ଆଳତିବେଳ ବଡ଼ଦେଉଳ

ଉଇକିପାଠାଗାର‌ରୁ
ଲେଖକ/କବି: ବାମନ ଦାସ
ଆଳତିବେଳ ବଡ଼ଦେଉଳ

ଆଳତିବେଳ ବଡ଼ ଦେଉଳ କି ଶୋଭା କଳା ଶ୍ରୀମୁଖ
ପାଞ୍ଚ ମନକୁ ଏକ କରିଣ ଚାହିଁଲେ ହରିବେ ଦୁଃଖ ।
ବାଦ୍ୟ ଗହଳ ଶୁଭେ ଚହଳ ବାଜୁଅଛି ଜୟଶଙ୍ଖ । ୧ ।
ଘଣ୍ଟା ନାଦରେ ଚିତ୍ତ ଭେଦରେ ମନକୁ ହରିଣ ଲକ୍ଷ
ବ୍ରହ୍ମାଦି ମୁନି କରନ୍ତି ଧ୍ୱନି ଡାକ ଶୁଭେ ଲକ୍ଷ ଲକ୍ଷ । ୨ ।
ଭକତେ ଡାକନ୍ତି ଆହେ ଶ୍ରୀପତି ଏ ଭବ ମାୟାରୁ ରଖ
ବାମନ ଦାସ କରିଣ ଆଶ ପଡ଼ିଣ ଅଛି ନିରେଖ । ୩ ।