କପଟପାଶା (୧୯୪୦)/ମୁନି କହନ୍ତି ଶୁଣ ନୃପତି

ଉଇକିପାଠାଗାର ରୁ
Jump to navigation Jump to search

ସପ୍ତମ ଛାନ୍ଦ
ମୁନି କ‌ହନ୍ତି ଶୁଣ ନୃପତି କ‌ହିବା ଦିବ୍ୟରସ ।
ହେଠ ବଦନ ପବନ ନାନ ବସିଛି ଭାତୃପାଶ ।୧।
ମନେ ବିରସ ଖରନିଶ୍ୱାସ ନ‌ଖେ ଚିରଇ ଗାର ।
ବେନି ନ‌ୟନଉ ଲୋତକ ଖସି ପଡ଼ୁଛି ଝର ଝର ।୨।
କପୋଳ କର ଦେଇଣ ବୀର ହୃଦରେ ଗୁରୁଚିନ୍ତା ।
ସନ୍ତାପ ଜଳେ ବୁଡ଼ିଲା ତାଳେ ଦେଖି ଦ୍ରୌପଦୀ ବ୍ୟଥା ।୩।
ଦ୍ରୌପଦୀ ବୋଲେ ଭୀମକୁ ଚାହିଁ ପବନ ସୁତ ଦେଖ ।
ତୋପରା ବୀର ଥାଉଁ ମୋହର ହରୁଛି ଏଡ଼େ ଦୁଃଖ ।୪।
ଏ ଦୁଃଶାସନ ପାମର ହୀନ ଧରିଲା ମୋର କେଶ ।
ତୁ ନେତ୍ର ବେନି ଦେଖୁ ପାଦନି ନ ପାଉ ମନେ ରୋଷ ।୫।
ବାଉନ ଭାର ଗଦା ତୋହର ନାହୁଁ କି କରେ ଘେନି ।
ସିଂହ ଘରଣୀ ଶୃଗାଳ ଆଣି କରୁଛ ହୀନିମାନୀ ।୬।
ଭୀମ ବୋଲଇ ଶୁଣରେ ସ‌ହି ମୋହର କେଉଁ ଦୋଷ ।
ମୋ ବୀରପଣ ପ୍ରତିଜ୍ଞା ଟାଣ ଯୁଧିଷ୍ଠି କଲେ ନାଶ ।
ବାରେ ଅନାଇ ଯେବେ ସେ ଠାରି ଦିଅନ୍ତେ ମୋତେ ଚକ୍ଷୁ ।
ହସ୍ତିନାପୁର କରନ୍ତି କ୍ଷୂର ତୋର ଦେଖୁ ଦେଖୁ ।୮।
କଦଳୀ ବନ ଯେହ୍ନେ ପବନ ଘାତେ ପଡ଼ଇ ଲୋଟି ।
ରଥି ସାରଥି ଗଜ ପଦାତି କ୍ଷଣକେ ଦ୍ୟନ୍ତି ପିଟି ।୯।
ଏ ଶତଭାର ଗଦା ମୋହର ବୁଲାଇ ବେନିକର ।
ଏ ଦୁର୍ଯ୍ୟୋଧନ ସ‌ହିତେ ସୈନ୍ୟ ପେଶନ୍ତି ଯମ୍ପୁର ।୧୦।
ଦ୍ରୌପଦୀ ବୋଲେ ଆହେ ପାବନି ଧିକ ତୁମ୍ଭର ପ୍ରାଣ ।