ଉଇକିପାଠାଗାର:ଜନ୍ମତିଥି/୩/ଆଲୋଚନା

ଉଇକିପାଠାଗାର‌ରୁ

ଆଦରର ଉଇକିଆଳିଗଣ, ଚଳିତ ବର୍ଷ ଅକ୍ଟୋବରରେ ଓଡ଼ିଆ ଉଇକିପାଠାଗାରକୁ ତିନି ବର୍ଷ ପୁରିଲା । ଏହି ଜନ୍ମ ବାର୍ଷିକୀ ପାଳନ ଅବସରରେ କର୍ମଶାଳା ଓ ସମ୍ମିଳନୀ ଆୟୋଜନ କରିବାର ପ୍ରସ୍ତାବ ଥିଲା । ସେଥିପାଇଁ ମେଟାରେ ଉଇକିମିଡିଆ ଫାଉଣ୍ଡେସନ ପାଖରୁ ଗ୍ରାଣ୍ଟ [[୧]] ମଗାଯାଇଥିଲା ଓ ଏହା ସମୟରେ ଅନୁମୋଦିତ ମଧ୍ୟ ହୋଇଯାଇଛି ।

  • ଗୋଟିଏ ଦିନ ପାଇଁ ଯୋଜନା କରାଯାଇଅଛି । ଦିନରେ କର୍ମଶାଳା ଏବଂ ସନ୍ଧ୍ୟାରେ ଏକ ସଭା(ସମ୍ଭବତଃ) କରିବା ପାଇଁ ପ୍ରସ୍ତାବ ଅଛି ।
  • ସମସ୍ତ ପୁରୁଖା ଉଇକିଆଳିମାନେ ଯୋଗ ଦେବାକୁ ଅନୁରୋଧ କରୁଛି ।
  • ଦୂରରେ ଥିବା ଉଇକିଆଳି ଯେଉଁମାନେ ସକ୍ରିୟ ଅଛନ୍ତି ସେମାନଙ୍କର ଯାତାୟତ ଓ ରହଣି ବ୍ୟବସ୍ଥା କରାଯିବା ପାଇଁ ଯୋଜନା ଅଛି । ସେ ଅନୁଯାୟୀ ସମସ୍ତଙ୍କୁ ଆଗୁଆ ନିଜ ନିଜର ସୁବିଧା ଓ ଆବଶ୍ୟକତା ଜଣାଇବାକୁ ଅନୁରୋଧ ।
  • ଉଇକିଆଳି ମାନଙ୍କ ବ୍ୟତୀତ ଯେଉଁମାନେ ସ୍ଵଇଚ୍ଛାରେ ନିକର ବହି ଗୁଡିକି ଉଇକିପାଠାଗାରକୁ ଆଣିବାକୁ ସାହାଯ୍ୟ କରିଛନ୍ତି ସେମାନକୁ ନିମନ୍ତ୍ରଣ କରିବାକୁ ଅନୁରୋଧ କରୁଛି ।
  • ମୁଖ୍ୟ ଅତିଥି ଭାବରେ କାହାକୁ ଡାକିବା ସେଥିପାଇଁ ସମସ୍ତଙ୍କ ମତାମତ ଲୋଡୁଛି ।
  • ଖର୍ଚ୍ଚ ଅଟକଳ (ଭୁବନେଶ୍ୱର ପାଇଁ) ନିମ୍ନ ସାରଣୀ ମତେ ନିର୍ଦ୍ଧାରଣ କରାଯାଇଛି ।
ଖର୍ଚ୍ଚ ପରିମାଣ ରାଶି
ଖାଦ୍ୟ ୨୦,୦୦୦
ଇଣ୍ଟରନେଟ ୧୦,୦୦୦
ଟି-ସାର୍ଟ ୯,୦୦୦
ଯାତାୟତ (ଗସ୍ତଖର୍ଚ୍ଚ) ଓ ରହଣି ୪୦,୦୦୦
ହଲ (ସଭା ସ୍ଥାନ) ୨୦,୦୦୦
ଷ୍ଟିକର ଓ ବ୍ୟାନର ୩,୦୦୦
ସମୁଦାୟ ୧,୦୨,୦୦୦

ସଭିଙ୍କୁ ନିଜ ନିଜର ମତାମତ ଦେବାକୁ ଅନୁରୋଧ କରୁଛି । --Chinmayee Mishra (ମୋ ଆଲୋଚନା) ୧୭:୧୫, ୧୪ ନଭେମ୍ବର ୨୦୧୭ (IST)[reply]

ମତାମତ:[ସମ୍ପାଦନା]

  1.  ସମର୍ଥନ--Aliva Sahoo (ମୋ ଆଲୋଚନା) ୧୮:୧୯, ୧୪ ନଭେମ୍ବର ୨୦୧୭ (IST)[reply]
  2. ଡିସେମ୍ବରରେ କରିଲେ ଭଲ ହେବେ ବୋଲି ଭାବୁଛି । ଯଦି ପରୀକ୍ଷା ଥିବ କାହାର, ତେବେ ଅସୁବିଧା ହୋଇପାରେ । ୩ କିମ୍ବା ୧୦ ଡିସେମ୍ବର ଭଲ ହୁଅନ୍ତା । --ଗପୁ (ମୋ ଆଲୋଚନା) ୧୮:୩୧, ୧୪ ନଭେମ୍ବର ୨୦୧୭ (IST)[reply]