ଉଇକିପାଠାଗାର:ଜନ୍ମତିଥି/୨/ପ୍ରେସ ରିଲିଜ

ଉଇକିପାଠାଗାର‌ରୁ

ପ୍ରେସ ରିଲିଜ[ସମ୍ପାଦନା]

ଓଡ଼ିଆ[ସମ୍ପାଦନା]

ଭୁବନେଶ୍ବରରେ ଓଡ଼ିଆ ଉଇକିପାଠାଗାରର ୨ୟ ଜନ୍ମତିଥି ପାଳନ

ଆଜି ଭୁବନେଶ୍ବରରେ ଇନଷ୍ଟିଚ୍ଯୁଟ ଅନ ମ୍ୟାନେଜମେଣ୍ଟ ଅଫ ଆଗ୍ରିକଲଚରାଲ ଏକ୍ସଟେନସନଠାରେ ସନ୍ଧ୍ୟା ୫ ଘଟିକା ସମୟରେ ଇଣ୍ଟରନେଟରେ ଉପଲବ୍ଧ ଓଡ଼ିଆ ପାଠାଗାର ଓଡ଼ିଆ ଉଇକିପାଠାଗାରର ଦ୍ବିତୀୟ ଜନ୍ମ ବାର୍ଷିକୀ ଅନୁଷ୍ଠିତ ହେଉଛି । ଏଥିରେ ଓଡ଼ିଆ ଭାଷାରେ କିପରି ଅଧିକରୁ ଅଧିକ ବିରଳ ଓ ପୁରାତନ ଏବଂ ନୂତନ ରଚନାସବୁ ଉପଲବ୍ଧ କରାହେବ ସେ ବାବଦରେ ଆଲୋଚନା ହେବ ବୋଲି ଏହି ସଭାର ଆୟୋଜକମାନେ ସୂଚନା ଦେଇଛନ୍ତି । ଓ.ୟୁ.ଏ.ଟି. ର ପୂର୍ବତନ କୁଳପତି ଓ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ, ସହଦେବ ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଓ ଲେଖକ ଲେଫ୍ଟନାଣ୍ଟ କଲୋନେଲ ଶିବରାମ ଶତପଥୀ ଅତିଥି ଭାବେ ଯୋଗଦେବେ । ଓଡ଼ିଆ ଉଇକିପାଠାଗାର ୨୦୧୪ ମସିହାରେ ଓଡ଼ିଆ ଉଇକିପିଡ଼ିଆର ଏକ ସହ ପ୍ରକଳ୍ପ ଭାବରେ ଜନ୍ମ ନେଇଥୁଲା । ଏହା ଇଣ୍ଟରନେଟରେ http://or.wikisource.org ଠାରେ ମୁକ୍ତ ଭାବେ ଉପଲବ୍ଧ । ଉଇକିପାଠାଗାରରେ ଚର୍ଯ୍ୟାପଦ ଭଳି ପୁରୁଣା ପଦାବଳୀଠୁ ଆରମ୍ଭ କରି ୨୦୦ରୁ ଅଧିକ ନୂଆ ପୁରୁଣା ବହି ଓ ଲେଖା ରହିଛି । ତେବେ ସାଧାରଣ ପାଠାଗାରଠାରୁ ଉଇକିପାଠାଗାର ଅନେକ ପରିମାଣରେ ଭିନ୍ନ । ଏଥିରେ ବହିଗୁଡ଼ିକ କେବଳ ସ୍କାନ କରି ଛବି ଭାବେ ରଖାଯାଇନାହିଁ ବରଂ ବହିଗୁଡ଼ିକ ଟେକ୍ସଟ ଭାବେ ରହିଛି । ଫଳରେ ଜଣେ ଗୁଗଲରେ ଶବ୍ଦଟିଏ ଖୋଜି ମଧ୍ୟ ଉଇକିପାଠାଗାରରେ ଥିବା ବହିଟିଏ ପାଖରେ ପହଞ୍ଚି ପାରିବ ବୋଲି ଏହାର ସକ୍ରିୟତମ ସଭ୍ୟ ପଙ୍କଜମାଳା ଷଡ଼ଙ୍ଗୀ ଜଣାଇଛନ୍ତି । ସେ କହନ୍ତି, "ଦିଲ୍ଲୀରେ ଗତ ୨୦ ବର୍ଷ ଧରି ରହିବା ଫଳରେ ଓଡ଼ିଆ ଓ ଓଡ଼ିଶା ସହ ସମ୍ପର୍କ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଥିଲା । ତାହା ଏବେ ଉଇକିପାଠାଗାର ଜରିଆରେ ଫେରିପାଇଲି ।" "ଓଡ଼ିଶା ଇତିହାସ", "ଆମ ଦେବଦେବୀ", "ମାଣବସା ଲକ୍ଷ୍ମୀପୁରାଣ", "ସାବିତ୍ରୀ ଓଷା" ଆଦି ବହିକୁ ଡିଜିଟାଲ ରୂପ ଦେବାରେ ସକ୍ରିୟ ଭୂମିକା ନିଭାଇଥିବା ସଂଗ୍ରାମ କେଶରୀ ସେନାପତି କହନ୍ତି, "ଏ ବ ହିଗୁଡ଼ିକ ଆଗରୁ ଇଣ୍ଟରନେଟରେ ନଥିଲା । ଆଉ ମୁଁ ଅନୁଭବ କଲି ଯେ ଅନେକେ ଏସବୁ ପଢ଼ିବାକୁ ଖୋଜୁଥିବେ ।"

"ଓଡ଼ିଆ ଉଇକିପାଠାଗାର କେବଳ ସ୍ଵେଚ୍ଛାସେବୀମାନଙ୍କୁ (ଉଇକିଆଳି ଭାବେ ଜଣା ) ନେଇ ତିଆରି । ଏହି ପ୍ରକଳ୍ପ ସ୍ଵତାଧିକାର ସରିଯାଇଥିବା ଓଡ଼ିଆ ବହିର ବିଶାଳତମ ଭଣ୍ଡାର । ପୁରାତନ ବହି ଛଡ଼ା ଆମେ ଅନେକ ନୂତନ ଅନେକ ବହି ମଧ୍ୟ ଏଥିରେ ସାମିଲ କରୁଛୁ । ଜଣାଶୁଣା ଓଡ଼ିଆ ଲେଖକ ଓ ପ୍ରକାଶକମାନଙ୍କ ପାଖରେ ପହଞ୍ଚି ତାଙ୍କର କିଛି ରଚନାକୁ ଆମେ ଉଇକିପାଠାଗାର ମାଧ୍ୟମରେ ଇଣ୍ଟରନେଟରେ ଉପଲବ୍ଧ କରାଉଛୁ । ଫଳରେ ମୋବାଇଲ ମୁଖି ଆଗାମୀ ପିଢ଼ି ଓଡ଼ିଆ ରଚନାଠୁ ଆଉ ଦୂରେଇ ଯିବେ ନାହିଁ ବୋଲି ବଖାଣନ୍ତି ଏହି ପ୍ରକଳ୍ପର ପରିଚାଳକ ମୃତ୍ୟୁଞ୍ଜୟ କର । ଅଧୁନା ଦାମନଯୋଡ଼ିର ଏକ ସ୍କୁଲରେ ପଢୁଥିବା ପ୍ରତୀକ ପଟ୍ଟନାୟକ "ପୋଥି" ନାମକ ଏକ ପ୍ରକଳ୍ପ ଆରମ୍ଭ କରି କପିରାଇଟ ବାହାରେ ଥିବା ପୁରୁଣା ବହି ସଂଗ୍ରହ କରି ସେସବୁର ଡିଜିଟାଲ ରୂପ ଉଇକିପାଠାଗାରରେ ଉପଲବ୍ଧ କରାଇବା କାମରେ ଲାଗିଛନ୍ତି ।

ସଭିଙ୍କ ପାଇଁ ଖୋଲା ଏହି ସଭାରେ ଯୋଗଦେଇ ଓଡ଼ିଆ ପୋଥି ଓ ବହିକୁ ପାଠକମାନଙ୍କ ପାଖକୁ ଆଣିବାରେ ଇଚ୍ଛୁକ ବ୍ୟକ୍ତିଙ୍କୁ ଏହି ସଭାରେ ଯୋଗଦେବା ନିମନ୍ତେ ଏହାର ଆୟୋଜକ ଉଇକିଆଳିମାନେ ଅନୁରୋଧ କରିଛନ୍ତି । ଏହି ସଭା ଓଡ଼ିଆ ଭାଷାର ବିକାଶ ନିମନ୍ତେ ଲାଗିଥିବା ବ୍ୟକ୍ତିମାନଙ୍କ ସଙ୍ଗେ ମିଶି ଅଧିକ କାମ ହାତକୁ ନେବା ପାଇଁ । ଆଶା ଆପଣ ଏଥିରେ ଯୋଗଦେଇ ଆମକୁ ବିଭିନ୍ନ ଜିନିଷ ଶିଖିବାର ସୁଯୋଗ ଦେବେ ।

ବିବରଣୀ[ସମ୍ପାଦନା]

ଏହା ସଭା ପରେ ଖବରକାଗଜ ଆଦିକୁ ପଠାଇବା ପାଇଁ ।

ଓଡ଼ିଆ[ସମ୍ପାଦନା]

ଭୁବନେଶ୍ବରରେ ଓଡ଼ିଆ ଉଇକିପାଠାଗାରର ୨ୟ ଜନ୍ମତିଥି ପାଳନରେ ଯୋଗଦେଇଥିବା ଉଇକିଆଳିଗଣ ।
ଭୁବନେଶ୍ବରରେ ଓଡ଼ିଆ ଉଇକିପାଠାଗାରର ୨ୟ ଜନ୍ମତିଥି ପାଳନ

ଆଜି ଭୁବନେଶ୍ବରରେ ଇନଷ୍ଟିଚ୍ଯୁଟ ଅନ ମ୍ୟାନେଜମେଣ୍ଟ ଅଫ ଆଗ୍ରିକଲଚରାଲ ଏକ୍ସଟେନସନଠାରେ ସନ୍ଧ୍ୟା ୫ ଘଟିକା ସମୟରେ ଇଣ୍ଟରନେଟରେ ଉପଲବ୍ଧ ଓଡ଼ିଆ ପାଠାଗାର ଓଡ଼ିଆ ଉଇକିପାଠାଗାରର ଦ୍ବିତୀୟ ଜନ୍ମ ବାର୍ଷିକୀ ଅନୁଷ୍ଠିତ ହୋଇଛି । ସ୍ୱେଚ୍ଛାସେବୀମାନଙ୍କୁ ନେଇ ତିଆରି ଏକ ବିଶ୍ୱସ୍ତରୀୟ ସମୁଦାୟ ଓଡ଼ିଆ ଉଇକିମିଡ଼ିଆ ସଂଘ ଦ୍ୱାରା ଆୟୋଜିତ ଏହି ଦିନିକିଆ ସଭାରେ ଓଡ଼ିଆ ଭାଷାରେ କିପରି ଅଧିକରୁ ଅଧିକ ବିରଳ ଓ ପୁରାତନ ତଥା ମୂଲ୍ୟବାନ ଅନେକ ନୂତନ ରଚନା ଉପଲବ୍ଧ କରାଯାଇପାରିବ ସେ ବାବଦରେ ଆଲୋଚନା ହୋଇଥିଲା । ଓ.ୟୁ.ଏ.ଟି. ର ପୂର୍ବତନ କୁଳପତି ଓ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, "ବହୁବର୍ଷ ତଳେ କପିରାଇଟକୁ ନେଇ ସରକାରୀ ମହଲରେ ମଧ୍ୟ ସଚେତନତା ନଥିଲା ଓ ଅଜ୍ଞତାବଶତଃ ଅନେକେ ସାରଳା ମହାଭାରତରେ ମଧ୍ୟ କପିରାଇଟ ରହିଛି ବୋଲି କହୁଥିଲେ । ଆଜି ବି ଆମ ଭାଷାର ଅନେକ ବିରଳ ଓ ମୂଲ୍ୟବାନ ବହି ଇଣ୍ଟରନେଟରେ ଉପଲବ୍ଧ ନାହିଁ ।" ଉଭୟ ପଠନ ଓ ନଥିକରଣର ଆବଶ୍ୟକତା ମେଣ୍ଟାଇବା ପାଇଁ ଏ ବହି ଓ ପୋଥିସବୁକୁ ଇଣ୍ଟରନେଟରେ ସାଇତିବା ପାଇଁ ସେ ସଭିଙ୍କୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଅନ୍ୟତମ ଅତିଥି ଲେଖକ ଲେଫ୍ଟନାଣ୍ଟ କଲୋନେଲ ଶିବରାମ ଶତପଥୀ ନିଜର ୭ଖଣ୍ଡ ବହି ଉଇକିପାଠାଗାରରେ ଡିଜିଟାଇଜ ପାଇଁ ଅନୁମତି ପ୍ରଦାନ କରିଥିଲେ । "ଓଡ଼ିଆ ଉଇକିପାଠାଗାର ୨୦୧୪ ମସିହାରେ ଓଡ଼ିଆ ଉଇକିପିଡ଼ିଆର ଏକ ସହ ପ୍ରକଳ୍ପ ଭାବରେ ଜନ୍ମ ନେଇଥୁଲା । ଏହା ଇଣ୍ଟରନେଟରେ http://or.wikisource.org ଠାରେ ମୁକ୍ତ ଭାବେ ଉପଲବ୍ଧ । ଉଇକିପାଠାଗାରରେ ଚର୍ଯ୍ୟାପଦ ଭଳି ପୁରୁଣା ପଦାବଳୀଠୁ ଆରମ୍ଭ କରି ୨୦୦ରୁ ଅଧିକ ନୂଆ ପୁରୁଣା ବହି ଓ ଲେଖା ରହିଛି । ତେବେ ସାଧାରଣ ପାଠାଗାରଠାରୁ ଉଇକିପାଠାଗାର ଅନେକ ପରିମାଣରେ ଭିନ୍ନ । ଏଥିରେ ବହିଗୁଡ଼ିକ କେବଳ ସ୍କାନ କରି ଛବି ଭାବେ ରଖାଯାଇନାହିଁ ବରଂ ବହିଗୁଡ଼ିକ ଟେକ୍ସଟ ଭାବେ ରହିଛି । ଫଳରେ ଜଣେ ଗୁଗଲରେ ଶବ୍ଦଟିଏ ଖୋଜି ମଧ୍ୟ ଉଇକିପାଠାଗାରରେ ଥିବା ବହିଟିଏ ପାଖରେ ପହଞ୍ଚି ପାରିବ", ଜଣାଇଥିଲେ ଏହି ପ୍ରକଳ୍ପର ସକ୍ରିୟତମ ସଭ୍ୟ ପଙ୍କଜମାଳା ଷଡ଼ଙ୍ଗୀ । ସେ କହନ୍ତି, "ଦିଲ୍ଲୀରେ ଗତ ୨୦ ବର୍ଷ ଧରି ରହିବା ଫଳରେ ଓଡ଼ିଆ ଓ ଓଡ଼ିଶା ସହ ସମ୍ପର୍କ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଥିଲା । ତାହା ଏବେ ଉଇକିପାଠାଗାର ଜରିଆରେ ଫେରିପାଇଲି ।" "ଓଡ଼ିଶା ଇତିହାସ", "ଆମ ଦେବଦେବୀ", "ମାଣବସା ଲକ୍ଷ୍ମୀପୁରାଣ", "ସାବିତ୍ରୀ ଓଷା" ଆଦି ବହିକୁ ଡିଜିଟାଲ ରୂପ ଦେବାରେ ସକ୍ରିୟ ଭୂମିକା ନିଭାଇଥିବା ସଂଗ୍ରାମ କେଶରୀ ସେନାପତି କହନ୍ତି, "ଏ ବହିଗୁଡ଼ିକ ଆଗରୁ ଇଣ୍ଟରନେଟରେ ନଥିଲା । ଆଉ ମୁଁ ଅନୁଭବ କଲି ଯେ ଅନେକେ ଏସବୁ ପଢ଼ିବାକୁ ଖୋଜୁଥିବେ ।"

"ଓଡ଼ିଆ ଉଇକିପାଠାଗାର କେବଳ ସ୍ଵେଚ୍ଛାସେବୀମାନଙ୍କୁ (ଉଇକିଆଳି ଭାବେ ଜଣା ) ନେଇ ତିଆରି । ଏହି ପ୍ରକଳ୍ପ ସ୍ଵତ୍ତ୍ୱାଧିକାର ସରିଯାଇଥିବା ଓଡ଼ିଆ ବହିର ବିଶାଳତମ ଭଣ୍ଡାର । ପୁରାତନ ବହି ଛଡ଼ା ଆମେ ଅନେକ ନୂତନ ଅନେକ ବହି ମଧ୍ୟ ଏଥିରେ ସାମିଲ କରୁଛୁ । ଜଣାଶୁଣା ଓଡ଼ିଆ ଲେଖକ ଓ ପ୍ରକାଶକମାନଙ୍କ ପାଖରେ ପହଞ୍ଚି ତାଙ୍କର କିଛି ରଚନାକୁ ଆମେ ଉଇକିପାଠାଗାର ମାଧ୍ୟମରେ ଇଣ୍ଟରନେଟରେ ଉପଲବ୍ଧ କରାଉଛୁ । ଫଳରେ ମୋବାଇଲ ମୁଖି ଆଗାମୀ ପିଢ଼ି ଓଡ଼ିଆ ରଚନାଠୁ ଆଉ ଦୂରେଇ ଯିବେ ନାହିଁ ବୋଲି ବଖାଣନ୍ତି ଏହି ପ୍ରକଳ୍ପର ପରିଚାଳକ ମୃତ୍ୟୁଞ୍ଜୟ କର । ଅଧୁନା ଦାମନଯୋଡ଼ିର ଏକ ସ୍କୁଲରେ ପଢୁଥିବା ପ୍ରତୀକ ପଟ୍ଟନାୟକ "ପୋଥି" ନାମକ ଏକ ପ୍ରକଳ୍ପ ଆରମ୍ଭ କରି କପିରାଇଟ ବାହାରେ ଥିବା ପୁରୁଣା ବହି ସଂଗ୍ରହ କରି ସେସବୁର ଡିଜିଟାଲ ରୂପ ଉଇକିପାଠାଗାରରେ ଉପଲବ୍ଧ କରାଇବା କାମରେ ଲାଗିଛନ୍ତି । ସଭିଙ୍କ ପାଇଁ ଖୋଲା ଏହି ସଭାରେ ଯୋଗଦେଇ ଓଡ଼ିଆ ପୋଥି ଓ ବହିକୁ ପାଠକମାନଙ୍କ ପାଖକୁ ଆଣିବାରେ ଇଚ୍ଛୁକ ଅନେକ ବ୍ୟକ୍ତି ଏହି ସଭାରେ ଯୋଗଦେଇଥିଲେ ।

English[ସମ୍ପାଦନା]

Celebration of Second Birth Anniversary of Odia Wikisource at Bhubaneswar

The 2nd Birth anniversary of Odia Wikisource, a free online library available in Odia language, has been celebrated on Sunday 29th January at the Institute on Management of Agricultural Extensions, Bhubaneswar. This one day workshop-cum-meeting was organized by an international organization Wikimedia Foundation which is managed by Volunteers. A discussion was held on how to digitize the old and rare books of Odia language and make them available online. The Chief guest at the program, Ex-VC of OUAT and Ex-Chief Secretary to the Govt. Odisha, Sahadeva Sahu said, “Many years ago there were lots of confusion about copy rights even in Govt departments and in ignorance many considered even Sarala Mahabharat to be a copy righted work. Till today many of our rare and valuable books are not available in internet.” He opined that there is requirement to digitize the books both for the purpose of documentation and reading and asked for a collective effort for this. Another guest at the ceremony Lft. Col. Shibaram Satpathy who has authored many books, donated 7 books penned by him to Odia Wikisource and permitted to digitize it. “Odia Wikisource is a sister project of Odia Wikipedia which was initiated in 2014. It’s freely available in internet at http://or.wikisource.org . It’s store house of more than 200 books including the ancient Charyapadas. But it’s different from an ordinary library on many counts. It not only saves the scanned copy of books but makes it available in Odia-text form too. So one can search for the words in Google & find a relevant book”, said Mrs. Pankajmala Sarangi one of the active volunteers of this project, “I was not in touch with my mother tongue Odia and Odisha as a result of living in Delhi from last 20 years. But due to this project now I feel reconnected to Odisha." Sangram Keshari Senapati, a student, who took an initiative to digitize books like “Odishara Itihasa”, “Ama Debadebi”, “Manabasa Laxmipurana”, “Sabitri Osa” etc told us, “These books weren’t available in internet and I realized many would search for these books.”

“Odia Wikisource is run by volunteers (commonly known as Wikimedians). This project is a storehouse of out of copy right books. Apart from old books we are also including many new books. We are reaching out to well known Authors and Publishers with the aim to include some of their books in this free library. We hope by this the new generation won’t become oblivious to the invaluable pieces of Odia literature in this digital age”, explained Mrutyunjaya Kar an administrator of this project. Prateek Pattanaik, who is 12th Standard student in a school at Damanjodi, has started a project “Pothi” to collect, out of copyright and rare books and make it available in digital form in this free library. Many people, who are interested in bringing the digitize form of Odia books and Pothi to a larger audience were present at the program.