କାହିଁ ଗଲେ ମୁରଲୀ ଫୁଙ୍କା

ଉଇକିପାଠାଗାର‌ରୁ
Jump to navigation Jump to search
କାହିଁ ଗଲେ ମୁରଲୀ ଫୁଙ୍କା ଲେଖକ/କବି: ବନମାଳୀ ଦାସ
କାହିଁ ଗଲେ ମୁରଲୀ ଫୁଙ୍କା

କାହିଁ ଗଲେ ମୁରଲୀ ଫୁଙ୍କା

                                        
କାହିଁ ଗଲେ ମୁରଲୀ ଫୁଙ୍କା, ଯୁବତୀ ରସିଆ କାମିନୀରଙ୍କା,
ତ୍ରିଭଙ୍ଗୀ ଭଙ୍ଗୀରେ ମୁରଲୀ ବଜାଇ, ଡାକୁଛନ୍ତି ଆସ ଆସ ରାଧିକା । ୧।

ଗୋପପୁରେ ପଶି ଗୋପିଙ୍କ ମନ୍ଦିରେ, ଦଧି ଦୁଧ ଖାଇ ଛିଣ୍ଡାନ୍ତି ଶିଖା,
ଯମୁନା କୂଳରେ ବସ୍ତ୍ର ଚୋରୀ କରି, କେଳି କଦମ୍ବରେ ବାନ୍ଧି ପତାକା । ୨।

ପାଦ ପାଣି ବଙ୍କା, ନୂପୁର ହିଁ ବଙ୍କା, ଚୂଳ ହିଁ ବଙ୍କା ତା ଚାହାଣି ବଙ୍କା,
ବଙ୍କିମା ଅଧରେ ମୁରଲୀ ବଜାଇ, ବଙ୍କିମା ଅଧରେ ମୁରଲୀ ବଜାଇ । ୩।

ଯମୁନା କୂଳରେ କଦମ୍ବ ମୂଳରେ, ହର ଗଉରୀଏ ପୂଜି ବାଲୁକା,
ବୋଲେ ବନମାଳି ସେ ପାଦେ ଶରଣ, ଝୁରି ଝୁରି ତନୁ କ୍ଷୀଣ ରାଧିକା । ୪।