମାଟିର ଅମର ଶହୀଦ ବନ୍ଦନୀୟ । ଛବି ଛବି

ବୀର ସେନାପତି ଦୋରା ବିଶୋଇ

ଅଷ୍ଟାଦଶ ଶତାଦ୍ଦୀଋ ଶେଷ ସମୟ । ଇଂରେଜମାନେ ଭାରତର ବିଭିନ୍ନ ରାଜ୍ୟରେ ରାଜୁତି ଆଋମ୍ଭ କରି ଦେଇଥିଲେ । ସେମାନେ ଆସ୍ତେ ଆସ୍ତେ ସେମାନଙ୍କ କ୍ଷମତା ବିସ୍ତାର କରୁଥାନ୍ତି । କଳେ, ବଳେ ଆଉ କୌଶଳେ । ଭାରତର ଛୋଟ ଛୋଟ ରାଜ୍ୟର ରାଜା ଜମିଦାରମାନେ ନିଜ ନିଜ ଭିତରେ ବାଦବିବାଦ, କଳି ତଳରାଳରେ ଲାଗିଥାନ୍ତି । କେଉଁ ରାଜ୍ୟରେ ରାଜା ଓ ତାଙ୍କ ପୁଅ ଭିତରେ ତ, ଆଉ କେଉଁଠି ରାଜା ଓ ସେନାପତି ମଧ୍ୟରେ ଅପଡ଼ ଓ ଅଶାନ୍ତି । କେଉଁଠି ଜମିଦାର କୃଷକଙ୍କ ମଧ୍ୟରେ ଭୁଲ ବୁଝାମଣା ତ କେଉଁଠି ରାଜା ପ୍ରଜାମାନଙ୍କ ଉପରେ ଅତ୍ୟାଚାର ଚଳାଇଥିଲେ । କେଉଁଠି ରାଜା ଆଉ ଜମିଦାରଙ୍କ ଦୁର୍ବଳତାର ସୁଯୋଗ ନେଇ କର୍ମଚାରୀ କିମ୍ବା ଭାଇ ବିରାଦରଙ୍କର ଶୋଷଣ ଚାଲିଥିଲା ।

ଇଂରେମାନେ ଏଇସବୁ ଗଣ୍ଡଗୋଳ ଆଉ ଅଶାନ୍ତିର ସୁଯୋଗ ନେଉଥିଲେ । କଙ୍କଡ଼ାକୁ ଗୋଳିପାଣି ସୁହାଏ । ସେମାନେ ଏଘର ମାଊସୀ ତ ସେଘର ସେଘର ପିଉସୀ ହୋଇ ନିଜର ଘର ଉଠାଉଥିଲେ । ଦୀପ ତେଜିଲେ ହାତ ଚିକ୍କଣ । ଦୁହିଁଙ୍କ ଭିତରେ ଅଶାନ୍ତିର ନିଆଁଜାଳି ନିଜର ସୁବିଧା କରୁଥିଲେ । ଆଖି ଦେଖାଇ ନିଜ ବଳରେ ଡ଼ରାଇ ଏଇ ରାଜା ଜମିଦାରମାନଙ୍କଠାରୁ କର ଆଦାୟ କରୁଥିଲେ । ଏଇ କରକୁ ପୁଣି ବର୍ଷକୁ ବର୍ଷ ବଢ଼ାଇ ଚାଲିଥିଲେ । ଫଳରେ ଲୋକଙ୍କ ଉପରେ କର ବୋଝ ବଢ଼ି ବଢ଼ି ଚାଲିଥିଲା । ରାଜା ଜମିଦାର ମାନେ ପ୍ରଜାମାନଙ୍କୁ ଧମକାଇ ଚମକାଇ ଏଇ କର ଆଦାୟ କରୁଥିଲେ । କେଉଁଠି ଅବସ୍ଥା ଅସମ୍ଭାଳ ହେଲେ ଲୋକେ ବିଦ୍ରୋହ କରୁଥିଲେ ବା କେଉଁଠି ରାଜା ଜମିଦାରମାନେ ଇଂରେଜମାନ‌ଙ୍କ ବିରୁଦ୍ଧରେ ବିଦ୍ରୋହ କରୁଥିଲେ ।

( ୪୮ )

ସମୟରେ ତାଙ୍କ ପୁଅ ଧନଞ୍ଜୟ ଭଞ୍ଜ ରାଜୁତି କଲେ । କିନ୍ତୁ ତାଙ୍କର ଅତ୍ୟାଚାର ଓ ଦୁନୀତି ଖୁବ୍ ପ୍ରବଳ ହେଲା । ଲୋକମାନେ ବି ଅତିଷ୍ଠ ହୋଇ ପଡ଼ିଲେ। ରାଜ୍ୟର ଋଣଭାର ବଢ଼ିବାରେ ଲାଗିଲା ।

ଶ୍ରୀକର ଭଞ୍ଜ ୧୭୯୫ ଖ୍ରୀଷ୍ଟାବ୍ଦରେ ତୀର୍ଥରୁ ଫେରି ପୁଣି ରାଜ୍ୟଭାର ନିଜ ହାତକୁ ନେଲେ । କିନ୍ତୁ ରାଜ୍ୟର ଋଣ ବୋଝ ଓ ଇଂରେଜ ସରକାରଙ୍କ ପାଊଣା ଏତେ ଅଧିକ ବଢ଼ିବାରେ ଲାଗିଲା ଯେ ଶାସନ ଚଳାଇବାକୁ ଅକ୍ଷମ ହୋଇ ପଡ଼ିଲେ । କିନ୍ତୁ ଘୋଷଣା କଲେ ଯେ ଜିଲ୍ଲା କଲେକ୍ଟରଙ୍କ ନିଯୁକ୍ତ ଏଜେଣ୍ଟଙ୍କ ଖରାପ ବ୍ୟବହାର ଓ ଜାଲିଆତି ଯୋଗୁଁ ସେ ରାଜ୍ୟ ଶାସନରୁ ଇସ୍ତଫା ଦେଲେ । ଏଇ ସମୟରେ ପାରଳାଖେମୁଣ୍ତିର ରାଜା ଜଗନ୍ନାଥ ଦେଓ ଓ ବିଜୟନଗରମ୍‌ର ରାଜା ମଣିଦେଓ ଇଂରେଜ ସରକାରଙ୍କ ଉପରେ ବିରକ୍ତ ହୋଇ ତାଙ୍କ ବିରୁଦ୍ଧରେ ବିଦ୍ରୋହ ଘୋଷଣା କରିଥିଲେ ।

ଶ୍ରୀକର ଭଞ୍ଜ ଘୁମୁସୁର ପାଇକମାନଙ୍କୁ ଧରି ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ୧୮୦୧ମସିହାରେ ପାରଳାଖେମୁଣ୍ଡି ଓ ବିଜୟନଗରମ୍ ସୈନ୍ୟମାନେ ମଧ୍ୟ ଇଂରେଜ ଫଉଜଙ୍କ ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଇଂରେଜମାନେ ଏମିତି ଷଣ୍ଢୁଆସି ଆକ୍ରମଣର ଆଶଙ୍କା କରି ନଥିଲେ । ହେଲେ ସୁଦ୍ଧା ଫିରିଙ୍ଗ ସରକାରଙ୍କ ଶକ୍ତିଶାଳୀ ହାତ ହତିଆର ଓ ଆଧୁନିକ ଯୁଦ୍ଧ କୌଶଳମାନ ଯୋଗୁ୍ଁ ଏଇ ବିଦ୍ରୋହକୁ ଦମନ କରିଦେଲେ।


ଫିରିଙ୍ଗ ସରକାର ପକ୍ଷରୁ ଘୋଷଣା କରାଗଲା ୟେ ଶ୍ରୀକର ଭଞ୍ଜ ଘୁମୁସର ରାଜଗାଦିରୁ ତଡା ଖାଇଲେ ଏବଂ ତାଙ୍କ ପୁଅ ଧନଞ୍ଜୟ ଭଞ୍ଜ ଘୁମୁସର ରାଜା ହେଲେ । କିନ୍ତୁ ଶ୍ରୀକର ଭଞ୍ଜ ଲୁଚିଛପି ରାଜ୍ୟଭିତରେ ନାନାପ୍ରକାର ଗୋଳମାଳ ସୃଷ୍ଟି କରୁଥିଲେ । କିନ୍ତୁ ୧୮୦୭ ବା ୧୮୦୮ ବେଳକୁ ଘୁମୁସର କନ୍ଧମାନଙ୍କ ସହିତ ଶ୍ରୀକର ଭଞ୍ଜଙ୍କର ଅପଡ଼ ହେଲା, ନିଜ ପୁଅ ଧନଞ୍ଜୟ ଭଞ୍ଜ ମଧ୍ୟ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରି ରାଜ୍ୟରୁ ତାଙ୍କୁ ତଡ଼ିବାର ବ୍ୟବସ୍ଥା କଲେ। ଫଳରେ ଶ୍ରୀକର ଭଞ୍ଜ ଜଣେ ସନ୍ନ୍ୟାସୀ ଭାବରେ ସାତବର୍ଷ କାଳ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କଲେ।

ଏଣେ ୧୮୧୪ ମସିହା ବେଳକୁ ଧନଞ୍ଜୟ ଭଞ୍ଜଙ୍କ ବିରୁଦ୍ଧରେ ମାତୃହତ୍ୟା ଓ ଅନ୍ୟାନ୍ୟ ଅପରାଧର ଅଭିଯୋଗ ହେଲା । ମାଲିମକଦ୍ଦମା

( ୪୯ )

ମଧ୍ୟ ଚାଲିଲା । ସେ କିନ୍ତୁ ଏହାର ପ୍ରତିବାଦ କଲେ । ଶେଷରେ ୧୮୧୫ ଖ୍ରୀଷ୍ଟାବ୍ଦରେ ତାଙ୍କର ଜମିଦାରୀ ଫିରିଙ୍ଗ ସରକାରଙ୍କ ଦ୍ୱାରା ବାଜ୍ୟାପ୍ତ କରାଗଲା । ଧନଞ୍ଜୟ ଭଞ୍ଜ ଏହାର ପ୍ରତିରୋଧ କରିବାରୁ ଫ୍ଲେଚର ସାହେବଙ୍କୁ ତାଙ୍କୁ ଦମନ କରିବାକୁ ପଠାଗଲା । ରାଜାଙ୍କର କୁଲାଡ଼ ଗଡ଼କୁ ଫିରିଙ୍ଗ ଫଉଜ ଦଖଲ କରିନେଲେ । ଧନଞ୍ଜୟ ଭଞ୍ଜ ମଧ୍ୟ କଲେକ୍ଟରଙ୍କ ନିକଟରେ ଆତ୍ମସମର୍ପଣ କଲେ । ସର୍କିଟ କୋର୍ଟରେ ତାଙ୍କର ବିଚାର ହେଲା । ମାତ୍ର ଶେଷରେ ତାଙ୍କୁ ଛାଡ଼ିଦିଆଗଲା ଏବଂ ଚିଙ୍ଗେଲପୁର ଜେଲକୁ ଜଣେ ସରକାରୀ ବନ୍ଦୀ ଭାବରେ ପଠାଇ ଦିଆଗଲା ।

ଏଇ ସମ‌ୟରେ ଦୋରା ବିଶୋଇ ନାମକ ଜଣେ କନ୍ଧ ସର୍ଦ୍ଦାର ଘୁମୁସର ରାଜ୍ୟରେ ପ୍ରଭୁତ୍ୱ ବିସ୍ତାର କରିଥିଲେ । ତାଙ୍କ ପ୍ରେରଣାରେ ପାରଳାଖେମୁଣ୍ଡି, ଘୁମୁସର, ଶେରଗଡ଼ ପ୍ରଭୃତି ଅଞ୍ଚଳରେ ବାରମ୍ବାର ବିଦ୍ରୋହ ମୁଣ୍ଡ ଟେକୁଥିଲା । ଗଞ୍ଜାମର ଜମିଦାର, ବିଶୋଇ ଓ ପାଇକମାନେ ଖୁବ୍ ସ୍ୱାଧୀନତାପ୍ରେମୀ ଥିବାରୁ ସେମାନେ ଫିରିଙ୍ଗ ସରକାରଙ୍କୁ ମାନିନେଲେ ନାହିଁ । ଯୁଗ ଯୁଗ ଧରି ସେମାନେ ଯେଉଁ ସ୍ୱାଧୀନତାର ସ୍ୱାଦ ଚାଖିଥିଲେ, ଫିରିଙ୍ଗ ସରକାରଙ୍କ କାଇଦା କଟକଣା ସେଥିରେ ବାଧାଦେଲା । ସେମାନେ ଇଂରେଜମାନଙ୍କର ପ୍ରଭୁତ୍ୱକୁ ଘୃଣା କଲେ । ୧୭୫୩ରୁ ଗଞ୍ଜାମ ଫିରିଙ୍ଗ ସରକାରଙ୍କର ସୈନ୍ୟବଳ ଓ ଅସ୍ତ୍ରଶସ୍ତ୍ର ପାଖରେ ଗଞ୍ଜାମର ପାଇକ ଏବଂ ବିଶୋଇମାନଙ୍କର ଦୃଢ ମନୋବଳ, ସ୍ୱାଧୀନପ୍ରୀତି ଓ ଅପୂର୍ବ ସାହସ ଶେଷରେ ହାର ମାନିବାକୁ ବାଧ୍ୟ ହେଲା ।

ଯେଉଁ ବୀର ସର୍ଦ୍ଦାରମାନେ ଇଂରେଜ ସରକାରଙ୍କୁ ଅତ୍ୟନ୍ତ ହନ୍ତସନ୍ତ କରି ପକାଇଥିଲେ, ସେମାନଙ୍କ ମଧ୍ୟରେ ଦୋରା ବିଶୋଇ ପ୍ରଧାନ । ସେ ୧୭୮୦ ଖ୍ରୀଷ୍ଟାବ୍ଦରେ କୁଲାଡ଼ ନିକଟରେ ଥିବା ବିଞ୍ଜଗିରି ଗ୍ରାମରେ ଜନ୍ମ ହୋଇଥିଲେ। ସେ ଜାତିରେ ବେଣିଆ କନ୍ଧ ଥିଲେ ହେଁ ପିଲାଦିନୁ ଯୁଦ୍ଧବିଦ୍ୟା ଶିକ୍ଷା କରିଥିଲା । ଗାଁର ଆଖଡାଘରେ ସେ କୁସ୍ତିକସରତ, ବାଡିଖେଳ, ଖଣ୍ଡାଖେଳ ଓ ମଲ୍ଲଯୁଦ୍ଧ ପ୍ରଭୃତି ଅଭ୍ୟାସ କରୁଥିଲେ । ଅଳ୍ପ ବ‌ୟସରେ ସେ ଧନୁଶର, ଖଣ୍ଡାଖେଳ ଓ ମଲ୍ଲଯୁଦ୍ଧରେ ସମସ୍ତଙ୍କୁ ଟପି ଯାଇଥିଲେ ।ଚାରିଆଡେ ଦୋରା ବିଶୋଇଙ୍କର ବୀରତ୍ୱ ପ୍ରଚାରିତ ହୋଇଗଲା ।
( ୫୦ )

ଧନଞ୍ଜୟ ଭଞ୍ଜ ପୁଣି ଘୁମୁସରର ରାଜଗାଦିରେ ବସିଥିଲେ । କିନ୍ତୁ ଇଂରେଜ ସରକାରଙ୍କୁ ରାଜସ୍ୱ ନ ଦେବା ଫଳରେ ୧୮୩୫ରେ କଲେକ୍ଟର ଷ୍ଟିଫେନସନ ତାଙ୍କୁ ଧମକ ଦେଲେ । ଏକ ମାସ ମଧ୍ୟରେ ରାଜସ୍ୱ ବକେୟା ସବୁ ଦାଖଲ ନ କଲେ ତାଙ୍କର ଜମିଦାରୀ ବାଜ୍ୟାପ୍ତି ହୋଇଯିବ ବୋଲି ଜଣାଇଦେଲେ । ସେତେବେଳେ ଧନଞ୍ଜୟ ଦୋରା ବିଶୋଇଙ୍କୁ ତାଙ୍କ ସୈନ୍ୟ ବାହିନୀର ପ୍ରଧାନ ସେନାପତି ଭାବରେ ନିଯୁକ୍ତ କରିଥିଲେ । ତାଙ୍କର ବୀରତ୍ୱ ଓ ସାହସରେ ମୁଗ୍‌ଧ ହୋଇ ତାଙ୍କୁ "ବୀରବର ପାତ୍ର" ଉପାଧି ଦେଇଥିଲେ । ଇଂରେଜ ସରକାରଙ୍କ ଧମକରେ ଡରି ନଯାଇ ତାଙ୍କୁ ମୁକାବିଲା କରିବା- ପାଇଁ ଦୋରା ରାଜାଙ୍କୁ ପରାମର୍ଶ ଦେଲେ । ୧୮୩୫ ମସିହାରେ ଫିରିଙ୍ଗ ଫ‌ଉଜ କୁଲାଡ଼ ଗଡ଼କୁ ଆନ୍ରମଣ କଲେ । ଭୟଙ୍କର ଯୁଦ୍ଧ ହେଲା । ଶେଷରେ ଘୁମୁସରର ସୈନ୍ୟମାନେ ପରାସ୍ତ ହେଲେ । କୁଲାଡ଼ ଗଡ଼କୁ ଇଂରେଜମାନେ ଦଖଲ କରିନେଲେ ।

ଧନଞ୍ଜୟ ଭଞ୍ଜ ଘଞ୍ଚ ଜଙ୍ଗଲକୁ ପଳାୟନ କଲେ ଏବଂ ସେଠାରେ ମୃତ୍ୟୁବରଣ କଲେ । ଦୋରା ବିଶୋଇ କିନ୍ତୁ ତାଙ୍କର ସୈନ୍ୟମାନଙ୍କୁ ଇଂରେଜମାନଙ୍କର ମୁକାବିଲା କରିବାକୁ ପ୍ରସ୍ତୁତ କଲେ । ଘୁମୁସର ଛାଡ଼ି ସେ ତୋରାବାଡ଼ି ଗାଁରେ ରହିଲେ । ସେଠାରେ ସେ ଏକ ଯୁଦ୍ଧଶିକ୍ଷାକେନ୍ଦ୍ର ଗଢ଼ିଲେ । ନାନାସ୍ଥାନରୁ ଯୁବକମାନେ ଆସି ସେଠାରେ ଯୁଦ୍ଧବିଦ୍ୟା ଶିକ୍ଷା କଲେ । ସେମାନଙ୍କ ମଧ୍ୟରେ ଅଧିକାଂଶ କନ୍ଧ ସଂପ୍ରଦାୟର ଥିଲେ ଏବଂ ସେମାନଙ୍କ ସାହସ ଓ ସ୍ୱାଧିନତା ପ୍ରେମ ସମସ୍ତଙ୍କଠାରୁ ବଳିଯାଇଥିଲା ।

୧୮୧୭ ମସିହାରେ ଖୋର୍ଦ୍ଧାର ପାଇକ ବିଦ୍ରୋହ ଚାଲିଥିଲା ବେଳେ, ଦୋରା ପାଞ୍ଚଶହ କନ୍ଧ ସୈନ୍ୟଙ୍କୁ ଫିରିଙ୍ଗ ସରକାର ବିରୁଦ୍ଧରେ ଲଢ଼ିବାକୁ ପଠାଇଥିଲେ । ସେମାନେ ଖୋର୍ଦ୍ଧାରେ ଫଞ୍ଚିବା ମାତ୍ରେ ବିଦ୍ରୋହର ନିଆଁ ହୁତ୍ ହୁତ୍ ହୋଇ ଜଳି ଉଠିଥିଲା ।

ଏଣେ ଘୁମୁସର ରାଜ୍ୟରେ ଇଂରେଜ ସୈନ୍ୟମାନେ ଆଗକୁ ଆଗକୁ

ମାଡ଼ିଚାଲିଥାନ୍ତି । ମାନ୍ଦ୍ରାଜରୁ ନୂଆ ନୂଆ ସୈନ୍ୟଦଳ ଆଉ ଶକ୍ତିଶାଳୀ ହାତ ହତିଆର ଆଣି ବିଦ୍ରୋହୀମାନଙ୍କୁ ଦମନ କରିବାକୁ ଇଂରେଜ ସରକାର

( ୫୧ )

ପ୍ରାଣମୁର୍ଚ୍ଛା ଲାଗିଥାନ୍ତି । ଦୋରା ପାହାଡ଼ିଆ ଘାଟୀ ସ୍ଥାନମାନଙ୍କରେ ଜଗିରହି ଫିରିଙ୍ଗ ଫଉଜଙ୍କ ଉପରେ ପ୍ରବଳ ଆକ୍ରମଣ କରୁଥାନ୍ତି । ଅନେକ ଇଂରେଜ ସୈନ୍ୟ ମରୁଥାନ୍ତି ବା ଆହତ ହେଉଥାନ୍ତି । ଦୋରା ନିଜର ସୈନ୍ୟମାନଙ୍କ ସହ ଆଲୋଚନା କରି ନୁଆ ନୁଆ କୌଶଳ ଠିକ୍ କରୁଥାନ୍ତି । ତାଙ୍କ ପରାମର୍ଶରେ ସହକର୍ମୀ ବଳୀୟାର ସିଂହ, ଛଞ୍ଛାଣ ସିଂହ, ପାଲଟା ସିଂହ ପ୍ରଭୃତି ଲୁଚିଛପି ଫିରିଙ୍ଗ ଫଉଜଙ୍କ ଉପରେ ଆକ୍ରମଣ କରୁଥାନ୍ତି । ଇଂରେଜ ସେନାପତି ଖୁବ ବ୍ୟସ୍ତ ହୋଇ ପଡ଼ିଲେ । ଫିରିଙ୍ଗ ଫ‌ଉଜଙ୍କ ମଧ୍ୟରେ ଖାଦ୍ୟର ଅଭାବ ପଡ଼ିଲା ।

ଇଂରେଜମାନେ ବିଦ୍ରୋହ ଦମନ କରିବାକୁ ଏକ ନୂଆ ଉପାୟ ପାଞ୍ଚିଲେ । ସେମାନେ ଗାଁ ମୁଖିଆମାନଙ୍କୁ ନିଜ ଅକ୍ତିୟାରରେ ରଖିବା ପାଇଁ ଧୁଆଁପତ୍ର, ଦର୍ପଣ, ଛିଟକନା, କାଚମାଳୀ, ପୋହଳା ଆଦି ବାଣ୍ଟିଲେ । ଦୋରା ଓ ତାଙ୍କର ସ‌ହକର୍ମୀମାନଙ୍କୁ ଧରାଇ ଦେଲେ ପୁରସ୍କାଋ ଦେବେ ବୋଲି ଘୋଷଣା କଲେ । ଧନ ଲୋଭରେ କେତେକ ଦେଶଦ୍ରୋହୀ ଇଂରେଜମାନଙ୍କୁ ସାହାଯ୍ୟ କଲେ । ଘରଢିଙ୍କି କୁମ୍ଭୀର ହେଲା ।

ସେଇ ଦେଶଦ୍ରୋହୀଙ୍କ ମଧ୍ୟରେ ଶ୍ୟାମ ବିଶୋଇ ପ୍ରଧାନ । ସେ ବିଶ୍ୱାସରେ ବିଷ ଦେଇ ଅନେକ ବିଦ୍ରୋହୀଙ୍କୁ ଧରାଇ ଦେଇଥିଲେ । ଅନେକ କନ୍ଧବୀର ଇଂରେଜ ସୈନ୍ୟଙ୍କ ଗୁଳିରେ ମୃତ୍ୟୁମୁଖରେ ପଡ଼ିଲେ । କେତେକ ଜେଲ୍‌ରେ ଅଟକ ହୋଇ ରହିଲେ । ଏହା ଛଡ଼ା ପଡ଼ିଶା ରାଜ୍ୟ ଗୁଡ଼ିକର ରାଜା, ଜମିଦାରମାନେ ଇଂରେଜମାନଙ୍କର ପ୍ରିୟପାତ୍ର ହେବାପାଇଁ ବିଦ୍ରୋହୀମାନଙ୍କୁ ଧରେଇ ଦେବାରେ ସାହାଯ୍ୟ କଲେ । ଆପଣା ସୁନାଭେଣ୍ଡି ! କାହାକୁ ଆଉ କହିବା ?

ଫଳରେ ଦୋରାଙ୍କ ଦଳ ଭାଙ୍ଗି ଯିବାରେ ଲାଗିଲା । ଯେଉଁ ମନୋବଳ, ସାହସ ଓ ଦେଶପ୍ରେମର ଜଳନ୍ତା ନିଆଁ ନେଇ ସେ ସାରା ଇଂରେଜ ଶାସନକୁ ଜାଳି ପୋଡ଼ି ପାଉଁଶ କରିବାକୁ ପଣ କରିଥିଲେ, ଆମରି ଦେଶର ଲୋକମାନଙ୍କ ସଂକୀର୍ଣ୍ଣ ସ୍ୱାର୍ଥ ଓ ଈର୍ଷାଦ୍ୱେଷ ଯୋଗୁଁ ସେସବୁ ଲଭିଯିବାକୁ ବସିଲା । ସେ ଶେଷରେ ନୟାଗଡ଼ ଓ ଦଶପଲ୍ଲାର ଘନ ଜଙ୍ଗଲରେ ଘୁରି ବୁଲିଲେ କେତେ ବର୍ଷପାଇଁ ।

(୫୨)

ଦୋରା ବିଶୋଇ କନ୍ଧ ସମାଜରେ ସେତେବେଳେ ଚଳୁଥିବା ମେରିଆ ପୁଜା ଯେଉଥିରେ ମଣିଷଙ୍କୁ ବଳି ଦିଆଯା‌ଉଥିଲା, ତାକୁ ବନ୍ଦ କରି ଦେଇଥିଲେ । କନ୍ଧମାନଙ୍କୁ ମେଳି କରି ସେ ସେମାନଙ୍କ ସମାଜରୁ ସବୁ ଅନ୍ୟାୟ ଅତ୍ୟାଚାର ଲୋପ କରିବାକୁ ଶିକ୍ଷା ଦେଉଥିଲେ । ସେଥିପାଇଁ ସେ ଅନେକ କାର୍ଯ୍ୟ ମଧ୍ୟ କରିଥିଲେ ।

୧୮୫୭ରେ ସିପାହୀ ବିଦ୍ରୋହର ନିଆଁ ଜଳି ଉଠିଲା । ତାକୁ ଭାରତର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ ବୋଲି କୁହାଗଲା । ତାହା ସାରା ଉତ୍ତର ଭାରତରେ ବିପ୍ଳବର ନିଆଁ ଜାଳି ଫିରିଙ୍ଗ ସରକାରଙ୍କ ମନରେ ଛନ‌କା ପୂରାଇ ଦେଇଥିଲେ । କୁହାଯାଏ, ବୀର ସେନାପତି ଦୋରା ବିଶୋଇ ସେଇ ଆନ୍ଦୋଳନରେ ମଧ୍ୟ ଯୋଗ ଦେଇଥିଲେ ।

ତାଙ୍କର ଶେଷ ଜୀବନ କିପରି କଟିଲା ଏବଂ କିପରି କେଉଁଠି ସେ ଶ‌ହୀଦ ହେଲେ ଜାଣିବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇ ନାହିଁ । ତେବେ ସେ ଏଇ ଦେଶର ଜଣେ ବୀରପୁତ୍ର ଏବଂ ସାହସୀ ସେନାପତି, ଏକଥା ଏଇ ଜାତି କେବେ ଭୁଲି ପାରିବ ନାହିଁ ।
Amari matir amar shaheed.pdf

ଛବି ଛବି ଚିତ୍ର

ଡକ୍ଟର ଜଗନ୍ନାଥ ମହାନ୍ତି ବର୍ତ୍ତମାନ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପ୍ରାଧ୍ୟାପକ । ଶିକ୍ଷା ବିଭାଗର ବିଭିନ୍ନ ଦାୟିତ୍ୱରେ ସେ ୨୫ ବର୍ଷ ଧରି କାର୍ଯ୍ୟ କରି ଆସିଛନ୍ତି । ତାଙ୍କର ଦକ୍ଷତା ଓ ସଫଳତା ଯୋଗୁଁ ସେ ଦୁଇଥର ରାଜ୍ୟଗୋଷ୍ଠୀ ବୃତ୍ତି ଲାଭ କରି ଲଣ୍ଡନରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି ।

ଡକ୍ଟର ମହାନ୍ତି ଓଡ଼ିଆରେ ୩୫ ଖଣ୍ଡ ଓ ଇଂରେଜିରେ ୮ଖଣ୍ଡ ବ‌ହିର ଲେଖକ । ଶିଶୁ ସାହିତ୍ୟରେ ତାଙ୍କର ୨ ଖଣ୍ଡ ଜାତୀୟ ସ୍ତରରେ ଓ ୭ ଖଣ୍ଡ ରାଜ୍ୟ ସ୍ତରରେ ପୁରସ୍କୃତ । ଓଡ଼ିଶା ନାଟକ ଏକାଡ଼େମୀ, ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଭୃତି ସଂସ୍ଥା ଦ୍ୱାରା ସେ ଉପାୟନ ପ୍ରାପ୍ତ ।

ପୌଢ଼ ସାହିତ୍ୟରେ ତାଙ୍କର ୪ଖଣ୍ଡି ବ‌ହି ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛି । ଆମ ରାଜ୍ୟ ଓ ଦେଶର ଶହୀଦମାନଙ୍କ ସମ୍ପର୍କରେ ତାଙ୍କର ଲେଖାଗୁଡ଼ିକ ସର୍ବତ୍ର ଆଦୃତ ହୋଇଚ୍ଛି ।

୧୯୮୧ ଓ ୧୯୮୨ ବର୍ଷ ତାଙ୍କ ରଚିତ "ଆମର ଆଗୁଆ ନେତା" ଓ "ଆମରି ଦେଶର ଅମର ଶହୀଦ୍" ଯଥାକ୍ରମେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପୁରସ୍କାରପ୍ରାପ୍ତ ହୋଇଥିଲା । ଏହି "ଆମରି ମାଟିର ଆମର ଶହୀଦ୍" ସେହି କ୍ରମରେ ଏକ ଉପାଦେୟ ପୁସ୍ତକ ।

( ୫୬ )

ଇଂରେଜମାନଙ୍କର ଅତ୍ୟାଚାରକୁ ସେମାନେ ଆଉ ମୁଣ୍ଡ ପାତି ସ‌ହିପାରିଲେ ନାହିଁ । ସେମାନଙ୍କର ତାଜାରକ୍ତ ଆହୁରି ତେଜି ଉଠିଲା । ପାଗଳ ହାତୀପରି ସେମାନେ ମାତି ଉଠିଲେ ।

ଖୋରଧା ପାଇକବୀରମାନଙ୍କର ନେତା ହେଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର । ଆନ୍ଦୋଳନ ତେଜି ଉଠିଲା । ଏହାକୁ ପାଇକ ବିଦ୍ରୋହ କୁହାଯାଉଥିଲେହେଁ ପ୍ରକୃତରେ ଏହା ଥିଲା ଭାରତର ପହିଲି ସ୍ୱାଧୀନତା ଲଢ଼େଇ ।

ଇଂରେଜମାନଙ୍କ ଆଧୁନିକ ଅସ୍ତ୍ରଶସ୍ତ୍ର ପାଖରେ ଓଡିଆ ପାଇକମାନଙ୍କର ପୁରୂଣାକାଳିଆ ହାତ ହତିଆର ଟେକି ପାରିଲା ନାହିଁ । ବିଦ୍ରୋହ ବିଫଲ ହେଲା । ବକ୍ସି ଧରା ପଡ଼ିଲେ । ୧୮୨୫ ରୁ ୧୮୨୯ ଯାଏ ନ‌ଜରବନ୍ଦୀ ଭାବରେ ରହି ଶେଷନିଃଶ୍ୱାସ ତ୍ୟାଗ କଲେ । ସେତେବେଲେ ସେ କଟକରେ ଯେଉଁ ଅଞ୍ଚଲରେ ରହୁଥିଲେ, ଏବେ ତାକୁ ବକ୍‌ସିବଜାର କୁହାଯାଉଛି ।

ବାଣପୁରର କୃତ୍ତିବାସ ପାଟଶାଣୀ, ପିଣ୍ଡିକି ବାହୁବଳେନ୍ଦ୍ର ଆଦି ବୀରମାନଙ୍କୁ ଇଂରେଜମାନେ କଳାପାଣିକୁ ପଠାଇଲେ । ଖୋରଧାର ଜୟୀ ରାଜଗୁରୁ ଫାଶି ପାଇଲେ । କେହି ହାତ ହତିଆର ଧରି ପାରିବେ ନାହିଁ ବୋଲି ଇଂରେଜ ସରକାର ଜଣାଇ ଦେଲେ । ଖୋରଧା ଅଞ୍ଚଲରେ ମଶାଣିର ଶାନ୍ତି ବିରାଜମାନ କଲା । କିନ୍ତୁ ମଶାଣିରେ ପାଉଁଶଗଦା ତଳେ ନିଆଁ ଦୁକୁ ଦୁକୁ ହୋଇ ଜଳି ଉଠିଲା ।

ଇଂରେଜମାନେ ଏଇ ବିଦ୍ରୋହକୁ ପୁରାପୁରି ଦମନ କରିବା ପାଇଁ ୠବର୍ଟ କେର୍ ଆଉ ତାଙ୍କ ପରେ ଉଇଲକିନ୍‌ସନ୍ ସାହେବଙ୍କୁ ଖୋରଧାର ମାଜିଷ୍ଟ୍ରେଟ କରି ପଠାଇଲେ । ୧୮୧୯ରେ ଇଂରେଜ କମ୍ପାନୀ ଘୋଷଣା କଲା ଯେ ଯେଉଁ ପାଇକ, ଦଳବେହେରା, ଦଳେଇ, ସରଦାର, ସରବରାକାରମାନେ ପାଇକ ବିଦ୍ରୋହରେ ନେତା ସାଜିଥିଲେ ସେମାନେ ଆସି ନିଜର ଭୁଲ ମାନିଲେ କ୍ଷମା ଦିଆଯିବ । ନଚେତ୍ ସେମାନଙ୍କୁ କଠୋର ଶାସ୍ତି ଦିଆଯିବ।

( ୫୭ )

କିନ୍ତୁ ଜୀବନ ଆଶାରେ ଏମିତି ଭୁଲ ମାନିବାକୁ ବୀଋ ପାଇକମାନେ ଅପମାନ ମଣିଲେ । ତାପଙ୍ଗ ଗଡ଼ର ଦଳବବେହେରା ସାମନ୍ତ ମାଧବଚନ୍ଦ୍ର ରାଉତରାୟ ଏଇ ଆଦେଶକୁ ଅମାନ୍ୟ କଲେ । ସେ ଇଂରେଜ ଶାସନ ଲୋପ କରି ସ୍ୱାଧୀନ ଗଜପତି ରାଜୁତି ଚଳାଇବାକୁ ପଣ କଲେ ।

୧୮୧୭ରୁ ୧୮୨୭ ଯାଏ ଇଂରେଜମାନେ ତାପଙ୍ଗ ଅଞ୍ଚଳରୁ ଖଜଣା ଆଦାୟ କରି ପାରିନଥିଲେ । ତେଣୁ ଖଜଣା ଆଦାୟ କରିବା ଆଳରେ ସେମାନେ ତାପଙ୍ଗ ଗଡ଼ରେ ପଶିଲେ । କାଣ୍ଡଗୋଦାଠାରେ ସାତଦିନଧରି ଇଂରେଜ ଫଉଜଙ୍କ ସହିତ ପାଇକମାନେ ଲଢ଼େଇ କଲେ । ଦଳବେହେରାଙ୍କ ଗୁପ୍ତ ଅସ୍ତ୍ରଭଣ୍ଡାରରୁ ଆଣି ପାଇକମାନେ ଜୀବନକୁ ପାଣି ଛଡ଼ାଇ ଲଢ଼େଇ କଲେ ।

ଏଇ ଯୁଦ୍ଧରେ ପୁଣି ଯୋଗଦେଲେ ଖୋଋଧା ମୁଲକର ଅନ୍ୟ ପାଇକ ବୀରମାନେ ଦଳବେହେରାଙ୍କ ଜୟ ହେବାର ଆଶା ଯେତେବେଳେ ଉଜ୍ଜଳ, ସେତେବେଳେ ଘର ଢ଼ିଙ୍କି କୁମ୍ଭୀର ହେଲା । ମଧୁପଟ୍ଟନାୟକ ନକ୍ସା କାଟି ଇଂରେଜମାନଙ୍କୁ ଗୁପ୍ତ ଅସ୍ତ୍ରଭଣ୍ଡାରକୁ ବାଟ ବତାଇ ଦେଲେ । ଫଳରେ ଇଂରେଜମାନେ ସେଠାକୁ ଯାଇ ଅଚାନ‌କ ଭାବରେ ସେଥିରେ ନିଆଁ ଲଗାଇଦେଲେ । ଅସ୍ତ୍ରଭଣ୍ଡାର ଧୂଳିସାତ ହେଲା । ତା ସାଥିରେ ପାଇକମାନଙ୍କର ଜୟଲାଭର ଆଶା ବି ମଉଳିଗଲା ।

ଅସ୍ତ୍ରଶସ୍ତ୍ର ଅଭାବରୁ ପାଇକମାନେ ହତାଶ ହୋଇପଡ଼ିଲେ । ସେନାପତି ଧନୁର୍ଜୟ ଶ୍ରୀଚନ୍ଦନ ପ୍ରାଣ ହରାଇଲେ । ଦଳବେହେରା ନିଜକୁ ଲୁଚାଇ ସୁଯୋଗ ଉଣ୍ଡିଲେ ଦାଉ ସାଧିବାକୁ । ନିଜର ଶ୍ୱଶୁର ଘର ବଡ଼ପାରିରେ ସେ ରହୁଥିବା ଜାଣି ଇଂରେଜମାନେ ତାହା ଆକ୍ରମଣ କଲେ । କିନ୍ତୁ ଚତୁର ଦଳବେହେରା ସେଠାରୁ ଛପି ଚାଲିଗଲେ ଆଉ ଚିଲିକା କୂଳ ବଣ ପାହାଡ଼ରେ ଲୁଚି ବୁଲିଲେ ।

ସେଠାରୁ ସେ ବିଦ୍ରୋହର ନିଆଁ ଜାଳିଲେ । ଇଂରେଜମାନଙ୍କୁ ଲୁଛି ଛପି ମାରିଲେ । ଇଂରେଜମାନେ ଏଥିରେ ଡରିଯାଇ ଘୋଷଣା କଲେ ଯେ ଦଳବେହେରାଙ୍କୁ ଜୀବିତ ବା ମୃତ ଅବସ୍ଥାରେ ଧରାଇଦେଲେ ପ୍ରଚୁର

( ୫୮ )

ପୁରସ୍କାର ଦିଆଯିବ । କିନ୍ତୁ ଏଇ ଘୋଷଣା ଘୋଷଣାରେ ରହିଲା । କିଏ ତାଙ୍କୁ ଧରିବ ? କିଏ ବା ଧରାଇବ ?

ଥରେ ଖୁବ୍ ଝଡ଼ ହେଲା । ଚିଲିକା କୂଳରେ ସେରଣ ଗାଁ । ସେ ଗାଁରେ ବହୁ ଲୋକଙ୍କର ଘର ଭାଙ୍ଗିଗଲା । ଜଣେ ମାଛଧରାଳିର ନାଆଟି ଚିଳିକାରେ ବୁଡିଗଲା । ସେ ବିଚରା ପେଟପୋଷିବାର ଆଶା ଭରଶା ହରାଇଲା । ଦିନେ ସେ ଠିକ କଲା‌‌‌- ତାପଙ୍ଗ ଦଳବେହେରା ତ ଭାରି ଦୟାଳୁ ଆଉ ପରୋପକାରୀ । ତାଙ୍କୁ ନିଜର ଦୁଃଖ ଜଣାଇଲେ ସେ ନିଶ୍ଚୟ ତାର ଦୁଃଖ ଦୂର କରିବେ । ତେଣୂ ସେ ତାପଙ୍ଗ ଯିବାକୁ ଠିକ୍ କଲା ।

ଚିଲିକା କୂଳ ଜଙ୍ଗଲ ଭିତରେ ମାଛଧରାଳୀ ଚାଲିଥାଏ । ହଠାତ ସେ ଦେଖିଲା ନିଶଦାଢ଼ି ବଢାଇ ଜଣେ ଲୋକ ପାଗଳ ପରି ବଣ ଭିତରେ ବୁଲୁଛି ।

ମାଛଧରାଳୀ ପଚାରିଲା- ‌‌‌ ତାପଙ୍ଗ ଗଡ଼କୁ ବାଟ କେଉଁଟା ?
ବନବାସୀ ଲୋକଟି କହିଲା- କାହିଁକି? ସେଠାକୁ ଯିବ କି?

ମାଛଧରାଳୀ ଲୁହ ଢଳ ଢଳ ଆଖିରେ ତା ଆଡକୁ ଚାହିଁ ଉତ୍ତର ଦେଲା - ହଁ ମୁଁ ଯିବି । ମୋର ନାଆଟି ଚିଲିକା ପାଣିରେ ବୁଡିଗଲା । ତାର ଥଳକୂଳ ପାଇଲି ନାହିଁ । ପେଟପାଟଣା ଚଲାଇବାର ତାହା ଥିଲା ମୋର ଏକ ମାତ୍ର ସମ୍ବଳ । ମାଛ ଧରି ମୁଁ ପିଲାଙ୍କ ତୁଣ୍ଡରେ ଆହାର ଦିଏ । ଏବେ ପିଲାଏ ଉପାସେ ଭୋକେ ପଡ଼ି କନ୍ଦାକଟା କରିବାରୁ ଆଜି ଯାଉଛି ତାପଙ୍ଗ ଦଳବେହେରାଙ୍କ ପାଖକୁ ମୋର ଦୁଃଖ ଜଣାଇବି । ସେ ନିଶ୍ଚୟ ମୋର ସାହା ହେବେ ।
ଆଖି ଦୁଇଟିକୁ ପୋଛି ଲୋକଟି କହିଲା- ଚାଲ, ମୁଁ ବାଟ ବତାଇ ଦେବି ।

ସେମାନେ ସାଥିହୋଇ ଖୋଜିବାକୁ ଗଲେ । କୋଟ୍ ଭିତରେ ପଶି ସେ ଦାଢ଼ିଆ ଲୋକଟି ହାକିମଙ୍କୁ କହିଲା‌‌- ମୁଁ ହେଉଛି ତାପଙ୍ଗ

(୫୯)

ବଳବେହେରା ଆପଣଙ୍କ ଏଇ ଗରିବ ମାଛ ଧରାଳିକୁ ପୁରସ୍କାର ଦିଅନ୍ତୁ । ସେ ମୋତେ ଆପଣଙ୍କୁ ଧରାଇଦେଲା ।







ଚିତ୍ର-ଦଳବେହେରା

ଏହା ଶୁଣି ମାଛଧରାଳି କହିଲା-ଆଜ୍ଞା, ମୋର ଏଇ ପୁରସ୍କାର ଲୋଡ଼ା ନାହିଁ । ମୋର ଭୁଲ ହୋଇଛି । ମୁଁ ଅପରାଧୀ । ମୁଁ ପାପୀ । ବଳବେହେରାଙ୍କ ପରି ମହାତ୍ମାଙ୍କୁ ମୁଁ ଶାସ୍ତି ଦେଉଛି ।

ଇଂରେଜ ହାକିମ ବଳବେହେରାଙ୍କ ଏମିତି ଦୟା ଆଉ ସ‌ହାନୁଭୁତି ଦେଖି ଅବାକ୍ ହୋଇଗଲେ । ତାଙ୍କର ମଣିଷପଣିଆ ପାଖରେ ସାହେବଙ୍କ ମୁଣ୍ଡ ଆପେ ଆପେ ନଇଁପଡିଲା ।

ଏଇ ମହା ପୁରୁଷଙ୍କୁ କୌଣସି ଦଣ୍ଡ ନଦେଇ ନଜରବନ୍ଦୀ ଭାବରେ ରଖିବାକୁ କମ୍ପାନୀର କେନ୍ଦ୍ର ଅଫିସ କଲିକତାକୁ ଲେଖାଗଲା | ପରେ ତାଙ୍କୁ ଏଥିରୁ ମଧ୍ଯ ଛାଡି ଦିଆଯାଇଥିଲା |୧୮୩୨ ମସିହାରେ ଏହି ବୀର ପୁରୁଷ ସବୁ ଦିନ ପାଇଁ ତାଙ୍କର ପ୍ରିୟ ମାଟିମାଆ ଠାରୁ ବିଦାୟ ନେଇଥିଲେ |


ଧନ୍ୟ ମାଧବଚନ୍ଦ୍ର! ଧନ୍ୟ ହେ ତାପଙ୍ଗର ଦଳବେହେରା |ଧନ୍ୟ ତୁମର ମାଟିମାଆ ପ୍ରତି ମମତା ;

ଧନ୍ୟ ତୁମ୍ଭର ଦୟା ଆ ଉ ତ୍ଯାଗ !! ଛବି-ବୀର ଶହିଦ ବାଜିରାଉତ ଛବି

ବୀର ଶହୀଦ ବାଜିରାଉତ

ଛତିଶ ବର୍ଷ ଆଗରୁ ଆମରି ଏଇ ରାଜ୍ୟ ଓଡ଼ିଶାର ଆକାର ଥିଲା ଅଲଗା । ଏବେ ସିନା ତେରଟି ଜିଲାକୁ ନେଇ ଏହା ଗଢା, ସେତେବେଲେ ଏଠାରେ ଥିଲା ମାତ୍ର ଛଅଟି ଜିଲା । ଆଉ ଛତିଶଟି ଛୋଟ ଛୋଟ ଗଡ଼ଜାତ । ଏଇ ଗଡ଼ଜାତଗୁଡ଼ିକୁ ଦେଶୀୟ ରାଜ୍ୟ ଆଉ ଜିଲାଗୁଡ଼ିକୁ ମୋଗଲବନ୍ଦୀ କୁହାଯାଉଥିଲା । ମୋଗଲବନ୍ଦୀ ଜିଲାଗୁଡ଼ିକ ଥିଲା ଇଂରେଜ ସରକାରଙ୍କ ଖୋଦ ଅଧୀନରେ ।

ଅଳ୍ପ କେତୋଟିକୁ ଛାଡ଼ିଦେଲେ ଅଧିକାଂଶ ଗଡ଼ଜାତର ଲୋକେ ଥିଲେ ଭାରି ଦୁଃଖରେ । ରାଜାମାନେ ଇଂରେଜ ସରକାରଙ୍କ ବାହୁଛତ୍ରତଳେ ରହି ଚଳାଇଥିଲେ ମନମୁଖୀ ଶାସନ । ପ୍ରଜାମାନଙ୍କୁ ମନଇଚ୍ଛା ବେଠି-ବେଗାରିରେ ଖଟାଉଥିଲେ । ରାଜାଙ୍କର ନଅର, ବାଡ଼ିବଗିଚା, ରାସ୍ତାଘାଟ ତିଆରି ଆଉ କୂଅପୋଖରୀ ଖୋଳାରେ ସେମାନେ ବିନା ମଜୁରୀରେ ଖଟୁଥିଲେ । ପ୍ରଜାମାନେ ତାଳୁଝାଳ ତଳିପାରେ ମାରି ଯାହା ରୋଜଗାର କରୁଥିଲେ, ସେଥିରୁ ବେଶି ଭାଗ ଯାଉଥିଲା ରାଜାଙ୍କ ଆଡ଼ମ୍ବର ଆଉ ମଜଲିସ ପାଇଁ । ସେଥିରେ ପୁଣି ଲୋକମାନଙ୍କୁ ପଶୁଠାରୁ ବଳି ହଇରାଣ ହରକତ ହେବାକୁ ଆଉ କଠିନ ଶାସ୍ତି ଭୋଗିବାକୁ ହେଉଥିଲା ।

ଏମିତି ଗୋଟିଏ ରାଜ୍ୟ ଥିଲା ଢେଙ୍କାନାଳ । ସେଠାରେ ଜଣେ ରାଜାଙ୍କର ଅତ୍ୟାଚାର ସୀମା ଟପିଲା । ପ୍ରଜାମାନେ ତାଙ୍କର ନଅର ତୋଳିବାରେ ଲାଗି ପୋକମାଛି ପରି ମରୁଥିଲେ । ଟିକିଏ ଦୋଷ ପାଇଁ ଆଖିବୁଜା ଦଣ୍ଡ ଭୋଗୁଥିଲେ । ନିଶ ଉପାଡ଼ି ମାଡ଼ ଦେବା, ଗଛ ଡାଳରେ ବାନ୍ଧି ତଳମୁହାଁ ଝୁଲାଇ ଦେବା, ବଳଦଙ୍କ ପରି ଯୋଚି ଗାଡ଼ି ଟାଣିବା ଆଦି ଦଣ୍ଡ ଥିଲା ଅତି ମାମୁଲି । ସେଥିରେ ପୁଣି ଝିଅବୋହୂଙ୍କର ଇଜ୍ଜତ ଦିକଡ଼ାର ହେଉଥିଲା । ଦିନ ଦିପ‌ହରେ ମଧ୍ୟ କବାଟ କିଳି ସେମାନେ ଚାରିକାନ୍ଥ ଭିତରେ ଲୁଚି ରହୁଥିଲେ। ସେଥିପାଇଁ ଏମିତି ରାଜାଙ୍କର ରାଜୁତିକୁ କୁହାଯାଉଥିଲା ଅନ୍ଧାରି ଶାସନ ।

( ୬୪ )

କିନ୍ତୁ ସବୁଦିନ ସମାନ ଯାଏନାହିଁ । ଚୋର ଘର ସଦାବେଳେ ଅନ୍ଧାର ନଥାଏ । ପୁଣି ସୂର୍ଯ୍ୟ ହସେ, ଆଲୁଅ ଆସେ । ଏମିତି ଆଲୁଅ ଆଣିଥିଲା ଭାରତର ସ୍ୱାଧିନତାର ସୂର୍ଯ୍ୟ । ସକାଳ ହୋଇ ନଥାଏ । କିନ୍ତୁ ସିନ୍ଦୁରା ଫାଟି ଆସୁଥାଏ ।

୧୯୪୨ର ଭାରତ ଛାଡ଼ ଆନ୍ଦୋଳନ । ମହାତ୍ମା ଗାନ୍ଧିଙ୍କର ଡାକରା । ସ୍ୱାଧୀନତା ପାଇବା ପାଇଁ ଲଢ଼େଇ କରିବାକୁ ହେବ । ଏଇ ଲଢ଼େଇ ପୁଣି ଗୁଳିଗୁଳା, ଠେଙ୍ଗାବାଡ଼ିରେ ନୁହେଁ । ଏହା ଚାଲିବ ସତ୍ୟ ଆଉ ଅହିଂସାରେ । ହରତାଳ ଆଉ ଧର୍ମଘଟ ଚାଲିବ । ମାଡ଼ ଖାଇବ ପଛେ ମାଡ଼ ଦେବ ନାହିଁ ।

ଏଇ ସ୍ୱାଧୀନତା ଖାଲି ଫିରିଙ୍ଗ ସକାରକୁ ତଡ଼ିବା ନୁହେଁ । ଦେଶରୁ ସବୁ ଅନୀତି, ଅତ୍ୟାଚାରକୁ ଦୂରକରିବା, ଅଭାବ ଅସୁବିଧାର ଅନ୍ଧାରକୁ ପୋଛି ଦବା । ସମସ୍ତେ ସମାନ ହେବେ । ରାଜାପ୍ରଜା, ଧନୀଦରିଦ୍ର, ହିନ୍ଦୁମୁସଲମାନ, ବ୍ରାହ୍ମଣ, କରଣ ସବୁ ସମାନ । ଏଥିରେ ପୁଣି ଦୋଷୀକୁ ନିନ୍ଦା ନ କରି ଦୋଷକୁ ନିନ୍ଦା କରିବାକୁ ହେବ; ପାପୀକୁ ଘୃଣା ନ କରି ପାପକୁ ଘୃଣା କରିବା ଉଚିତ।

ଏଇ ମନ ଛୁଆଁ କଥା, ଅମୃତର ବାଣୀ ଆଉ ସତ୍ୟ ଅହିଂସାର ନୀତି ଢ଼େଙ୍କାନାଳର ଅନ୍ଧାରି ମୂଲକର ବଣପାହାଡ଼ ଡେଇଁ ପହ‌ଞ୍ଚିଲା ଗାଁରେ ଗାଁରେ ଆଉ ଘରେ ଘରେ । ଅପନ୍ତରା ଅଞ୍ଚଳର କେଉଁ ଅଜଣା ଅଶୁଣା ଗାଁରେ ସ୍ୱାଧିନତାର ଝଲକ ଖେଲିଗଲା । ନୀଳକଣ୍ଠପୁର ଢ଼େଙ୍କାନାଳର ସେମିତି ଏକ ଗାଁ । ବ୍ରାହ୍ମଣୀ ନଈକୂଳ । ଅତ୍ୟାଚାରୀ ରାଜାଙ୍କ ବିରୁଦ୍ଧରେ ପ୍ରଜାମାନଙ୍କ ମେଳି ମାଡ଼ି ଚାଲିଲା ଉଚ୍ଛୁଳା ନଈପରି। ସେଇ ଗାଁରେ ଅନ୍ୟ ଜାତିଙ୍କ ସ‌ହିତ କେଉଟ କେତେ ଘର ଅଛନ୍ତି । ଅନ୍ୟ ପିଲାଙ୍କ ପରି ମାଆ କୋଳରେ ବଢ଼ିଥିଲା ଅତି ଅଲିଅଳରେ ଗୋଟିଏ ବାପଛେଉଣ୍ତ ପିଲା । ନାଁ ତାର ବାଜିରାଉତ । ଗରିବ ଘର । ଦାଣ୍ତରୁ ଆସେ ହାଣ୍ତିରେ ପଶେ । ମାଛ ଧରି, ଡଙ୍ଗାବାହି ସେ ପେଟ ପୋଷେ ଆଉ ଘର ଚଳାଏ । ମାଆ ପୁଅ ସୁଖଦୁଃଖରେ ଚଳିଯା'ନ୍ତି।

ବାଜି ପିଲାଟିଏ ହେଲେ କ'ଣ ହେଲା ବୁଦ୍ଧି ତାର କମ୍ ନୁହେଁ । ନିଜର ସୁଖ ଦୁଃଖ ସାଥୀରେ ସେ ନିଜ ସାଇପଡ଼ିଶା, ଗାଁଗଣ୍ତା, ଦେଶମାଟିର ସୁଖ

( ୬୫ )

ଦୁଃଖ କଥା ଭାବେ। ଲୋକେ ରାଜାଙ୍କ ଅତ୍ୟାଚାରରୁ ରକ୍ଷା ପାଇବେ କେମିତି ? ପ୍ରଜାମାନେ ପଶୁପରି ଚଳିପାରିବେ କିମିତି ? ଏଇ ପ୍ରଶ୍ନଗୁଡ଼ିକ ତାର ସାନ ମଥାକୁ ବଥା କରାଏ । ପ୍ରଜାମାନଙ୍କ ମେଳିକଥା ଶୁଣି ମନରେ ତାର କେତେ ଆଶା ଗୁମୁରି ଉଠେ । ମେଳରେ ବଳ ଥାଏ, ଏକଥା ସେ ଜାଣିଛି । ଏଥର ଡ଼େଙ୍କାନାଳର ବ‌ହୁ ଗାଁରେ ଏମିତି ମେଳି ମୁଣ୍ଡଟେକିଛି । ରାଜାଙ୍କର ଅତ୍ୟାଚାର ଆଉ ଅନ୍ୟାୟ ଆଦେଶ ବିରୁଦ୍ଧରେ ଲୋକମାନେ ପ୍ରତିବାଦ କରୁଥିଲେ । ପ୍ରଜାମଣ୍ଡଳ ବୋଲି ଗୋଟିଏ ଦଳ ଗଢ଼ିଲେ ।ଯେଉଁମାନେ ଏଥିରେ ସଭ୍ୟ ହେଲେ ସେମାନେ ରାଇଜ ସାରା ବୁଲି ଗାନ୍ଧିଜୀଙ୍କର ସତ୍ୟ ଅହିଂସା ନୀତି, ସ୍ୱାଧୀନତାର ଡାକରା ପ୍ରଚାର କଲେ । ଖଜଣା ନ ଦେବାକୁ, ବେଠି ନ ଖଟିବାକୁ, ରାଜା ଆଉ ତାଙ୍କ ଲୋକଙ୍କର ଅନ୍ୟାୟ ଅଦେଶ ନ ମାନିବାକୁ ସେମାନେ ସମସ୍ତଙ୍କୁ କହିଲେ । ସେମାନଙ୍କୁ ଜବତ କରିବାକୁ ଆଉ ଦଣ୍ଡ ଦେବାକୁ ରାଜାଙ୍କ ତରଫରୁ ବାରମ୍ବାର ଚେଷ୍ଟା ଚାଲିଲା । ଗାଏଁ ଗାଏଁ ଡେଙ୍ଗୁରା ପିଟି ଜଣାଇ ଦିଆଗଲା- ପ୍ରଜାମଣ୍ଡଳ ବେଆଇନ । ସେଥିରେ କେହି ମିଶିଲେ କି ତା ପାଇଁ କାମ କଲେ କଠିନ ଶାସ୍ତି ପାଇବେ ।

କିନ୍ତୁ ପ୍ରଜାମଣ୍ଡଳର କାମ କମିବା ବଦଳରେ ବଢ଼ିବାରେ ଲାଗିଲା । ଦିନକୁ ଦିନ ତାର ସଭ୍ୟ ସଂଖ୍ୟା ବଢ଼ିଗଲା ନଈବଢ଼ି ପରି । ଅସ‌ହଯୋଗ ଆନ୍ଦୋଳନ ଚାରିଆଡ଼େ ବ୍ୟାପିଗଲା ବଣନିଆଁ ପରି । ଏଇ ଖବର ପାଇ ରାଜା ଛାନିଆ ହେଲେ ଆଉ ତାଙ୍କର ଖୋସାମତିଅ ଲୋକେ ପ୍ରମାଦ ଗଣିଲେ।

ରାଜା ଭାବିଲେ ପିରିଙ୍ଗ ଫଉଜ ଆଣି ପ୍ରଜାମଣ୍ଡଳକୁ ଦବାଇ ଦେବେ । ପୋଲିସମାନେ ଗାଁ ଗଣ୍ଡା, ଦୋକାନ ବଜାର, ରାସ୍ତାଘାଟରେ ପଇଁତରା ମାରିଲେ । ଯାହାକୁ ଚାହିଁଲେ ତାକୁ ହାତକଡ଼ି ପକାଇଲେ, ବାନ୍ଧିନେଲେ ଆଉ ଯେତେ ପାରିଲେ ସେତେ ଦଣ୍ଡ ଦେଲେ । ସେଥିରେ ବେପାରବଣିଜ ମାନ୍ଦା ପଡ଼ିଲା । ଲୋକଙ୍କୁ ତେଲ‌ଲୁଣ ଟିକେ ବି ମିଳିଲା ନାହିଁ । ଚାରିଆଡ଼େ ହାହାକାର ପଡ଼ିଗଲା ।

ଅନେକ ଜାଗାରେ ପ୍ରଜାମଣ୍ଡଳ ତରଫରୁ ସଭା ହେଲା । ଲୋକମାନଙ୍କୁ ବଳ ସାହସ ଦିଆଗଲା । ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ

( ୬୬ )

ଗୋଟା । ସତ୍ୟ ସବୁଦିନ ଲୁଚି ରହିବ ନାହିଁ । ଅନ୍ୟାୟ, ଅତ୍ୟାଚାର ଦିନେ ଲୋପ ପାଇବ ଆଉ ଅନ୍ଧାରି ଶାସନ ଭୁଷୁଡ଼ି ପଡ଼ିବ । ଏହା ସବୁରି ମନରେ ଆଶା ଆଉ ଆନନ୍ଦର ଆଲୁଅ ଖେଳାଇ ଦେଲା । ଗାଏଁ ଗାଏଁ ଶୁଣାଗଲା-ପ୍ରଜାମଣ୍ଡଳର ଜୟ, ମହାତ୍ମା ଗାନ୍ଧୀଙ୍କର ଜୟ !

ପୋଲିସ ଜୁଲମ ବି ବଢ଼ିବାରେ ଲାଗିଲା । କେତେ ଜାଗାରେ ଗୁଳି ଚାଲିଲା । ଲାଠିମାଡ଼ ହେଲା । ଅନେକ ମଲେ । ଖଣ୍ଡିଆଖାବରା ବି ହେଲେ । ହେଲେ, ଲୋକେ ଦବିଗଲେ ନାହିଁ । ଆଉରି ତାତିଗଲେ, ଅଧିକ ମାଡ଼ିଗଲେ ।

ବାଜିଆ କି ଏଥିରେ ଚୁପ୍ ରହେ ? ବାରବରଷର ବାଳୁତ ପିଲା ସେ । ହେଲେ ସେ ପ୍ରଜାମଣ୍ଡଳର ସଭ୍ୟ ହେଲା । ଅନ୍ୟାୟ ବିରୁଦ୍ଧରେ ଲଢ଼ିଲା । ଜାତିପାଇଁ ଜୀବନ ଦେବାକୁ ଶପଥ ନେଲା ।

ଦିନେ ପ୍ରଜାମାନଙ୍କର ମେଳି ପ୍ରବଳ ହେଲା । ରାଜା ଫିରିଙ୍ଗ ଫଉଜ ମଗାଇଲେ ଏଇ ମେଳିକୁ ଦଳିଦେବାକୁ । କିନ୍ତୁ ସେମାନେ ବ୍ରାହ୍ନଣୀ ନଈ ପାରିହେଲେତ ଆସିବେ ? ସେମାନଙ୍କୁ ନାଆରେ ପାରି କରିବାକୁ ମନାହେଲା । କିନ୍ତୁ ରାଜାଙ୍କର ଆଦେଶକୁ ନ ମାନିବ କିଏ ? ଫିରିଙ୍ଗ ଫ‌ଉଜକୁ ବାଘ ବାଘୁଣୀ ବାଟ ଛାଡ଼ି ଦେବେ, ସାମାନ୍ୟ ନାଉରୀପୁଅ ବା କି ଛାର ? ସେ ପୁଣି ନିଜ ଜୀବକୁ ପାଣି ଛଡ଼ାଇ ଫ‌ଉଜଙ୍କ ସାମନା କରିବ ?

ବଜିଆ ଦମ୍ଭର ସହିତ ଏଇ କାମ କରିବାକୁ ଆପେ ଆପେ ବାହାରିପଡ଼ିଲା । କିନ୍ତୁ ପିଲାଟା ଇଂରେଜ ଫଉଜ ଆଗରେ ଠିଆ ହୋଇ ପରିବ ତ ?ସେମାନଙ୍କର ଟାଣ ଟାଣ କଥା, ମାଡ଼, ଗାଳି ଶେଷରେ ଗୁଳି ମାଡ଼ ସହି ପାରିବ ତ ?ଏଇ ହେଲା ସବୁରି ମନରେ ପ୍ରଶ୍ନ ।

ବାଜିଆ ସେଦିନ ବ୍ରାହ୍ମଣୀ ନଈର ପ୍ରଚଣ୍ଡ ଘାଟରେ ଜଗି ରହିଲା ପ୍ରଜାମଣ୍ଡଳର ଲୋକ ଛଡ଼ା ଆଉ କାହାକୁ ତା ନାଆରେ ପାରି କରିଦେଲା ନାହିଁ । ବର୍ଷାଦିନେ, ଥରକୁ ଥର ମେଘ ଉଠାଇ ଆସୁଛି । ବିଜୁଳି ଚକ୍‌ଚକ୍ କରୁଛି । ପଶ୍ଚିମ ଆକାଶରେ ଲାଲ୍ ରଙ୍ଗ ବୋଳିହୋଇ ରହିଛି । ପୂର୍ବଦିଗରୁ କଳା ଅନ୍ଧାର ମାଡ଼ି ଆସୁଛି । ଶିରିଶିରି ଶୀତୁଆ ବାଆ ବହୁଛି ।

( ୬୭ )

ଏତିକିବେଳେ ସେଇ ଘାଟରେ ପ‌ହୁଞ୍ଚିଲେ ଫିରିଙ୍ଗ ଫଉଜ । କଡ଼ା ସ୍ୱରରେ କ‌ହିଲେ- ହେ ପିଲା, ଆମକୁ ଚଞ୍ଚଳ ନଈ ପାରି କରିଦେ । ଜୋର ବର୍ଷା ଆସିଲାଣି । ଆମେ ଶୀଘ୍ର ଆରପାରିକୁ ଯିବୁ ।
ବାଜିଆ ସେମିତି ଟାଣ ସ୍ୱରରେ ଉତ୍ତର ଦେଲା- ମୁଁ ତମକୁ ପାରିକରି ପାରିବି ନାହିଁ । ମୋ ନାଆରେ ତୁମର ବସିବା ମନା ।
ଫଉଜ ଭିତରୁ ଜଣେ କ‌ହିଲା- ମନା ! କାହାର ମନା ? ଆମର ଜରୁରୀ କାମ ଅଛି । ଆମେ ଯିବୁ । କ'ଣ ତୁଚ୍ଛାକଥା କ‌ହୁଛୁ ?
ବାଜିଆ ସାହସ ଭରି ଉତ୍ତର ଦେଲା- ମୁଁ ପରା କ‌ହୁଛି, ତମକୁ ପାରି କରିବା ମନା । ପ୍ରଜାମଣ୍ଡଳର ହୁକୁମ ।
ଜଣେ ଇଂରେଜ ସୈନ୍ୟ କ‌ହିଲା- ତୋର ତ ଭାରି ଦିମାକ୍ ? ପ୍ରଜାମଣ୍ଡଳ ତୋ ପିଠିରେ ପଡ଼ିବ କି ? ତୋର ଜୀବନ‌କୁ ଯଦି ଲୋଭ ଅଛି, ଶୀଘ୍ର ପାରି କରିଦେ ।
ବାଜିଆ କ‌ହିଲା- ଜୀବନ‌କୁ ମୋର ଡର ନାହିଁ । ରାଜାର ଅତ୍ୟାଚାରକୁ ଆମେ ଆଉ ବରଦାସ୍ତ କରିବୁ ନାହିଁ । ତୁମ‌ପରି ବୋଲକରା ଗୋଲାମ ଦଳକୁ ଆମେ ଉଚିତ ଶାସ୍ତି ଦେବୁ ।
ଫଉଜ ଭିତରୁ ପୁଣି ଜଣେ କ‌ହିଲା- ଆରେ ଇଏତ ଓଳିଆରୁ ପଡ଼ି ଗଜା । ଭାରି ବଡ଼ ବଡ଼ କଥା କ‌ହୁଛି । ଜୀବନ ତୋତେ ପିତା ଲାଗିଲାଣି କିରେ ? ଶେଷଥର ପାଇଁ ସାବଧାନ କରାଇଦେଉଚୁ ତୋତେ । ଆଉ ଆମର ଦୋଷ ରହିବ ନାହିଁ ।
ବାଜିଆ ଜୋରରେ ଉତ୍ତର ଦେଲା- ମୋତେ ଆଉ ସେଗୁଡ଼ାକ ଶୁଣାଅ ନାହିଁ । ପ୍ରଜାମଣ୍ଡଳର କଥା ମୁଁ ମାନିବ, ମାନିବି, ମାନିବି । ତୁମଙ୍କୁ ପାରି କରିବି ନାହିଁ, ନାହିଁ, ନାହିଁ ।
ଫିରିଙ୍ଗ ଫଉଜ ଗର୍ଜି ଉଠିଲେ । ଏ ମେଞ୍ଚଡ଼ ଟୋକାର ବ‌ହପ ଦେଖ । ତାକୁ ଉଚିତ ଶାସ୍ତି ଦେବାକୁ ହେବ । ଗୁଳି ଦିଟା ଖିଲେ ପିଲାର ଚେତା ପଶିବ । ବାଜି ସେମିତି ଟାଣ ଟାଣ କରି ବତାଇ ଦେଲା- ଆଉ ଏତେ ଧମକ ଦିଅନା ।ମୁଁ କାହାକୁ ଡରିନି । ଗୁଳିମାଡ ଖାଇବାକୁ ମୁଁ ତିଅରି । ମୁଁ ସିନା ମରିବି, ମୋ,ପରି ଅନେକ ଜାଗି ଉଠିବେ । ଫଉଜରୁ ଜଣେ ପୁଣି କ ହିଲା -ଆରେ ତୁ ତ ମରିବୁ ।କିଏ ଜାଗିଲେ ତୋର କ'ଣ ହେବ ? ଆମାର ବା ସେ କ'ଣ କରି ? ବାଜି ଚେତାଇଦେଲା -ତମର ସବୁ ଚେରମୂଲ ଉପାଡିଦେବେ । ତମର ଜୋରଜୁଲମ; ଅତ୍ଯାଚାର ସବୁ ଲୋପ ପାଇବ । ପଉଜ ଭିତରୁ ଜଣେ ଗୁମୁରିଉଠି କ ହିଲା-ଆଉ ସମ୍ୟ ନଷ୍ଟକର ନାହିଁ । ଦିଅ ଗୁଲିମାର । ଉଡାଅ ଟୋକାର ଖପୁରି । ଫଉଜ ଗୁଲିମାରିବାକୁ ସଜ ହୋଇଗଲେ ।ବାଜିଅ ପାଟିକରି କହିଲା -ମାର' ମୁଁ ମରିବାକୁ ଡରିନାହିଁ । ଦେଶପାଇଁ ମୁଁ ଜୀବନ୍ ଦେବି । ପ୍ରଜାମଣ୍ଡଲର କଥା ରଖିବି । ତୁମେ ରାଜାର ଗୋଲାମ ଦଳ ଗୁଲି ମାର- ମ-ର । ସେତିକି ବେଳେ ଆବାଜ ଆସିଲା -ଢୁ ଢୁ ଢୁ । ବାଜିଆଉର ଛାତିରୁ ଝର ଝର ହୋଇ ଝରିଆଲା ରକ୍ତର ଧାର ।ପାତି ତର ଖନି ମାରି ଆସିଲ। ହାତରୁ ତାର ଖସିଆସିଲା ନାଆର କାତ ।ଫଉଜ ଦଳ ନିଜେ କାତ ମାରି ଆର ପାରିକୁ ନାଆ ବାହିନେଲେ ।

ଗୁଲି ଶବ୍ଦ ଶୁଣି ପ୍ରଜାମଣ୍ଡଳର ସଭାପତି ଆଉ ସଭ୍ଯ ମାନେ ନିଁ କୂଳକୁ ଧାଇଁ ଆସିଲେ ।ବାଜିଆ ,ବାଜିଅ ବୋଲି ଡାକ ପକାଇଲେ । କିନ୍ତୁ ବାଜିଆ ସେତେବେଲକୁ ଶେଷ ନିଃଶ୍ୱାସ ଛାଡି ଆରପାରିକୁ ଚାଲି ଗଲାଣି ।

ନିଇଁକୂଳ ଆଖପାଖ ଗାଁ ଗଣ୍ଡାର ଲୋକରେ ଭିଡ ହୋଇଗଲା ।ସବୁରି ମୁହଁରେ ଗୋଟିଏ କଥା -ଆହା ପିଲାଟି ଚାଲିଗଲା ।କେତେ ତାର ସାହସ, କତେ ତାର ଦମ୍ଭ ! !!!!।

ପ୍ରଜାମଣ୍ଡଳର ସଭାପାତି କହି ଉଠିଲେ- ଭାଇମାନେ, ବାଜିଆ ଆଜି ଦେଶ ପାଇଁ ,ଆମ ପାଇଁ ପ୍ରଣବଳି ଦେଲା । ସେ ଚାଲିଗଲା କିନ୍ତୁ ଯେଉଁ

( ୬୯ )

ଦାୟିତ୍ୱ ଆମଙ୍କୁ ସେ ଦେଇଗଲା, ତାକୁ ଆମେ ଠିକ୍ ତୁଲାଇବା ଦରକାର। ଦେଶକୁ ସ୍ୱାଧୀନ କାରିବା, ସବୁ ଅନ୍ୟାୟ ଅତ୍ୟାଚାର ପୋଛି ଦେବା ଆମରି କାମ । ସେଥୀପାଇଁ ଆମେ ଆଜି ଶପଥ ନେବା ।

ଏବେ ଭାଇମାନେ ଏକସ୍ୱରରେ କୁହ‌‌-
ଶହୀଦ ବାଜିରାଉତ କୀ ଜୟ‌‌‌‌‌‌‌
ପ୍ରଜାମଣ୍ଡଳ କୀ ଜୟ,
ବନ୍ଦେ ମାତରମ୍ ।

ସେଦିନ ୧୯୪୪ ଅକ୍ଟୋବର ୧୧ତାରିଖ । ଏଇ ଖବର ବିଜୁଳି ବେଗରେ ଚଉଦିଗକୁ ଖେଳିଗଲା । ସ୍ୱାଧୀନତା ଲଢ଼େଇରେ ଝାସ ଦେଇଥିବା ନେତା ଆଉ କର୍ମୀମାନେ ଧାଇଁଲେ ଢ଼େଙ୍କାନାଳ । ବାଜିଆର ଶବ ଅଣାଗଲା କଟକକୁ । ବଡ଼ ବଡ଼ ରାସ୍ତାରେ ଚାଲିଲା ଶୋଭାଯାତ୍ରା । ନ‌ଈକୂଳରେ ଶବ ସତ୍କାର କରାଗଲା । ଦପ୍ ଦପ୍ ହୋଇ ବାଜିଆର ଚିତା ଜଳିଉଠିଲା। ସବୁରି

( ୭୦ )

ଆଖିରୁ ଝରିଲା ଲୁହର ଧାର । ନେତାମାନେ ପୁଷ୍ପାଞଳି ଦେଲେ । ତୁହାକୁ ତୁହା ଲୋକଙ୍କ ଭିତରୁ ଶୁଣାଗଲା-
ଶହିଦ ବାଜିରାଉତ କୀ ଜୟ
ଭାରତ ମାତା କୀ ଜୟ
ବନ୍ଦେ ମାତାରମ୍

ସାନ ପିଲାଟିଏ ହେଲେ ବି ବଡ଼କଥା ସେ କରିଗଲା । ମରି ମଧ୍ୟ ସେ ହେଲା ଅମର । ଦେଶର ସ୍ୱାଧୀନତା ପାଇଁ ସେ ହେଲା ଶହିଦ । ଜାତିକୁ ଦେଇଗଲା ନୂଆମନ୍ତ୍ର - କର ବା ମର । କବି ସଚ୍ଚି ରାଉତରାୟ ତେଣୁ ଗାଇଥିଲେ-

ଏଡିକି ସେ ଅମାନିଆ ପିଲା
ଫଉଜର ଗୁଳିଗୁଳା, ରଜା ଝଡ କିଛି ନ ମାନିଲା
ଧୂଲିଖେଳ ଛାଡ଼ି
ଗୁଳି ଆଗେ ଜୀବନକୁ ହସି ହସି ଦେଲା ସିନା ବାଢ଼ି,
ଛୋଟ ପୁଣି ଏଡେ ସେ ବିରାଟ ।
ଜୀବନ ପାରିଲା ନାହିଁ ରଖି ତାକୁ
ମୃତ୍ୟୁ ତାରେ ଛାଡିଦେଲା ବାଟ ।

ସବୁ ଆଡେ ଖେଲିଗଲା ବାଜିରାଉତର ଅପୂର୍ବ ସାହସ ଓ ବୀରତ୍ୱର କାହାଣୀ । ଏ ଜାତିକୁ ତାହା ମତାଇଦେଲା, ତତାଇଦେଲା ଆଉ ସ୍ୱାଧିନତାର ସୁଆଦ ଚଖାଇ ଦେଲା ।
ସାରା ଦେଶ ଜାଗି ଉଠିଲା । ଇଂରେଜ ଶାସନ ହଟାଇବାକୁ ସବୁରି ମନରେ ନୂଆ ଦମ୍ଭ ଚେଇଁ ଉଠିଲା । ସାନଠାରୁ ବଡ଼ଯାଏ ଶପଥ ନେଲେ । ଏଦେଶକୁ ସ୍ୱାଧୀନ କରିବେ । ଅସମ୍ଭବ କଥା ସମ୍ଭବ କରିବେ । ତାହାହିଁ ହେଲା । ସ୍ୱପ୍ୱ ସତ୍ୟ ହେଲା । ଆମ ଦେଶ ସ୍ୱାଧୀନ ହେଲା । ଫିରିଙ୍ଗ ଶାସନ ସବୁଦିନ ପାଇଁ ଲୋପ ହେଲା । == ଶିରୋନାମ ଲେଖା == ସେଇ ଶହୀଦ ବାଳକ ନାଁରେ ଗଢିଉଠିଛି ଅନୁଗୋଳରେ ବାଜିରାଉତ ଛାତ୍ରାବାସ। ସେଠାରେ ସମସ୍ତ ଛାତ୍ରଛାତ୍ରୀ ଗାଉଥିବା ଗୋଟିଏ ସରସ ସଂଗୀତ ସେଦିନର ଅଭୁଲା କଥାକୁ ମନେ ପକାଇ ଦିଏ। ଅନ୍ୟାୟ ବିରୁଦ୍ଧରେ ଲଢିବା ପାଇଁ ଆମକୁ ତାହା ଚେତାଇ ଦିଏ, ମତାଇ ଦିଏ। ସେଇ ଗୀତରୁ କେଇ ପଦ ହେଲା-

ମାଦଲ ବାଜିଲା ରେ ଘୁମୁରା ବାଜିଲା ଭାଇ ଘୁମୁରା ବାଜିଲା । ଆମେ ସବୁ ଅଟୁ ଭାଇ ବାଜିରାଉତ ଚେଲାରେ, ଗୁଳି ଚୋଟେ ପ୍ରାଣ ଯେହୁ ଦେଲା।। ଅନ୍ଧାରୀ ମୁଲକ ମଧ୍ୟେ ଦିହୁଡି ଜାଳିଲାରେ ବାର ବରଷର ମାଝି ପିଲା ଅନ୍ଧାରୀ ମୁଲକରେ, ଅନ୍ଧାରୀ ମୁଲକେ, ଗୁଳି ଆବାଜରେ ବୀର ବାଜି ଆସି ଡାକେ ରେ ଜାଗି ଉଠ ଗଢ଼ଜାତୀ ଲୋକେ । ସେଇ ରାଇଜ ପିଲା ରେ ଆମେ, ସେଇ ରାଇଜ ପିଲା ଯେଉଁ ରାଇଜ ପିଲା ହସି ହସି ପ୍ରାଣ ଦେଲା ରେ ଦେଶ ଆଗେ କୀର୍ତ୍ତି ରଖିଗଲା । ମାବଲ ବାଜିଲା ରେ,ଘୁମୁରା ବଜିଲା