କାହିଁପାଇଁ ଚକାଡୋଳା

ଉଇକିପାଠାଗାର‌ରୁ
Jump to navigation Jump to search
କାହିଁପାଇଁ ଚକାଡ଼ୋଳା
ଲେଖକ/କବି: ସାଲବେଗ

କାହିଁପାଇଁ ଚକାଡ଼ୋଳା

କାହିଁ ପାଇଁ ଚକାଡୋଳା କଲ ମୋତେ ମାନ ।
କଳାନିଧି ବନମାଳୀ ନନ୍ଦେରି ନନ୍ଦନ ।୧।

କୁଞ୍ଜଲତା ତଳେ ମୁଁ ଯେ କରିବି ଶୟନ ।
ପ୍ରଦକ୍ଷିଣ କରୁଥିବି ଗିରି ଗୋବର୍ଦ୍ଧନ ।୨।

ରାଧାକୁଣ୍ଡେ ଶ୍ୟାମକୁଣ୍ଡେ କରିବି ସ୍ନାହାନ ।
ସାଫଲ୍ୟ କରିବି ମୁଁ ଯେ ମଣିଷ ଜୀବନ ।୩।

ଏ ପିଣ୍ଡରେ ଜୀବ ଥିଲେ ଯିବି ବୃନ୍ଦାବନ ।
ଦର୍ଶନ କରିବି କୁଞ୍ଜେ ମଦନମୋହନ ।୪।

କହେ ସାଲବେଗ ହୀନ ଜାତିରେ ଯବନ ।
ରାଧାକୃଷ୍ଣ ଭଜୁ ଭଜୁ ଯାଉ ଏ ଜୀବନ ।୫।