ଗୋପୀନାଥ ମହାନ୍ତି/ଚିଠି/କାହ୍ନୁଚରଣ ମହାନ୍ତି

ଉଇକିପାଠାଗାର‌ରୁ
Jump to navigation Jump to search

୨୪.୮.୬୭ ଭୁବନେଶ୍ୱର ପରମ ପୂଜନୀୟ ଭାଇ, ଆମର ଭୂମିଷ୍ଠ ପ୍ରଣାମ । ଆଉ ୪ ଦିନେ ପବିତ୍ର ଜନ୍ମାଷ୍ଟମୀ । ୬୧ ବର୍ଷ ତଳେ ସେମିତି ଦିନେ ଆପଣ ଜନ୍ମ ହୋଇଥିଲେ । ବାବାଜି କହିଲେ, "ଆରେ ଭିତରେ ଦେଖରେ, କାହ୍ନ&ୁ ଆଇଲେ ।' ଆପଣ, ଧୂଳଭାଇ, ଭାଇ ସେମାନଙ୍କର ବହୁ ଆକାଂକ୍ଷିତ ସନ୍ତାନ, ଯେମିତି ଆପଣ ଏ ଦେଶର ବହୁ ଆକାଂକ୍ଷିତ ଔପନ୍ୟାସିକ । ଭଗବାନ୍ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ । ମନରେ ଶାନ୍ତି ଆନନ୍ଦ ଦିଅନ୍ତୁ । ଦେହରେ ବଳ ଓ ଇହଜନ୍ମରେ ସୁଖ ସମୃଦ୍ଧି ଦିଅନ୍ତୁ ବୋଲି ଭଗବାନଙ୍କୁ ମୋର କାମନା । ଲୋକର ଯେମିତି ଝୁଙ୍କ୍ ଉଠେ "ଓ୍ୱିଲ୍' କରିବାକୁ ମୋର ସେମିତି ଝୁଙ୍କ୍ ଉଠିଲା ଆତ୍ମଜୀବନୀ ଲେଖିବାକୁ । ହୁଏତ ମୋର ଲାଙ୍ଗୁଡ଼, ରୁମ ଓ ତନୁ କାଗଜର ଦର୍ପଣରେ ଫୁଟି ଉଠୁଛି । କିନ୍ତୁ ଭାରି ମଜା ଲାଗୁଛି । ଚିରା ହେବ କି ଛପା ହେବ ସେ ଭିନ୍ନ କଥା । କିଛି "ଗଦ୍ୟ-କବିତା' ବି ଲେଖିପାରେ "ବୋଦା-ଲେ'-ଆ'ରେ' ମାର୍କାବାଲା । କାଲି ସୋମ୍ନାଥ୍ମିଶ୍ର ଚାକିରି ଜୀବନରୁ ଅବସର ନେବେ ରାତି ୧୨ଟାରେ । ମୋର ବି "ଦିନ ଆଗତ ଓଇ' । ଆପଣଙ୍କ ଜନ୍ମଦିନ ପାଶୋରି ଯାଇ ସେଦିନ ମୁଁ ଗସ୍ତରେ ବାହାରିବା ନିର୍ଘଣ୍ଟ କରିଛି । ଠିକ୍ ବି, ଗୋଟାଏ ତାରିଖର ଗୁରୁତ୍ୱ ଉପରେ ଆହୁରି କେତେ ଗୁରୁତ୍ୱ ଅଠା ମାରି କାଗଜ ଲଟକାଏ । ବୈଶାଖ ୧୯୧୪ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ମୁଁ ଜନ୍ମହେଲି ବୋଲି, ତା' ଉପରେ କାଗଜ ମାରିଲେ ପ୍ରଥମ ପୃଥିବୀ ମହାଯୁଦ୍ଧର କୋଟିଏ ମୁ”ର୍ାର ।