ଧୋରେ ବାଇଆ ଧୋ
ଦେଖଣା
ଧୋରେ ବାଇଆ ଧୋ ଲେଖକ/କବି: ଧୋରେ ବାଇଆ ଧୋ |
ନାନାବାୟା ଗୀତ→ |
ଧୋରେ ବାଇଆ ଧୋ
ବିଲରେ ପାଚଇ ରଙ୍ଗଣି ଧାନ ଗୋ
ଧୋରେ ବାଇଆ ଧୋ
ଯେଉଁ କିଆରିରେ ଗହଳ ଧାନ ତୁ
ଯେଇଁ କିଆରିରେ ଶୋ ।
ଟୁଣୁ ଟୁଣୁ ପାଚି ବାସନା ଧାନ ଗୋ
ନାଲି ଗୁଲୁ ଗୁଲୁ ଦିଶେ,
ଥାଳି ଚାଳି ଦେଲେ ଗୋଟିଏ ପାଖରୁ
ବୁଲିଣ ଆସିବ କି ସେ । ୧ ।
ଭୋଦୁଅ ମାସରେ ମାଣ୍ଡିଆ ପାଚଇ
ଧୋରେ ବାଇଆ ଧୋ,
ଯେଉଁ କିଆରି ଗହଳ ମାଣ୍ଡିଆ
ସେଇ କିଆରିରେ ଶୋ । ୨ ।
ଗଜା ବଉଦକୁ ଖର ପବନ ଗୋ
ଉଡ଼ାଇ ନିଏ ବହନ
ଦାଣ୍ଡ ତାଳଗଛେ ଦୋହଲି ଦୋହଲି
ବାୟା ରାବେ ଘନ ଘନ । ୩ ।
ଦୁଇ କୂଳ ଖାଇ ବଢ଼ିଅଛି ନଈ
ପାଳରେ ପାଚିଛି ଧାନ,
ପଲ ବାନ୍ଧି ପକ୍ଷୀ ଆକାଶେ ଉଡ଼ନ୍ତି
ଶୁଭଥାଏ ତାଙ୍କ ଗାନ । ୪ ।
ତା ଶୁଣି ପିଲାଏ ଗାଉଛନ୍ତି ଗୀତ
ଧୋରେ ବାଇଆ ଧୋ,
ଯେଉଁ କିଆରିରେ ଗହଳ ଧାନ ତୁ
ସେଇ କିଆରିରେ ଶୋ । ୫ ।