ଓଡ଼ିଶା ରାଜନୀତିର ଇତିହାସ/ଏକାଦଶ ଓଡ଼ିଶା ବିଧାନସଭା: ଜାନକୀବାବୁ ତୃତୀୟର ମୁଖ୍ୟମନ୍ତ୍ରୀ

ଉଇକିପାଠାଗାର‌ରୁ
ଓଡ଼ିଶା ରାଜନୀତିର ଇତିହାସ  (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ଏକାଦଶ ଓଡ଼ିଶା ବିଧାନସଭା: ଜାନକୀବାବୁ ତୃତୀୟର ମୁଖ୍ୟମନ୍ତ୍ରୀ


ପଞ୍ଚବିଂଶ ପରିଚ୍ଛେଦ

ଏକାଦଶ ଓଡ଼ିଶା ବିଧାନସଭା :

ଜାନକୀବାବୁ ତୃତୀୟର ମୁଖ୍ୟମନ୍ତ୍ରୀ

ଏକାଦଶ ଓଡ଼ିଶା ବିଧାନସଭା ନିମନ୍ତେ ୧୪୭ଟି ଯାକ ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଲା । ପ୍ରଥମ ପର୍ଯ୍ୟାୟରେ ୧୯୯୫ ମସିହା ମାର୍ଚ୍ଚମାସ ୭ ତାରିଖରେ ୭୧ଟି ଆସନପାଇଁ ଓ ମାର୍ଚ୍ଚ ୯ ତାରିଖରେ ୭୬ଟି ଆସନ ପାଇଁ ଭୋଟ୍‍ ଗ୍ରହଣ କରାଯାଇ ମାର୍ଚ୍ଚ ୧୫ ତାରିଖରେ ବିଧାନସଭା ଗଠିତ ହେଲା । ଏହି ନିର୍ବାଚନରେ କଂଗ୍ରେସ-୮୦, ଜନତାଦଳ-୪୬, ବିଜେପି - ୯, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା-୪, ଝାଡଖଣ୍ଡ ପିପୁଲସ୍‍ ପାର୍ଟି-୧, ଭାରତୀୟ କମ୍ୟୁନିଷ୍ଟ ପାର୍ଟି-୧ ଓ ସ୍ୱାଧୀନ ପ୍ରାର୍ଥୀ ୬ଟି ଆସନ ଲାଭ କଲେ । କଂଗ୍ରେସ ହେଲା ଏକକ ସଂଖ୍ୟା ଗରିଷ୍ଠ ଦଳ । ବିଭିନ୍ନ ଦଳରୁ ୭ଜଣ ମହିଳା ପ୍ରାର୍ଥୀ ନିର୍ବାଚିତ ହୋଇ ଆସିଲେ । ସେମାନେ ହେଲେ- ସରସ୍ୱତୀ ହେମ୍ବ୍ରମ୍ (କଂ)- ଖୁଣ୍ଟା, କମଳା ଦାସ (ଜ.ଦ)ଭୋଗରାଇ, ବିଜୟଲକ୍ଷ୍ମୀ ସାହୁ (କଂ)- କଟକ ସଦର, ଉଷାରାଣୀ ପଣ୍ଡା (କଂ)- ଆସ୍କା, ପରମା


ପୂଜାରୀ (କଂ) - ଉମରକୋଟ, ରୋସନୀ ସିଂହଦେଓ (ଜ.ଦ)- କୋକସରା ଓ ନନ୍ଦିନୀ ଶତପଥୀ (କଂ)-ଗଁଦିଆ ।

ଏକାଦଶ ବିଧାନସଭା ସଦସ୍ୟ (୧୯୯୫) :

କରଞ୍ଜିଆ ରଘୁନାଥ ହେମ୍ବ୍ରମ୍‍ ଜନତା ଦଳ
ଯଶୀପୁର ଶମ୍ଭୁନାଥ ନାୟକ ସ୍ୱାଧୀନ
ବାହଲଦା ଖେଲାରାମ ମାଝି ଜେ.ପି.ପି
ରାଇରଙ୍ଗପୁର ଲକ୍ଷ୍ମଣ ମାଝି କଂଗ୍ରେସ
ବାଙ୍ଗିରିପୋଷୀ ଆଜେନ ମୁର୍ମୁ ଜେ.ଏମ୍‍.ଏମ୍‍
କୁଳିଅଣା ସୁଦାମ ମାରାଣ୍ଡି ଜେ.ଏମ୍‍.ଏମ୍‍
ବାରିପଦା ପ୍ରସନ୍ନ କୁମାର ଦାସ କଂଗ୍ରେସ
ବୈସିଙ୍ଗା ପୃ‌ଥୁନାଥ କିସ୍‍କୁ କଂଗ୍ରେସ
ଖୁଣ୍ଟା ସରସ୍ୱତୀ ହେମ୍ବ୍ରମ କଂଗ୍ରେସ
ଉଦଳା ରାବଣେଶ୍ୱର ମଢେ଼ଇ କଂଗ୍ରେସ
ଭୋଗରାଇ କମଳା ଦାସ ଜନତା ଦଳ
ଜଳେଶ୍ୱର ଜୟ ନାରାୟଣ ମହାନ୍ତି କଂଗ୍ରେସ
ବସ୍ତା ରଘୁନାଥ ମହାନ୍ତି ଜନତା ଦଳ
ବାଲେଶ୍ୱର ଅରୁଣ ଦେ ସ୍ୱାଧୀନ
ସୋରୋ କାର୍ତ୍ତିକ ମହାପାତ୍ର କଂଗ୍ରେସ
ସିମୂଳିଆ ପଦ୍ମଲୋଚନ ପଣ୍ଡା କଂଗ୍ରେସ
ନୀଳଗିରି ଅକ୍ଷୟ କୁମାର ଆଚାର୍ଯ୍ୟ କଂଗ୍ରେସ
ଭଣ୍ଡାରିପୋଖରୀ ଅର୍ଜୁନ ଚରଣ ସେଠି ଜନତା ଦଳ
ଭଦ୍ରକ ପ୍ରଫୁଲ୍ଲ ସାମଲ ଜନତା ଦଳ
ଧାମନଗର ଜଗନ୍ନାଥ ରାଉତ କଂଗ୍ରେସ
ଚାନ୍ଦବାଲି ନେତ୍ରାନନ୍ଦ ମଲ୍ଲିକ କଂଗ୍ରେସ
ବାସୁଦେବପୁର ବିଜୟଶ୍ରୀ ରାଉତରାୟ ଜନତା ଦଳ
ସୁକିନ୍ଦା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଜନତା ଦଳ
କୋରେଇ ଅଶୋକ କୁମାର ଦାସ ଜନତା ଦଳ
ଯାଜପୁର ସୂର୍ଯ୍ୟମଣି ଜେନା ଜନତା ଦଳ
ଧର୍ମଶାଳା କଳ୍ପତରୁ ଦାସ ଜନତା ଦଳ
ବଡଚଣା ଅମର ପ୍ରସାଦ ଶତପଥୀ ଜନତା ଦଳ
ବରି-ଡେରାବିଶ୍‍ ଚିନ୍ମୟ ପ୍ରସାଦ ବେହୁରା କଂଗ୍ରେସ
ବିଂଝାରପୁର ଅର୍ଜୁନ ଦାସ କଂଗ୍ରେସ
ଆଳି ଦୋଳ ଗୋବିନ୍ଦ ନାୟକ କଂଗ୍ରେସ
ପଟ୍ଟାମୁଣ୍ଡାଇ ଗଣେଶ୍ୱର ବେହେରା କଂଗ୍ରେସ
ରାଜନଗର ନଳିନୀକାନ୍ତ ମହାନ୍ତି ଜନତା ଦଳ
କେନ୍ଦ୍ରାପଡା ଭଗବତ ପ୍ରସାଦ ମହାନ୍ତି କଂଗ୍ରେସ
ପାଟକୁରା ବିଜୟ ମହାପାତ୍ର ଜନତା ଦଳ
ତିର୍ତ୍ତୋଲ ବସନ୍ତ କୁମାର ବିଶ୍ୱାଳ କଂଗ୍ରେସ
ଏରସମା ବିଜୟ କୁମାର ନାୟକ କଂଗ୍ରେସ
ବାଲିକୁଦା ଲଲାଟେନ୍ଦୁ ମହାପାତ୍ର କଂଗ୍ରେସ
ଜଗତସିଂହପୁର ବିଷ୍ଣୁଚରଣ ଦାସ ଜନତା ଦଳ
କିଶନ୍‍ନଗର ଯୁଧିଷ୍ଠିର ଦାସ ଜନତା ଦଳ
ମାହାଙ୍ଗା ସେକ୍‍ ମତଲୁବ୍‍ ଅଲ୍ଲୀ କଂଗ୍ରେସ
ସାଲେପୁର ରବୀନ୍ଦ୍ର କୁମାର ବେହେରା କଂଗ୍ରେସ
ଗୋବିନ୍ଦପୁର ପଞ୍ଚାନନ କାନୁନ୍‍ଗୋ ଜନତା ଦଳ
କଟକ ସଦର ବିଜୟଲକ୍ଷ୍ମୀ ସାହୁ କଂଗ୍ରେସ
କଟକ ସହର ସମୀର ଦେ ବିଜେପି
ଚୌଦ୍ୱାର କାହ୍ନୁଚରଣ ଲେଙ୍କା କଂଗ୍ରେସ
ବାଙ୍କୀ ପ୍ରଭାତ ତ୍ରିପାଠୀ ଜନତା ଦଳ
ଆଠଗଡ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜନତା ଦଳ
ବଡମ୍ବା ଦେବୀ ମିଶ୍ର ଜନତା ଦଳ
ବାଲିପାଟଣା ହୃଷୀକେଶ ନାୟକ ଜନତା ଦଳ
ଭୁବନେଶ୍ୱର ବିଜୁ ପଟ୍ଟନାୟକ ଜନତା ଦଳ
ଜଟଣୀ ସୁରେଶ କୁମାର ରାଉତରାୟ କଂଗ୍ରେସ
ପିପିଲି ଯୁଧିଷ୍ଠିର ସାମନ୍ତରାୟ କଂଗ୍ରେସ
ନିମାପଡା ରବୀନ୍ଦ୍ର କୁମାର ସେଠି କଂଗ୍ରେସ
କାକଟପୁର ବୈକୁଣ୍ଠ ନାଥ ସ୍ୱାଇଁ କଂଗ୍ରେସ
ସତ୍ୟବାଦୀ ପ୍ରସାଦ କୁମାର ହରିଚନ୍ଦନ କଂଗ୍ରେସ
ପୁରୀ ମହେଶ୍ୱର ମହାନ୍ତି ଜନତା ଦଳ
ବ୍ରହ୍ମଗିରି ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର କଂଗ୍ରେସ
ଚିଲିକା ଦେବେନ୍ଦ୍ର ନାଥ ମାନସିଂହ କଂଗ୍ରେସ
ଖୋର୍ଦ୍ଧା ପ୍ରସନ୍ନ କୁମାର ପାଟ୍ଟଶାଣୀ ଜନତା ଦଳ
ବେଗୁନିଆ ହରିହର ସାହୁ କଂଗ୍ରେସ
ରଣପୁର ରମାକାନ୍ତ ମିଶ୍ର କଂଗ୍ରେସ
ନୟାଗଡ ସୀତାକାନ୍ତ ମିଶ୍ର କଂଗ୍ରେସ
ଖଣ୍ଡପଡା ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ କଂଗ୍ରେସ
ଦଶପଲ୍ଲା ରୁଦ୍ରମାଧବ ରାୟ ଜନତା ଦଳ
ଜଗନ୍ନାଥ ପ୍ରସାଦ ମାଧବାନନ୍ଦ ବେହେରା ଜନତା ଦଳ
ଭଞ୍ଜନଗର ବିକ୍ରମକେଶରୀ ଆରୁଖ ଜନତା ଦଳ
ସୋରଡା ଅନନ୍ତ ନାରାୟଣ ସିଂହଦେଓ ବିଜେପି
ଆସ୍କା ଉଷାରାଣୀ ପଣ୍ଡା କଂଗ୍ରେସ
କବିସୂର୍ଯ୍ୟନଗର ହରିହର ସ୍ୱାଇଁ କଂଗ୍ରେସ
କୋଦଳା ରାମକୃଷ୍ଣ ପଟ୍ଟନାୟକ ଜନତା ଦଳ
ଖଲ୍ଲିକୋଟ ଭି.ସୁଜ୍ଞାନ କୁମାରୀ ଦେଓ ଜନତା ଦଳ
ଛତ୍ରପୁର ଦୈତାରି ବେହେରା କଂଗ୍ରେସ
ହିଞ୍ଜିଳି ଉଦୟନା ନାୟକ କଂଗ୍ରେସ
ଗୋପାଳପୁର ରାମଚନ୍ଦ୍ର ସେଠି ଜନତା ଦଳ
ବ୍ରହ୍ମପୁର ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଜନତା ଦଳ
ଚିକିଟି ଚିନ୍ତାମଣି ଦ୍ୟାନ ସାମନ୍ତରାୟ ସ୍ୱାଧୀନ
ମୋହନା ସୂର୍ଯ୍ୟ ନାରାୟଣ ପାତ୍ର ଜନତା ଦଳ
ରାମଗିରି ହଳଧର କାର୍ଜି କଂଗ୍ରେସ
ପାରଳାଖେମୁଣ୍ଡି ତ୍ରିନାଥ ସାହୁ ସ୍ୱାଧୀନ
ଗୁଣୁପୁର ଅକ୍ଷୟ କୁମାର ଗମାଙ୍ଗୋ କଂଗ୍ରେସ
ବିଷମ କଟକ ଡମ୍ବରୁଧର ଉଲାକା କଂଗ୍ରେସ
ରାୟଗଡା ଉଲାକା ରାମଚନ୍ଦ୍ର କଂଗ୍ରେସ
ଲକ୍ଷ୍ମୀପୁର ଅନନ୍ତରାମ ମାଝି କଂଗ୍ରେସ
ପଟ୍ଟାଙ୍ଗୀ ରାମଚନ୍ଦ୍ର କଦମ କଂଗ୍ରେସ
କୋରାପୁଟ ଗୁପ୍ତପ୍ରସାଦ ଦାସ କଂଗ୍ରେସ
ମାଲକାନାଗିରି ଅରବିନ୍ଦ ଢ଼ାଲି ଉଦାହରଣ
ଚିତ୍ରକୋଣ୍ଡା ଗଙ୍ଗାଧର ମାଝି କଂଗ୍ରେସ
କୋଟପାଡ ବାସୁଦେବ ମାଝି କଂଗ୍ରେସ
ଜୟପୁର ରଘୁନାଥ ପଟ୍ଟନାୟକ କଂଗ୍ରେସ
ନବରଙ୍ଗପୁର ହବିବୁଲ୍ଲା ଖାଁ କଂଗ୍ରେସ
କୋଡିଙ୍ଗା ମଦନ ନାୟକ କଂଗ୍ରେସ
ଡାବୁଗାଁ ଯାଦବ ମାଝି ଜନତା ଦଳ
ଉମରକୋଟ ପରମାପୂଜାରୀ କଂଗ୍ରେସ
ନୂଆପଡା ଘାସିରାମ ମାଝି ଜନତା ଦଳ
ଖଡିଆଳ ଦୁର୍ଯ୍ୟୋଧନ ମାଝି ଜନତା ଦଳ
ଧରମଗଡ ବୀର ସିପ୍‍କା ଜନତା ଦଳ
କୋକସରା ରୋସନୀ ସିଂହଦେଓ ଜନତା ଦଳ
ଜୁନାଗଡ ବିକ୍ରମ କେଶରୀ ଦେଓ ବିଜେପି
ଭବାନୀପାଟଣା ପ୍ରଦୀପ କୁମାର ନାୟକ
ନର୍ଲା ବଳଭଦ୍ର ମାଝି ଜନତା ଦଳ
କେସିଙ୍ଗା ଭୂପିନ୍ଦର ସିଂହ କଂଗ୍ରେସ
ବାଲିଗୁଡା ସହୁରା ମଲ୍ଲିକ କଂଗ୍ରେସ
ଉଦୟଗିରି ନାଗାର୍ଜୁନ ପ୍ରଧାନ କଂଗ୍ରେସ
ଫୁଲବାଣୀ ଦାଶରଥି ବେହେରା ସ୍ୱାଧୀନ
ବୌଦ୍ଧ ସଚ୍ଚିଦାନନ୍ଦ ଦଲାଲ ଜନତା ଦଳ
ଟିଟିଲାଗଡ ଯୋଗେନ୍ଦ୍ର ବେହେରା ଜନତା ଦଳ
କଣ୍ଟାବାଂଝି ସନ୍ତୋଷ ସିଂହ ସାଲଜା କଂଗ୍ରେସ
ପାଟଣାଗଡ଼ କନକ ବର୍ଦ୍ଧନ ସିଂହଦେଓ ବିଜେପି
ସଇଁତଳା ସୁରେନ୍ଦ୍ରସିଂହ ଭୋଇ କଂଗ୍ରେସ
ଲୋଇସିଂହା ବାଳଗୋପାଳ ମିଶ୍ର ସ୍ୱାଧୀନ
ବଲାଙ୍ଗୀର ଅନଙ୍ଗ ଉଦୟ ସିଂହଦେଓ ଜନତା ଦଳ
ସୋନପୁର କୁନ୍ଦୁର କୁଶଲ ଜନତା ଦଳ
ବିନିକା ନରସିଂହ ମିଶ୍ର ଜନତା ଦଳ
ବୀର ମହାରାଜପୁର ରାମଚନ୍ଦ୍ର ପ୍ରଧାନ କଂଗ୍ରେସ
ଆଠମଲ୍ଲିକ ଅମରନାଥ ପ୍ରଧାନ କଂଗ୍ରେସ
ଅନୁଗୁଳ ରମେଶ ଜେନା କଂଗ୍ରେସ
ହିନ୍ଦୋଳ ମହେଶ୍ୱର ନାୟକ କଂଗ୍ରେସ
ଢେ଼ଙ୍କାନାଳ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସ
ଗଁଦିଆ ନନ୍ଦିନୀ ଶତପଥୀ କଂଗ୍ରେସ
କାମାକ୍ଷା ନଗର କୈଳାସ ଚନ୍ଦ୍ର ମହାପାତ୍ର କଂଗ୍ରେସ
ପାଲଲହଡା ବିଭୁଧେନ୍ଦ୍ର ପ୍ରତାପ ଦାସ କଂଗ୍ରେସ
ତାଳଚେର ମହେଶ୍ୱର ସାହୁ ବିଜେପି
ପଦ୍ମପୁର ବିଜୟ ରଞ୍ଜନ ସିଂହ ବରିହା ଜନତା ଦଳ
ମେଲଚ୍ଛାମୁଣ୍ଡା ପ୍ରକାଶ ଚନ୍ଦ୍ର ଦେବତା କଂଗ୍ରେସ
ବିଜେପୁର ରିପୁନାଥ ସେଠ୍‍ କଂଗ୍ରେସ
ଭଟ୍ଟଲି ମୋହନ ନାଗ କଂଗ୍ରେସ
ବରଗଡ ପ୍ରସନ୍ନ ଆଚାର୍ଯ୍ୟ ଜନତା ଦଳ
ସମ୍ବଲପୁର ଦୁର୍ଗା ଶଙ୍କର ପଟ୍ଟନାୟକ କଂଗ୍ରେସ
ବ୍ରଜରାଜନଗର ପ୍ରସନ୍ନ କୁମାର ପଣ୍ଡା ସିପିଆଇ
ଝାରସୁଗୁଡା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ କଂଗ୍ରେସ
ଲାଇକେରା ହେମାନନ୍ଦ ବିଶ୍ୱାଳ କଂଗ୍ରେସ
କୁଚିଣ୍ଡା ପାଣୁଚନ୍ଦ୍ର ନାଏକ କଂଗ୍ରେସ
ରେଢ଼ାଖୋଲ ଅଭିମନ୍ୟୁ କୁମ୍ଭାର କଂଗ୍ରେସ
ଦେବଗଡ ପ୍ରଦୀପ ଗଙ୍ଗଦେବ ଜନତା ଦଳ
ସୁନ୍ଦରଗଡ କିଶୋର ଚନ୍ଦ୍ର ପଟେଲ କଂଗ୍ରେସ
ତଲସରା ଗଦାଧର ମାଝି କଂଗ୍ରେସ
ରାଜଗାଙ୍ଗପୁର ମଙ୍ଗଳା କିଷାନ୍‍ ଜନତା ଦଳ
ବୀରମିତ୍ରପୁର ଜର୍ଜ ତିର୍କୀ ଜେ.ଏମ୍‍.ଏମ୍‍
ରାଉରକେଲା ପ୍ରଭାତ ମହାପାତ୍ର କଂଗ୍ରେସ
ରଘୁନାଥ ପାଲ୍ଲୀ ମନସିଦ୍‍ ଏକ୍କା ଜେ.ଏମ୍‍.ଏମ୍‍
ବଣେଇ ଜୁଏଲ ଓରାମ ବିଜେପି
ଚ-ୁଆ ଧନୁର୍ଜୟ ଲାଗୁଡି କଂଗ୍ରେସ
ପାଟନା ହୃଷୀକେଶ ନାଏକ କଂଗ୍ରେସ
କେନ୍ଦୁଝର ଯୋଗେନ୍ଦ୍ର ନାଏକ ବିଜେପି
ତେଲକୋଇ ଚନ୍ଦ୍ରସେଣା ନାଏକ କଂଗ୍ରେସ
ରାମଚନ୍ଦ୍ରପୁର ନିରଞ୍ଜନ ପଟ୍ଟନାୟକ କଂଗ୍ରେସ
ଆନନ୍ଦପୁର ଜୟଦେବ ଜେନା କଂଗ୍ରେସ

ମନ୍ତ୍ରିମଣ୍ଡଳ ଗଠନ :

ଜାନକୀବଲ୍ଲଭ ପଟ୍ଟନାୟକ ବିଧାନସଭା ସଦସ୍ୟ ନଥାଇ ମଧ୍ୟ ହାଇକମାଣ୍ଡଙ୍କ ସୁପାରିଶ ମତେ କଂଗ୍ରେସ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହେଲେ । ତୃତୀୟ ଥର ପାଇଁ ସେ ୧୯୯୫ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ତାଙ୍କ ସହିତ ସେହିଦିନ ବସନ୍ତ କୁମାର ବିଶ୍ୱାଳ ଓ ହେମାନନ୍ଦ ବିଶ୍ୱାଳ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ମାର୍ଚ୍ଚ ୨୦ ତାରିଖରେ ଆଉ ୯ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଓ ୯ଜଣ ରାଷ୍ଟ୍ର ମନ୍ତ୍ରୀ ଶପଥ ଗ୍ରହଣ କଲେ । ନବନିଯୁକ୍ତ ମନ୍ତ୍ରୀମାନଙ୍କର ବିଭାଗ ଗୁଡିକ ହେଲା :

କ୍ୟାବିନେଟ ମନ୍ତ୍ରୀ :

ଜାନକୀ ବଲ୍ଲଭ ପଟ୍ଟନାୟକ : ମୁଖ୍ୟମନ୍ତ୍ରୀ, ସାଧାରଣ ପ୍ରଶାସନ, ସ୍ୱରାଷ୍ଟ୍ର, ଶକ୍ତି ଓ ଖଣି,
ଅବକାରୀ, କ୍ରୀଡା ଓ ଯୁବ ବ୍ୟାପାର, କୃଷି, ସମବାୟ, ବାଣିଜ୍ୟ,
ଶ୍ରମ ଓ ନିୟୋଜନ, କଲ୍ୟାଣ, ମହିଳା ଓ ଶିଶୁ ବିକାଶ,
ସରକାରୀ ଉଦ୍ୟୋଗ ତା ବିଭାଗ ଆବଣ୍ଟନ ହୋଇନଥିବା ବିଭାଗର ମନ୍ତ୍ରୀ ।
ବସନ୍ତ କୁମାର ବିଶ୍ୱାଳ : ଉପ-ମୁଖ୍ୟମନ୍ତ୍ରୀ : ଅର୍, ଜଳସଂପଦ ଓ ସଂସଦୀୟ ବ୍ୟାପାର
ହେମାନନ୍ଦ ବିଶ୍ୱାଳ : ଉପ-ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ, ଗୃହନିର୍ମାଣ, ସାଧାରଣ
ଅଭିଯୋଗ ଓ ପେନ୍‍ସନ୍‍ ପ୍ରଶାସନ
କାହ୍ନୁଚରଣ ଲେଙ୍କା : ରାଜସ୍ୱ ଓ ପରିବହନ
ଉଲାକା ରାମଚନ୍ଦ୍ର : ଜଙ୍ଗଲ, ବିଦ୍ୟାଳୟ ଓ ଗଣଶିକ୍ଷା
ନିରଞ୍ଜନ ପଟ୍ଟନାୟକ : ଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ, ହସ୍ତ ଓ କୁଟୀର ଶିଳ୍ପ
ପ୍ରସନ୍ନ କୁମାର ଦାସ : ପରିବେଶ, ବିଜ୍ଞାନ ଓ କାରିଗରୀ
ଭାଗବତ ପ୍ରସାଦ ମହାନ୍ତି : ଯୋଜନା ସମନ୍ୱୟ ଓ ଉଚ୍ଚ ଶିକ୍ଷା
ଭୂପିନ୍ଦର ସିଂହ : ପର୍ଯ୍ୟଟନ ଓ ସଂସ୍କୃତି,
ହବିବୁଲ୍ଲା ଖାଁ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ
ହରିହର ସ୍ୱାଇଁ : ପୂର୍ତ୍ତ

ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ :

ଅମରନାଥ ପ୍ରଧାନ : ନଗର ଉନ୍ନୟନ
ଜଗନ୍ନାଥ ରାଉତ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ନେତ୍ରାନନ୍ଦ ମଲ୍ଲିକ : ସୂଚନା ଓ ଲୋକସଂପର୍କ
ପ୍ରକାଶ ଦେବତା : ମତ୍ସ୍ୟ ଓ ପଶୁସମ୍ପଦ ବିକାଶ

ରାଷ୍ଟ୍ରମନ୍ତ୍ରୀ

ଗଦାଧର ମାଝି : କଲ୍ୟାଣ,
ନବୀନଚନ୍ଦ୍ର ନାରାୟଣ ଦାସ : ପଞ୍ଚାୟତିରାଜ,
ବିଜୟଲକ୍ଷ୍ମୀ ସାହୁ : ମହିଳା ଓ ଶିଶୁ ବିକାଶ
ରବୀନ୍ଦ୍ର କୁମାର ସେଠୀ : ସମବାୟ
ସୁରେଶ କୁମାର ରାଉତରାୟ : କ୍ରୀଡା ଓ ଯୁବସେବା

ବାଚସ୍ପତି ଓ ଉପବାଚସ୍ପତି :


ନବନିର୍ବାଚିତ ବିଧାନସଭା ସଦସ୍ୟମାନେ ୧୯୯୫ ମାର୍ଚ୍ଚ ମାସ ୨୦,୨୧ ଓ ୨୨ ତାରିଖ ଦିନ ଶପଥ ଗ୍ରହଣ କଲେ । ବିଧାନସଭାର ବରିଷ୍ଠ ସଭ୍ୟ ଘାସିରାମ ମାଝି ଅସ୍ଥାୟୀ ବାଚସ୍ପତି ଭାବରେ ନିଯୁକ୍ତି ପାଇ ସଦସ୍ୟମାନଙ୍କୁ ଶପଥପାଠ କରାଇଲେ । ମାର୍ଚ୍ଚ ୨୨ ତାରିଖରେ କଂଗ୍ରେସ ଦଳର ବିଧାୟକ କିଶୋର ଚନ୍ଦ୍ର ପଟେଲ ସର୍ବସମ୍ମତି କ୍ରମେ ବାଚସ୍ପତି ଭାବରେ ନିର୍ବାଚିତ ହେଲେ । ମାର୍ଚ୍ଚ ୨୮ ତାରିଖ ରେ ସେହି କଂଗ୍ରେସ ଦଳର ସଦସ୍ୟ ଚିନ୍ତାମଣି ଦ୍ୟାନ ସାମନ୍ତରାୟ ଉପବାଚସ୍ପତି ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଲେ ।

କିଶୋର ଚନ୍ଦ୍ର ପଟେଲ ୧୯୯୬ ମସିହା ଜାନୁଆରି ୧୪ ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ପ୍ରଦାନ କରି ମନ୍ତ୍ରିମଣ୍ଡଳରେ ଯୋଗଦାନ କରିବାରୁ ସେହିଦିନ ଉପ-ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାୟ ବାଚସ୍ପତି ପଦର ଦାୟିତ୍ୱ ଗ୍ରହଣ କଲେ ଏବଂ ଫେବ୍ରୁଆରି ୧୨ ତାରିଖରେ

ଉପ-ବାଚସ୍ପତି ପଦରୁ ଇସ୍ତଫା ପ୍ରଦନ କଲେ । ଫଳରେ ବାଚସ୍ପତି ଓ ଉପବାଚସ୍ପତି ଦୁଇଟିଯାକ ପଦବୀ ଖାଲି ପଡିଲା । ବାଚସ୍ପତି ପଦର ନିର୍ବାଚନ ନିମନ୍ତେ ମାନ୍ୟବର ରାଜ୍ୟପାଳ ବରିଷ୍ଠ ବିଧାନସଭା ସଦସ୍ୟ ଘାସିରାମ ମାଝିଙ୍କୁ ଅସ୍ଥାୟୀ ବାଚସ୍ପତି ଭାବରେ ନିଯୁକ୍ତି ପଦାନ କଲେ । ୧୯୯୬ ମସିହା ଫେବ୍ରୁଆରି ୧୬ତାରିଖରେ ବାଚସ୍ପତି ପଦପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଶାସକ କଂଗ୍ରେସ ଦଳରୁ ଚିନ୍ତାମଣି ଦ୍ୟାନ ସାମନ୍ତରାୟ ଓ ବିରୋଧୀ ଦଳର ଭି. ସୁଜ୍ଞାନ କୁମାରୀ ଦେଓ ବାଚସ୍ପତି ପଦପାଇଁ ପ୍ରତିଦ୍ୱନ୍ଦ୍ୱିତା କଲେ । ଏହି ନିର୍ବାଚନରେ ୧୪୨ଜଣ ସଦସ୍ୟ ଭୋଟ ଦେଲେ । ସେଥିରୁ ଗୋଟିଏ ଭୋଟ ନାକଚ ହୋଇଗଲା । ଚିନ୍ତାମଣି ଦ୍ୟାନ ସାମନ୍ତରାୟ ୮୧ଖଣ୍ଡ ଭୋଟ ପାଇ ନିର୍ବାଚିତ ହେଲେ ଓ ଭି.ସଜ୍ଞାନ କୁମାରୀ ଦେଓ ୬୧ଟି ଭୋଟ ପାଇ ପରାଜିତା ହେଲେ । ମାର୍ଚ୍ଚ ୧୫ତାରିଖରେ ଓଡ଼ିଶା ବିଧାନସଭା ବୈଠକରେ ଶାସକଦଳର ସଭ୍ୟ ବିଭୂତି ଭୂଷଣ ମର୍ଦ୍ଦରାଜ ସର୍ବସମ୍ମତି କ୍ରମେ ଉପ-ବାଚସ୍ପତି ଭାବରେ ନିର୍ବାଚିତ ହେଲେ । ୨୩.୩.୧୯୯୫ରେ ଏକାଦଶ ଓଡ଼ିଶା ବିଧାନସଭାର ପ୍ରଥମ ବୈଠକ ବସିଲା ।

ବିରୋଧୀ ଦଳର ନେତା :

ରାଜନୈତିକ ପରିବର୍ତ୍ତନକୁ ନେଇ ବିଭିନ୍ନ ସମୟରେ ବିରୋଧୀ ଦଳର ନେତୃତ୍ୱ ପଦବୀରେ ମଧ୍ୟ ପରିବର୍ତ୍ତନ ଘଟୁଥାଏ । ପ୍ରଥମେ ଜନତା ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକ, ବିରୋଧୀ ଦଳ ନେତା ଭାବରେ ମାର୍ଚ୍ଚ ୨୩ତାରିଖରେ ଘୋଷିତ ହେଲେ । ଏକାଦଶ ଲୋକସଭାକୁ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହେବାରୁ ବିଜୁବାବୁ ଜନତା ଦଳ ଏମ୍‍.ଏଲ୍‍.ଏ ପଦବୀରୁ ଇସ୍ତଫା ଦେଲେ । ଫଳରେ ସେ ସଭ୍ୟପଦ ୧୯୯୬ ମଇ ମାସ ୨୦ ତାରିଖରୁ ହରାଇଲେ । ତାଙ୍କ ସ୍ଥାନରେ ଅଶୋକ ଦାସ ବିରୋଧୀ ଦଳର ନେତା ହୋଇ ୧୯୯୭ ମସିହା ଡିସେମ୍ବର ୧୮ ତାରିଖ ଯାଏ କାର୍ଯ୍ୟଭାର ସମ୍ଭାଳିଲେ । କାରଣ, ବିଜୁ ଜନତା ଦଳ ନାମରେ ଏକ ନୂଆ ଆଞ୍ଚଳିକ ଦଳ ଗଠନ ହେଲା । ଫଳରେ ଜନତା ଦଳ ଦୁଇ ଭାଗରେ ବିଭକ୍ତ ହୋଇଗଲା । ଜନତାଦଳର ୪୬ଜଣ ସଦସ୍ୟଙ୍କ ମଧ୍ୟରୁ ୨୮ଜଣ ବିଜୁ ଜନତା ଦଳରେ ଯୋଗଦେଲେ । ମାନ୍ୟବର ବାଚସ୍ପତି ଏହି ଦଳକୁ ୧୯୯୭ ମସିହା ୧୮ ଡିସେମ୍ବରରେ ସ୍ୱୀକୃତି ପ୍ରଦାନ କଲେ । ରାମକୃଷ୍ଣ ପଟ୍ଟନାୟକ ବିଜୁ ଜନତା ବିଧାୟକ ଦଳର ନେତା ହୋଇ ବିରୋଧୀ ଦଳର ନେତା ଭାବରେ ସ୍ୱୀକୃତି ଲାଭ କଲେ । ପରେ ୧୯୯୮ ମସିହା ନଭେମ୍ବର ୧୬ ତାରିଖରେ ପ୍ରଫୁଲ୍ଲ ସାମଲ ବିଜୁ ଜନତା ବିଧାୟକ ଦଳ ନେତା ହୋଇ ବିରୋଧୀ ଦଳର ନେତା ଭାବରେ ବାଚସ୍ପତିଙ୍କ ଦ୍ୱାରା ସ୍ୱୀକୃତି ଲାଭ କଲେ । ସେ ଏହି ପଦବୀରେ ୧୯୯୮ ମସିହା ଡିସେମ୍ବର ୧ ତାରିଖ ଯାଏ ରହିଲେ । ଏହା ପରେ ୧୯୯୮ ମସିହା ଡିସେମ୍ବର ୧୧ ତାରିଖରେ ସଚ୍ଚିଦାନନ୍ଦ ଦଲାଲ ବିଜୁ ଜନତା ବିଧାୟକ ଦଳର ନେତା ହୋଇ ବିରୋଧୀ ଦଳ ନେତା ପଦବୀରେ ଅଧିଷ୍ଠିତ ହେଲେ ।

ସରକାରୀ ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକ:

ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ତାଙ୍କ ଦଳର ଏମ୍‍.ଏଲ.ଏ ଡକ୍ଟର ଦେବେନ୍ଦ୍ର ନାଥ ମାନସିଂହ ଓ ସନ୍ତୋଷ ସିଂହ ସାଲୁଜାଙ୍କୁ ଯାକ୍ରମେ ମୁଖ୍ୟ ସଚେତକ ଓ ଉପ-ମୁଖ୍ୟ ସଚେତକ ଭାବରେ ନିଯୁକ୍ତି ପ୍ରଦାନ କଲେ । ୧୯୯୯ ମସିହା ଫେବୃଆରି ୨୨ ତାରିଖରେ ଡବ୍ଧର ମାନସିଂହ ମନ୍ତ୍ରିମଣ୍ଡଳରେ ଯୋଗଦାନ କଲେ । ସେହି ସମୟରେ ଗିରିଧର ଗମାଙ୍ଗୋ ମୁଖ୍ୟମନ୍ତ୍ରୀ ହୋଇଥିବା ଦୃଷ୍ଟିରୁ ସେ ଗୁପ୍ତପ୍ରସାଦ ଦାସ, ଏମ୍‍.ଏଲ.ଏଙ୍କୁ ସରକାରୀ ମୁଖ୍ୟ ସଚେତକ ଭାବରେ ନିଯୁକ୍ତି ପ୍ରଦାନ କଲେ ।

ସଂପ୍ରସାରଣ, ଅଦଳବଦଳ ଓ ଇସ୍ତଫା :

ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ତାଙ୍କ ମନ୍ତ୍ରିମଣ୍ଡଳରେ ସଂପ୍ରସାରଣ ଘଟାଇ ଏହାର ସଭ୍ୟସଂଖ୍ୟା, ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିିଲେ । ୨୦.୩.୧୯୯୫ ପରେ ଯେଉଁମାନଙ୍କୁ କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀ ଭାବରେ ଗ୍ରହଣ କରିିଲେ ସେମାନେ ହେଲେ, କ୍ୟାବିନେଟ ମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ (୧୪.୧.୧୯୯୬), ଜଗନ୍ନା ପଟ୍ଟନାୟକ (୧୮.୧.୧୯୯୭), ଦୁର୍ଗା ଶଙ୍କର ପଟ୍ଟନାୟକ ଓ ସେକ୍‍ ମତଲୁବ୍‍ ଅଲ୍ଲୀ । ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ହେଲେ ମୋହନ ନାଗ (୨୪.୧.୯୮), ଜୟଦେବ ଜେନା ଓ ନାଗାର୍ଜୁନ ପ୍ରଧାନ ଏବଂ କେବଳ ରାଷ୍ଟ୍ରମନ୍ତ୍ରୀ ହେଲେ- ହଳଧର କାର୍ଜୀ ଓ ରମାକାନ୍ତ ମିଶ୍ର । ହେମାନନ୍ଦ ବିଶ୍ୱାଳ ଉପ-ମୁଖ୍ୟମନ୍ତ୍ରୀ ପଦରୁ ତା.୯.୫.୧୯୯୮ରେ ଇସ୍ତଫା ଦେଇ କେବଳ ପ୍ରଦେଶ କଂଗ୍ରେସ ସଭାପତି ପଦରେ ରହିଲେ ।

ଲୋକସଭା ନିର୍ବାଚନ-୧୯୯୬ :

୧୯୯୬ ମସିହା ମେ' ମାସରେ ଲୋକସଭାପାଇଁ ନିର୍ବାଚନ ଅନୁଷ୍ଠିତ ହେଲା । ଏହି ନିର୍ବାଚନରେ ଜାନକୀବାବୁଙ୍କ ନେତୃତ୍ୱରେ ଓଡ଼ିଶାରେ ଜାତୀୟ କଂଗ୍ରେସ ୨୧ଟି ଆସନରୁ ୧୬ଟି,ଜନତା ଦଳ ୪ଟି ଓ ସମତାପାର୍ଟି ମାତ୍ର ଗୋଟିଏ ଆସନ ଲାଭ କଲା । ଜନତା ଦଳର ନେତା ତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, କଟକ ଓ ଆସିକା ଲୋକସଭା ଆସନରୁୁ ନିର୍ବାଚିତ ହେଲେ । ଲୋକସଭାକୁ ନିର୍ବାଚିତ ସଦସ୍ୟମାନେ ହେଲେ:

ମୟୂରଭଞ୍ଜ ସୁଶୀଳା ତିରିଆ କଂଗ୍ରେସ
ବାଲେଶ୍ୱର କାର୍ତ୍ତିକ ମହାପାତ୍ର କଂଗ୍ରେସ
ଭଦ୍ରକ ମୁରଲୀଧର ଜେନା କଂଗ୍ରେସ
ଯାଜପୁର ଅଞ୍ଚଳ ଦାସ ଜନତା ଦଳ
କେନ୍ଦ୍ରାପଡା ଶ୍ରୀକାନ୍ତ କୁମାର ଜେନା ଜନତା ଦଳ
କଟକ ବିଜୁ ପଟ୍ଟନାୟକ ଜନତା ଦଳ
ଜଗତସିଂହପୁର ରଞ୍ଜୀବ ବିଶ୍ୱାଳ କଂଗ୍ରେସ
ପୁରୀ ପିନାକୀ ମିଶ୍ର କଂଗ୍ରେସ
ଭୁବନେଶ୍ୱର ସୌମ୍ୟରଂଜନ ପଟ୍ଟନାୟକ କଂଗ୍ରେସ
ଆସ୍କା ବିଜୁ ପଟ୍ଟନାୟକ ଜନତା ଦଳ
ବ୍ରହ୍ମପୁର ପି.ଭି.ନରସିଂହ ରାଓ କଂଗ୍ରେସ
କୋରାପୁଟ ଗିରିଧର ଗମାଙ୍ଗୋ କଂଗ୍ରେସ
ନବରଙ୍ଗପୁର ଖଗପତି ପ୍ରଧାନୀ କଂଗ୍ରେସ
କଳାହାଣ୍ଡି ଭକ୍ତ ଚରଣ ଦାସ ସମତା
ଫୁଲବାଣୀ ମୃତ୍ୟୁଞ୍ଜୟ ନାୟକ କଂଗ୍ରେସ
ବଲାଙ୍ଗୀର ଶରତଚନ୍ଦ୍ର ପଟ୍ଟନାୟକ କଂଗ୍ରେସ
ସମ୍ବଲପୁର କୃପାସିନ୍ଧୁ ଭୋଇ କଂଗ୍ରେସ
ଦେବଗଡ ଶ୍ରୀବଲ୍ଲଭ ପାଣିଗ୍ରାହୀ କଂଗ୍ରେସ
ଢେ଼ଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ କଂଗ୍ରେସ
ସୁନ୍ଦରଗଡ ଫ୍ରିଡା ଟପ୍ନୋ କଂଗ୍ରେସ
କେନ୍ଦୁଝର ମାଧବ ସର୍ଦ୍ଦାର କଂଗ୍ରେସ

ଇସ୍ତଫା ଓ ପରଲୋକ :

୧୬.୪.୧୯୯୫ ତାରିଖରେ ବେଗୁନିଆ ବିଧାନସଭା ଆସନର ନିର୍ବାଚିତ ସଦସ୍ୟ ହରିହର ସାହୁ ଇସ୍ତଫା ପ୍ରଦାନ କଲେ ।

ବିଜୁ ପଟ୍ଟନାୟକ ଭୁବନେଶ୍ୱର ବିଧାନସଭା ଆସନର ସଦସ୍ୟ ଥାଇ କଟକ ଓ ଆସ୍କାର ସାଂସଦ ଭାବରେ ନିର୍ବାଚିତ ହେବାରୁ ୧୯୯୬ ମସିହା ମଇ ମାସ ୨୦ ତାରିଖରେ ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ । କାରଣ ଲୋକପ୍ରତିନିଧି ଆଇନ ଅନୁଯାୟୀ କୌଣସି ବ୍ୟକ୍ତି ବିଧାନସଭା ସଦସ୍ୟ ଥାଇ ଲୋକସଭାକୁ ନିର୍ବାଚିତ ହେଲେ ନିର୍ବାଚିତ ହେବାର ୧୪ଦିନ ଭିତରେ ଗୋଟିକରୁ ଇସ୍ତଫା ଦେବାକୁ ହେବ । ଏହି ନିୟମ ଅନୁଯାୟୀ ବିଜୁବାବୁ ଇସ୍ତଫା ପ୍ରଦାନ କଲେ ।

ସେହିପରି କାର୍ତ୍ତିକ ମହାପାତ୍ର ସୋର ବିଧାନସଭା ଆସନର ସଦସ୍ୟ ଥାଇ ବାଲେଶ୍ୱର ଲୋକସଭା ଆସନରୁୁ ନିର୍ବାଚିତ ହେବାରୁ ସେ ମଇ ମାସ ୨୧ ତାରିଖରେ ସୋର ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ ।

ରୁଦ୍ରମାଧବ ରାୟ ଦଶପଲ୍ଲା ବିଧାନସଭା ଆସନର ସଦସ୍ୟ ଥାଇ ନୟାଗଡ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେବାରୁ ୧୯୯୭ ମସିହା ଫେବ୍ରୁଆରି ୨୮ ତାରିଖରେ ଦଶପଲ୍ଲା ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ ।

ଅର୍ଜୁନ ଚରଣ ସେଠି ଭଣ୍ଡାରିପୋଖରୀ, ପ୍ରସନ୍ନ କୁମାର ପାଟ୍ଟଶାଣୀ ଖୋର୍ଦ୍ଧା ଓ ବିକମ୍ର କେଶରୀ ଦେଓ ଜୁନାଗଡ ବିଧାନସଭାର ସଦସ୍ୟ ଥାଇ ୧୯୯୮ରେ ଅନୁଷ୍ଠିତ ଦ୍ୱାଦଶ ଲୋକସଭାକୁ ସାଂସଦ ଭାବେ ଯଥାକ୍ରମେ ଭଦ୍ରକ, ଭୁବନେଶ୍ୱର ଓ କଳାହାଣ୍ଡି ନିର୍ବାଚିନ ମଣ୍ଡଳୀରୁ ନିର୍ବାଚିତ ହେବାରୁ ୧୯୯୮ ମସିହା ମାର୍ଚ୍ଚ ମାସ ଛଅ ତାରିଖ ଦିନ ବିଧାନସଭା ଆସନମାନଙ୍କରୁ ଇସ୍ତଫା ପ୍ରଦାନ କଲେ ।

ପ୍ରସନ୍ନ ଆଚାର୍ଯ୍ୟ ଓ ଜୁଏଲ ଓରାମ ଯଥାକ୍ରମେ ବରଗଡ ଓ ବଣେଇ ବିଧାନସଭାର ସଦସ୍ୟ ଥାଇ ୧୨ଶ ଲୋକସଭାକୁ ସଦସ୍ୟ ଭାବରେ ଯଥାକ୍ରମେ ସମ୍ବଲପୁର ଓ ସୁନ୍ଦରଗଡ ଆସନରୁ ନିର୍ବାଚିତ ହେବାରୁ ୧୯୯୮ ମାର୍ଚ୍ଚ ୧୧ତାରିଖରେ ବିଧାନସଭାରୁ ଇସ୍ତଫା ପ୍ରଦାନ କଲେ ।

ଧାମନଗର ବିଧାନସଭା ଆସନର ନିର୍ବାଚିତ ବିଧାନସଭା ସଦସ୍ୟ ଜଗନ୍ନାଥ ରାଉତ ବିଧାନସଭା ସଦସ୍ୟ ପଦରୁ ୧୯୯୯ ମସିହା ମାର୍ଚ୍ଚ ମାସ ୧୬ତାରିଖ ଦିନ ଇସ୍ତଫା ପ୍ରଦାନ କଲେ । ଲକ୍ଷ୍ମୀପୁର ବିଧାନସଭା ଆସନର ନିର୍ବାଚିତ ପ୍ରତିନିଧି ଅନନ୍ତରାମ ମାଝି ବିଧାନସଭା ଆସନରୁ ୧୯୯୯ ମାର୍ଚ୍ଚ ୨୩ତାରିଖରେ ଇସ୍ତଫା ପ୍ରଦାନ କଲେ । କାରଣ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ସମୟରେ ବିଧାନସଭାର ସଦସ୍ୟ ନଥିଲେ । ଡକ୍ଟର ଗମାଙ୍ଗ ଏହି ଆସନରୁ ନିର୍ବାଚନ ଲଢ଼ି ବିଧାନ ସଭାକୁ ନିର୍ବାଚିତ ହୋଇ ଆସିବାପାଇଁ ଅନନ୍ତରାମ ମାଝି ବିଧାନ ସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ଗୁଣପୁର ବିଧାୟକ ଅକ୍ଷୟ କୁମାର ଗମାଙ୍ଗଙ୍କର ୨୧.୪.୧୯୯୫ରେ, କାକଟପୁର ବିଧାୟକ ବୈକୁଣ୍ଠ ନାଥ ସ୍ୱାଇଁଙ୍କର ୨.୧୦.୧୯୯୫ରେ, କାମାକ୍ଷାନଗର ବିଧାୟକ କୈଳାସଚନ୍ଦ୍ର ମହାପାତ୍ର ଙ୍କର ୧୭.୯.୧୯୯୬ରେ, ନୂଆପଡା ବିଧାୟକ ଘାସିରାମ ମାଝିଙ୍କର ୨୩.୪.୧୯୯୭ରେ, ଦେବଗଡ ବିଧାୟକ ପ୍ରଦୀପ୍ତ ଗଙ୍ଗଦେବଙ୍କର ୨୦.୧୦.୧୯୯୭ରେ, ବ୍ରଜରାଜନଗର ବିଧାୟକ ପ୍ରସନ୍ନ କୁମାର ପଣ୍ଡାଙ୍କର ୨୬.୧୨.୧୯୯୭ରେ ଓ ଡାବୁଗାଁ ବିଧାୟକ ଯାଦବ ମାଝିଙ୍କର ୩.୪.୧୯୯୯ରେ ପରଲୋକ ଘଟିଲା ।

ଏହିସବୁ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଲା ।

ଉପନିର୍ବାଚନ ଫଳାଫଳ :

୨୭.୫.୧୯୯୫ରେ ବେଗୁନିଆ ବିଧାନସଭା ଆସନ ନିମନ୍ତେ ଉପ-ନିର୍ବାଚନ ଅନୁଷ୍ଠିତ ହେଲା । ଏଥିରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ କଂଗ୍ରେସ ପ୍ରାର୍ଥୀ ଭାବରେ ବିଜୟ ଲାଭ କରି ୩.୬.୧୯୯୫ରେ ଶପଥ ଗ୍ରହଣ କଲେ ।

ଗୁଣୁପୁର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାଗୀରଥି ଗମାଙ୍ଗୋ ନିର୍ବାଚିତ ହେଲେ । ୨.୫.୧୯୯୬ରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଶ୍ରୀ ଗମାଙ୍ଗ ୨୦.୫.୧୯୯୬ରେ ଶପଥ ଗ୍ରହଣ କଲେ ।

୭.୫.୧୯୯୬ରେ କାକଟପୁର ବିଧାନସଭା ଉପନିର୍ବାଚନରେ ଜନତାଦଳର ପ୍ରାର୍ଥୀ ସୁରେନ୍ଦ୍ରନା ନାୟକ ବିଜୟୀ ହୋଇ ସେହି ମାସ ୧୫ତାରିଖରେ ବିଧାୟକ ଭାବରେ ଶପଥ

ଗ୍ରହଣ କଲେ । ୧୧.୧୦.୧୯୯୬ ରେ ସୋରୋ ଓ ଭୁବନେଶ୍ୱର ବିଧାନସଭା ଆସନ ଦୁଇଟିର ଉପନିର୍ବାଚନରେ ଯଥାକ୍ରମେ କଂଗ୍ରେସ ପ୍ରାର୍ଥିନୀ ଇନ୍ଦୁରାଣୀ ମହାପାତ୍ର ଓ ବିଜେପି ପ୍ରାର୍ଥୀ ବିଶ୍ୱଭୂଷଣ ହରିଚନ୍ଦନ ବିଜୟଲାଭ କଲେ । ଶ୍ରୀମତୀ ମହାପାତ୍ର ୨୪ତାରିଖରେ ଓ ଶ୍ରୀ ହରିଚନ୍ଦନ ୨୯ ତାରିଖରେ ଶପଥ ଗ୍ରହଣ କଲେ ।

୮.୨.୧୯୯୬ରେ କାମାକ୍ଷାନଗର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏହି ଉପନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥିନୀ ଶ୍ରୀମତୀ ପ୍ରେମଲତା ମହାପାତ୍ର ବିଜୟଲାଭ କରି ୨୦ତାରିଖରେ ବିଧାୟିକା ଭାବରେ ଶପଥ ଗ୍ରହଣ କଲେ ।

୯.୫.୧୯୯୭ରେ ଦଶପଲ୍ଲା ଓ ନୂଆପଡା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏହି ଉପନିର୍ବାଚନରେ ଯଥାକ୍ରମେ ସ୍ୱାଧୀନ ପ୍ରାର୍ଥୀ ହରିହର କରଣ ଓ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକ ନିର୍ବାଚିତ ହେଲେ । ଶ୍ରୀ କରଣ ଜୁନ୍‍ ୪ତାରିଖରେ ଓ ଶ୍ରୀ ପଟ୍ଟନାୟକ ଜୁନ୍‍ ୧୧ତାରିଖରେ ବିଧାୟକ ଭାବରେ ଶପଥ ଗ୍ରହଣ କଲେ ।

୨୨.୨.୧୯୯୮ରେ ବ୍ରଜରାଜ ନଗର ଓ ଦେବଗଡ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଯଥାକ୍ରମେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କେଶବ ସାହୁ ଓ ବିଜେପି ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ ନିର୍ବାଚିତ ହୋଇ ମାର୍ଚ୍ଚ ୯ ତାରିଖରେ ଶପଥ ଗହଣ କଲେ । ୩.୬.୧୯୯୮ରେ ଭଣ୍ଡାରିପୋଖରୀ, ଖୋର୍ଦ୍ଧା, ଜୁନାଗଡ, ବରଗଡ ଓ ବଣାଇ ବିଧାନସଭା ଆସନପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେଲା । ଏହି ସବୁ ନିର୍ବାଚନ ମଣ୍ଡଳୀରେ ଯଥାକ୍ରମେ କଂଗ୍ରେସ ପ୍ରାର୍ଥୀ କୁମାର ଶ୍ରୀ ଚିରଞ୍ଜୀବ, ଦିଲ୍ଲୀପ ଶ୍ରୀଚନ୍ଦନ, ବିଜେପି ପ୍ରାର୍ଥୀ ହିମାଂଶୁ ଶେଖର ମେହେର, ବିଜେଡି ପ୍ରାର୍ଥୀ ଆନନ୍ଦ ଆଚାର୍ଯ୍ୟ ଓ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ବିଧାନସଭାକୁ ନିର୍ବାଚିତ ହୋଇ ୮ତାରିଖରେ ଶପଥ ଗ୍ରହଣ କଲେ ।

୨୧.୬.୧୯୯୯ରେ ଲକ୍ଷ୍ମୀପୁର ବିଧାନସଭା ଆସନର ଉପ-ନିର୍ବାଚନ ଅନୁଷ୍ଠିତ ହେଲା । ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇ ବିଧାନସଭା ସଦସ୍ୟ ଭାବରେ ଜୁନ୍‍ ୨୮ତାରିଖରେ ଶପଥ ଗ୍ରହଣ କଲେ ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଭଞ୍ଜନଗର ବିଧାନସଭା ଆସନର ନିର୍ବାଚିତ ପ୍ରତିନିଧି ବିକ୍ରମ କେଶରୀ ଆରୁଖ୍‍ ଅଯୋଗ୍ୟ ବିବେଚିତ ହୋଇ ୧୪.୯.୧୯୯୯ ଠାରୁ ସଭ୍ୟପଦ ହରାଇଲେ ।

ଜାନକୀଙ୍କ କାର୍ଯ୍ୟକ୍ରମ : ଦୁଇଟଙ୍କିଆ ଚାଉଳ

ରାଜ୍ୟର ୧୧ଟି ଆଦିବାସୀ ଅଧ୍ୟୁଷିିତ ଓ ୨୫ଟି ମରୁଡି ପ୍ରବଣ ବ୍ଲକରେ କିଲୋ ୨ଟଙ୍କା ଦରରେ ଚାଉଳ ଯୋଗାଣ କାର୍ଯ୍ୟ ଆରମ୍ଭ ହେଲା । ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଗୁମ୍ମାଠାରେ ଏକ ବିଶାଳ ଜନସମାବେଶରେ ଏହି ଯୋଜନାର ଶୁଭାରମ୍ଭ କଲେ । ମୁଖ୍ୟମନ୍ତ୍ରୀ ଏହି ସମାବେଶରେ ପ୍ରକାଶ କଲେ ଯେ, ଦଶବର୍ଷ ତଳେ

କଂଗ୍ରେସ ସରକାର ଅମଳରେ ଯେଉଁ କାର୍ଯ୍ୟ ଚାଲିଥିଲା ତାହାର ପୁନରାବୃତ୍ତି କରାଯାଇଛି । ରାଜ୍ୟର ୧୪୩ଟି ବ୍ଲକର ୧କୋଟି ଲୋକ ଏିରେ ଉପକୃତ ହେବେ ।

ବାରଦଫା କାର୍ଯ୍ୟକ୍ରମ :

ରାଜ୍ୟର ଦ୍ରୁତ ବିକାଶ ଓ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ବାରଦଫା କାର୍ଯ୍ୟକ୍ରମ ଘୋଷଣା କଲେ । ସେଗୁଡିକ ହେଲା - ୧. ପ୍ରତି ଗ୍ରାମପଞ୍ଚାୟତରୁ ପଞ୍ଚାୟତ ସମିତି ସଦର ମହକୁମାକୁ ସବୁଦିନିଆ ପିଚୁରାସ୍ତା, ୨. ପ୍ରତି ଗ୍ରାମରେ ଗୋଟିଏ ଲେଖାଏଁ ପୁଷ୍କରିଣୀର ପୁନରୁଦ୍ଧାର ଓ ଉନ୍ନତି ବିଧାନ, ୩. ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଆବଶ୍ୟକୀୟ ଗୃହ ନିର୍ମାଣ, ୪. ସରକାରୀ କୃଷି ଫାର୍ମରେ ପ୍ରାମାଣିକ ବିହନ ଉତ୍ପାଦନ ଓ ଉନ୍ନତ ଚାରା ଉତ୍ପାଦନ ବ୍ୟବସ୍ଥା, ୫. କୃଷିର ଉନ୍ନତି ନିମନ୍ତେ ଆବଶ୍ୟକୀୟ ଶୀତଳ ଭଣ୍ଡାର ସ୍ଥାପନ, ୬. ପ୍ରତି ବ୍ଲକରେ ଗୋଟିଏ ଗୃହନିର୍ମାଣ ସରଞ୍ଜାମ ପ୍ରସ୍ତୁତି କେନ୍ଦ୍ର ସ୍ଥାପନ, ୭. ଜଙ୍ଗଲ ନିକଟସ୍ଥ ଗ୍ରାମବାସୀମାନଙ୍କୁ ଜଙ୍ଗଲ ରକ୍ଷଣାବେକ୍ଷଣ ପାଇଁ ଉତ୍ସାହ ପ୍ରଦାନ ଓ ଜଙ୍ଗଲ ରକ୍ଷଣାବେକ୍ଷଣ କରୁିବା ଗ୍ରାମବାସୀମାନଙ୍କୁ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାରର ଅଧିକାର ପ୍ରଦାନ, ୮. ପ୍ରତି ଗ୍ରାମପଞ୍ଚାୟତରେ ଗୋଟିଏ ଉନ୍ନତ ଖେଳପଡିଆ ନିର୍ମାଣ, ୯. ମନ୍ଦିର ଓ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନର ରକ୍ଷଣାବେକ୍ଷଣା ଓ ଉନ୍ନତି ବିଧାନ, ୧୦. ପ୍ରତି ଜିଲ୍ଲାରେ ଅନୂ୍ୟନ ୪,୦୦୦ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ, ୧୧. ପ୍ରତି ବ୍ଲକରେ ଶିଳ୍ପ ପ୍ରତିଷ୍ଠା, ୧୨. ପ୍ରତି ଗ୍ରାମପଞ୍ଚାୟତରେ ଚାରାଗଛ ଉତ୍ପାଦନ (ନର୍ସରୀ) କେନ୍ଦ୍ର ପ୍ରତିଷ୍ଠା ।

ଜାନକୀଙ୍କ ଏହି ତୃତୀୟର ମୁଖ୍ୟମନ୍ତ୍ରିତ୍ୱ କାଳରେ ବିଶ୍ୱବ୍ୟାଙ୍କ ସହାୟତାରେ ୧୯୦କୋଟି ଟଙ୍କା ବ୍ୟୟରେ ନରାଜ ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେଲା । ତାଳଚେରସମ୍ବଲପୁର ରେଳପ ଯାତାୟାତ ନିମନ୍ତେ ଉଦ୍‍ଘାଟିତ ହେଲା । ଭୁବନେଶ୍ୱରଠାରେ କଳିଙ୍ଗ ଷ୍ଟାଡିୟମ ଉଦ୍‍ଘାଟିତ ହେଲା । ତୃତୀୟ ସାର୍କ ଜାମ୍ବୋରୀ ଖୋର୍ଦ୍ଧାଠାରେ ଅନୁଷ୍ଠିତ ହେଲା । ରାଜ୍ୟର ବିଦ୍ୟାଳୟମାନଙ୍କରେ ମଧ୍ୟାହ୍ନଭୋଜନ ପ୍ରଚଳିତ ହେଲା ।

'ଝଡର ଇଗଲ ଓ ମାଟିର ମୂର୍ତ୍ତିିକର' :

'ଝଡର ଇଗଲ ଓ ମାଟିର ମୂର୍ତ୍ତିିକର' ଏ କଥା କହିିଲେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ, ଓଡ଼ିଶାର ଜନନେତା ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକାଦଶାହ ଉପଲକ୍ଷେ ଆୟୋଜିତ ଏକ ଶୋକ ସଭାରେ । ବିଜୁ ପଟ୍ଟନାୟକଙ୍କ ସହ ଜାନକୀବାବୁଙ୍କର ସମସ୍ତ ରାଜନୈତିକ ବିରୋଧ ଥିବା ସତ୍ତ୍ୱେ ସେ ବିୁଜବାବୁଙ୍କୁ ଆବେଗ ହୃଦୟରେ 'ଝଡର ଇଗଲ ଓ ମାଟିର ମୃତ୍ତିକାର' ବୋଲି ଆଖ୍ୟାୟିତ କରିିଲେ । ଏ ଥିଲା ଜାନକୀବାବୁଙ୍କର ଉଦାର ହୃଦୟର କଥା । ଏହି ଶୋକସଭାରେ ଲାଲକୃଷ୍ଣ ଆଡଭାନୀ, ଏସ.ଆର.ବୋମାଇ, ଏଚ୍‍.ଡି.ଦେବଗୌଡା ଓ ସାହେବ ସିଂହ ବର୍ମା ଆଦି ବହୁ ଜାତୀୟ ନେତାଉପସ୍ଥିତ ଥିଲେ । ବିଜୁ ପଟ୍ଟନାୟକ ୧୯୯୭

ମସିହା ଏପ୍ରିଲ୍‍ ୧୭ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିିଲେ ଦିଲ୍ଲୀ ଠାରେ । ଏହିବର୍ଷ ୧୯୯୭ ମସିହାରେ ମଧ୍ୟ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍‍ ଡଃ ସତ୍ୟନାରାୟଣ ରାଜଗୁରୁ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସାହିତ୍ୟିକ, ସମାଜ ସଂପାଦକ ରାଧାନାଥ ରଥ, ସମାଜସେବୀ ଓ ସ୍ୱାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଓ ବିଶ୍ୱବିଖ୍ୟାତ ଓଡ଼ିଶୀ ନୃତୀଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ଆଦିଙ୍କର ଦେହାବସାନ ଘଟିିଥିଲା । ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରି ବାର୍ତ୍ତା ପ୍ରଦାନ କରିିଥିଲେ ।

'ବିଜୁ ଜନତାଦଳ' ଗଠନ :

ବିଜୁପଟ୍ଟନାୟକଙ୍କ ପରଲୋକ ପରେ ୧୯୯୭ ମସିହା ଡିସେମ୍ବର ୨୬ତାରିଖରେ ଭୁବନେଶ୍ୱରଠାରେ ଏକ ସ୍ୱତନ୍ତ୍ର ଉତ୍ସବରେ 'ବିଜୁ ଜନତା ଦଳ' (ବିଜେଡି)ନାମରେ ଏକ ନୂତନ ଆଞ୍ଚଳିକ ରାଜନୈତିକ ଦଳ ଜନ୍ମ ନେଲା । ଏହାର ପ୍ରତିଷ୍ଠାତା ସଭାପତି ରହିଲେ ବିଜୁ ପଟ୍ଟନାୟକଙ୍କର କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ । ଜନତା ଦଳର ୨୮ଜଣ ବିଧାୟକ ଏହି ନୂତନ ଆଞ୍ଚଳିକ ଦଳରେ ସାମିଲ ହେଲେ । ଅନ୍ୟ ୧୨ଜଣ ସଦସ୍ୟ ମୂଳ ଜନତା ଦଳରେ ରହିଲେ । ମୂଳ ଜନତା ଦଳରେ ରହିିଥିବା ନେତାମାନଙ୍କ ମଧ୍ୟରେ ଅଶୋକ ଦାସ, ନଳିନୀକାନ୍ତ ମହାନ୍ତି, ସୁରେନ୍ଦ୍ର ନାଥ ନାୟକ, ନରସିଂହ ମିଶ୍ର, ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଓ ମଙ୍ଗଳା କିଷାନ ଅନ୍ତର୍ଭୁକ୍ତ । ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ଆସ୍କା ଲୋକସଭା ଆସନର ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ନବୀନ ପଟ୍ଟନାୟକ ଲୋକସଭା ସଦସ୍ୟ ହେଲେ ।

ବିଜେଡି- ବିଜେପି ମେଣ୍ଟ :

୧୯୯୮ ମସିହାରେ ଦ୍ୱାଦଶ ଲୋକସଭା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେଲା । ଓଡ଼ିଶାର ୨୧ଟି ଆସନପାଇଁ ବିଜେଡି-ବିଜେପି ମେଣ୍ଟ ନିର୍ବାଚନ ଲଢ଼ିଲେ । କଂଗ୍ରେସ ଏକାକୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହେଲା । କଂଗ୍ରେସ ଲାଭକଲା ମାତ୍ର ୪ଟି ଆସନ । ବାକି ୧୭ଟି ଆସନରେ ବିଜେଡି ବିଜେପି ମେଣ୍ଟ ବିଜୟୀ ହେଲେ । ବିଜେପି- ୭ଟି ଓ ବିଜେଡି-୧୦ଟି ଆସନ ଲାଭ କଲା । ନିର୍ବାଚିତ ସାଂସଦ ମାନେ ହେଲେ : ମୟୂରଭଞ୍ଜ -ସାଲଖାନ୍‍ ମୁର୍ମୁ (ବିଜେପି), ବାଲେଶ୍ୱର - ମହାମେଘ ବାହନ ଐର ଖାରବେଳ ସ୍ୱାଇଁ (ବିଜେପି), ଭଦ୍ରକ- ଅର୍ଜୁନ ଚରଣ ସେଠୀ (ବିଜେଡି), ଯାଜପୁରରାମଚନ୍ଦ୍ର ମଲ୍ଲିକ (ବିଜେଡି), କେନ୍ଦ୍ରାପଡା- ପ୍ରଭାତ କୁମାର ସାମନ୍ତରାୟ (ବିଜେଡି), କଟକଭର୍ତ୍ତୃହରି ମହତାବ (ବିଜେଡି), ଜଗତସିଂହପୁର- ରଞ୍ଜୀବ ବିଶ୍ୱାଳ (କଂ), ପୁରୀ- ବ୍ରଜକିଶୋର ତ୍ରିପ।ଠୀ (ବିଜେଡି), ଭୁବନେଶ୍ୱର- ପ୍ରସନ୍ନ କୁମାର ପାଟ୍ଟଶାଣୀ,(ବିଜେଡି) ଆସ୍କା-ନବୀନ ପଟ୍ଟନାୟକ (ବିଜେଡି), ବ୍ରହ୍ମପୁର- ଜୟନ୍ତୀ ପଟ୍ଟନାୟକ (କଂ), କୋରାପୁଟ- ଗରିଧର ଗମାଙ୍ଗ (କଂ), ନବରଙ୍ଗପୁର - ଖଗପତି ପ୍ରଧାନୀ (କଂ), କଳାହାଣ୍ଡି- ବିକ୍ରମ କେଶରୀ ଦେଓ (ବିଜେପି), ଫୁଲବାଣୀ ପଦ୍ମନାଭ ବେହେରା (ବିଜେଡି) ବଲାଙ୍ଗୀର- ସଙ୍ଗୀତା କୁମାରୀ ଦେଓ (ବିଜେପି), ସମ୍ବଲପୁର-

ପ୍ରସନ୍ନ କୁମାର ଆଚାର୍ଯ୍ୟ (ବିଜେଡି), ଦେବଗଡ- ଦେବେନ୍ଦ୍ର ପ୍ରଧାନ (ବିଜେପି), ଢେ଼ଙ୍କାନାଳତାଗତ ଶତପୀ (ବିଜେଡି), ସୁନ୍ଦରଗଡ- ଜୁଏଲ ଓରାମ (ବିଜେପି) ଓ କେନ୍ଦୁଝର - ଉପେନ୍ଦ୍ରନାଥ ନାୟକ (ବିଜେପି) । ନବୀନ ପଟ୍ଟନାୟକ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବରେ ସ୍ଥାନ ପାଇଲେ ।

ମୁଖ୍ୟମନ୍ତ୍ରୀ ପଦରୁ ଜାନକୀବାବୁଙ୍କ ଇସ୍ତଫା :

୧୯୯୮ ମସିହା ଲୋକସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ବିପର୍ଯ୍ୟୟ ପରେ ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ୧୯୯୯ ମସିହା ଫେବ୍ରୁଆରି ୧୨ ତାରିଖରେ ଇସ୍ତଫା ପ୍ରଦାନ କଲେ । ଏହା ପରେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ସାଂସଦ ଡଃ ଗିରିଧର ଗମାଙ୍ଗ ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଫେବ୍ରୁଆରି ୨୨ ତାରିଖରେ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କଲେ । ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ୧୨ଜଣ କ୍ୟାବିନେଟ ମନ୍ତ୍ରୀ, ସ୍ୱାଧୀନ ଦାୟିତ୍ୱରେ ୫ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କଲେ ।

ଡବ୍ଧର ଗିରିଧର ଗମାଙ୍ଗଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ବାଲେଶ୍ୱରଠାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାରିପଦା ଠାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଓ ଭୁବନେଶ୍ୱର ଠାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲା । ଗମାଙ୍ଗୋଙ୍କ ଶାସନ କାଳରେ ମହାବାତ୍ୟା ଦକ୍ଷିଣ ଉପକୂଳ ଓ ପୂର୍ବ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବିଶେଷ କ୍ଷୟକ୍ଷତି ଘଟାଇବା ସହ ବହୁ ଧନଜୀବନ ନଷ୍ଟ କଲା । ପ୍ରଥମେ ୧୯୯୯ ମସିହା ଅବ୍ଧୋବର ୧୭ତାରିଖରେ ଲଘୁଚ।ପଜନିତ ଘୂର୍ଣ୍ଣିବ।ତ୍ୟା କ୍ଷୟକ୍ଷତି ଘଟାଇବା ପରେ ୨୯ ତାରିଖରେ ଏହା ମହାବାତ୍ୟାର ରୂପ ନେଲା ଓ ପ୍ରଳୟଙ୍କରୀ ରୂପ ଧାରଣକରି ଦୀର୍ଘ ୩୦ଘଣ୍ଟା ଯାଏ ଉପକୂଳବର୍ତ୍ତୀ ଇଲାକ।ରେ ତାଣ୍ଡବ ଲୀଳ। ସୃଷ୍ଟିକଲା ।

ଏପରି ବାତ୍ୟାର ମୁକ।ବିଲ। ପ।ଇଁ ସରକାର ଆଦୌ ପ୍ରସ୍ତୁତ ନଥିଲେ । ବାତ୍ୟା ପରେ ବି ସରକାର ପରିସ୍ଥିତି ସୁଧାରିବାପାଇଁ କୌଣସି ଉଚିତ ପଦକ୍ଷେପ ନେଇପାରିଲେ ନାହି । ବାତ୍ୟାପାଇଁ ପଲିଥିନ୍ କିଣ।ରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ହେଲ। ।

ପରିସ୍ଥିତି ଏପରି ହେଲା ଯେ, ଡିସେମ୍ବର ୬ତାରିଖରେ ଡଃ. ଗମାଙ୍ଗ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ଓ ସେହିଦିନ ହେମାନନ୍ଦ ବିଶ୍ୱାଳ କଂଗ୍ରେସ ବିଧାୟକ ଦଳର ନେତା ଭାବରେ ଶପଥ ଗ୍ରହଣ କଲେ । ତାଙ୍କ ସହ ବସନ୍ତ କୁମାର ବିଶ୍ୱାଳ ଓ ଜଗନ୍ନାଥ ପଟ୍ଟନାୟକ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଡିସେମ୍ବର ୯ତାରିଖରେ ୧୧ଜଣ କ୍ୟାବିନେଟ ମନ୍ତ୍ରୀ, ୮ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କଲେ । ୧୧ ତାରିଖରେ ଡାକ୍ତର ଦେବେନ୍ଦ୍ର ନାଥ ମାନସିଂହ ରାଷ୍ଟ୍ରମନ୍ତ୍ରୀ ଭାବରେ ମନ୍ତ୍ରିମଣ୍ଡଳରେ ଯୋଗଦାନ କଲେ । ୨୦୦୦ ଫେବ୍ରୁଆରି ୭ତାରିଖରେ ରଘୁନାଥ ପଟ୍ଟନାୟକ ମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କଲେ ।

୧୯୯୮ ମସିହାରେ ଡବ୍ଧର ଗମାଙ୍ଗଙ୍କର କେବଳ ଗୋଟିଏ ମାତ୍ର ଭୋଟରେ କେନ୍ଦ୍ରର ଏନ୍‍.ଡି.ଏ ସରକାରଙ୍କ ପତନ ଘଟିଲା । ସେତେବେଳେ ସେ ଲୋକସଭା ସାଂସଦ ଥାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ଲୋକସଭା ସାଂସଦ ଭାବରେ ଭୋଟ ପ୍ରଦାନ କରିିଥିଲେ । ଫଳରେ ବାଜପେୟୀ ସରକାର ଇସ୍ତଫା ପ୍ରଦାନ କଲେ । ମାତ୍ର ୧୩ମାସ ପ୍ରଧାନ ମନ୍ତ୍ରୀ ରହିବା ପରେ ଅଟଳ ବିହାରୀ ବାଜପେୟୀ ପୁନଃ ଲୋକସଭା ନିର୍ବାଚନର ସମ୍ମୁଖୀନ ହେଲେ । ୧୯୯୯ ମସିହାରେ ଲୋକସଭା ପାଇଁ ନିର୍ବାଚନ ହେଲା । ଏହି ନିର୍ବାଚନରେ ଏନ୍‍.ଡି.ଏ ପୁଣି ଶାସନ କ୍ଷମତାକୁ ଆସିଲା । ଏଥର ଲୋକସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ମାତ୍ର ୨ଟି ଆସନ ଲାଭ କଲା । ୧୩ଶ ଲୋକସଭା (୧୯୯୯)କୁ ଓଡ଼ିଶାର ନିର୍ବାଚିତ ପ୍ରତିନିଧିମାନେ ହେଲେ:

ତ୍ରୟୋଦଶ ଲୋକସଭା ସଦସ୍ୟ (୧୯୯୯) :

ମୟୂରଭଞ୍ଜ ସାଲଖାନ୍‍ ମୁର୍ମୁ ବିଜେପି
ବାଲେଶ୍ୱର ମହାମେଘ ବାହନ ଐର ଖାରବେଳ ସ୍ୱାଇଁ ବିଜେପି
ଭଦ୍ରକ ଅର୍ଜୁନ ଚରଣ ସେଠି ବିଜେଡି
ଯାଜପୁର ଜଗନ୍ନାଥ ମଲ୍ଲିକ ବିଜେଡି
କେନ୍ଦ୍ରାପଡା ପ୍ରଭାତ କୁମାର ସାମନ୍ତରାୟ ବିଜେଡି
କଟକ ଭର୍ତ୍ତୃହରି ମହତାବ ବିଜେଡି
ଜଗତସିଂହପୁର ତ୍ରିଲୋଚନ କାନୁନ୍‍ଗୋ ବିଜେଡି
ପୁରୀ ବ୍ରଜ କିଶୋର ତ୍ରିପାଠୀ ବିଜେଡି
ଭୁବନେଶ୍ୱର ଡଃ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି
ଆସ୍କା ନବୀନ ପଟ୍ଟନାୟକ ବିଜେଡି
ପରେ କୁମୁଦିନୀ ପଟ୍ଟନାୟକ ବିଜେଡି
ବ୍ରହ୍ମପୁର ଅନାଦି ଚରଣ ସାହୁ ବିଜେପି
କୋରାପୁଟ ହେମା ଗମାଙ୍ଗ କଂଗ୍ରେସ
ନବରଙ୍ଗପୁର ପର୍ଶୁରାମ ମାଝି ବିଜେପି
ଫୁଲବାଣୀ ପଦ୍ମନାଭ ବେହେରା ବିଜେଡି
ବଲାଙ୍ଗୀର ସଙ୍ଗୀତା କୁମାରୀ ସିଂହଦେଓ ବିଜେପି
ସମ୍ବଲପୁର ପ୍ରସନ୍ନ ଆଚାର୍ଯ୍ୟ ବିଜେଡି
ଦେବଗଡ ଦେବେନ୍ଦ୍ର ପ୍ରଧାନ ବିଜେପି
ଢେଙ୍କାନାଳ କାମାକ୍ଷା ପ୍ରସାଦ ସିଂହଦେଓ କଂଗ୍ରେସ
ସୁନ୍ଦରଗଡ ଜୁଏଲ ଓରାମ ବିଜେପି
କେନ୍ଦୁଝର ଅନନ୍ତ ନାୟକ ବିଜେପି

ଏହି ଲୋକସଭା ନିର୍ବାକଣରେ ଓଡିଶାର ବିଜେପି ଓ ବିଜେଡି ମଧ୍ୟରେ ମଧ୍ୟ ମେଣ୍ଟ ହୋଇଥିଲା । ବିଜେପି-ବିଜେଡି ମେଣ୍ଟ ୧୯ଟି ଆସନ ପାଇଲା । ବିଜେପି- ୯ଟି ଓ ବିଜେଡି - ୧୦ ଟି ଆସନ ଲାଭ କଲା ।

ଏକାଦଶ ଓଡିଶା ବିଧାନସଭା ସମୁଦାଯ ୧୭ଟି ଅଧିବେଶନ ଓ ଗୋଟିଏ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୪୮ ବୈଠକ ଦିବସ ରହିଥିଲା । ସ୍ୱତନ୍ତ୍ର ଅଧିବେଶନଟି ୫୦ତମ ସ୍ୱାଧୀନତା ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା । ବିଧାନସଭାକୁ ୨୯.୨.୨୦୦୦ରେ ଭଗ୍ନ କରାଯାଇଥିଲା ।

ଜାନକୀ ବଲ୍ଲଭ ପଟ୍ଟନାୟକ : (୧୯୨୭)

ତିନିଥର ଓଡିଶାର ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚନା କରିଥିବା ଜାନକୀବଲ୍ଲଭ ପଟ୍ଟନାୟକ ଏକାଧାରରେ ଜେନ ସଂଗ୍ରାମୀ, ସାମ୍ବାଦିକ ଓ ଦକ୍ଷ ସଂପାଦକ, ବିଦ୍ୱାନ, ଲେଖକ, ଗବେଷକ, ସାହିତ୍ୟିକ, ସଫଳ ଅନୁବାଦକ, ସମାଲୋଚକ ଓ ସୁବକ୍ତା । ସଂସ୍କୃତ ଭାଷା ବିଷାରଦ ଭାବରେ ତାଙ୍କର କୃତିତ୍ୱ ସର୍ବଜନବିଦିତ । କେନ୍ଦ୍ରରେ ଉପମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀ ଭାବରେ ସେ ନିଜର ଯେଉଁ ପରିଚୟ ପ୍ରତିଷ୍ଠା କରିଯାଇଛନ୍ତି, ତା'ର ପଟାନ୍ତର ନାହିଁ ।

୧୯୨୭ ଜାନୁଆରି ୩ ତାରିଖରେ ପୁରୀ ଜିଲ୍ଲା ରାମେଶ୍ୱରଠାରେ ଏକ ସାହିତ୍ୟ ଓ ସଂସ୍କୃତିସଂପନ୍ନ ପରିବାରରେ ତାଙ୍କର ଜନ୍ମ । ଖୋର୍ଦ୍ଧା ହାଇସ୍କୁଲରୁ ମାଟ୍ରିକ ପାସ ପରେ ୧୯୪୭ ରେ ରେଭେନସା କଲେଜରୁ ସଂସ୍କୃତ ସମ୍ମାନ ସହ ସେ ବି.ଏ. ପାସ କଲେ । ରେଭେନସାରେ ପଢିବା ସମୟରେ କଲେଜରେ ଲାଗିଥିବା ୟୁନିୟନ ଯାକକୁ ହଟାଇ ଭାରତୀୟ ଜାତୀୟ ପତାକାକୁ ଉଡାଇବା ଫଳରେ ସେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ୧୯୫୦ ମସିହାରେ ସେ ରାଜନୀତି ବିଜ୍ଞାନରେ ଏମ.ଏ. ପାସ କଲେ । ଚାକିରି ନକରି ସାମ୍ବାଦିକତାକୁ ବୃତ୍ତି ଭାବରେ ଗ୍ରହଣ କଲେ । ସେ ହେଲେ ‘ଇଷ୍ଟର୍ଣ୍ଣଟାଇମସ’ ର ସବ-ଏଡିଟର । ତା'ପରେ ଯୁଗ୍ମ ସଂପାଦକ ଓ ପରେ ସଂପାଦକ ଦାୟିତ୍ୱ ବହନ କରିବା ସହ ଦୈନିକ ପ୍ରଜାତନ୍ତ୍ରର

ସଂପାଦକ ଦାୟିତ୍ୱ ମଧ୍ୟ ବହନ କଲେ । ଏହା ପରେ 'ପୌରୁଷ' ପତ୍ରିକାର ମଧ୍ୟ ସେ ପ୍ରତିଷ୍ଠାତା ଓ ସଂପାଦକ ହେଲେ ।

୧୯୫୦ ମସିହାରେ ମଧୁପୁର ଚାଷୀ ଆନ୍ଦୋଳନର ସେ ନେତୃତ୍ୱ ଗ୍ରହଣ କଲେ । ରାଜ୍ୟ ଯୁବକଙ୍ଗ୍ରେସର ସଭାପତି ହେଲେ ସେହି ବର୍ଷ । ୧୯୫୪ ରୁ ୫୦ ଯାଏ ସେ ହେଲେ ପି.ସି.ସି. କାର୍ଯ୍ୟକାରୀ କମିଟିର ସଦସ୍ୟ । ୧୯୫୬ରୁ ୬୭ ଯାଏ ସାହିତ୍ୱ ଏକାଡ଼େମୀର ସଭ୍ଯ ହେବା ସହିତ ୧୯୫୭ ରୁ ୬୭ ଯାଏ ଉତ୍କଳ ବିଶ୍ୱବିଦ୍ୱାଳୟର ସିନେଟ ଫେଲୋ ଓ ଓଡିଶା ମୌଳିକ ଶିକ୍ଷା ଏବଂ ଶିକ୍ଷକ ସଂହାର ସଭାପତି ଦାୟିତ୍ୱ ସଂପାଦନ ।

ଜଣେ ଲେଖକ ଓ ଗବେଷକ ହିସାବରେ ଗୌତମ ବୁଦ୍ଧଙ୍କ ଜୀବନ ଚରିତ, ଅନୁବାଦକ ଭାବରେ ଭର୍ତ୍ତୁହରିଙ୍କ ନୀତିଶତକ, ଶ୍ରୀମଦଭାଗବତର ଗଦ୍ୟରୂପ,ବଙ୍କିମଚନ୍ଦ୍ରଙ୍କ ଉପନ୍ୟାସରୁ କେତୋଟି ସଫଳତାର ସହ ଅନୁବାଦ କରିଛନ୍ତି । ସେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ସେ ହେଉଛନ୍ତି ତିରୁପତି ବିଶ୍ବବିଦ୍ୟାଳୟର ପ୍ରୋ.ଚାନସେଲର । ବହୁ ସାହିତ୍ୟିକ ଓ ସଂସ୍କୃତିକ ଅନୁଷ୍ଠାନ ସହ ସେ ଓତପ୍ରୋତ ଭାବରେ ଜଡିତ ।

୧୯୭୧ ମସିହାରେ ସେ ସର୍ବପ୍ରଥମେ କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳରେ ଦେଶରକ୍ଷା ବିଭାଗର ଉପମନ୍ତ୍ରୀ ଓ ପରେ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ବହନ କରିଥିଲେ (୧୯୭୩-୭୫) । ୧୯୮୦ ମସିହାରେ ପୁନର୍ବାର ଲୋକସଭାକୁ ନିର୍ବାଚିତ ହୋଇ କେନ୍ଦ୍ରରେ ପର୍ଯ୍ୟଟନ, ବେସାମରିକ ବିମାନ ଚଳାଚଳ ଓ ଶ୍ରମ ମନ୍ତ୍ରଣାଳୟର କ୍ଯାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ ସଂପାଦନ । ୧୯୮୦ରେ ସେ ହେଲେ ଓଡିଶାର ମୁଖ୍ୟମନ୍ତ୍ରୀ । ଓଡିଶାରେ ୩ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ବାହାନକାରୀ ସେ ବହୁ କାର୍ଯ୍ୟ କରିଛନ୍ତି । ସେସବୁ ପୂର୍ବବର୍ତ୍ତୀ ବିଭିନ୍ନ ଅଧ୍ୟାୟରେ ଆଲୋଚିତ ହୋଇସାରିଛି । ଗତ ବିଧାନସଭାରେ ସେ ବିରୋଧୀ ଦଳର ନେତୃତ୍ୱ ବହନ କରି ବେଶ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ସେ ଆସାମ ରାଜ୍ୟର ରାଜ୍ୟପାଳ ଅଛନ୍ତି ।

+++