ଜଗତର ନାଥଙ୍କୁ ସେ ମୁରୁଛି ନୁହଁଇ
Jump to navigation
Jump to search
ଜଗତର ନାଥଙ୍କୁ ଯେ ମୁରୁଛି ନୁହଁଇ
ଯେଣିକି ଚାହିଁଲେ ତେଣେ ଶ୍ରୀମୁଖ ଦିଶଇ । ପଦ ।
ଧନ୍ୟ ତାଙ୍କ ଚକା ଆଖି
ମନ ରହିଥାଏ ଲାଖି
ବାହୁ ଟେକିଛନ୍ତି ଦୁଃଖୀ ତାରିବା ପାଇଁ । ୧ ।
ମାଳମାନ ଲମ୍ବିଥାଇ
ପାଦତଳ ଯାଏଁ ରହି
ଛାମୁରେ ଗହଳ ଭିଡ଼େ ପଶିନୁହଁଇ । ୨ ।
ଯେଣିକି ଦେଲେ ନୟନ
ଦିଶଇ କଳା ବଦନ
କଟୀରେ ଯେ ପୀତାମ୍ବର କି ଶୋଭା ପାଇ । ୩ ।
କବି କଳ୍ପଲତା ଜେମା
ବୋଲେ ଦୋଷ କର କ୍ଷମା
ଜେମା ବୋଲେ ପାଦେ ପଡ଼ି ଉଠିବି ନାହିଁ । ୪ ।