ଏକା ନବଘନ ଶ୍ୟାମ ବଂଶୀସ୍ୱନ

ଉଇକିପାଠାଗାର‌ରୁ
Jump to navigation Jump to search
ଏକା ନବଘନ ଶ୍ୟାମ ବଂଶୀସ୍ୱନ
ଲେଖକ/କବି: ଜଗନ୍ନାଥ ନାରାୟଣ ଦେବ
କବିସୂର୍ଯ୍ୟଙ୍କ ଯେବେ ନବଘନ ଶ୍ୟାମ ବଂଶୀସ୍ୱନ ସହ ସାମଞ୍ଜସ୍ୟ ରହିଛି ।

ଏକା ନବଘନ ଶ୍ୟାମ ବଂଶୀସ୍ୱନ ନିଶୀଥରେ ଥରେ ଶୁଣାଯିବ ।
ସଖି ସୁଖ ମନେ ମୋଦମୟ ବନେ ବିହରିବୁ ତୋର ଊଣାଯିବ ।

ପ୍ରସରିବ ମତ୍ତ ମିଳିନ୍ଦ ସଙ୍ଗୀତ, କଳପିକ ରୁତ ମଳୟ ମରୁତ ।
ଚରାଚର ଲୋକ ଧରାରେ ପୁଲକ, ପରାନନ୍ଦ ବୀଜ ବୁଣାଯିବ ।୧।

କଳିନ୍ଦଜା କୂଳ ବିପିନ ବକୁଳ, ମଞ୍ଜୁଳ ମଞ୍ଜରୀ ନିଳୟ ବଳୟ ।
ସୁରଭି ସୁଷମ ବିବିଧ କୁସୁମମୟ ଚନ୍ଦ୍ରାତପ ଟଣାଯିବ ।୨।

ହେବ ସ୍ମରବଳଜନ୍ୟ ମହୋଜ୍ଜ୍ୱଳ, ଶୃଙ୍ଗାର ମଙ୍ଗଳମୟ ବନସ୍ଥଳ ।
କଳାବତୀକୁଳ ବ୍ରତତରୁ ମୂଳ, ମୁଷଳୀ ଶରୀରୁ ହଣାଯିବ ।୩।

ଜଗନ୍ନାଥ ନାରାୟଣ ଦେବ ଗୀତ, ଅମରାବତୀନ୍ଦ୍ର ମହେନ୍ଦ୍ର ବନ୍ଦିତ ।
ବଇଶାଖ ରାକା ରଜନୀରେ ଏକା ଛଣାଯିବ ପରି ଜଣାଯିବ ।୪।