କଦମ୍ବ ବନେ ବଂଶୀ ବାଜିଲା
Jump to navigation
Jump to search
କଦମ୍ବ ବନେ ବଂଶୀ ବାଜିଲା
କଦମ୍ବ ବନେ ବଂଶୀ ବାଜିଲା ରେ।
ରାଧା ଦମ୍ଭ ଶିଖରୀ ଭାଜିଲା ରେ। ପଦ।
ତୋ ବିନା ପ୍ରତିକାର ଆନ କେ ନାହିଁ ମୋର ।
ବିବେକ-ରତନ ମୋ ହଜିଲା ରେ । ୧ ।
କଢ଼ା ମୋତେ ସରଣି ଆରେ ପ୍ରାଣମିତଣି।
ନୋହିଲେ ଜୀବନ ବରଜିଲା ରେ । ୨ ।
ଦେଖି ବ୍ରଜେନ୍ଦୁ ମୁଖ ଲିଭାଇବି ରେ ଦୁଃଖ।
ସ୍ମରାନଳରେ ତନୁ ଭାଜିଲା ରେ । ୩ ।
ପଳାଇଲାନି ମନ ବେଣୁପତି ଶୋଭନ।
ପୀୟୁଷ ବାରାଧିରେ ମଜ୍ଜିଲା ରେ । ୪ ।
ଚାଲ ଯିବା ଲଳିତା ବୋଲୁ କିର୍ତ୍ତିଦାସୁତା।
ମୁଖ ସୁବର୍ଣ୍ଣାବଜ୍ ବିରାଜିଲା ରେ । ୫ ।
ଏକାନ୍ତ ଶ୍ରୀଲଲିତା ଶ୍ରୀ ବୃଷଭାନୁ ସୁତା ।
ଗୋପାଳକୃଷ୍ଣ ରହି ହେଜଲା ରେ । ୬ ।