ଉଇକିପାଠାଗାର:ଜନ୍ମତିଥି/୩/ନିର୍ଘଣ୍ଟ

ଉଇକିପାଠାଗାର‌ରୁ

ନିର୍ଘଣ୍ଟ[ସମ୍ପାଦନା]

ଏହି ପୃଷ୍ଠାଟି ଓଡିଆ ଉଇକିପାଠାଗାର ୩ୟ ଜନ୍ମତିଥି ପାଇଁ ଉଦ୍ଦିଷ୍ଟ । ଏଠାରେ ପାଠାଗାର ଜନ୍ମତିଥି ପାଳନ ପାଇଁ ପ୍ରସ୍ତୁତ ଯୋଜନା ଓ କାମ ଗୁଡିକ ବିଷୟରେ ଲେଖୁଛି । ଯଦି ଏହା ସମ୍ବନ୍ଧିତ କେହି କିଛି ମତାମତ/ପରାମର୍ଶ ଦେବାକୁ ଚାହାନ୍ତି, ଏଠାରେ ଲେଖିପାରିବେ ।


ତାରିଖ : ୩ ଡିସେମ୍ବର ୨୦୧୭
ସ୍ଥାନ : ଭୁବନେଶ୍ଵର
ବିବରଣୀ : ଭୁବନେଶ୍ଵର ଉଇକିଟୁଙ୍ଗୀ ମେଳଣରେ ଉଇକିପାଠାଗାର ୩ୟ ଜନ୍ମତିଥି କିପରି ପାଳନ କରାଯିବ ସେଥିପାଇଁ ଆଲୋଚନା କରାଗଲା ଓ କିଛି ଯୋଜନା ପ୍ରସ୍ତୁତ କରାଗଲା । କର୍ମଶାଳା ଓ ସଭା ପାଇଁ ଭୁବନେଶ୍ଵର ଜନପଥରେ ଥିବା "ହୋଟେଲ ତାଜ ଓଡିଶା" କୁ ବଛାଗଲା । ଏହା ରେଳ ଆଡ୍ଡା,ବସ ଆଡ୍ଡା ଓ ବିମାନବନ୍ଦରକୁ ନିକଟ । ତାରିଖ ଭାବରେ ୩ ଡିସେମ୍ବରକୁ ସ୍ଥିର କରାଗଲା । ଯେହେତୁ ତା ପୂର୍ବ ରବିବାରକୁ ସମୟ କମ ହେତୁ ସବୁ ଆୟୋଜନ କରିବା କଷ୍ଟ ହୋଇପାରେ ଏବଂ ତା ପରେ ଅଧିକାଂଶ ଉଇକିଆଳିମାନେ ଆସିବା ସମ୍ଭବ ହେଉନି ।
୩ ଡିସେମ୍ବର ପାଇଁ କରାଯାଇଥିବା ସମୟ-ସୂଚୀ:
୯.୦୦-୧୦.୦୦ : ସମସ୍ତେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିବେ
୧୦.୦୦-୧୦.୧୫ : କାର୍ମଶାଳା ଆରମ୍ଭ ଓ ପରିଚୟ ଆଦାନ-ପ୍ରଦାନ
୧୦.୧୫-୧୨.୦୦: ଉଇକିଆଳି ମୃତ୍ୟୁଞ୍ଜୟ କର ଉଇକିପାଠାଗାର,ଏହାର ଉଦ୍ଦେଶ୍ୟ,ବର୍ତ୍ତମାନର ପରିସଙ୍ଖ୍ୟାନ,OTRS, କେଉଁ ସବୁ ବହି କିପରି ଭାବରେ ପାଠାଗାରକୁ ଅଣାଯାଇପାରିବ ଇତ୍ୟାଦି କହିବେ । ଉଇକିଆଳି ବିକାଶ ଓଝା CC license ବାବଦରେ କହିବେ ।
୧୨.୦୦-୧୨.୪୫: ଉଇକିଆଳି ସୁବାସ ଚନ୍ଦ୍ର ରାଉତ ଉଇକିପାଠାଗାରରେ କିପରି ସଠିକ ଭାବରେ ଲେଖାଯାଇପାରିବ ସେସବୁ ବିଷୟରେ କହିବେ
୧୨.୪୫-୦୧.୩୦: ପ୍ରଶ୍ନ-ଉତ୍ତର ସଭା (ଉଇକି ପାଠାଗାର,ଉଇକିପିଡିଆ କିମ୍ବା ଯେକୌଣସି ଉଇକିମିଡିଆ ପ୍ରକଳ୍ପ ସମ୍ବନ୍ଧିତ ଆଲୋଚନା କରାଯିବ ଏବଂ କାହାର କିଛି ସୂଚନା/ସାହାଯ୍ୟ ଦରକାର ଥିଲେ ସେ ବିଷୟରେ ଆଲୋଚନା କରାଯିବ)
୦୧.୩୦-୦୩.୦୦: ଖାଇବା ବିରତି
୦୩.୦୦-୦୪.୦୦: ଉଇକିଆଳି ପ୍ରତୀକ ପଟ୍ଟନାୟକ ବହି/ପୋଥି ସ୍କାନିଂ ଓ ଡିଜିଟାଇଜେସନ ବିଷୟରେ କହିବେ ଓ କିପରି ଏସବୁକୁ କମନ୍ସ ଓ ପାଠାଗାରକୁ ଅଣାଯିବ ଦେଖାଇବେ ।
୦୪.୦୦-୦୫.୦୦: ଉଇକିଆଳି ଜ୍ଞାନ ରଞ୍ଜନ ସାହୁ ଉଇକିପାଠାଗାର,ଉଇକିପିଡିଆରେ ଥିବା ଦରକାରୀ ଟୁଲ ଓ ଗ୍ୟାଜେଟ ଗୁଡିକ ବିଷୟରେ କହିବେ । ଉଇକିଆଳି ଶୈଳେଶ ପଟ୍ଟନାୟକ ଏହି ବର୍ଷର ସଫଳ ପ୍ରକଳ୍ପ ଓ ଆଗକୁ ହେବାକୁ ଥିବା ପ୍ରକଳ୍ପ ଗୁଡିକ ବିଷୟରେ କହିବେ ।
୦୫.୦୦-୦୫.୩୦: ବିରତି ଓ ଅତିଥି ମାନଙ୍କୁ ସ୍ଵାଗତ
୦୫.୩୦-୦୭.୩୦: ସାଧାରଣ ସଭା

ଅତିଥି ପରିଚୟ :ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ବିଜୟ ମଲ୍ଲ ଓ ଶ୍ରୀମତୀ ଶକୁନ୍ତଳା ବଳିୟାରସିଂ ଙ୍କ ନାମ ବଛାଯାଇଛି । ତା' ଛଡା ଆଉ ଯେଉଁ ଲେଖକ/ଲେଖିକା ମାନେ ନିଜର ବହି ପାଠାଗାରକୁ ଦେଇଛନ୍ତି ବା କିଛି ବହି ଆଣିବାରେ ସାହାଯ୍ୟ କରିଛନ୍ତି ,ସେମାନଙ୍କୁ ସଭାକୁ ନିମନ୍ତ୍ରଣ କରାଯିବ । ତା' ସହ ସୃଜନିକାକୁ ମଧ୍ୟ ନିମନ୍ତ୍ରଣ ପାଇଁ ପ୍ରସ୍ତାବ ଅଛି ।