ଭଜନ ମାଳା/ଆହେ ନୀଳାଚଳ ବାସୀ

ଉଇକିପାଠାଗାର‌ରୁ
(ଆହେ ନୀଳାଚଳ ବାସୀରୁ ଲେଉଟି ଆସିଛି)
ଭଜନ ମାଳା ଲେଖକ/କବି: ସାଲବେଗ
ଆହେ ନୀଳାଚଳବାସୀ

ଆହେ ନୀଳାଚଳବାସୀ
ଶୋକ ଜଳଧିରେ ଗଲି ଭାସି ।।

ବାରଣଭୟକୁ କାରଣ କର ହେ, ଶରଣ ପଞ୍ଜର ବାନା ।
ଆରତନାଶନ ଖଳବିନାଶନ, ବାରେ ହୁଅ ବଜ୍ରସେହ୍ନା ।୧।

ଜଗତଯାକରେ ଡିଣ୍ଡିମ ବାଜୁଛି, ଉଡ଼େ ଅବଧୂତ ବାନା ।
ମୃଗୁଣୀ ଆରତ ଖଣ୍ଡିତ ହେ ନାଥ, ପତିତ ଭୟ ଭଞ୍ଜନା ।୨।

ଧଉର୍ଯ୍ୟରେ ମେରୁ ନାମ କଳ୍ପତରୁ, ଛାୟା ଶୀତ ହେଲା ସିନା ।
ଅରୁଣ ଚରଣ ଆଶ୍ରେ କଲାଠାରେ, ବୁଡ଼ିଲା ମୋର ଚେତନା ।୩।

ମୁଁ ଅବା ଅପ୍ରାଧୀ ହେ କୃପାବାରିଧି, ଥରେ ନୋହିଲା କରୁଣା ।
କହେ ସାଲବେଗ ପ୍ରଭୁପଣକୁ ଏ, ଦିଶିବ ବହୁତ ଊଣା ।୪।