କଳାବତୀ ଖଞ୍ଜନାକ୍ଷି

ଉଇକିପାଠାଗାର‌ରୁ
ଲେଖକ/କବି: ବନମାଳୀ ଦାସ
କଳାବତୀ ଖଞ୍ଜନାକ୍ଷି

କଳାବତୀ ଖଞ୍ଜନାକ୍ଷି

କଳାବତୀ ଖଞ୍ଜନାକ୍ଷି ଗୁରୁ - ନିତମ୍ବିନି।
ଘନକେଶୀ ଉରୁଶୋଭୀ ଚମ୍ପକ ବରନୀ।।
ଛାନ୍ଦ ପଠିନୀ ରେ। ୧।

ଜଳଜ ବାସିନୀ ଝିନ ବସିନୀ ନବିନା।
ଟେକସ୍ତନା ଠଣମୁଖୀ ଡାଳିମ୍ବ ଦଶନା।।
ଢଗ ବଚନା ରେ। ୨।

ଅରୁଣାଧରୀ ତରୁଣୀମଣି ଥିର ଗତୀ।
ଦରହାସୀ ଧୀରାହୀରା ନବ ରସବତୀ।।
ପ୍ରୀତି ମୂର୍ତି ରେ। ୩।

ଫୁଲ କୋମଳା ବିବିଧ ବିଳାସ ମଣ୍ଡନା।
ଭାବମୟୀ ମୋତିଦନ୍ତୀ ଯତି ଧୈର୍ଯ୍ୟ ଘେନା।
ରସ ବର୍ଦ୍ଧନା ରେ। ୪।

ଲାବଣ୍ୟ-ନିଧି ବିଚିତ୍ର-ବେଶ-ମନୋହରା।
ଶଚୀପତି-ଶିରୀ-ଦାୟୀ ସରଦର୍ପ ହରା।।
ସିଦ୍ଧି ପସରା ରେ। ୫।

ହାସ ମଞ୍ଜୁଳା ହୃଦୟ-ତାପ ଧ୍ଵଂସକରା।
କ୍ଷଣଦା-କାନ୍ତି ତୁ ବନମାଳୀ ଦିନସରା।।
କ୍ଷମା ନିଧାନୀ ରେ। ୬।