ଓଡ଼ିଶା ରାଜନୀତିର ଇତିହାସ/ଓଡ଼ିଶାରେ ସ୍ଥାୟୀ ସରକାର ଓ ମୁଖ୍ୟମନ୍ତ୍ରୀ ଆସନରେ ଜାନକୀ ବଲ୍ଲଭ ପଟ୍ଟନାୟକ
←ସପ୍ତମ ରାଜ୍ୟ ବିଧାନସଭା ନିର୍ବାଚନ ଓ ମୁଖ୍ୟମନ୍ତ୍ରୀ ଆସନରେ ନୀଳମଣି ରାଉତରାୟ | ଓଡ଼ିଶା ରାଜନୀତିର ଇତିହାସ (୨୦୧୩) ଲେଖକ/କବି: ଓଡ଼ିଶାରେ ସ୍ଥାୟୀ ସରକାର ଓ ମୁଖ୍ୟମନ୍ତ୍ରୀ ଆସନରେ ଜାନକୀ ବଲ୍ଲଭ ପଟ୍ଟନାୟକ |
ନବମ ଓଡ଼ିଶା ବିଧାନସଭା : ଜାନକୀବାବୁ ପୁନଶ୍ଚ ମୁଖ୍ୟମନ୍ତ୍ରୀ→ |
କଲେ । ଫଳରେ ୧୯୮୦ ମସିହା ଫେବ୍ରୁଆରି ୧୭ତାରିଖରେ ଓଡ଼ିଶାର ନୀଳମଣି ରାଉତରାୟଙ୍କ ମନ୍ତ୍ରିମଣ୍ଡଳକୁ ବରଖାସ୍ତ କରାଯାଇ ବିଧାନସଭାକୁ ଭାଙ୍ଗି ଦିଆଗଲା । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲା ।
ଏହାର ମାତ୍ର ଅଳ୍ପଦିନ ପୂର୍ବରୁ ଓଡ଼ିଶାର ଶାସନ କ୍ଷମତାରେ ଥିବା ଜନତାଦଳ ୧୯୮୦ ମସିହା ଫେବ୍ରୁଆରି ମାସ ୧୩ ତାରିଖରେ ଲୋକଦଳ ଭାବରେ ନାମିତ ହୋଇଯାଇଥିଲା । ଫଳରେ ଜନତା (ଓ) ଦଳର ବିଧାୟକମାନେ ସେହିଦିନ ଅନନ୍ତ ନାରାୟଣ ସିଂହଦେଓଙ୍କୁ ଦଳର ନେତା ଭାବରେ ଘୋଷଣା କଲେ ଓ ସିଂହଦେଓ ହେଲେ ପ୍ରହ୍ଲାଦ ମଲ୍ଲିକଙ୍କ ସ୍ଥାନରେ ବିରୋଧୀ ଦଳର ନେତା ।
ଏହି ସପ୍ତମ ବିଧାନ ସଭାର ମୋଟ ସାତଗୋଟି ଅଧିବେଶନ ବସି ୧୨୧ଟି ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବିଧାନସଭା କାଳରେ କେତେକ ଉଲ୍ଲେଖନୀୟ ଘଟଣା :
ଭାରତୀୟ ଜାତୀୟ କଂଗ୍ରେସ ଓ ଜନତା ଦଳର ଦୁଇ ଦୁଇଥର ବିଭାଜନ ପରେ ଓଡ଼ିଶା ବିଧାନସଭାରେ ଚାରିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ବିରୋଧୀ ଦଳ ନେତା ପଦବୀରେ ବିଭିନ୍ନ ସମୟରେ ଦେଖିବାକୁ ମିଳିିଥିଲା । ସେମାନେ ହେଲେ ଚିନ୍ତାମଣି ପାଣିଗ୍ରାହୀ, ବୃନ୍ଦାବନ ନାୟକ, ପ୍ରହ୍ଲାଦ ମଲ୍ଲିକ ଓ ଅନନ୍ତ ନାରାୟଣ ସିଂହଦେଓ ।
ନୀଳମଣି ରାଉତରାୟଙ୍କର ମନ୍ତ୍ରିମଣ୍ଡଳ ୧୯୭୭ ମସିହାରେ ଶପଥ ଗ୍ରହଣ କରିବା ପରେ ଜଗନ୍ନାଙ୍କ ରଯାତ୍ରାରେ ବିଭ୍ରାଟ ଦେଖା ଦେଇଥିଲା । ୧୯୭୭ ମସିହାରେ ଜଗନ୍ନାଥଙ୍କ ନବକଳେବର ଉତ୍ସବ ଅନୁଷ୍ଠିତ ହେଲା । ହେଲେ ନିର୍ଦ୍ଦିଷ୍ଟ ସମୟରେ ଠାକୁରମାନଙ୍କ ନୀତିକାନ୍ତି ସମ୍ପନ୍ନ ହୋଇପାରିଲା ନାହିିଁ । ଫଳରେ ଶ୍ରୀଗୁଣ୍ଡିଚା ତିିଥିରେ ରଥ ଟଣା ସମ୍ଭବ ହୋଇପାରିଲା ନାହିିଁ । କେବଳ ବିଧି ରକ୍ଷା ନିମନ୍ତେ ବଡଠାକୁରଙ୍କ ରଥକୁ ମାତ୍ର କେତେ ହାତ ଟାଣି ନିଆଗଲା । ତହିିଁ ପରଦିନ ରଥଟଣା ମଧ୍ୟ ଠିକ୍ ଭାବରେ ସମ୍ପନ୍ନ ହୋଇ ପାରିଲା ନାହିିଁ । ରଥ ଟଣା ସମୟରେ ବଡ ଠାକୁରଙ୍କ ରଥ ବିଜୁଳି ଖୁଣ୍ଟରେ ମାଡ ହୋଇଗଲା । ଫଳରେ ବଡ ଠାକୁରଙ୍କ ରଥର ଗୋଟିଏ ଚକ ଭାଙ୍ଗିଗଲା । ଏହିପରି ଏକ ଅଶୋଭନୀୟ ଘଟଣା ଯୋଗୁ ରାଜ୍ୟବାସୀ ଗଭୀର ଅନୁତାପ କଲେ । ଫଳରେ ସରକାର ଏହି ଘଟଣାର ତଦନ୍ତ ନିମନ୍ତେ ଅବସର ପ୍ରାପ୍ତ ବିଚାରପତି ବାଳକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିଶନ ବସାଇଲେ ।
ଓଡ଼ିଶାର ଅଷ୍ଟମ ବିଧାନସଭା ନିମନ୍ତେ ୧୯୮୦ ମସିହା ମେ ମାସ ୩୧ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ୧୪୭ଟି ଆସନପାଇଁ କଂଗ୍ରେସ ଦଳର ୧୪୭ଜଣ, ଜନତା (ଏସ୍)ର ୧୧୧ଜଣ, କଂଗ୍ରେସ (ଅର୍ସ)ର ୯୭ଜଣ, ଜନତା(ଜେପି)ଦଳର ୨୯ଜଣ, ଭାରତୀୟ ଜନତା ପାର୍ଟିର ୨୯ଜଣ, କମ୍ୟୁନିଷ୍ଟ ଦଳର ୨୭ଜଣ, ମାର୍କ୍ସବାଦୀ କମ୍ୟୁନିଷ୍ଟ ଦଳର ୧୪ଜଣ, ଫରଓ୍ୱାର୍ଡ ବ୍ଲକର ୫ଜଣ, ଝାଡ଼ଖଣ୍ଡ ଦଳର ୧୯ଜଣ, ସୋସାଲିଷ୍ଟ ୟୁନିଟ୍ ସେଣ୍ଟରର ୮ଜଣ, ରାଜନାରାୟଣ ଜନତା ଦଳର ୨ଜଣ ଓ ୨୪୧ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିଲେ ।
ନିର୍ବାଚନ ଚାଲିିବା ସମୟରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ନୀଳମଣି ସେଠିଙ୍କର ପରଲୋକ ଘଟିବାରୁ ସେଠାରେ ନିର୍ବାଚନ ସ୍ଥଗିତ ରହିଲା । ନିର୍ବାଚନ ଅନୁଷ୍ଠିତ ହୋଇଥିବା ୧୪୬ଟି ଆସନରୁ କଂଗ୍ରେସ ୧୧୭, ଜନତା (ଏସ୍) (ଚରଣ ସିଂହ)-୧୩, ଜନତା (ଜେପି)-୩, କମ୍ୟୁନିଷ୍ଟ -୪, ଭାରତୀୟ ଜାତୀୟ କଂଗ୍ରେସ (ୟୁ)-୨ ଓ ସ୍ୱାଧୀନ ପ୍ରାର୍ଥୀମାନେ ୭ଟି ଆସନ ହାସଲ କଲେ । ଏହି ବିଧାନ ସଭାକୁ ପାଞ୍ଚଜଣ ମହିଳା ପ୍ରତିନିଧି ନିର୍ବାଚିତ ହୋଇ ଆସିଲେ । ସେମାନେ ହେଲେ ପଟ୍ଟାଙ୍ଗୀରୁ ଶ୍ରୀମତୀ ଚନ୍ଦ୍ରମା ସାନ୍ତା (କଂ.ଇ), ଡାବୁଗାଁରୁ ଶ୍ରୀମତୀ ଫୁଲମଣି ସାନ୍ତା (କଂ.ଇ), ଉମରକୋଟରୁ ଶ୍ରୀମତୀ ପରମା ପୂଜାରୀ (କଂ.ଇ), କୁଳିଅଣାରୁ ଶ୍ରୀମତୀ ସରସ୍ୱତୀ ହେମ୍ବ୍ରମ୍ (କଂ.ଇ) ଓ ଢେ଼ଙ୍କାନାଳରୁ ଶ୍ରୀମତୀ ନନ୍ଦିନୀ ଶତପଥୀ (କଂ.ଅ) ।
| |
|
ଅଷ୍ଟମ ବିଧାନସଭା ୧୯୮୦ ଜୁନ୍ ୯ ତାରିଖ ଦିନ ଗଠିତ ହେଲା । ବିଧାନସଭାର ନବନିର୍ବାଚିତ ସଦସ୍ୟମାନେ ଜୁନ୍ ୧୧ ଓ ୧୨ ତାରିଖରେ ଶପଥ ଗ୍ରହଣ କଲେ । ବରିଷ୍ଠ ବିଧାୟକ ପ୍ରସନ୍ନ କୁମାର ଦାସ ଅସ୍ଥାୟୀ ବାଚସ୍ପତି ଭାବରେ ବିଧାୟକମାନଙ୍କୁ ଶପଥ ପାଠ କରାଇଲେ । ଅଷ୍ଟମ ବିଧାନସଭା ସଦସ୍ୟ (୧୯୮୦) :
କରଂଜିଆ | ରଘୁନାଥ ହେମ୍ବ୍ରମ୍ | ଜନତା (ଏସ୍) |
ଯଶୀପୁର | ସୁନ୍ଦର ମୋହନ ମାଝି | କଂଗ୍ରେସ(ଇ) |
ବାହଲଦା | ରାମଚନ୍ଦ୍ର ହାଂସଦା | କଂଗ୍ରେସ(ଇ) |
ରାଇରଙ୍ଗପୁର | ସିଦ୍ଧଲାଲ ମୁର୍ମୁ | କଂଗ୍ରେସ(ଇ) |
ବାଙ୍ଗିରିପୋଷି | କାନଗୋଇ ସିଂହ | କଂଗ୍ରେସ(ଇ) |
କୁଳିଅଣା | ସରସ୍ୱତୀ ହେମ୍ବ୍ରମ୍ | କଂଗ୍ରେସ(ଇ) |
ବାରିପଦା | ପ୍ରସନ୍ନ କୁମାର ଦାସ | କଂଗ୍ରେସ(ଇ) |
ବଇସିଙ୍ଗା | କୁଆଁରିଆ ମାଝି | କଂଗ୍ରେସ(ଇ) |
ଖୁଣ୍ଟା | ରମେଶ ସୋରେନ୍ | କଂଗ୍ରେସ(ଇ) |
ଉଦଳା | ରାବଣେଶ୍ୱର ମଢ଼େଇ | କଂଗ୍ରେସ(ଇ) |
ଭୋଗରାଇ | କାର୍ତ୍ତିକେଶ୍ୱର ପାତ୍ର | କଂଗ୍ରେସ(ଇ) |
ଜଳେଶ୍ୱର | ଗଦାଧର ଗିରି | (ଜନତା.ଜେପି) |
ବସ୍ତା | ଭୂପାଳ ଚନ୍ଦ୍ର ମହାପାତ୍ର | କଂଗ୍ରେସ(ଇ) |
ବାଲେଶ୍ୱର | ଅରୁଣ ଦେ | କମ୍ୟୁନିଷ୍ଟ |
ସୋରୋ | ପୀତାମ୍ବର ପଣ୍ଡା | କମ୍ୟୁନିଷ୍ଟ |
ସିମୂଳିଆ | ପର୍ଶୁରାମ ପାଣିଗ୍ରାହୀ | (ଜନତା.ଜେପି) |
ନୀଳଗିରି | ଅକ୍ଷୟ କୁମାର ଆଚାର୍ଯ୍ୟ | କଂଗ୍ରେସ(ଇ) |
ଭଣ୍ଡାରିପୋଖରୀ | ପୁରୁଷୋତ୍ତମ ସେଠି | କଂଗ୍ରେସ(ଇ) |
ଭଦ୍ରକ | ଯୁଗଳ କିଶୋର ପଟ୍ଟନାୟକ | କଂଗ୍ରେସ(ଇ) |
ଧାମନଗର | ଜଗନ୍ନାଥ ରାଉତ | କଂଗ୍ରେସ(ଇ) |
ଚାନ୍ଦବାଲି | ନେତ୍ରାନନ୍ଦ ମଲ୍ଲିକ | କଂଗ୍ରେସ(ଇ) |
ବାସୁଦେବପୁର | ଜଗବଂଧୁ ଦାସ | କଂଗ୍ରେସ(ଇ) |
ସୁକିନ୍ଦା | ଶରତ ରାଉତ | କଂଗ୍ରେସ(ଇ) |
କୋରେଇ | ଅଶୋକ କୁମାର ଦାସ | ଜନତା (ଏସ୍) |
ଯାଜପୁର | ନିରଞ୍ଜନ ଜେନା | କଂଗ୍ରେସ(ଇ) |
ଧର୍ମଶାଳା | କାଙ୍ଗାଳୀ ଚରଣ ପଣ୍ଡା | ସ୍ୱାଧୀନ |
ବଡ଼ଚଣା | ସୀତାକାନ୍ତ ମହାପାତ୍ର | କଂଗ୍ରେସ(ଇ) |
ବରି ଡେରାବିଶି | ଶ୍ରୀକାନ୍ତ କୁମାର ଜେନା | ଜନତା (ଏସ୍) |
ବିଂଝାରପୁର | ନବକିଶୋର ମଲ୍ଲିକ | କଂଗ୍ରେସ(ଇ) |
ଆଳି | ଶରତ କୁମାର ଦେବ | ଜନତା (ଏସ୍) |
ପଟ୍ଟାମୁଣ୍ଡାଇ | ବିଶ୍ୱନାଥ ମଲ୍ଲିକ | କଂଗ୍ରେସ(ଇ) |
ରାଜନଗର | ନଳିନୀକାନ୍ତ ମହାନ୍ତି | ଜନତା (ଏସ୍) |
କେନ୍ଦ୍ରାପଡ଼ା | ଇନ୍ଦ୍ରମଣି ରାଉତ | କଂଗ୍ରେସ(ଇ) |
ପାଟକୁରା | ବିଜୁ ପଟ୍ଟନାୟକ | ଜନତା (ଏସ୍) |
ତିର୍ତ୍ତୋଲ | ବସନ୍ତ କୁମାର ବିଶ୍ୱାଳ | କଂଗ୍ରେସ(ଇ) |
ଏରସମା | ଦାମୋଦର ରାଉତ | ଜନତା (ଏସ୍) |
ବାଲିକୁଦା | ବାସୁଦେବ ମହାପାତ୍ର | କଂଗ୍ରେସ(ଇ) |
ଜଗତସିଂହପୁର | କୃଷ୍ଣଚନ୍ଦ୍ର ମଲ୍ଲିକ | କଂଗ୍ରେସ(ଇ) |
କିଶନନଗର | ସୁରେନ୍ଦ୍ରନା ପଟ୍ଟନାୟକ | ସ୍ୱାଧୀନ |
ମାହାଙ୍ଗା | ସେଖ୍ ମତଲୁବ ଅଲ୍ଲି | କଂଗ୍ରେସ(ଇ) |
ସାଲେପୁର | ମାୟାଧର ସେଠି | କଂଗ୍ରେସ(ଇ) |
ଗୋବିନ୍ଦପୁର | ଅନ୍ତର୍ଯ୍ୟାମୀ ପ୍ରଧାନ | ଜନତା (ଏସ୍) |
କଟକ ସଦର | ଦୋଳଗୋବିନ୍ଦ ପ୍ରଧାନ | କଂଗ୍ରେସ(ଇ) |
କଟକ ନଗର | ଶ୍ରୀକାନ୍ତ ପଣ୍ଡା | କଂଗ୍ରେସ(ଇ) |
ଚୌଦ୍ୱାର | କାହ୍ନୁଚରଣ ଲେଙ୍କା | କଂଗ୍ରେସ(ଇ) |
ବାଙ୍କୀ | ଅକ୍ଷୟ ପଟ୍ଟନାୟକ | କଂଗ୍ରେସ(ଇ) |
ଆଠଗଡ | ରସାନନ୍ଦ ସାହୁ | କଂଗ୍ରେସ(ଇ) |
ପରେ ଜାନକୀ ବଲ୍ଲଭ ପଟ୍ଟନାୟକ | କଂଗ୍ରେସ(ଇ) | |
ବଡ଼ମ୍ବା | ସମୀର କୁମାର ରାଉତରାୟ | କଂଗ୍ରେସ(ଇ) |
ବାଲିପାଟଣା | ବସନ୍ତ କୁମାର ବେହେରା | କଂଗ୍ରେସ(ଇ) |
ଭୁବନେଶ୍ୱର | ରାମକୃଷ୍ଣ ପତି | କମ୍ୟୁନିଷ୍ଟ |
ଜଟଣୀ | ସୁରେଶ କୁମାର ରାଉତରାୟ | କଂଗ୍ରେସ(ଇ) |
ପିପିଲି | ବିପିନ ଦାଶ | କଂଗ୍ରେସ(ଇ) |
ନିମାପଡ଼ା | ରବୀନ୍ଦ୍ର କୁମାର ସେଠି (କଂ.ଇ) (ଉପ ନିର୍ବାଚନରେ ନିର୍ବାଚିତ) | |
କାକଟପୁର | ବୈକୁଣ୍ଠନା ସ୍ୱାଇଁ | କଂଗ୍ରେସ(ଇ) |
ସତ୍ୟବାଦୀ | ରବୀନ୍ଦ୍ର କୁମାର ଦାସ | କଂଗ୍ରେସ(ଇ) |
ପୁରୀ | ଗଦାଧର ମିଶ୍ର | କଂଗ୍ରେସ(ଇ) |
ବ୍ରହ୍ମଗିରି | ଗଙ୍ଗାଧର ମହାପାତ୍ର | କଂଗ୍ରେସ(ଇ) |
ଚିଲିକା | ଡାକ୍ତର ଦେବେନ୍ଦ୍ର ମାନସିଂହ | କଂଗ୍ରେସ(ଇ) |
ଖୋର୍ଦ୍ଧା | ପ୍ରସନ୍ନ କୁମାର ପାଟ୍ଟଶାଣୀ | କଂଗ୍ରେସ(ଇ) |
ବେଗୁନିଆ | କୈଳାସ ଚନ୍ଦ୍ର ମହାପାତ୍ର | କଂଗ୍ରେସ(ଇ) |
ରଣପୁର | ରମାକାନ୍ତ ମିଶ୍ର | କଂଗ୍ରେସ(ଇ) |
ନୟାଗଡ଼ | ବଂଶୀଧର ସାହୁ | କଂଗ୍ରେସ(ଇ) |
ଖଣ୍ଡପଡ଼ା | ବିଭୂତିଭୂଷଣ ସିଂହ ମର୍ଦ୍ଦରାଜ | ସ୍ୱାଧୀନ |
ଦଶପଲା | ହରିହର କରଣ | କଂଗ୍ରେସ(ଇ) |
ଜଗନ୍ନାଥ ପ୍ରସାଦ | ଶ୍ରୀବତ୍ସ ନାୟକ | କଂଗ୍ରେସ(ଇ) |
ଭଞ୍ଜନଗର | ସୋମନାଥ ରଥ | କଂଗ୍ରେସ(ଇ) |
ସୋରଡା | ଗନ୍ତାୟତ ସ୍ୱାଇଁ | କଂଗ୍ରେସ(ଇ) |
ଆସ୍କା | ରାଘବ ପରିଡ଼ା | କଂଗ୍ରେସ(ଇ) |
କବିସୂର୍ଯ୍ୟନଗର | ରାଧାଗୋବିନ୍ଦ ସାହୁ | କଂଗ୍ରେସ(ଇ) |
କୋଦଳା | କାହ୍ନୁ ଚରଣ ନାୟକ | କଂଗ୍ରେସ(ଇ) |
ଖଲିକୋଟ | ତ୍ରିନାଥ ସାମନ୍ତରାୟ | କଂଗ୍ରେସ(ଇ) |
ଛତ୍ରପୁର | ବିଶ୍ୱନାଥ ସାହୁ | କମ୍ୟୁନିଷ୍ଟ |
ହିଞ୍ଜିଳି | ବୃନ୍ଦାବନ ନାୟକ | ଜନତା (ଏସ୍) |
ଗୋପାଳପୁର | ଘନଶ୍ୟାମ ବେହେରା | କଂଗ୍ରେସ(ଇ) |
ବ୍ରହ୍ମପୁର | କୃଷ୍ଣ ଚରଣ ପଟ୍ଟନାୟକ | କଂଗ୍ରେସ(ଇ) |
ଚିକିଟି | ଚିନ୍ତାମଣି ଦ୍ୟାନ ସାମନ୍ତରାୟ | ସ୍ୱାଧୀନ |
ମୋହନା | ଉଦୟ ନାରାୟଣ ଦେବ | ଜନତା (ଏସ୍) |
ରାମଗିରି | ଗୋର୍ସାଙ୍ଗ ଶବର | କଂଗ୍ରେସ(ଇ) |
ପାରଳାଖେମୁଣ୍ଡି | ବିଜୟ କୁମାର ଜେନା | ସ୍ୱାଧୀନ |
ଗୁଣପୁର | ଭାଗୀରଥି ଗମାଙ୍ଗୋ | କଂଗ୍ରେସ(ଇ) |
ବିଷମକଟକ | ଡମ୍ବରୁଧର ଉଲାକା | କଂଗ୍ରେସ(ଇ) |
ରାୟଗଡ଼ା | ରାମଚନ୍ଦ୍ର ଉଲାକା | କଂଗ୍ରେସ(ଇ) |
ଲକ୍ଷ୍ମୀପୁର | ଅନନ୍ତରାମ ମାଝି | କଂଗ୍ରେସ(ଇ) |
ପଟ୍ଟାଙ୍ଗୀ | ଚନ୍ଦ୍ରମା ସାନ୍ତା | କଂଗ୍ରେସ(ଇ) |
କୋରାପୁଟ | ନୃସିଂହାନନ୍ଦ ବ୍ରହ୍ମା | କଂଗ୍ରେସ(ଇ) |
ମାଲକାନଗିରି | ନାକା ଲାଖମାୟା | କଂଗ୍ରେସ(ଇ) |
ଚିତ୍ରାକୋଣ୍ଡା | ଗଙ୍ଗାଧର ମାଢ଼ି | କଂଗ୍ରେସ |
କୋଟପାଡ଼ | ବାସୁଦେବ ମାଝି | କଂଗ୍ରେସ(ଇ) |
ଜୟପୁର | ରଘୁନାଥ ପଟ୍ଟନାୟକ | କଂଗ୍ରେସ(ଇ) |
ନବରଙ୍ଗପୁର | ହବିବୁଲା ଖାଁ | କଂଗ୍ରେସ(ଇ) |
କୋଡ଼ିଙ୍ଗା | ଡମ୍ବରୁ ମାଝି | କଂଗ୍ରେସ(ଇ) |
ଡାବୁଗାଁ | ଫୁଲମଣି ସାନ୍ତା | କଂଗ୍ରେସ(ଇ) |
ଉମରକୋଟ | ପରମା ପୂଜାରୀ | କଂଗ୍ରେସ(ଇ) |
ନୂଆପଡ଼ା | ଭାନୁ ପ୍ରକାଶ ଯୋଶୀ | କଂଗ୍ରେସ(ଇ) |
ଖଡ଼ିଆଳ | ଅନୁପ ସିଂହଦେଓ | ସ୍ୱାଧୀନ |
ଧରମଗଡ଼ | ଗଜାନନ ନାୟକ | କଂଗ୍ରେସ(ଇ) |
କୋକସରା | ମନମୋହନ ମାଥୁର | କଂଗ୍ରେସ(ଇ) |
ଜୁନାଗଡ଼ | ମହେଶ୍ୱର ବରାଡ | କଂଗ୍ରେସ(ଇ) |
ଭବାନୀପାଟଣା | ଦୟାନିଧି ନାୟକ | କଂଗ୍ରେସ(ଇ) |
ନର୍ଲା | ତେଜରାଜ ମାଝି | କଂଗ୍ରେସ(ଇ) |
କେସିଙ୍ଗା | ଭୂପିନ୍ଦର ସିଂହ | କଂଗ୍ରେସ(ଇ) |
ବାଲିଗୁଡ଼ା | ସହୁରା ମଲ୍ଲିକ | କଂଗ୍ରେସ(ଇ) |
ଉଦୟଗିରି | ନାଗାର୍ଜୁନ ପ୍ରଧାନ | କଂଗ୍ରେସ(ଇ) |
ଫୁଲବାଣୀ | ଚନ୍ଦ୍ରଶେଖର ବେହେରା | କଂଗ୍ରେସ(ଇ) |
ବୌଦ | ହିମାଂଶୁ ଶେଖର ପାଢ଼ୀ | କଂଗ୍ରେସ(ଇ) |
ଟିଟିଲାଗଡ଼ | ଲଳିତ ମୋହନ ଗାନ୍ଧୀ | କଂଗ୍ରେସ(ଇ) |
କଣ୍ଟାବାଞ୍ଜି | ପ୍ରସନ୍ନ କୁମାର ପାଲ | କଂଗ୍ରେସ(ଇ) |
ପାଟଣାଗଡ | ବ୍ରଜମୋହନ ଠାକୁର | କଂଗ୍ରେସ(ଇ) |
ସଇଁତଳା | ରମେଶ ଚନ୍ଦ୍ର ସିଂହ ଭୋଇ | କଂଗ୍ରେସ(ଇ) |
ଲୋଇସିଙ୍ଗା | ବାଳଗୋପାଳ ମିଶ୍ର | ସ୍ୱାଧୀନ |
ବଲାଙ୍ଗୀର | ମହମ୍ମଦ ମୁଜାଫର ହୁସେନ ଖାଁ | କଂଗ୍ରେସ(ଇ) |
ସୋନପୁର | ଧନେଶ୍ୱର କୁମ୍ଭାର | କଂଗ୍ରେସ(ଇ) |
ବିନିକା | ପ୍ରଦୀପ ହୋତା | କଂଗ୍ରେସ(ଇ) |
ବୀରମହାରାଜପୁର | ହୃଷୀକେଶ ହୋତା | କଂଗ୍ରେସ(ଇ) |
ଆଠମଲ୍ଲିକ | ଭଜମନ ବେହେରା | କଂଗ୍ରେସ(ଇ) |
ଅନୁଗୁଳ | ସନ୍ତୋଷ କୁମାର ପ୍ରଧାନ | କଂଗ୍ରେସ(ଇ) |
ହିନ୍ଦୋଳ | ତ୍ରିନାଥ ନାୟକ | ଜନତା(ଏସ) |
ଢେଙ୍କାନାଳ | ନନ୍ଦିନୀ ଶତପଥୀ | କଂଗ୍ରେସ(ଅ) |
ଗଁଦିଆ | ହଳଧର ମିଶ୍ର | କଂଗ୍ରେସ(ଅ) |
କାମାକ୍ଷାନଗର | କୈଳାସ ଚନ୍ଦ୍ର ମହାପାତ୍ର | କଂଗ୍ରେସ(ଇ) |
ପାଲଲହଡ଼ା | ବିଭୁଦେନ୍ଦ୍ର ପ୍ରସାଦ ଦାସ | କଂଗ୍ରେସ(ଇ) |
ତାଳଚେର | ବୃନ୍ଦାବନ ବେହେରା | ଜନତା (ଜେପି) |
ପଦ୍ମପୁର | ସତ୍ୟଭୂଷଣ ସାହୁ | କଂଗ୍ରେସ(ଇ) |
ମେଳଚ୍ଛାମୁଣ୍ଡା | ପ୍ରକାଶ ଚନ୍ଦ୍ର ଦେବତା | କଂଗ୍ରେସ(ଇ) |
ବିଜେପୁର | ରାଜୀବ ଲୋଚନ ହୋତା | କଂଗ୍ରେସ(ଇ) |
ଭଟ୍ଲି | ମୋହନ ନାଗ | କଂଗ୍ରେସ(ଇ) |
ବରଗଡ଼ | ଯଦୁମଣି ପ୍ରଧାନ | କଂଗ୍ରେସ(ଇ) |
ସମ୍ବଲପୁର | ଅଶ୍ୱିନୀ କୁମାର ଗୁରୁ | କଂଗ୍ରେସ(ଇ) |
ବ୍ରଜରାଜନଗର | ଉପେନ୍ଦ୍ର ଦୀକ୍ଷିତ | କଂଗ୍ରେସ(ଇ) |
ଝାରସୁଗୁଡ଼ା | ବୀରେନ୍ଦ୍ର ପାଣ୍ଡେ | କଂଗ୍ରେସ(ଇ) |
ଲାଇକେରା | ହେମାନନ୍ଦ ବିଶ୍ୱାଳ | କଂଗ୍ରେସ(ଇ) |
କୁଚିଣ୍ଡା | ଜଗତେଶ୍ୱର ମିର୍ଦ୍ଧା | କଂଗ୍ରେସ(ଇ) |
ରେଢ଼ାଖୋଲ | ଅଭିମନ୍ୟୁ କୁମ୍ଭାର | କଂଗ୍ରେସ(ଇ) |
ଦେଓଗଡ଼ | ଅଶ୍ୱିନୀ କୁମାର ବେହେରା | କଂଗ୍ରେସ(ଇ) |
ସୁନ୍ଦରଗଡ | କିଶୋର ଚନ୍ଦ୍ର ପଟେଲ | କଂଗ୍ରେସ(ଇ) |
ତଳସରା | ଗଦାଧର ମାଝି | କଂଗ୍ରେସ(ଇ) |
ରାଜଗାଙ୍ଗପୁର | ମୁଖରାମ ନାୟକ | କଂଗ୍ରେସ(ଇ) |
ବୀରମିତ୍ରପୁର | ଜୁନସ ବିଲୁଙ୍ଗ | କଂଗ୍ରେସ(ଇ) |
ରାଉରକେଲା | ଗୁରୁପଦ ନନ୍ଦ | କଂଗ୍ରେସ(ଇ) |
ରଘୁନାଥପଲ୍ଲୀ | ନେଲସନ ସୋରେଙ୍ଗି | କଂଗ୍ରେସ(ଇ) |
ବଣେଇ | ବସନ୍ତ କୁମାର ସିଂହ ଦଣ୍ଡପାଟ | କଂଗ୍ରେସ(ଇ) |
ଚମ୍ପୂଆ | ସହରାଇ ଓରାମ | ଜନତା (ଏସ୍) |
ପାଟଣା | ହୃଷୀକେଶ ନାୟକ | ଜନତା (ଏସ୍) |
କେନ୍ଦୁଝର | ଯୋଗେନ୍ଦ୍ର ନାୟକ | କଂଗ୍ରେସ(ଇ) |
ତେଲକୋଇ | ଚନ୍ଦ୍ରସେନ ନାୟକ | କଂଗ୍ରେସ(ଇ) |
ଆନନ୍ଦପୁର | ଜୟଦେବ ଜେନା | କଂଗ୍ରେସ(ଇ) |
ରାମଚନ୍ଦ୍ରପୁର | ନିରଞ୍ଜନ ପଟ୍ଟନାୟକ | କଂଗ୍ରେସ(ଇ) |
ଏହି ନିର୍ବାଚନରେ କଂଗ୍ରେସର ଐତିହାସିକ ବିଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଦେଲା । କାରଣ କଂଗ୍ରେସ ଦଳ ୧୪୭ଟି ଆସନରୁ ୧୧୭ଟି ଆସନରେ ବିଜୟୀ ହେଲା । ଏହା ପୂର୍ବରୁ ରାଜ୍ୟ ବିଧାନସଭା ନିର୍ବାଚନରେ କୌଣସି ଦଳ ଏପରି ସଫଳତା ହାସଲ କରି ନ ଥିଲା । କଂଗ୍ରେସ ଦୁଇ ତୃତୀୟାଂଶରୁ ଅଧିକ ଆସନ ଲାଭ କଲା । ଏହି ସମୟରେ ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ପ୍ରଦେଶ କଂଗ୍ରେସ କମିଟିର ସଭାପତି । ଜାନକୀବାବୁ ଏହି ସମୟରେ କେନ୍ଦ୍ରରେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ଥିଲେ ଶ୍ରମ, ପର୍ଯ୍ୟଟନ ଓ ବେସାମରିକ ବିମାନ ଚଳାଚଳ ବିଭାଗର କ୍ୟାବିନେଟ ମନ୍ତ୍ରୀ । ତାଙ୍କ ନେତୃତରେ ଖୁସିହୋଇ ଇନ୍ଦିରା ଗାନ୍ଧୀ ଜାନକୀବାବୁଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାପାଇଁ ଅନୁମୋଦନ କଲେ । ଫଳରେ ଜାନକୀବାବୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ଓଡ଼ିଶା ବିଧାନସଭାର କଂଗ୍ରେସ (ଇ) ବିଧାୟକ ଦଳର ନେତା ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଲେ । ୧୯୮୦ ମସିହା ଜୁନ୍ ୯ତାରିଖ ଦିନ ଜାନକୀବାବୁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ଓଡ଼ିଶାର ତତ୍କାଳୀନ ମାନ୍ୟବର ରାଜ୍ୟପାଳ ଚେପ୍ପଦିରା ମୁଥାନା ପୁନାଚା (ସି.ଏମ.ପୁନାଚା) ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ଶପଥ ଗ୍ରହଣ କରାଇଲେ । ଜାନକୀ ବାବୁଙ୍କ ମନ୍ତ୍ରିମଣ୍ଡଳରେ ରହିଲେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୮ଜଣ କ୍ୟାବିନେଟ ମନ୍ତ୍ରୀ, ଦଶଜଣ ରାଷ୍ଟ୍ରମନ୍ତ୍ରୀ ଓ ଜଣେ ଉପମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ନାମ ଓ ବିଭାଗମାନ ହେଲା
ଜାନକୀ ବଲ୍ଲଭ ପଟ୍ଟନାୟକ | : | ମୁଖ୍ୟମନ୍ତ୍ରୀ: ସାଧାରଣ ପ୍ରଶାସନ, ସ୍ୱରାଷ୍ଟ୍ର, ସୂଚନା ଓ |
ଲୋକସମ୍ପର୍କ, ଯୋଜନା ଓ ସମନ୍ୱୟ, ଶିଳ୍ପ, ଜଳସେଚନ ଓ | ||
ବିଦ୍ୟୁତ (କ୍ଷୁଦ୍ର ଜଳସେଚନ ସମେତ) ବିଭାଗର ମନ୍ତ୍ରୀ; | ||
ଉପେନ୍ଦ୍ର ଦୀକ୍ଷିତ | : | ଖାଦ୍ୟ ଓ ଯୋଗାଣ |
କାହ୍ନୁଚରଣ ଲେଙ୍କା | : | ରାଜସ୍ୱ ଓ ଅବକାରୀ |
ବାସୁଦେବ ମହାପାତ୍ର | : | କୃଷି ଓ ସମବାୟ |
ଗଙ୍ଗାଧର ମହାପାତ୍ର | : | ଶିକ୍ଷା ଓ ଯୁବସେବା |
ଦୟାନିଧି ନାୟକ | : | ପୂର୍ତ୍ତ (ଗ୍ରାମ୍ୟ ରାସ୍ତା ଓ କୋଠାବାଡ଼ି ସମେତ) |
ରଘୁନାଥ ପଟ୍ଟନାୟକ | : | ଅର୍ଥ |
ରାମଚନ୍ଦ୍ର ଉଲାକା | : | ହରିଜନ ଓ ଆଦିବାସୀ କଲ୍ୟାଣ |
ରାଷ୍ଟ୍ର ମନ୍ତ୍ରୀ :
ହରିହର କରଣ | : | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ |
କୁଆଁରିଆ ମାଝି | : | ଜଙ୍ଗଲ, ମତ୍ସ୍ୟ ଓ ପଶୁପାଳନ |
ଯୁଗଳ କିଶୋର ପଟ୍ଟନାୟକ | : | ଶ୍ରମ, କର୍ମସଂସ୍ଥାନ, ପର୍ଯ୍ୟଟନ, କ୍ରୀଡ଼ା ଓ ସଂସ୍କୃତି |
ଭଜମନ ବେହେରା | : | ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ ପୁନର୍ଗଠନ |
ନିରଞ୍ଜନ ପଟ୍ଟନାୟକ | : | ଜଳସେଚନ ଓ ବିଦ୍ୟୁତ (କ୍ଷୁଦ୍ର ଜଳସେଚନ ସମେତ) |
ବସନ୍ତ କୁମାର ବିଶ୍ୱାଳ | : | ଗୃହ ନିର୍ମାଣ, ପୌର ଉନ୍ନୟନ, ଖଣି ଓ ଭୂତତ୍ତ୍ୱ |
ହବିବୁଲ୍ଲା ଖାଁ | : | କୃଷି ଓ ସମବାୟ |
କୃଷ୍ଣ ଚରଣ ପଟ୍ଟନାୟକ | : | ଆଇନ ବାଣିଜ୍ୟ ଓ ପରିବହନ |
କିଶୋର ଚନ୍ଦ୍ର ପଟେଲ | : | ଶିଳ୍ପ ବିଭାଗ ଓ ଲଳିତ ମୋହନ ଗାନ୍ଧୀ- ସୂଚନା,ଲୋକସମ୍ପର୍କ, ଯୋଜନା ଓ ସମନ୍ୱୟ |
ଉପମନ୍ତ୍ରୀ :
ସରସ୍ୱତୀ ହେମ୍ବ୍ରମ୍ | : | ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ ପୁନର୍ଗଠନ |
ମୁଖ୍ୟମନ୍ତ୍ରୀ ହେବା ପରେ ଜାନକୀଙ୍କ ବେତାର ବାର୍ତ୍ତା :
ଗତ ଛ'ମାସ ମଧ୍ୟରେ ଦେଶରେ ତଥା ଓଡ଼ିଶାର ରାଜନୈତିକ ଜୀବନରେ ଏକ ବୈପ୍ଲବିକ ପରିବର୍ତ୍ତନ ଘଟିଯାଇଛି । ଲୋକେ ତାଙ୍କର ସେବାର ମାଧ୍ୟମ ଓ ପରିବର୍ତ୍ତନର ଅସ୍ତ୍ର ରୂପେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ବିପୁଳ ଆସ୍ଥା ଓ ସମର୍ଥନ ଜଣାଇଛନ୍ତି । ଆଜି ମୋ ପକ୍ଷରୁ ଓ ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିିଥିବା ମୋର ସହଯୋଗୀ ଓ ସାଥୀମାନଙ୍କ ପକ୍ଷରୁ ଓଡ଼ିଶାର ଜନସାଧାରଣଙ୍କୁ କୃତଜ୍ଞତା ଓ ଅଭିନନ୍ଦନ ଜଣାଉଛି ।
ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନପାଇଁ ସରକାରୀ କ୍ଷମତାକୁ ସବୁବେଳେ ମୁଁ ଅସ୍ତ୍ର ରୂପେ ବିଚାର କରି ଆସିଛି । ଏହି କ୍ଷମତାରେ ଅଭିଭୂତ ହେବା ବା ଆନନ୍ଦ ଉତ୍ଫୁଲ୍ଲ ହେବାର କିଛି ନାହିଁ । ଏହା ଏକ ଗୁରୁଭାର ଓ କଣ୍ଟାର ମୁକୁଟ । ଓଡ଼ିଶା ନାନା ଐତିହାସିକ କାରଣରୁ ବହୁ ପଛରେ ପଡ଼ିଛି । ଇଂରେଜମାନଙ୍କ ଅମଳରେ ଏହା ଏକ ଅବହେଳିତ ଓ ଅବଜ୍ଞାତ ଅଞ୍ଚଳ ରୂପେ ରହିିଥିଲା । ବହୁକାଳ ଧରି ବିକଳାଙ୍ଗ ଓ ବିଖଣ୍ଡିତ ହୋଇ ରହିବା ଫଳରେ ଏହାର ଉନ୍ନତି ହୋଇ ପାରିଲା ନାହିିଁ । ସ୍ୱାଧୀନତା ପରେ ଓଡ଼ିଶାର ଉନ୍ନୟନପାଇଁ ଯେ ଉଦ୍ୟମ ନହୋଇଛି ତାହା ନୁହେ, ମାତ୍ର ଓଡ଼ିଶା ଯାହା ଉନ୍ନତି କରିଛି, ଅନ୍ୟ ରାଜ୍ୟମାନେ ତାହା ଅପେକ୍ଷା ଅଧିକ ମାତ୍ରାରେ ଉନ୍ନତି କରି ଚାଲିଛନ୍ତି । ତେଣୁ ସେମାନଙ୍କ ମଧ୍ୟରେ ଓ ଓଡ଼ିଶା ମଧ୍ୟରେ ବ୍ୟବଧାନ ତଥା ଦୂରତ୍ୱ ବଢ଼ି ବଢ଼ି ଚାଲିଛି । ଏହି ଧାରାକୁ ରୋକି ଓଡ଼ିଶାକୁ ଏପରି ବେଗରେ ଆଗେଇ ନେବା ଆବଶ୍ୟକ, ଯେପରିକି ଭାରତର ଅଗ୍ରଗାମୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ତାର ଉଚିତ ସ୍ଥାନ ଲାଭ କରିପାରିବ । ତାହାହିଁ ହେଉଛି ବର୍ତ୍ତମାନର ଦାବି, ଭାଗ୍ୟ ଓ ଭବିତବ୍ୟର ଆହ୍ୱାନ ।
ଓଡ଼ିଶା ପ୍ରାକୃତିକ ସଂପଦରେ ଯେ କୌଣସି ରାଜ୍ୟ ଅପେକ୍ଷା ଅଧିକ ଧନଶାଳୀ । "ଧନେ ଧାନ୍ୟେ ପୁଷ୍ପେ ଭରା, ଆମାଦେର୍ ଏଇ ବସୁନ୍ଧରା" ବୋଲି ବଙ୍ଗଳାର କବି ଲେଖିଥିଲେ । ଓଡ଼ିଶା ତା'ଠାରୁ ବେଶୀ । ଓଡ଼ିଶାର ମୃତ୍ତିକା ଉର୍ବର, ଭୂଗର୍ଭ ଖଣିଜ ସଂପଦରେ ପରିପୂର୍ଣ୍ଣ । ଅରଣ୍ୟ ସମୃଦ୍ଧ, ଉପକୂଳ ଓ ନଦୀମାନେ ଜଳସମ୍ପଦରେ ଭରିରହିଛନ୍ତି । ସର୍ବୋପରି ଓଡ଼ିଶାର ଲୋକଶକ୍ତି, ପରିଶ୍ରମ ଓ ବୁଦ୍ଧିରେ ଭାରତର କୌଣସି ରାଜ୍ୟଠାରୁ ନ୍ୟୂନ ନୁହେଁ । ଏହି ସବୁ ସମ୍ପଦର ସଦୁପଯୋଗ କରିବାକୁ ହେବ ଓ ତାହା ଶୀଘ୍ର କରିବାକୁ ହେବ ।
ସୁଖର ବିଷୟ, ଶ୍ରୀମତୀ ଗାନ୍ଧୀଙ୍କର ନେତୃତ୍ୱ ଆଜି ଦେଶରେ ପ୍ରତିଷ୍ଠିତ ଏବଂ ଏହାକୁ ପ୍ରତିଷ୍ଠିତ କରିବାରେ ଓଡ଼ିଶାର ଜନସାଧାରଣ ମୁଖ୍ୟଭାଗ ନେଇଛନ୍ତି । ଯେଉଁ ସମାଜବାଦ ଆଦର୍ଶରେ ଶ୍ରୀମତୀ ଗାନ୍ଧୀ ଓ ଜାତୀୟ କଂଗ୍ରେସ ବିଶ୍ୱାସ କରନ୍ତି, ତାର ଅର୍ଥ ହେଉଛି ବ୍ୟକ୍ତି ବ୍ୟକ୍ତି ଏବଂ ଅଞ୍ଚଳ ଅଞ୍ଚଳ ମଧ୍ୟରେ ବ୍ୟବଧାନ ଦୂର କରିବା । ଓଡ଼ିଶା ସେହି ଦୃଷ୍ଟିରୁ ହେଉଛି ଭାରତରେ ଆଜି ଏକ ପରୀକ୍ଷାର କ୍ଷେତ୍ର ଏବଂ ଆନନ୍ଦର କଥା ଯେ ଶ୍ରୀମତୀ ଗାନ୍ଧୀ ଓଡ଼ିଶାର ଅର୍ଥନୈତିକ ଅଭ୍ୟୁତ୍ଥାନ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।
ସେହି ଦୃଷ୍ଟିରୁ ଏହି ନୂତନ ସରକାରଙ୍କ ଦାୟିତ୍ୱର ଗୁରୁତ୍ୱ ମୁଁ ଅନୁଭବ କରୁଛି । କେତେକ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେବା ପାଇଁ ଏହି ସରକାର ସ୍ଥିର କରିଛି । ସେଗୁଡ଼ିକ ହେଲା ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ, ଶିଳ୍ପର ବିସ୍ତାର ଏବଂ ସମାଜର ସବୁଠାରୁ ତଳେ ଥିବା ଗରିବ ଲୋକଙ୍କର ପୂର୍ଣ୍ଣ ଥଇଥାନ ବ୍ୟବସ୍ଥା । ଓଡ଼ିଶାର ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ବ୍ଲକ, ପ୍ରତ୍ୟେକ ଜିଲ୍ଲା ଯେପରି ଅଳ୍ପକାଳ ମଧ୍ୟରେ ବିପୁଳ ବେଗରେ ଅଗ୍ରଗତି କରିପାରିବ ତାହାହିଁ ହେଉଛି ଆମର ଲକ୍ଷ୍ୟ । ଓଡ଼ିଶାର ଯୁବଶକ୍ତି ମଧ୍ୟରୁ ନିରାଶା ଦୂରକରି ଜାତିର ଅଗ୍ରଗତି ଓ କଲ୍ୟାଣପାଇଁ ସେମାନଙ୍କୁ ଯେପରି ନିୟୋଜିତ କରାଯାଇ ପାରିବ, ତାହାହିଁ ହେଉଛି ଆମର ଲକ୍ଷ୍ୟ ।
ଏହି ସରକାର ଦୁର୍ବଳ ଶ୍ରେଣୀର ରକ୍ଷକ ଭାବରେ ଆଇନ ଶୃଙ୍ଖଳା ରକ୍ଷାଲାଗି ଶାସନରେ ଗରିବ ଲୋକଙ୍କୁ ନ୍ୟାୟ ମିଳିବାପାଇଁ ସର୍ବାଧିକ ଦୃଷ୍ଟି ଦେବ । ଶାସନ କଳକୁ ଅଧିକ ଦକ୍ଷ, ଜନକଲ୍ୟାଣ ଯୁକ୍ତ ଓ ଦୁର୍ନୀତିମୁକ୍ତ କରିବାର ଉଦ୍ୟମ କରିବ ।
ଓଡ଼ିଶାର ଜନସାଧାରଣ ଏହି ସରକାରକୁ ସମସ୍ତ ଶକ୍ତି ଦେଇଛନ୍ତି । ଏଣୁ ଏ ସରକାର ସଦା ସର୍ବଦା ନିଜକୁ ସେମାନଙ୍କର ସେବକ ରୂପେ, ଟ୍ରଷ୍ଟି ମନେକରି କାର୍ଯ୍ୟ କରିବ ବୋଲି ମୁଁ ପ୍ରତିଶ୍ରୁତି ଦେଉଛି ଏବଂ ପୁଣି ଥରେ ସେମାନଙ୍କୁ ମୋର କୃତଜ୍ଞତା ଜଣାଉଛି । ମୁଁ ଆଶା କରୁଛି, ବିରୋଧୀ ଦଳର ବନ୍ଧୁଗଣ ଓଡ଼ିଶାର ନବ ନିର୍ମାଣରେ ଏହି ନୂତନ ସରକାର ସହିତ ସହଯୋଗ କରିବେ । କାରଣ ଆମର ଲକ୍ଷ୍ୟ ସାର୍ବଜନୀନ । 'ଜୟ ହିନ୍ଦ୍' ।
ବାଚସ୍ପତି ଓ ଉପ-ବାଚସ୍ପତି ନିର୍ବାଚନ :
୧୯୮୦ ମସିହା ଜୁନ୍ ୧୨ ତାରିଖରେ ସୋମନାଥ ରଥ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଲେ । ୧୯୮୦ ଜୁଲାଇ ୨ ତାରିଖରେ ହିମାଂଶୁ ଶେଖର ପାଢ଼ୀ ଉପ-ବାଚସ୍ପତି ଭାବରେ ନିର୍ବାଚିତ ହେଲେ । ୧୯୮୪ ମସିହା ଫେବ୍ରୁଆରି ୧୧ ତାରିଖ ଦିନ ସେମାନାଥ ରଥ ଓଡିଶା ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ପ୍ରଦାନ କରି ମନ୍ତ୍ରିମଣ୍ଡଳରେ ଯୋଗଦାନ କଲେ । ଫଳରେ ତାଙ୍କ ସ୍ଥାନରେ ୧୯୮୪ ମସିହା ଫେବ୍ରୁଆରି ୨୨ ତାରିଖରେ ପ୍ରସନ୍ନ କୁମାର ଦାସ ବାଚସ୍ପତି ଭାବରେ ନିର୍ବାଚିତ ହେଲେ ।
ବିରୋଧୀ ଦଳର ନେତା :
କୌଣସି ରାଜନୈତିକ ଦଳ ଆବଶ୍ୟକୀୟ ଆସନ ସଂଖ୍ୟା ବିଧାନସଭାରେ ହାସଲ କରି ନ ଥିବାରୁ ସ୍ୱୀକୃତିପ୍ରାପ୍ତ ବିରୋଧୀ ଦଳ ଗଠନ ସମ୍ଭବ ହୋଇ ପାରିଲା ନାହିଁ । ଲୋକଦଳ ବା ଜନତା (ଏସ୍) ଦଳରୁ ଦୁଇଜଣ ସଦସ୍ୟ ଇସ୍ତଫା ଦେବା ଫଳରେ ବିଧାନସଭାରେ ସେହି ଦଳର ସଭ୍ୟ ସଂଖ୍ୟା ୧୧କୁ ଖସି ଆସିଲା । ୧୯୮୩ ମସିହା ଫେବ୍ରୁଆରି ୨୩ ତାରିଖ ଦିନ ଜନତା ଦଳ (ଏସ୍) ଓ ଜନତା (ଜେପି) ଦଳର ମିଶ୍ରଣ ଘଟିବା ପରେ ଜନତା ଦଳ ଭାବରେ ନୂତନ ଏକ ରାଜନୈତିକ ଦଳ ସୃଷ୍ଟି ହେଲ। । ଏହି ଦଳର ସଭ୍ୟ ସଂଖ୍ୟା ହେଲ। ୧୪ । ଶରତ ଦେବ ହେଲେ ଏହି ଜନତା ବିଧାୟକ ଦଳର ନେତା । ଏହା ପରେ ୧୯୮୪ ଏପ୍ରିଲ ୨ ତାରିଖ ଦିନ ଜନତା ଦଳର ସଭ୍ୟ ଓ କମ୍ୟୁନିଷ୍ଟ ପାର୍ଟିର କେତେଜଣ ସଭ୍ୟଙ୍କୁ ନେଇ ଇଉନାଇଟେଡ୍ ବିଧାୟକ ଦଳ ଗଠନ କରାଗଲା । ଶରତ ଦେବ ମଧ୍ୟ ଏହି ମିଳିତ ସାମ୍ମୁଖ୍ୟ ବିଧାୟକ ଦଳରେ ଆବଶ୍ୟକୀୟ ସଂଖ୍ୟକ ସଭ୍ୟ ରହିବାରୁ ବିରୋଧୀ ଦଳ ନେତାର ମାନ୍ୟତା ଲାଭ କଲେ । ପରେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟମାନେ ସେମାନଙ୍କର ସମର୍ଥନ ପ୍ରତ୍ୟାହାର କରିନେଲେ । ଗାଣତନ୍ତ୍ରିକ ସମାଜବାଦୀ ଦଳର କିଛି ସଭ୍ୟ ଏହି ମିଳିତ ସାମ୍ମୁଖ୍ୟ ବିଧାୟକ ଦଳକୁ ସମର୍ଥନ କରିବାରୁ ବିରୋଧୀ ଦଳ ନେତାଙ୍କ ସ୍ଥିତିରେ କୌଣସି ଆଞ୍ଚ ଆସିଲା ନାହିିଁ । ୧୯୮୪ ମସିହା ସେପ୍ଟେମ୍ବର ୫ତାରିଖରେ କଂଗ୍ରେସ (ଆଇ) ଦଳର ଦୁଇଜଣ ସଦସ୍ୟ ଇସ୍ତଫା ପ୍ରଦାନ କରି ଗାଣତନ୍ତ୍ରିକ ସମାଜବାଦୀ ପାର୍ଟି ଗଠନ କଲେ ।
ଉପନିର୍ବାଚନ :
ନିମାପଡା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ନୀଳମଣି ସେଠିଙ୍କର ନିର୍ବାଚନ ସମୟରେ ପରଲୋକ ଘଟିବାରୁ ନିମାପଡା ବିଧାନସଭା ଆସନଟିରେ ନିର୍ବାଚନ ନ ହୋଇ ଖାଲି ରହିଲା । ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ା ଲୋକସଭା ଆସନର ସଭ୍ୟ ଥାଇ ବିଧାନସଭା ନିର୍ବାଚନରେ ପାଟକୁରା ବିଧାନସଭା ଆସନରୁ ବିଜୟ ଲାଭ କରିିଥିଲେ । ଏଣୁ ସେ କେନ୍ଦ୍ରାପଡ଼ା ଲୋକସଭା ଆସନକୁ ରଖି ପାଟକୁରା ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ । ଫଳରେ ପାଟକୁରା ବିଧାନସଭା ଆସନଟି ଖାଲି ହୋଇଗଲା । ଜାନକୀବଲ୍ଲଭ ପଟ୍ଟନାୟକ ବିଧାନସଭାର ସଦସ୍ୟ ନ ଥାଇ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କୁ ଛ'ମାସ ମଧ୍ୟରେ କୌଣସି ଏକ ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସିବାକୁ ପଡ଼ିବ । ଏଣୁ ଆଠଗଡ଼ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା କଂଗ୍ରେସ (ଆଇ) ସଦସ୍ୟ ରସାନନ୍ଦ ସାହୁ ବିଧାୟକ ପଦରୁ ଇସ୍ତଫା ଦେଲେ- ଏହି ଆସନରୁ ଜାନକୀବାବୁ ନିର୍ବାଚିତ ହୋଇ ଆସିବା ପାଇଁ । ଫଳରେ ଆଠଗଡ଼ ବିଧାନସଭା ଆସନଟି ଖାଲି ପଡ଼ିଲା । କାକଟପୁର, ପାଟକୁରା ଓ ଆଠଗଡ଼ ବିଧାନସଭା ନିମନ୍ତେ ୧୯୮୦ ମସିହା ନଭେମ୍ବର ୨୩ ତାରିଖ ଦିନ ଉପନିର୍ବାଚନ ଅନୁଷ୍ଠିତ ହେଲା ।
ନିମାପଡ଼ା ବିଧାନସଭା ଆସନରୁ କଂଗ୍ରେସ (ଆଇ) ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମୁ୍ୟନିଷ୍ଟ ପ୍ରାର୍ଥୀ ବ୍ରହ୍ମାନନ୍ଦ ମଲ୍ଲିକଙ୍କୁ ହରାଇ ନିର୍ବାଚିତ ହେଲେ । ପାଟକୁରା ବିଧାନସଭା ଆସନରୁ ଲୋକଦଳର ପ୍ରାର୍ଥୀ (ଜନତା ଏସ୍) ବିଜୟ ମହାପାତ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ (ଆଇ) ପ୍ରାର୍ଥୀ ଗୟାଚାନ୍ଦ ଭୂୟାଁଙ୍କୁ ହରାଇ ନିର୍ବାଚିତ ହେଲେ । ଆଠଗଡ ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ କଂଗ୍ରେସ (ଆଇ) ପ୍ରାର୍ଥୀ ଭାବରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଲୋକଦଳ (ଜନତା ଏସ) ପ୍ରାର୍ଥୀ ଶରତ କରଙ୍କୁ ହରାଇ ନିର୍ବାଚିତ ହେଲେ । ଜାନକୀବଲ୍ଲଭ ପଟ୍ଟନାୟକ ୪୮,୪୮୯ ଭୋଟ ପାଇଥିବା ବେଳେ ଶ୍ରୀ କର ମାତ୍ର ୯,୨୦୭ଟି ଭୋଟ ପାଇଥିଲେ ।
ଜାନକୀବଲ୍ଲଭ ପଟ୍ଟନାୟକ ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟଲାଭ କରିବାରୁ କଟକ ଲୋକସଭା ଆସନରୁ ଇସ୍ତଫା ପ୍ରଦାନ କଲେ । ଫଳରେ କଟକ ଲୋକସଭା ଆସନ ନିମନ୍ତେ ୧୯୮୧ ମସିହା ଜୁନ ମାସରେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏଥିରେ କଂଗ୍ରେସ(ଆଇ) ପ୍ରାର୍ଥନୀ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଲୋକଦଳ (ଜନତା ଏସ୍) ପ୍ରାର୍ଥୀ ରବି ରାୟଙ୍କୁ ହରାଇ ନିର୍ବାଚିତା ହେଲେ । ଶ୍ରୀମତୀ ପଟ୍ଟନାୟକ ୧,୫୬,୯୦୬ ଭୋଟ ପାଇଥିଲେ ।
ରାଜ୍ୟର ସାମୂହିକ ବିକାଶ :
ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରୁ ହିିଁ ଓଡ଼ିଶା ଶାସନରେ ସ୍ଥିରତା ପରିଲକ୍ଷିତ ହେଲା । ତାଙ୍କ ପୂର୍ବରୁ ସାଂସଦ ଜୟନ୍ତୀ ପଟ୍ଟନାୟକ ୧୯୬୧-୧୯୮୦ ମସିହା ମଧ୍ୟରେ ରାଜ୍ୟରେ ୯ ଥର ମନ୍ତ୍ରିମଣ୍ଡଳ ବଦଳିବା ସହିତ ଦୁଇଥର ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ସ୍ଥିର ଶାସନ ଯୋଗୁଁ ରାଜ୍ୟରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଲା । କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ଜିଲ୍ଲାର ଉନ୍ନୟନ ପାଇଁ କେବିକେ ଯୋଜନାର ଶୁଭାରମ୍ଭ ସହିତ ନାଲକୋ ନିର୍ମାଣ କାର୍ଯ୍ୟର ଆରମ୍ଭ ହେଲା । ରାଜ୍ୟରେ ପ୍ରଥମ ଥର ପାଇଁ ଲୋକପାଳ ନିଯୁକ୍ତ ହେଲେ । ଜଷ୍ଟିସ୍ ବାଳକୃଷ୍ଣ ପାତ୍ର ଓଡ଼ିଶାର ପ୍ରଥମ ଲୋକପାଳ ଭାବରେ ୧୯୮୩ ମସିହା ନଭେମ୍ବର ୧୭ ତାରିଖରେ କାର୍ଯ୍ୟଭାର ଗ୍ରହଣ କଲେ ।
ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ୧୯୮୪ ମସିହାରେ ବଲାଙ୍ଗୀର ଜିଲ୍ଲାର ସଇଁତଳାଠାରେ ଗୋଳାବାରୁଦ କାରଖାନାର ଭିତ୍ତି ସ୍ଥାପନ ହେଲା । ତାଳଚେର- ସମ୍ବଲପୁର ରେଳପଥର ମଧ୍ୟ ଭିତ୍ତିପ୍ରଦାନ କରାଗଲା । ବିଜ୍ଞାନକୁ ଲୋକପ୍ରିୟ କରିବାପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଓରେଡ଼ା (OREDA), ଓଡ଼ିଶା କମ୍ପୁଟର ଆପ୍ଲିକେସନ ସେଣ୍ଟର (OCAC), ଓଡ଼ିଶା ସୁଦୂର ପର୍ଯ୍ୟବେକ୍ଷଣ ଉପଯୋଗ କେନ୍ଦ୍ର (ORSAC) ଏବଂ ଓଡ଼ିଶା ବିଜ୍ଞାନ ଏକାଡେମୀ ପ୍ରତିଷ୍ଠା ହେଲା । ଦିଲ୍ଲୀ ଓ ଭୁବନେଶ୍ୱର ମଧ୍ୟରେ ଗମନାଗମନର ସୁବିଧା ନିମନ୍ତେ ପ୍ରଥମଥର ପାଇଁ ନୂଆଦିଲ୍ଲୀ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ବ୍ୟବସ୍ଥା ହେଲା । ପୁରୀ ନୂଆଦିଲ୍ଲୀ ମଧ୍ୟରେ ନୀଳାଚଳ ଏକ୍ସପ୍ରେସ ନାମରେ ଏକ ସୁପରଫାଷ୍ଟ ଟ୍ରେନର ଚଳାଚଳ ମଧ୍ୟ ଆରମ୍ଭ ହେଲା ।
ରାଜ୍ୟରେ ଶିଳ୍ପର ବିକାଶ ପାଇଁ ନୂତନ ଶିଳ୍ପନୀତି ପ୍ରସ୍ତୁତ ହେଲା । ହଜାରେ ଦିନରେ ହଜାରେ କୋଟି ଟଙ୍କା ବ୍ୟୟରେ ହଜାରେ ଶିଳ୍ପ ପ୍ରତିଷ୍ଠା କଥା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଘୋଷଣା କଲେ । କଟକ ସହର ଉପକଣ୍ଠ ଜଗତପୁରଠାରେ ଓ ଭୁବନେଶ୍ୱରର ମଞ୍ଚେଶ୍ୱରଠାରେ ନୂତନ ଶିଳ୍ପାଞ୍ଚଳମାନ ଗଢ଼ି ଉଠିଲା । ମନ୍ତ୍ରିମଣ୍ଡଳରେ ଅଦଳବଦଳ :
ରାଜସ୍ୱ ଓ ଅବକାରୀ ମନ୍ତ୍ରୀ କାହ୍ନୁଚରଣ ଲେଙ୍କା ୧୯୮୧ ମସିହା ଜୁଲାଇ ୧୪ତାରିଖରେ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ । ଗୋଷ୍ଠୀ ଉନ୍ନୟନ ଓ ଗ୍ରାମ୍ୟ ପୁନର୍ଗଠନ ରାଷ୍ଟ୍ରମନ୍ତ୍ରୀ କୃଷ୍ଣଚରଣ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ୧୯୮୨ ମସିହା ଏପ୍ରିଲ ୧୪ତାରିଖରେ ବରଖାସ୍ତ କଲେ । ବାଣିଜ୍ୟ ବିଭାଗ କ୍ୟାବିନେଟ ମନ୍ତ୍ରୀ ଦୟାନିଧି ନାୟକ ଓ ଯୋଜନା ସମନ୍ୱୟ ବିଭାଗ ରାଷ୍ଟ୍ରମନ୍ତ୍ରୀ ଲଳିତ ମୋହନ ଗାନ୍ଧୀ ୧୯୮୪ ମସିହା ଫେବ୍ରୁଆରି ୧୦ ତାରିଖରେ ନିଜ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ । ଫଳରେ ଫେବ୍ରୁଆରି ୧୧ ତାରିଖରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରାଯାଇ ସେଥିରେ ବାଚସ୍ପତି ସୋମନାଥ ରଥଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବରେ ଗ୍ରହଣ କରାଯାଇ ତାଙ୍କୁ କୃଷି ବିଭାଗ ଦାୟିତ୍ୱ ପ୍ରଦାନ କରାଗଲା । ହେଲେ ଶ୍ରୀ ରଥ ମନ୍ତ୍ରୀ ପଦରୁ ଡିସେମ୍ବର ୩୧ ତାରିଖରେ ଇସ୍ତଫା ପ୍ରଦାନ କଲେ ।
୧୯୮୫ ମସିହା ଫେବ୍ରୁଆରି ୧୨ ତାରିଖରେ ଅର୍ଥ ଓ ଆଇନ ବିଭାଗର କ୍ୟାବିନେଟ ମନ୍ତ୍ରୀ ରଘୁନାଥ ପଟ୍ଟନାୟକ ଓ ସମବାୟ ବିଭାଗ ରାଷ୍ଟ୍ରମନ୍ତ୍ରୀ କୁଆଁରିଆ ମାଝି ନିଜ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ ।
ଏହା ପରେ ମାର୍ଚ୍ଚ ମାସ ୮ ତାରିଖରେ ଶିଳ୍ପ, ଖାଦ୍ୟ ଓ ଯୋଗାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ କିଶୋର ଚନ୍ଦ୍ର ପଟେଲ ନିଜ ପଦରୁ ଇସ୍ତଫା ପ୍ରଦାନ କଲେ, ଯଦିଓ ମନ୍ତ୍ରିମଣ୍ଡଳ ୧୯୮୫ ମସିହା ମାର୍ଚ୍ଚ ମାସ ୯ତାରିଖରେ ଭଙ୍ଗ ହୋଇଥିଲା । ବିଭିନ୍ନ ସମୟରେ ମନ୍ତ୍ରୀମାନଙ୍କ ଇସ୍ତଫା ପ୍ରଦାନଯୋଗୁଁ ମନ୍ତ୍ରୀମାନଙ୍କ ବିଭାଗରେ କିଛି କିଛି ଅଦଳବଦଳ ଘଟୁଥିଲା ।
ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଭଳି ଏକ ଦୁଃଖଦ ଘଟଣା ଏହି ସମୟରେ ଘଟିିଥିଲା । ୧୯୮୪ ମସିହା ଅକ୍ଟୋବର ୨୯ ତାରିଖରେ ଶ୍ରୀମତୀ ଗାନ୍ଧୀ ଓଡ଼ିଶାରୁ ବିଦାୟ ନେବା ସମୟରେ ଭୂବନେଶ୍ୱର ପ୍ୟାରେଡ଼ ପଡ଼ିଆଠାରେ ଏକ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଉପସ୍ଥିତ ରହି ବକ୍ତୃତା ପ୍ରଦାନ କରିିଥିଲେ । ଶ୍ରୀମତୀ ଗାନ୍ଧୀ ଏହି ସଭାରେ କହିଥିଲେ, "ମୁଁ କ୍ଷମତାରେ ରହେ କି ନ ରହେ, ମୋ ଜୀବନର ଶେଷ ରକ୍ତବିନ୍ଦୁ ଦେଶ ସେବାରେ ନିୟୋଜିତ ହେବ ।"
ତା'ପରଦିନ ସେ ତାଙ୍କର ନିରାପତ୍ତା ରକ୍ଷୀଙ୍କ ଗୁଳିମାଡରେ ଦିଲ୍ଲୀ ଠାରେ ପ୍ରାଣତ୍ୟାଗ କଲେ । ଦେଶବାସୀ ସ୍ତମ୍ଭୀଭୂତ ହୋଇଗଲେ ।
ଅଷ୍ଟମ ବିଧାନସଭାର ମୋଟ ୧୦ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ୧୭୬ଟି ବୈଠକ ବସିିଥିଲା । ଅଷ୍ଟମ ବିଧାନସଭା ୧୯୮୫ ମସିହା ମାର୍ଚ୍ଚ ୯ତାରିଖରେ ଭଙ୍ଗ ହେଲା ଓ ସେହିଦିନ ମନ୍ତ୍ରିମଣ୍ଡଳ ଇସ୍ତଫା ପ୍ରଦାନ କଲା ।