କାହିଁକି ମୋ ଠାରେ ହେଳା

ଉଇକିପାଠାଗାର‌ରୁ
Jump to navigation Jump to search
କାହିଁକି ମୋଠାରେ ହେଳା
ଲେଖକ/କବି: ଅଭିରାମ ପରମହଂସ

କାହିଁକି ମୋଠାରେ ହେଳା

କାହିଁକି ମୋଠାରେ ହେଳା ହେ, ଚକାଡ଼ୋଳା
ଡାକିଲେ ନ ଶୁଣ କିଞ୍ଚିତେ,
ଡାକି ଡାକି ଶୁଖି ଗଲାଣି ଗଳା ହେ ।

ଯେତେ ଡାକିଲି ମୁହିଁ. ଡାକ ଶୁଭିଲା ନାହିଁ ।
ନ ଶୁଣିଲ ନନ୍ଦବଳା !
ହୃଦୟ ଏଡ଼େ ଦାରୁଣ ନ ଶୁଣୁଛ ନାରାୟଣ !
ହୃଦେ ଧରି ବନମାଳା ହେ ।୧।

ହୃଦୟ ଏଡ଼େ ନିଷ୍ଠୁର ନ ଶୁଣ ରଙ୍ଗା ଅଧର
କେଣେ କର ଖେଳା ଲୀଳା ହେ ।
କହେ ଅଭିରାମ ବାଇ ନ ଶୁଣ ହେ ଭାବଗ୍ରାହୀ
ଭାସି ଯାଉଛି ପାଗଳା ହେ ।୨।