ଭଜନ ମାଳା/ଏକା ତୋ ଭକତ ଜୀବନ
< ଭଜନ ମାଳା
Jump to navigation
Jump to search
←ଆହେ ନୀଳଗିରି | ଭଜନ ମାଳା ଲେଖକ/କବି: ଏକା ତୋ ଭକତ ଜୀବନ |
ଆହେ ନୀଳାଚଳ ବାସୀ→ |
ଏକା ତୋ ଭକତ ଜୀବନ ,
ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ।।
ଭକତ ତୋ ମାତାପିତା ଭକତ ତୋ ବନ୍ଧୁ,
ଭକତ ହିତରେ ତୋର ନାମ କୃପାସିନ୍ଧୁ।।
ଧେନୁ ପଛେ ପଛେ ବତ୍ସା ଗମେ କ୍ଷୀର ଲୋଭେ,
ଭକତ ପଛରେ ତୁହି ଥାଉ ସେହି ଭାବେ।।
ବାପା ମୋ ମୋଗଲପୁଅ ମାତେ ମୋ ବ୍ରାହ୍ମଣୀ,
ଏ କୁଳେ ଜନ୍ମିଲି ହିନ୍ଦୁ ନ ଖାଏ ମୋ ପାଣି।।
କହେ ସାଲବେଗ ହୀନ ଜାତିରେ ଯବନ,
ଶ୍ରୀରଙ୍ଗାଚରଣ ବିନୁ ନ ଜାଣଇ ଆନ।।