ଦୀନବନ୍ଧୁ ହେ ବାରେ ଘେନ ଜଣାଣ
Jump to navigation
Jump to search
ଦୀନବନ୍ଧୁ ହେ ବାରେ ଘେନ ଜଣାଣ
ଦୀନବନ୍ଧୁ ହେ ବାରେ ଘେନ ଜଣାଣ
ଏ ମହାଦୁଃଖକୁ ମୋର ଶୀଘ୍ର କର ଦହନ ॥ଘୋଷା॥
ସତ୍ୟ ତ୍ରେତା ଦ୍ୱାପର_ କଳିରେ ଅବତାର
ବସିଛ ନୀଳକନ୍ଦର
ହୋଇ ପରା ମଉନ ॥୧॥
ତୁମ୍ଭ ନାମ ଶୁଣି ହନୁ ଅଇଲା ଲଙ୍କାଭୁବନୁଁ
ବିଂଶ ବାହୁ ବିନାଶିଣ
ବିଭୀଷଣ ରାଜନ ॥୨॥
କୁରୁପତି ସଭାତଳେ ଦ୍ରୌପଦୀ ଆତଙ୍ଗକାଳେ
କୋଟି ବସ୍ତ୍ର ଦେଲ ହେଳେ
ଲଜ୍ଜା ତା' ନିବାରଣ ॥୩॥
ବନସ୍ତେ ଡାକେ ହରିଣୀ ରଖ ଆହେ ଚକ୍ରପାଣି
ସେ ଡାକ କର୍ଣ୍ଣରେ ଶୁଣି
ରଖିଛ ଭଗବାନ ॥୪॥
ଅଗାଧ ଜଳରେ ଗଜ ଉଦ୍ଧରିଲ ଦେବରାଜ
କାକ ପଡି ଚତୁର୍ଭୁଜ
ହେଲାଟି ଘେନି ନାମ ॥୫॥
ଶ୍ରୀଗୁରୁଦେବ ଚରଣେ ଚିତ୍ତ ରହୁ ଅନୁକ୍ଷଣେ
ବାଇ ଭିକରିଆ ଭଣେ
ଦୁଃଖ କର ଦହନ ॥୬॥