ଉଇକିପାଠାଗାର:ଜନ୍ମତିଥି/୩/ପ୍ରେସ ରିଲିଜ

ଉଇକିପାଠାଗାର‌ରୁ

ଆସନ୍ତା ୦୩/୧୨/୨୦୧୭ ଦିନ ସନ୍ଧ୍ୟା ୫ ଘଟିକା ସମୟରେ ଭୁବନେଶ୍ଵରର ‘ହୋଟେଲ ତାଜ ଓଡିଶା’ରେ ଓଡ଼ିଆ ଉଇକିପାଠାଗାରର ୩ୟ ଜନ୍ମତିଥି ପାଳନ କରାଯାଉଛି । ଏଥିରେ ଓଡ଼ିଆ ଭାଷାରେ ଏକ ଡିଜିଟାଲ ପଠାଗାରର ଆବଶ୍ୟକତା ଓ ଓଡ଼ିଆ ସାହିତ୍ୟର ସଂରକ୍ଷଣ, ପ୍ରଚାର ଓ ପ୍ରସାରରେ ଓଡିଆ ଉଇକିପାଠାଗାରର ଭୂମିକା ବିଷୟରେ ଅଲୋଚନା ହେବ ବୋଲି ସଭାର ଆୟୋଜକମାନେ ସୂଚନା ଦେଇଛନ୍ତି । ଏହା ସହିତ ଅଧିକରୁ ଅଧିକ ବିରଳ ତଥା ପୁରାତନ ଏବଂ ନୂତନ କପିରାଇଟ ନଥିବା ପୁସ୍ତକମାନ ଇଣ୍ଟରନେଟରେ ମୁକ୍ତ ଭାବରେ ଉପଲବ୍ଧ କରିବାକୁ ଆହ୍ଵାନ କରିବା ଏହି ସଭାର ଉଦ୍ଦେଶ୍ୟ । ଏହି ସଭାରେ ସମ୍ମାନାସ୍ପଦ ଶ୍ରୀମତୀ ଶକୁନ୍ତଳା ବଳିଆର ସିଂହ ଓ ଶ୍ରୀଯୁକ୍ତ ବିଜୟ ମଲ୍ଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କର ସୁଚିନ୍ତିତ ସାହିତ୍ୟିକ ବକ୍ତବ୍ୟ ପ୍ରଦାନ କରିବେ । ଓଡ଼ିଆ ଉଇକିପାଠାଗାର ୨୦୧୪ ମସିହାରେ ଓଡ଼ିଆ ଉଇକିପିଡ଼ିଆର ଏକ ସହ ପ୍ରକଳ୍ପ ଭାବରେ ଜନ୍ମ ନେଇଥିଲା । ଏହା ଇଣ୍ଟରନେଟରେ http://or.wikisource.org ରେ ଉଉପଲବ୍ଧ । ନିଃଶୁଳ୍କ ଓ ମୁକ୍ତ ଭାବେ ଉପଲବ୍ଧ ଏହି ଡିଜିଟାଲ ପାଠାଗାରରେ ଚର୍ଯ୍ୟାପଦ ଭଳି ପୁରୁଣା ପଦାବଳୀଠୁ ଆରମ୍ଭ କରି ୭୦୦ରୁ ଅଧିକ ନୂଆ ପୁରୁଣା ବହି ଓ ଲେଖା ରହିଛି, ଯାହା ମଧ୍ୟରେ ଶାରଳା ଦାସଙ୍କ ମହାଭାରତ, ଓଡ଼ିଆ ଭାଗବତ ଓ ଅନେକ ବିରଳ ବହି ଓ ପୋଥି ଅନ୍ତର୍ଭୁକ୍ତ । ଓଡ଼ିଆ ସାହିତ୍ୟର ଅମୂଲ୍ୟ ବିଭବ ଗୁଡ଼ିକୁ ସାଇତି ରଖିବା ଓ ଆଧୁନିକ କାଳର ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ଏହାର ପ୍ରଚାର ଓ ପ୍ରସାର କରିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ଏହି ପାଠାଗାରରେ ବହି ଗୁଡ଼ିକୁ କେବଳ ସ୍କାନ କରାଯାଇ ରଖାଯାଏ ନାହିଁ ବରଂ ସେସବୁକୁ ନୂତନ ଅକ୍ଷରରେ ଟାଇପ କରି ରଖାଯାଏ, ଯାହା ଫଳରେ ଇଣ୍ଟରନେଟରେ ଏସବୁ ଖୋଜିବା ବହୁତ ସହଜ ହୋଇଥାଏ । ସମସ୍ତଙ୍କୁ ସମ୍ପାଦନାର ସୁଯୋଗ ଦେଉଥିବା ଏହି ପାଠାଗାର ଉଇକିଆଳି ମାନଙ୍କ ସହଯୋଗରେ ଗଠନ ହୋଇଛି । ଏହି ସଭାରେ ଜନ ସାଧାରଣଙ୍କୁ ତଥା ଓଡ଼ିଆ ପୋଥି ଓ ବହିକୁ ପାଠକମାନଙ୍କ ପାଖକୁ ଆଣିବା ନିମନ୍ତେ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ଯୋଗଦେବା ନିମନ୍ତେ ଏହାର ଆୟୋଜକ ଉଇକିଆଳିମାନେ ଅନୁରୋଧ କରିଛନ୍ତି । ଏହି ସଭା ଓଡ଼ିଆ ଭାଷାର ବିକାଶ ନିମନ୍ତେ ଉଦ୍ଦିଷ୍ଟ । ଆମେ ଆଶା କରୁଛୁ, ଆପଣମାନେ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସାହାଯ୍ୟ କରିବେ ।