ଓଡ଼ିଶା ରାଜନୀତିର ଇତିହାସ/ନବୀନଙ୍କ ଶାସନ କାଳରେ ଆଞ୍ଚଳିକ ରାଜନୈତିକ ଦଳ

ଉଇକିପାଠାଗାର‌ରୁ
ଓଡ଼ିଶା ରାଜନୀତିର ଇତିହାସ  (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ନବୀନଙ୍କ ଶାସନ କାଳରେ ଆଞ୍ଚଳିକ ରାଜନୈତିକ ଦଳ


ନବୀନଙ୍କ ଶାସନ କାଳରେ ଓଡ଼ିଶାରେ ବିକଳ୍ପ ଆଞ୍ଚଳିକ ରାଜନୈତିକ ଦଳ

ସମୃଦ୍ଧ ଓଡ଼ିଶା:

୨୦୦୭ ମସିହାରେ 'ସମୃଦ୍ଧ ଓଡ଼ିଶା' ନାମରେ ଏକ ଆଞ୍ଚଳିକ ରାଜନୈତିକ ଦଳର ଆବିର୍ଭାବ ଘଟିଲା । ଏହାର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ହେଲେ ଡକ୍ଟର ଯତୀଶ ଚନ୍ଦ୍ର ମହାନ୍ତି । ଡକ୍ଟର ମହାରି ଥିଲେ ଆନ୍ଧ୍ରପ୍ରଦେଶରେ ଭାରତୀୟ ପ୍ରାଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ । ସରକାରୀ ଚାକିରିରୁ ତ୍ୟାଗପତ୍ର ଦେଇ ସେ ଏହି ଆଞ୍ଚଳିକ ରାଜନୈତିକ ଦଳ ଓଡ଼ିଶାରେ ଗଠନ କଲେ । ଏଭଳି ଏକ ଆଞ୍ଚଳିକ ଦଳ ଗଠନର ଉଦ୍ଦେଶ୍ୟ ଥିଲା, ଓଡ଼ିଶାର ସମୃଦ୍ଧି, ସାମଗ୍ରିକ ବିକାଶ ତଥା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦାରିଦ୍ର୍ୟ ଦୂରୀକରଣ । ୨୦୦୭ ମସିହା ଅଗଷ୍ଟ ୧୮, ୧୯ ଦୁଇଦିନ ଧରି ଭୁବନେଶ୍ବରଠାରେ ଏହି ଦଳର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାରା ରାଜ୍ୟରୁ ଏହି ଦଳର କର୍ମୀମାନଙ୍କ ସମେତ ରାଜ୍ୟର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାହିତ୍ୟିକ, କଳାକାର, ସମାଜ ସେବୀ, ସଂସ୍କୃତିବିତ୍, ଅଭିନେତା ଓ ସଂଗୀତବିଶାରଦମାନଙ୍କୁ ଏହି ସମ୍ମିଳନୀକୁ ନିମନ୍ତ୍ରଣ କରାଯାଇଥିଲା । ଦଳର ଅଧ୍ୟକ୍ଷ ଏହି ସମ୍ମିଳନୀରେ ଘୋଷଣା କଲେ ଯେ ତାଙ୍କ ଦଳ ‘ସମୃଦ୍ଧ ଓଡ଼ିଶା କ୍ଷମତାକୁ ଆସିଲେ ପାଞ୍ଚବର୍ଷ ଭିତରେ ରାଜ୍ୟରୁ ଗରିବ ହଟିବ । ୨୦୦୯ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଏହି ଦଳ ଅଧିକାଂଶ ବିଧାନ ସଭା ଓ ୭ଟି ଲୋକସଭା । ଆସନରେ ପ୍ରାର୍ଥୀ ଠିଆ କରାଇଥିଲେ । ଦଳର ନିର୍ବାଚନ

ଯତୀଶ ଚନ୍ଦ୍ର ମହାନ୍ତି
ସଂକେତ ଥିଲା, 'ନାଗରା’ । ଦଳ ତରଫରୁ ଅନ୍ୟତମ ବିଶିଷ୍ଟ ରାଜନେତା ପୂର୍ବତନ ମନ୍ତ୍ରୀ, ପଞ୍ଚାନନ କାନୁନଗୋ ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ହେଲେ କୌଣସି ପ୍ରାର୍ଥୀ ବିଜୟୀ ହୋଇ ନଥିଲେ । ତଥାପି ଏହି ଦଳ ବିଭିନ୍ନ ସମୟରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମମାନ ଚାଲୁ ରଖିଛନ୍ତି । ବର୍ତ୍ତମାନ ଏହି ଦଳର ନିର୍ବାଚନ ସଂକେତ ‘ଟର୍ଚ୍ଚ ଲାଇଟ୍' ।

କୋଶଳ କ୍ରାନ୍ତି ଦଳ :

ବୈଦ୍ୟନାଥ ମିଶ୍ର

୨୦୦୭ ମସିହାରେ ଏହି ଆଞ୍ଚଳିକ ରାଜନୈତିକ ଦଳର ସୃଷ୍ଟି । ଦଳର ମହାସଚିବ ହେଲେ ବୈଦ୍ୟନାଥ ମିଶ୍ର । ଏହି ଦଳ ନିର୍ବାଚନ କମିଶନଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ । ଏହି ଦଳର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଲା; ପଶ୍ଚିମ ଓଡ଼ିଶାର ଦଶଟି ଜିଲ୍ଲା ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ୍ ଡିଭିଜନକୁ ନେଇ ଏକ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ; କୋଶଳ ଭାଷା ଓ ସଂସ୍କୃତିକୁ ସ୍ବୀକୃତି ପ୍ରଦାନ; ପଶ୍ଚିମ ଓଡ଼ିଶାରେ କୃଷି, ଶିକ୍ଷା ଓ ସ୍ବାସ୍ଥ୍ୟର ଉନ୍ନତି; କୋଶଳ ଇତିହାସକୁ ସ୍ବୀକୃତିପ୍ରଦାନ ଓ ଓଡ଼ିଶା ରାଜ୍ୟରୁ ଅଲଗା ହୋଇ ଦ୍ବିତୀୟ ସ୍ବତନ୍ତ୍ର କୋଶଳ ରାଜ୍ୟଗଠନ ଇତ୍ୟାଦି । ସ୍ଥାନୀୟ ଲୋକଙ୍କ ଜନସମର୍ଥନରେ ଏହି ଦଳ ବ୍ୟାପକ କାର୍ଯ୍ୟକ୍ରମ ଚାଲୁ ରଖିଛି । ଆସନ୍ତା ୨୦୧୪ ସାଧାରଣ ନିର୍ବାଚନରେ ଏହି ଦଳ ପ୍ରାର୍ଥୀ ଦେବ ବୋଲି ଜଣାଯାଏ । ନିର୍ବାଚନ କମିସନ୍ ଏହି ଆଞ୍ଚଳିକ ଦଳକୁ ‘ନଡ଼ିଆ’ ନିର୍ବାଚନୀ ସଂକେତ ପ୍ରଦାନ କରିଛନ୍ତି ।

କଳିଙ୍ଗ ସେନା:

ହେମନ୍ତ ରଥ

୧୯୩୬ ମସିହା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପ୍ରତି ଏହି ଦଳ ସୁଖୀ ନୁହେଁ । ସେତେବେଳେ ପଡ଼ୋଶୀ ପଶ୍ଚିମବଙ୍ଗ, ତତ୍କାଳୀନ ବିହାର, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ରହିଯାଇଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରକରି ବୃହତ୍ତର କଳିଙ୍ଗ ରାଜ୍ୟ ଗଠନ, ଭାରତୀୟ ସାମରିକ ବାହିନୀରେ, ‘କଳିଙ୍ଗ ରେଜିମେଣ୍ଟ' ସ୍ଥାପନ, କଳିଙ୍ଗସଂସ୍କୃତିର ପୁନରୁଦ୍ଧାର ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ପରିଚାଳିତ ବିଜେଡ଼ି ସରକାରର ବିଫଳତାକୁ ଆଧାରକରି ଏହି ଦଳ ଆନ୍ଦୋଳନ କରିବାପାଇଁ ଅଙ୍ଗୀକାରବଦ୍ଧ । ଏହିଦଳର ମୁଖ୍ୟ ହେଲେ ଶ୍ରୀ ହେମନ୍ତ ରଥ । ଦଳ ଶ୍ରୀ ହେମନ୍ତ ରଥକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରି ଆସନ୍ତା ୨୦୧୪ ସାଧାରଣ ନିର୍ବାଚନରେ ସମୟ ବିଧାନସଭା ଓ ଲୋକସଭା ଆସନରେ ପ୍ରାର୍ଥୀ ଠିଆ କରାଇବାପାଇଁ ସ୍ଥିର କରିଛି । ନିର୍ବାଚନ କମିସନ୍ ଏହି ଦଳକୁ ‘ଟୋପି ନିର୍ବାଚନ ସଂକେତ ପ୍ରଦାନ କରିଛନ୍ତି ।

ଉତ୍କଳ ଭାରତ:

ମହାମେଘ ବହନ ଐରଖାରବେଳ ସ୍ୱାଇଁ

୨୦୧୦ ମସିହା ଫେବ୍ରୁଆରି ୧ ତାରିଖରେ “ଉତ୍କଳ ଭାରତ’ ଆଞ୍ଚଳିକ ରାଜନୈତିକ ଦଳର ଜନ୍ମ । ଏହାର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ହେଲେ ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରମୁଖ ନେତା ତଥା ପୂର୍ବତନ ସାଂସଦ ଶ୍ରୀ ମହାମେଘ ବାହନ ଐରଖାରବେଳ ସ୍ବାଇଁ । ଶ୍ରୀ ସ୍ବାଇଁ ଥିଲେ ଭାରତୀୟ ଆଲାଏଡ୍ ସେବାର ଜଣେ ବରିଷ୍ଠ ଅଧିକାରୀ । ସରକାରୀ ଚାକିରି ତ୍ୟାଗକରି ଦେଶ ସେବାପାଇଁ ସେ ପ୍ରଥମେ ଭାରତୀୟ ଜନତାପାର୍ଟିରେ ଯୋଗ ଦେଇଥିଲେ । ପରେ ଏହି ଦଳ ତ୍ୟାଗ କରି ସେ ଓଡ଼ିଶାରେ 'ଉତ୍କଳ ଭାରତ’ ନାମରେ ଏକ ଆଞ୍ଚଳିକ ରାଜନୈତିକ ଦଳ ଗଠନ କରିଛନ୍ତି । ଏହିଁ ଦଳର ମୂଳ ଲକ୍ଷ୍ୟ ହେଲା; ଦେଶର ଭଲ ଲୋକଙ୍କୁ ରାଜନୀତି କୁ ଆଣିବା ଓ ଦେଶରେ ଦୁର୍ନୀତିମୁକ୍ତ ନିର୍ମଳ ଶାସନ ପ୍ରତିଷ୍ଠାକରିବା । ବିଶେଷ ଭାବରେ ଏହି ଦଳ ବିଜେଡ଼ି ସରକାରଙ୍କ ଏକଟଙ୍କିଆ ଚାଉଳ ପ୍ରଦାନ ଯୋଜନାକୁ ଘୋର ବିରୋଧ କରେ । ଆସନ୍ତା ୨୦୧୪ ମସିହା ସାଧାରଣ ନିର୍ବାଚନ ପାଇଁ ଏହି ଦଳ ତରଫରୁ କେତୋଟି ବିଧାନ ସଭା ଓ ଲୋକସଭା ଆସନ ପାଇଁ ପାର୍ଥୀ ଚୟନ କାର୍ଯ୍ୟ ଶେଷ ହୋଇଗଲାଣି । ‘ମୁଦି’ ଏହି ଦଳର ନିର୍ବାଚନ ସଂକେତ ।

‘ଓଡ଼ିଶା ଜନମୋର୍ଚ୍ଚା’

ବିଜୁ ଜନତା ଦଳରୁ ନିଲମ୍ବିତ ଓ ବହିଷ୍କୃତ ସାଂସଦ ଶ୍ରୀ ପ୍ୟାରୀମୋହନ ମହାପାତ୍ରଙ୍କ ବହୁ ପ୍ରତୀକ୍ଷିତ ରାଜନୈତିକ ଦଳ ଓଡ଼ିଶା ଜନମୋର୍ଚ୍ଚା’ ୯୪1୨୦୧୩ରେ ଆନୁଷ୍ଠାନିକ ଭାବରେ ପ୍ରତିଷ୍ଠା ହେଲା । ପୂର୍ବରୁ ପ୍ୟାରୀବାବୁଙ୍କ ଦ୍ବାରା ଜନମୋର୍ଚ୍ଚା’ ପ୍ରତିଷ୍ଠା ହୋଇଥିଲେ ହେଁ ଏହା ରାଜନୈତିକ ଦଳ ନଥିଲା । ଏକ ରାଜନୈତିକ ଦଳ ଗଠନ କରିବା ପାଇଁ ଶ୍ରୀ ମହାପାତ୍ର ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖରେ ପୂର୍ବରୁ ଆବେଦନ କରିଥିଲେ । ତାହା
ପ୍ୟାରୀମୋହନ ମହାପାତ୍ର

ସ୍ବୀକୃତି ପାଇବା ପରେ ଓଡ଼ିଶା ଜନମୋର୍ଚା’କୁ ରାଜନୈତିକ ଦଳ ଭାବରେ ଘୋଷଣା କରାଗଲା । *ଓଡ଼ିଶା ଜନମୋର୍ଚ୍ଚା’ ଦଳର ସଭାପତି ହେଲେ ଶ୍ରୀ ପ୍ୟାରୀମୋହନ ମହାପାତ୍ର; ଉପ-ସଭାପତି ହେଲେ ଶ୍ରୀ ରାଜେନ୍ଦ୍ର ପ୍ରସାଦ ସିଂହ (ରାଜ ସିଂହ) ଓ ମହାସଚିବ ହେଲେ ଶ୍ରୀ ଯଜ୍ଞଶ୍ବର ବାବୁ । ଏହା ବ୍ୟତୀତ ଶ୍ରୀ ମିହିର ମହାନ୍ତିଙ୍କ ସମେତ ବହୁ ବରିଷ୍ଠ ନେତା ଓ କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ରୀ ଅମୀୟ ପାଣ୍ଡ ବ ଆଦି ବି ଭି ନ୍ନ ପଦପଦବୀରେ ଅଧୁଷ୍ଠି ତ ହେଲେ । ଏହି ଦଳର ନିର୍ବାଚନ ସଂକେତ ହେଲା ଗୁଡ଼ି’ ।

ସମତା କ୍ରାନ୍ତିଦଳ:

ବ୍ରଜ କିଶୋର ତ୍ରିପାଠୀ

୨୦୧୩ ମସିହା ମଇମାସ ୧୩ ତାରିଖ ପବିତ୍ର ଅକ୍ଷୟତୃତୀୟା ତିଥିରେ ଶ୍ରୀକ୍ଷେତ୍ର ପୁରୀଠାରେ ଏହି ଦଳର ଜନ୍ମ । ଏହି ଦଳର ପ୍ରତିଷ୍ଠାତା ହେଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ । ଦଳର ଅଧ୍ୟକ୍ଷ ହେଲେ ଜର୍ଜ ତିର୍କୀ । ଦେଶ ତଥା ରାଜ୍ୟରୁ ଦୁର୍ନୀତି ବିଲୋପ, ରାଜ୍ୟରେ ଥିବା ବିଜେଡ଼ି ସରକାର ଓ କେନ୍ଦ୍ରରେ ଥିବା ଉପା ସରକାରଙ୍କର ନୀତି ହୀନ ଶାସନ ବିରୁଦ୍ଧରେ ଏହି ଦଳ ଲଢ଼େଇ କରି ବା ପାଇଁ ଅଙ୍ଗୀକାରବଦ୍ଧ । ଏହା ବ୍ୟତୀତ କୃଷକମାନଙ୍କର ସମସ୍ୟା ସମାଧାନ କରି ଓଡ଼ିଶାକୁ ଏକ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବାପାଇଁ ମଧ୍ୟ ପ୍ରତିଶ୍ରୁତିବଦ୍ଧ ।

୨୦୧୪ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦିତାକରି ଏହିଦଳ ରାଜ୍ୟରେ ସରକାର ଗଠନ ନିମନ୍ତେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଦଳର ନେତାମାନେ ମତ ପ୍ରଦାନ କରନ୍ତି । ଏହି ଦଳର ନିର୍ବାଚନ ସଂକେତ ‘କଇଁଟି ।
ସୌମ୍ୟରଂଜନ ପଟ୍ଟନାୟକ

ଆମ ଓଡ଼ିଶା ପାର୍ଟି

୧୯୯୬ ମସିହା ପବିତ୍ର ରଥଯାତ୍ରା ଦିବସରେ ଓଡ଼ିଶାର ଶିକ୍ଷା, ସାହିତ୍ୟ, ସଂସ୍କୃତି କ୍ଷେତ୍ର ରେ ପୁନର୍ଜାଗରଣ ଆଣିବା ପାଇଁ ‘ସମ୍ବାଦ’ର ସଂପାଦକ ତଥା ପୂର୍ବତନ ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କଠାରୁ ଜନ୍ମ ନେଇଥିଲା ତାଙ୍କର ମାନସପୁତ୍ର 'ଆମ ଓଡ଼ିଶା’ । ଏହି ଅନୁଷ୍ଠାନ ପ୍ରତିଷ୍ଠା ହେବା ପରଠାରୁ ଭାଷାଜ୍ଞାନ, ରକ୍ତଦାନ, ମତଦାନ ଓ ପ୍ରକାଶନ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ଅର୍ଜନ କରିଛି । ଓଡ଼ିଶାର ସାମଗ୍ରିକ ବିକାଶପାଇଁ ବିଜେଡ଼ି, କଂଗ୍ରେସ ଓ ବିଜେପିର ବିକଳ୍ପ ରାଜନୈତିକ ଦଳ ଭାବରେ ୨୦୧୩ ନଭେମ୍ବର । ୧୭ ତାରିଖ ଦିନ 'ଆମ ଓଡ଼ିଶା ପାଟି ଗଠିତ ହୋଇଛି ।

ଆମ ଓଡ଼ିଶା ପାର୍ଟି ତରଫରୁ ବିକଳ୍ପ ପାଇଁ ସଂକଳ୍ପ କ୍ରମରେ ପ୍ରଥମ ସଂକଳ୍ପ ସମାବେଶ ୨୦୧୩ ମସିହା ନଭେମ୍ବର ୨୫ ତାରିଖରେ ସୁବର୍ଣ୍ଣପୁରର ବୀରମହାରାଜପୁରଠାରେ ଅନୁଷ୍ଠିତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ସମାବେଶମାନ ଅନୁଷ୍ଠିତ ହେଉଛି । ୧ ଜାନୁଆରି ୨୦୧୪ ମସିହାଠାରୁ ଏହି ପାର୍ଟିର ସଦସ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଆମ ଓଡ଼ିଶା'ର ଅଧ୍ୟକ୍ଷ ସୌମ୍ୟରଂଜନ ଦୃଢ଼ ଭାବରେ ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ରାଜ୍ୟର ତିନୋଟିଯାକ ରାଜନୈତିକ ଦଳ ଜନସାଧାରଣଙ୍କର ଆସ୍ଥା ସଂପୂର୍ଣ୍ଣ ଭାବରେ ହରାଇ ବସିଲେଣି । ଓଡ଼ିଶାରେ ବିପୁଳ ପରିମାଣରେ ଖଣିଜ ସଂପଦ ଥିବା ସନ୍ଦେ ସ୍ବାଧୀନତାର ଛୁଆ ଦଶନ୍ଧି ପରେ ବି ଓଡ଼ିଶା ରାଜ୍ୟ ଗରିବ ହୋଇ ରହିଛି । ନବୀନ ପଟ୍ଟନାୟକଙ୍କ ଚଉଦ ବର୍ଷ ଶାସନ କାଳରେ ଏହାର ସ୍ଥିତି ଆହୁରି ଖରାପ ହୋଇଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ନାହିଁ । ନାରୀମାନେ ସୁରକ୍ଷିତ ନୁହଁନ୍ତି । ଲାଞ୍ଚ, ମିଛ ଓ ଭୟରୁ ମୁକ୍ତ ଏକ ନୂଆ ଓଡ଼ିଶା ଗଠନର ସଂକଳ୍ପ ନେଇ 'ଆମ ଓଡ଼ିଶା ପାଟି’ର ସୃଷ୍ଟି । ନିର୍ବାଚନ କମିସନ ଏହି ଆଞ୍ଚଳିକ ଦଳକୁ ସ୍ବୀକୃତି ପ୍ରଦାନ ପୂର୍ବକ ‘ମାଠିଆ’ ନିର୍ବାଚନ ସଂକେତ ପ୍ରଦାନ କରିଛନ୍ତି ।