ଗୌରଚରଣ ଗୀତାବଳୀ/ଜୀବଧନ ଘନଶ୍ୟାମ

ଉଇକିପାଠାଗାର‌ରୁ
Jump to navigation Jump to search

[ଛୟାଅଶି]

ପୁତ୍ରବତ୍ସଳା ଯଶୋଦା

ଜୀବଧନ ଘନଶ୍ୟାମ !
ନେତ୍ର ସମ୍ପତ୍ତି ମୋ କାଳିଆ ଜହ୍ନ । ନୀଳ ହାତୀ ରେ
ମୋ ହୃଦତଟଚନ୍ଦନ । ୧ ।
କାଲିଠାରୁ ଖାଇନାହୁଁ
ପ୍ରସନ ବଦନ ଦିଶିବ କାହୁଁ। ଚିନ୍ତାମଣି ରେ
ନିଶି ଘିଡ଼ିକରେ ଶୋଉ । ୨ ।
ବଂଶୀ ଅବା କେଡ଼େ ଗରୁ
ଧଇଲେ ଏ ହାତ ସେ ହାତ କରୁ । କୃଷ୍ଣଚନ୍ଦ୍ର ରେ
ମୋ ପିଲାପୁଅ କଟି ସରୁ । ୩ ।
ପୋଏ ଧରିଥାନ୍ତି ଗିରି
ବସ ମୋ କୋଳରେ ଭୋଜନ କରି । ବେଣୁପାଣି ରେ
ପରାଣ ଯାଉଛି ଥରି । ୪ ।
ଜନନୀ ବାତ୍ସଲ୍ୟ ବାଣୀ
ଶୁଣି ହସହସ ମୁରଲୀପାଣି । ସେ ନୀଳମଣି
ପଦାବ୍ଜେ ଗଉର ଭଣି । ୫ ।