ଧୋରେ ବାୟା ଧୋ
Jump to navigation
Jump to search
ଧୋରେ ବାୟା ଧୋ[ସମ୍ପାଦନା]
କାଳୀଚରଣ ପଟ୍ଟନାୟକ[ସମ୍ପାଦନା]
ଧୋ'ରେ ବାଇଆ ଧୋ' ଯୋଉ କିଆରିରେ ଗହଳ ମାଣ୍ଡିଆ ସେଇ କିଆରୀରେ ଶୋ ।୦।
ଉଞ୍ଚ ପରବତ କୁଞ୍ଚିକୁଞ୍ଚିକା ଲୋ ନିଦୁରୁ ମାଉସୀଘର ଆ' ଲୋ ମାଉସୀ ଶୁଆଇ ଦେଇ ଯା' କଳାକାଇଞ୍ଚକୁ ମୋର । ୧।
ଝିରି ଝିରି ପାଣି ଝରଣାକୂଳେ ଲୋ ଝୁଲୁଛି ବାଇଆ ହାତୀ, ମୋ ବାଇଆ ହାତୀ କୋଳରେ ଝୁଲଇ ପାହି ଯିବାଯାଏଁ ରାତି ।୨।
ବାଇଆ ଧନକୁ ନିଦ ମାଡିଲାଣି ଘନ ଘନ ମାରେ ହାଇ, ଘୂମାଇ ପଡ଼ରେ ମୋ ରଙ୍କପସରା ଦୁଧ କଳେ କଳେ ଖାଇ ।୩।
ମୂଳ ରଚନା କବିଚନ୍ଦ୍ର ଗୀତାବଳୀର ଚତୁର୍ଥ ଖଣ୍ଡରେ ଅନ୍ତର୍ଭୁକ୍ତ । ଗୀତଟିର ଏହି ପ୍ରତିଟି ଓଡ଼ିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡ଼ିଆ ଶିଶୁ ସଙ୍ଗୀତ ସଙ୍କଳନ'ରୁ ଆହୃତ ।