କଥାଲହରୀ/ଚମ୍ପାଚୋରୀ ଦାସୀର କଥା
←ଶ୍ୱେତବସନ୍ତ କଥା | କଥାଲହରୀ (୧୯୨୩) ଲେଖକ/କବି: ଚମ୍ପାଚୋରୀ ଦାସୀର କଥା |
କାଚଖମ୍ୱ କଥା→ |
ହୋଇଚି; କେଉଁ ଶିଙ୍ଘରେ ଅଡ଼ୁଆବାଳ ଗୁଡ଼ିଆ ହୋଇଚି କେଉଁ ଶିଙ୍ଘ ନଡ଼ ନଡ଼ ହେଉଛି; ଏହିପରି କହି ଚମ୍ପାଦେଈ ମନରେ ଆଗଠଉଁ ବେଶି ଭୟ ଜାତ କରାଇଦେଲା । ଚମ୍ପାଦେଈ ଚମ୍ପୀଗୋରୀକୁ କହିଲା ମୁଁ ତାକୁ ବିଭା ଦେବି ନାହିଁ, ତୁ ତାକୁ ବିଭା ହୋ; ମୁଁ ପଛକେ ତୋର ଦାସୀ ହୋଇ ଯିବି । ଚମ୍ପୀଚୋରୀ ଚମ୍ପାଦେଈ ସଜଯାକ ଲଗାଇ କନ୍ୟା ସାଜିଲା ଓ ଚମ୍ପାଦେଈ ଚମ୍ପୀଚୋରୀର ସଜଯାକ ଲଗାଇ ଦାସୀବେଶ ହେଲା, ବିଭାଘର ହେଲା । ଚମ୍ପୀଚୋରୀ ଷୋଳଶିଙ୍ଘା ମହାରାଜାକୁ ବିଭା ହେଲା, ଚମ୍ପାଦେଈ ତା ସଙ୍ଗରେ ଦାସୀହୋଇ ଗଲା । ଚମ୍ପାଦେଈ ଯେତେବେଳେଜାଣିପାରିଲା ଯେ ଚମ୍ପୀଚୋରୀତାକୁ ମିଛକହି ଅତିସୁନ୍ଦର ଷୋଳଶିଙ୍ଘା ରାଜାକୁ ବିଭାହେଲା ତାର ମନରେ ଅତିଶୟ କଷ୍ଟ ହେଲା । ନିଜେତ ଏ କଥା କରିଚି, ଆଉ କଣ କରିବ । ତୁନି ହୋଇ ରହିଲା । ଷୋଳଶିଙ୍ଘା ରଜାର ଆଉ କେହି ନାହାନ୍ତି; ଚମ୍ପୀଚୋରୀ ରନ୍ଧାବଢ଼ା କରେ ରଜାକୁ ଖାଇବାକୁ ଦିଏ; ନିଜେଖାଏ ଆଉ ଚମ୍ପାଦେଈକି ଖାଇବାକୁ ଦିଏ । ଚମ୍ପାଦେଈ ଦାସୀ ହାତ ରନ୍ଧା ଖାଏ ନାହିଁ, ନଈକୂଳକୁ ନେଇ ଫୋପାଡ଼ି ଦିଏ, କହେ ଛିଛିକାଉ, ଚମ୍ପୀଚୋରୀ ହାତରେ କି ଚମ୍ପୀଦେଈ ଖାଉ । କେହି ନଖାଉ, ସେତ ବନ୍ଧ ହୋଇଥାଉ । ଏହିପରି ସବୁଦିନେ କରେ । ସେ ନଈକୂଳେ ଗୋଟିଏ ଧୋବା ଲୁଗା କାଚୁଥାଏ, ସେ ରାଜାଙ୍କ ଧୋବା, ଏହା ସେ ପ୍ରତିଦିନ ଦେଖେ । ଦିନେ ଯାଇ ରଜାଙ୍କୁ କହିଲା, ମଣିମା! ଗୋଟିଏ କଥା କହିବାକୁ ଭାରି ଭୟ ମାଡ଼ୁଚି, ରଜା କହିଲେ କିଛି ଭୟନାହିଁ କହ । ଧୋକା କହିଲା ମଣିମାଙ୍କ ଉଆସରୁ କିଏ ଗୋଟିଏ ନିତି ନଈକୂଳକୁ ଯାଏ, ଭାତ ନଈକୂଳେ କୁଢ଼ାଇ ଦିଏ, କହେ ଛି ଛି କାଉ, ଚମ୍ପୀଚୋରୀ ହାତରେ କି ଚମ୍ପୀଦେଈ ଖାଉ ? କେହି ନ ଖାଉ ସେତ ବନ୍ଧ ହୋଇଥାଉ । ରଜା ନିଜେ ଏକଥା ଦେଖିବାକୁ ଦିନେ ଲୁଚି