ଉଇକିପାଠାଗାର ଆଲୋଚନା:ଜନ୍ମତିଥି/୩
ନୂଆ ଯୋଡ଼ନ୍ତୁAppearance
Latest comment: ୬ ବର୍ଷ ପୂର୍ବେ by Psubhashish in topic ମାଷ୍ଟରକ୍ଲାସ
ମାଷ୍ଟରକ୍ଲାସ
[ସମ୍ପାଦନା]ଏମିତିକା କାର୍ଯ୍ୟକ୍ରମଟିଏ ବହୁ ଲୋକଙ୍କୁ ଏକ ଛାତ ତଳକୁ ଟାଣିଆଣେ । ଆଉ ସବୁବେଳେ ଅନଲାଇନରେ ଆଲୋଚନା କି ଜ୍ଞାନ ଦିଆନିଆ ହେଉଥିବା ଏକ କମୁନିଟି ପାଇଁ ମୁହାଁମୁହିଁ ଭେଟାଭେଟି ହେବା ବି ନିହାତି ଜରୁରୀ । ତେବେ ଆମେ ଆଜିଯାଏ ଗୋଟେ ଜିନିଷ ସଫଳ ଭାବେ କରିପାରିନୁ ଆଉ ହୁଏତ ସେ ବାବଦରେ ଟିକେ ଭାବିଲେ ଭଲରେ ହେଇପାରିବ । ସେଇଟି ହେଲା ମାଷ୍ଟରକ୍ଲାସ । ମାନେ ବିଭିନ୍ନ ଟପିକରେ ପ୍ରବୀଣମାନେ ୧୫-୨୦ ମିନିଟ ଲେଖା ଡେମୋ ଦେଖେଇବେ । ବାକିମାନେ ପାରିଲେ ନିଜେ ବି କରିବେ ଆଉ ଯାହାର ଯାହା ଅସୁବିଧା ଥିବ ସେଠି ପଚାରିବେ । ଏଇଟା ଜଣ-ଜଣଙ୍କ ଭିତରେ ଆଲୋଚନା ବଦଳରେ କରାଯାଇପାରେ ତେଣୁ ସମାନ ଅସୁବିଧା ଭୋଗୁଥିବା ଏକାଥିକ ନୂଆ ଉଇକିଆଳିଙ୍କ ଡାଉଟ ଥରକରେ କିଲିଅର ହେଇଯାନ୍ତା! :) ବାକିମାନେ କଣ ଭାବୁଛନ୍ତି? --ସୁଭାସିସ ପାଣିଘରି (ମୋ ଆଲୋଚନା) ୦୦:୨୦, ୨୩ ନଭେମ୍ବର ୨୦୧୭ (IST)