ଚିହ୍ନି ଭଜିଲେ ଜାଣି ପ୍ରସନ୍ନ ହେବେ

ଉଇକିପାଠାଗାର‌ରୁ
Jump to navigation Jump to search
ଚିହ୍ନି ଭଜିଲେ ଜାଣି ପ୍ରସନ୍ନ ହେବେ‎ ଲେଖକ/କବି: ଭୀମ ଭୋଇ
ଚିହ୍ନି ଭଜିଲେ ଜାଣି ପ୍ରସନ୍ନ ହେବେ

ଚିହ୍ନି ଭଜିଲେ ଜାଣି ପ୍ରସନ୍ନ ହେବେ‎

 

ଚିହ୍ନି ଭଜିଲେ ଜାଣି ପ୍ରସନ୍ନ ହେବେ । ଘୋଷା ।

ଅବନା ଭୂମି ସ୍ଥାନ ଜଳୁଛି ବ୍ରହ୍ମଜ୍ଞାନ
ଦୃଷ୍ଟି ଲଗାଅ ଜ୍ଞାନ ନେତ୍ରେ ଦିଶିବେ ।୧।

ନିଗମେ ଅଛି ବ୍ରହ୍ମ ସେହି ଠାବକୁ ଗମ
ଜନ୍ମ ମରଣ ଦୁଃଖ ସେହି ନାଶିବେ ।୨।

ଯମ ନିୟମକୁ ଯାକୁ କରିଛି ସେ ପଥକୁ
ଶ୍ରୀଗୁରୁଦେବ ଏକା ଉଦ୍ଧରି ନେବେ ।୩।

ପଦ୍ମ ପାଦକୁ ରଟ ସେବା ଭଗତି ଖଟ
ଅମରପଦ ତାଙ୍କ ଇଚ୍ଛାରେ ଦେବେ ।୪।

ସତ୍ୟ ଧର୍ମକୁ ଧର ହାଇ ଛାଇ ନିବାର
ନିଜ ଶ୍ରୀଅଙ୍ଗେ ପ୍ରଭୁ ଲୀନ କରିବେ ।୫।

ଭଣିଲେ ଭୀମ କନ୍ଧ ସେ ଯେ ଅରୂପା ନନ୍ଦ
ସେବିଲେ ଯାଇଁ ପାଦେ କଥା କହିବେ ।୬।